OR/Prabhupada 0106 - ଭକ୍ତିରେ ଉନ୍ନତ ହେଲେ କୃଷ୍ଣଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିପାରିବ

Revision as of 17:20, 5 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0106 - in all Languages Category:OR-Quotes - 1972 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 18.67 -- Ahmedabad, December 10, 1972

ତେଣୁ ମମ ବର୍ତ୍ତମାନୁବର୍ତ୍ତନ୍ତେ ଅର୍ଥାତ୍, ଯେ ଯେପରି ଉପରେ, ଯେପରି ଆମେରିକାରେ ଅନେକ ଗଗନଚୁମ୍ଵୀ ଅଟ୍ଟାଳିକାଗୁଡିକ ଅଛି । ଏକ ଶହେ ପାଞ୍ଚ ମହଲା ଅଟ୍ଟାଳିକା । ମୁଁ ଭାବୁଛି ଯେ ତାହା ସବୁଠାରୁ ନୂଆ । ତେଣୁ ମନେକର ତୁମକୁ ସବୁଠାରୁ ଉପର ମହଲାକୁ ଯିବାର ଅଛି । ସେଥିପାଇଁ ସିଢ଼ି ଅଛି । ତେଣୁ ସମସ୍ତେ ସେଠାକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଜଣେ ଧର ଦଶ ପାଦ ପାର କରିଛି । ଅନ୍ୟ ଜଣେ ଧର ପଚାଶ ପାଦ ପାର କରିଛି । ଅନ୍ୟ ଜଣେ ଶହେ ପାଦ । କିନ୍ତୁ ତୁମକୁ ଦୁଇ ହଜାର ପାଦ ପୂରା କରିବାକୁ ହେବ । ତେଣୁ ସେହି ସମାନ ସିଢ଼ି । ମମ ବର୍ତ୍ତମାନୁବର୍ତ୍ତନ୍ତେ । କାରଣ ଲକ୍ଷ୍ୟ ହେଉଛି ସର୍ବୋଚ୍ଚ ମହଲାକୁ ଯିବା । କିନ୍ତୁ ଯିଏ ଦଶ ପାଦ ଅତିକ୍ରମ କରିଛି, ସେ ପଚାଶ ପାଦ ଅତିକ୍ରମ କରିଥିବା ବ୍ୟକ୍ତି ଠାରୁ ତଳେ ଅଛି । ଏବଂ ଯିଏ ପଚାଶ ପାଦ ଅତିକ୍ରମ କରିଛି, ସେ ଶହେ ପାଦ ଅତିକ୍ରମ କରିଥିବା ବ୍ୟକ୍ତି ଠାରୁ ତଳେ ଅଛି । ତେଣୁ ସେହିପାରି, ଅନେକ ପ୍ରକ୍ରିୟା ଅଛି । କିନ୍ତୁ ସମସ୍ତ ପ୍ରକ୍ରିୟା ସମାନ ନୁହେଁ । ସେମାନେ ଲକ୍ଷ୍ୟ କରୁଛନ୍ତି କର୍ମ, ଜ୍ଞାନ, ଯୋଗ, ଭକ୍ତି, ଗୋଟିଏ ଲକ୍ଷ୍ୟ ଉପରେ, କିନ୍ତୁ ଭକ୍ତି ହେଉଛି ସର୍ବୋଚ୍ଚ ପଦକ୍ଷେପ । କାରଣ ତୁମେ ଯେତେବେଳେ ଭକ୍ତି ସ୍ତରକୁ ଆସିବ, ତେବେ ତୁମେ ବୁଝିପାରିବ କୃଷ୍ଣ କ'ଣ । କର୍ମ, ଜ୍ଞାନ, ଯୋଗ ଦ୍ଵାରା ନୁହେଁ । ତାହା ସମ୍ଭବ ନୁହେଁ । ତୁମେ ଚେଷ୍ଟା କରୁଛ, ତୁମେ ସେହି ଲକ୍ଷ୍ୟ ଦିଗରେ ଯାଉଛ, କିନ୍ତୁ କୃଷ୍ଣ କୁହଁନ୍ତି, ଭକ୍ତ୍ୟା ମାମଭିଜାନାତି (BG 18.55) । ସେ କହି ନାହାଁନ୍ତି, "ଜ୍ଞାନ ଦ୍ଵାରା, କର୍ମ ଦ୍ଵାରା, ଯୋଗ ଦ୍ଵାରା ।" ନା । ତାହା ତୁମେ ବୁଝିପାରିବ ନାହିଁ । ତୁମେ ଆଗକୁ ଯାଇପାର । କିନ୍ତୁ ତୁମେ ଯଦି କୃଷ୍ଣଙ୍କୁ ଜାଣିବାକୁ ଚାହୁଁଛ, ତେବେ ଭକ୍ତି । ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ (BG 18.55) ଏହା ହେଉଛି ପ୍ରକ୍ରିୟା । ସେଥିପାଇଁ ବର୍ତ୍ତାନୁବର୍ତ୍ତନ୍ତେ ଅର୍ଥାତ୍ "ସମସ୍ତେ ସେମାନଙ୍କର କ୍ଷମତା, ଦକ୍ଷତା ଅନୁସାରେ ମୋ ପାଖକୁ ଆସିବାକୁ ଚାହୁଁଛନ୍ତି, କିନ୍ତୁ ଜଣେ ଯିଏ ମୋତେ ପ୍ରକୃତରେ ଜାଣିବାକୁ ଚାହୁଁଛି, ସରଳ ପ୍ରକ୍ରିୟା..." ଯେପରିକି ସିଢ଼ି ଅଛି, କିନ୍ତୁ ଏହି ଦେଶରେ ନୁହେଁ, ଇଉରୋପରେ ଏବଂ ଆମେରିକୀୟ ଦେଶମାନଙ୍କରେ, ପାଖରେ ଲିଫ୍ଟ ମଧ୍ୟ ଅଛି । ତେଣୁ ସର୍ବୋଚ୍ଚ ମହଲାକୁ ଯିବା ପାଇଁ ସିଢି ପରିବର୍ତ୍ତେ, ତୁମେ ଲିଫ୍ଟର ସାହାର୍ଯ୍ୟ ନିଅ । ତୁମେ ତୂରନ୍ତ ଯାଇପାରିବ, ଏକ ମୁହୁର୍ତ୍ତରେ । ତେଣୁ ତୁମେ ଯଦି ଭକ୍ତିରେ ଉନ୍ନତ ହେବ, ତେବେ ତୁମେ ତୂରନ୍ତ କୃଷ୍ଣଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିପାରିବ। ଧିରେ ଧିରେ ଧିରେ ଯିବା ପରିବର୍ତ୍ତେ । ତୁମେ କାହିଁକି ଯିବ? ସେଥିପାଇଃ କୃଷ୍ଣ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) "ତୁମେ କେବଳ ମୋତେ ଆତ୍ମସମର୍ପଣ କର । ତୁମର କାର୍ଯ୍ୟ ସମାପ୍ତ ।" ତୁମେ କାହିଁକି ଏତେ ପରିଶ୍ରମ କରୁଛ? ଧିରେ ଧିରେ ଧିରେ?