OR/Prabhupada 0116 - ତୁମର ମୂଲ୍ୟବାନ ଜୀବନ ବ୍ୟର୍ଥ କର ନାହିଁ

Revision as of 16:45, 14 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0116 - in all Languages Category:OR-Quotes - 1969 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture with Allen Ginsberg at Ohio State University -- Columbus, May 12, 1969

ଆତ୍ମା ଅଛି, ଏବଂ ଏହି ଶରୀର ସେହି ଆତ୍ମାର ମଞ୍ଚ ଉପରେ ବିକସିତ, ଏବଂ ସେହି ଆତ୍ମା ଏକ ଶରୀରରୁ ଅନ୍ୟ ଏକ ଶରୀରକୁ ସ୍ଥାନାନ୍ତରିତ ହୁଏ । ତାହାକୁ ବିକାସ କୁହାଯାଏ । ଏବଂ ସେହି ବିକାସ ପ୍ରକ୍ରିୟା ଚାଲିଆସିଛି, ୮,୪୦୦,୦୦୦ ର ଜୀବ ପ୍ରଜାତି, ଜଳଚର, ପକ୍ଷୀ, ପଶୁ, ଉଦ୍ଭିଦ, ଏବଂ ଅନେକ ପ୍ରଜାତିର ଜୀବ । ଏବଂ ବର୍ତ୍ତମାନ ଆମେ ଏହି ବିକସିତ ଚେତନା ମନୁଷ୍ୟ ରୂପରେ ପାଇଛୁ । ଆମେ ଏହାର ଉଚିତ୍ ଉପଯୋଗ କରିବା ଉଚିତ୍ । ତାହା ହେଉଛି ଆମର କୃଷ୍ଣ ଚେତନା ଅନ୍ଦୋଳନ । ଆମେ କେବଳ ଲୋକମାନଙ୍କୁ ଶିଖିତ କରୁଛୁ, "ତୁମର ମୂଲ୍ୟବାନ ଜୀବନ ବ୍ୟର୍ଥ କର ନାହିଁ, ମନୁଷ୍ୟ ଜୀବନ । ତୁମେ ଯଦି ଏହି ସୁଯୋଗ ଛାଡିଦେବ, ତେବେ ତୁମେ ଅତ୍ମହତ୍ୟା କରୁଛ ।" ତାହା ହେଉଛି ଆମର ପ୍ରଚାର । ଆତ୍ମହତ୍ୟା କର ନାହିଁ । କୃଷ୍ଣ ଚେତନା ଗ୍ରହଣ କର ।

ଏବଂ ଏହି ପ୍ରକ୍ରିୟା ଭାରୀ ସରଳ । ତୁମକୁ ଯୋଗ ପ୍ରଣାଳୀ କିମ୍ଵା ତତ୍ତ୍ଵ ଜ୍ଞାନ ପରି କଠିନ ପ୍ରକ୍ରିୟା, ଅବ୍ୟବହାର୍ଯ୍ୟ ପ୍ରଣାଳୀ ଗ୍ରହଣ କରିବା ଆବଶ୍ୟକ ନାହିଁ । ଏହି ଯୁଗରେ ତାହା ସମ୍ଭବ ନୁହେଁ । ତାହା ହେଉଛି... ମୁଁ ମୋ ନିଜ ଅନୁଭୂତିରୁ କହୁନାହିଁ, କିନ୍ତୁ ମୁଁ ବଡ଼ ଆଚାର୍ଯ୍ୟ ଏବଂ ନିଷ୍ଠାବାନ ସାଧୁମାନଙ୍କ ଅନୁଭୂତି ନେଉଛି । ସେମାନେ କୁହଁନ୍ତି ଯେ କଳୋ ନାସ୍ତି ଏବ ନାସ୍ତି ଏବ ନାସ୍ତି ଏବ ଗତିର୍ ଅନ୍ୟଥା । ଯଦି ତୁମେ ଆତ୍ମ ବୋଧ କରିବାକୁ ଚାହୁଁଛ, ଯଦି ତୁମେ ଜାଣିବାକୁ ଚାହୁଁଛ ତୁମର ପରବର୍ତ୍ତୀ ଜୀବନ କ'ଣ, ଯଦି ତୁମେ ଜାଣିବାକୁ ଚାହୁଁଛ ଭଗବାନ କ'ଣ, ଯଦି ତୁମେ ଭଗବାନଙ୍କ ସହିତ ତୁମର ସମ୍ଵନ୍ଧ କ'ଣ ଜାଣିବାକୁ ଚାହୁଁଛ, ଏହି ସମସ୍ତ କଥା ତୁମ ସମ୍ମୁଖରେ ପ୍ରକଟ ହୋଇଯିବ - ଏହା ହେଉଛି ପ୍ରକୃତ ଜ୍ଞାନ - କେବଳ ଏହି ମନ୍ତ୍ର ଜପ କରିବା ଦ୍ଵାରା, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ । ଏହା ବ୍ୟବହାରିକ । ଆମେ କୌଣସି ମୂଲ୍ୟ ନେଉନାହୁଁ । ଆମେ ତୁମକୁ ମିଥ୍ୟା କହୁ ନାହୁଁ ଯେ " ମୁଁ ତୁମକୁ କିଛି ଗୁପ୍ତ ମନ୍ତ୍ର ଦେବି, ଏବଂ ତୁମଠାରୁ ପଚାଶ ଡଲର ନେବି ।" ନା । ଏହା ସମସ୍ତଙ୍କ ପାଇଁ ଖୋଲା । ଦୟାକରି ଗ୍ରହଣ କର । ତାହା ଆମର ଅନୁରୋଧ । ଆମେ ତୁମକୁ ଭିକ୍ଷା ମାଗୁଛୁ, "ତୁମର ଜୀବନ ନଷ୍ଟ କର ନାହିଁ । ଦୟାକରି ଏହି ମନ୍ତ୍ର ନିଅ । ଯେଉଁଠାରେ ତୁମ ଇଛା ଜପ କର ।" ଏହାକୁ ଅନୁସରଣ କରିବାର କୌଣସି କଠୋର ନିୟମ ନାହିଁ । ଯେତେବେଳେ ତୁମ ଇଛା, ଯେଉଁଠାରେ ତୁମ ଇଛା, ଜୀବନର କୌଣସି ସ୍ଥିତିରେ... ଯେପରି ଆମେ ଅଧ ଘଣ୍ଟା ପୂର୍ବରୁ ଜପ କରିଲୁ । କୌଣସି ସ୍ଥିତିରେ, ତୁମେ ପରମାନନ୍ଦ ଅନୁଭବ କରିବ । ସେହିପରି, ତୁମେ ଏହାକୁ ଜାରି ରଖିବ । ଏହି ହରେ କୃଷ୍ଣ ମନ୍ତ୍ର ଜପ କର । ଏହା ମାଗଣାରେ ତୁମକୁ ଦିଆଯାଉଛି । କିନ୍ତୁ ତୁମେ ଯଦି ତତ୍ତ୍ଵଜ୍ଞାନ ମାଧ୍ୟମରେ ହରେ କୃଷ୍ଣ ମନ୍ତ୍ର କ'ଣ ଜାଣିବାକୁ ଚାହୁଁଛ, ଜ୍ଞାନ ମାଧ୍ୟମରେ, ତର୍କ ମାଧ୍ୟମରେ, ଆମ ପାଖରେ ଅନେକ ପୁସ୍ତକ ଅଛି । ଭାବ ନାହିଁ ଯେ ଆମେ କେବଳ ଭାବ ପ୍ରବଣ ହୋଇ ନୃତ୍ୟ କରୁଛୁ । ନା, ଆମର ପୃଷ୍ଠଭୂମି ଅଛି । ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ବୁଝିବାକୁ ଚେଷ୍ଟା କର । ମୁଁ ବିଶେଷକରି ତୁମ ଦେଶକୁ ଏହି ଭଲ ସନ୍ଦେଶ ଦେବା ପାଇଁ ଆସିଛି, କାରଣ ତୁମେ ଯଦି ଏହାକୁ ଗ୍ରହଣ କରିବ, ତୁମେ ଯଦି ଏହି କୃଷ୍ଣ ଚେତନାର ବିଜ୍ଞାନ ବୁଝିପାରିବ, ଦୁନିଆର ଅନ୍ୟ ଭାଗ ମଧ୍ୟ ଏହାକୁ ଅନୁସରଣ କରିବେ, ଏବଂ ଦୁନିଆର ରୂପ ପରିବର୍ତ୍ତନ ହୋଇଯିବ । ଏହା ହେଉଛି ତଥ୍ୟ ।