OR/Prabhupada 0126 - କେବଳ ମୋ ଗୁରୁ ମାହାରାଜଙ୍କର ସନ୍ତୁଷ୍ଟି ପାଇଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0126 - in all Languages Category:OR-Quotes - 1973 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in India]]
[[Category:OR-Quotes - in India]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0125 - ସମାଜ ଅତ୍ୟନ୍ତ ପ୍ରଦୂଷିତ ଅଟେ|0125|OR/Prabhupada 0127 - ଏକ ମାହାନ ସଂସ୍ଥା ଖାମଖିଆଲି ଯୋଗୁଁ ହଜିଯାଇଛି|0127}}
{{1080 videos navigation - All Languages|Oriya|OR/Prabhupada 0125 - ସମାଜ ଅତ୍ୟନ୍ତ ପ୍ରଦୂଷିତ ଅଟେ|0125|OR/Prabhupada 0127 - ଏକ ମାହାନ ସଂସ୍ଥା ଖାମଖିଆଲି ଯୋଗୁଁ ହଜିଯାଇଛି|0127}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|vzvsim3yz9A|କେବଳ ମୋ ଗୁରୁ ମାହାରାଜଙ୍କର ସନ୍ତୁଷ୍ଟି ପାଇଁ<br />- Prabhupāda 0126}}
{{youtube_right|IHgMoAH9pPs|କେବଳ ମୋ ଗୁରୁ ମାହାରାଜଙ୍କର ସନ୍ତୁଷ୍ଟି ପାଇଁ<br />- Prabhupāda 0126}}
<!-- END VIDEO LINK -->
<!-- END VIDEO LINK -->



Latest revision as of 13:25, 17 October 2018



Lecture on BG 4.18 -- Delhi, November 3, 1973

ମହିଳା ଭକ୍ତ: ଆପଣ କହିଲେ ଯେ ଯଦି ଆମେ କିଛି କାର୍ଯ୍ୟ କାରୁଛୁ, ସେହି କାର୍ଯ୍ୟ ଦ୍ଵାରା କୃଷ୍ଣ ସନ୍ତୁଷ୍ଟ ଅଛନ୍ତି କି ନାହିଁ ଦେଖିବା ପାଇଁ ପରୀକ୍ଷା କରିବା ଉଚିତ୍ । କିନ୍ତୁ ପରୀକ୍ଷା କ'ଣ?

ପ୍ରଭୁପାଦ: ଯଦି ଆଧ୍ୟାତ୍ମିକ ଗୁରୁ ପ୍ରସନ୍ନ ଅଛନ୍ତି, ତେବେ କୃଷ୍ଣ ପ୍ରସନ୍ନ ହେବେ । ତାହା ତୁମେ ପ୍ରତିଦିନ ଗାଉଛ । ଯସ୍ୟ ପ୍ରସାଦଦ୍ ଭଗବତ- ପ୍ରସାଦୋ ଯସ୍ୟପ୍ରସାଦାନ୍ ନ ଗତିଃ କୁତୋ ଅପି । ଯଦି ଆଧ୍ୟାତ୍ମିକ ଗୁରୁ ପ୍ରସନ୍ନ ଅଛନ୍ତି, ତେବେ କୃଷ୍ଣ ପ୍ରସନ୍ନ ହେବେ । ତାହା ହେଉଛି ପରୀକ୍ଷା । ଯଦି ସେ(ଗୁରୁ) ପ୍ରସନ୍ନ ନାହାଁନ୍ତି, ତେବେ ଆମ ପାଖରେ କୌଣସି ରାସ୍ତା ନାହିଁ । ଏହା ବୁଝିବା ଅତି ସରଳ । ମନେକର ଜଣେ କାର୍ଯ୍ୟାଳୟରେ କାମ କରୁଛି, ତେବେ ତତ୍ କାଳ ମାଲିକ ମୂଖ୍ୟ ଅଟେ, ମୂଖ୍ୟ କିରାଣୀ କିମ୍ଵା ସେହି ବିଭାଗର ସଂଚାଳକ । ତେଣୁ ସମସ୍ତେ କାମ କରୁଛନ୍ତି । ଯଦି ସେ ସଂଚାଳକକୁ ସନ୍ତୁଷ୍ଟ କରେ, କିମ୍ଵା ମୂଖ୍ୟ କିରାଣୀକୁ, ତେବେ ଏହା ବୁଝିବାକୁ ହେବ ଯେ ସେ ପ୍ରବନ୍ଧ ନିର୍ଦ୍ଦେଶକଙ୍କୁ ମଧ୍ୟ ସନ୍ତୁଷ୍ଟ କରି ପାରିଛି । ଏହା ଅତ୍ୟନ୍ତ କଷ୍ଟକର ନୁହେଁ । ତୁମର ତତ୍ କାଳ ମାଲିକ, କୃଷ୍ଣଙ୍କର ପ୍ରତିନିଧି, ତାଙ୍କୁ ପ୍ରସନ୍ନ କରିବାକୁ ହେବ । ଯସ୍ୟ ପ୍ରସାଦଦ୍ ଭଗବତ ପ୍ରସାଦୋ ଯସ୍ୟ । ସେଥିପାଇଁ ଆଧ୍ୟାତ୍ମିକ ଗୁରୁଙ୍କର ମାର୍ଗ ଦର୍ଶନର ଆବଶ୍ୟକତା ଅଛି । କୃଷ୍ଣ ଆଧ୍ୟାତ୍ମିକ ଗୁରୁଙ୍କର ରୂପରେ ମାର୍ଗ ଦର୍ଶନ କରିବା ପାଇଁ ଆସନ୍ତି । ତାହା ଚୈତନ୍ୟ ଚରିତାମୃତରେ କୁହାଯାଇଛି । ଗୁରୁ-କୃଷ୍ଣ-କୃପାୟ ।ଗୁରୁ-କୃଷ୍ଣ-କୃପାୟ । ତେଣୁ ଗୁରୁ-କୃପା, ଗୁରୁଙ୍କର କୃପା, ହେଉଛି କୃଷ୍ଣଙ୍କର କୃପା । ତେଣୁ ଯେତେବେଳେ ଉଦ୍ଭୟ ସନ୍ତୁଷ୍ଟ ହୁଅନ୍ତି, ତେବେ ଆମର ରାସ୍ତା ପରିଷ୍କାର ଅଛି । ଗରୁ-କୃଷ୍ଣ-କୃପାୟ ପାଏ ଭକ୍ତି-ଲତା-ବୀଜ (CC Madhya 19.151) । ତେବେ ଆମର ଭକ୍ତି ସେବା ପୂର୍ଣ୍ଣ ଅଟେ । ତେବେ ତୁମେ ଗୁରୁଅଷ୍ଟକରେ ଏହି ବକ୍ତବ୍ୟ ଚିହ୍ନଟ କରି ନାହଁ? ଯସ୍ୟ ପ୍ରସାଦଦ୍ ଭଗବତ- ପ୍ରସାଦୋ ଯସ୍ୟପ୍ରସାଦାନ୍ ନ ଗତିଃ କୁତୋ ଅପି ।

ଯେପରି ଏହି ଆନ୍ଦୋଳନ । ଏହି ଆନ୍ଦୋଳନ କେବଳ ମୋ ଗୁରୁ ମାହାରାଜଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆରମ୍ଭ କରାଯାଇଥିଲା । ସେ ଚାହୁଁଥିଲେ । ଚୈତନ୍ୟ ମହାପ୍ରଭୁ ଚାହୁଁଥିଲେ ଯେ ଏହି ଆନ୍ଦୋଳନ ପୁରା ଦୁନିଆରେ ପ୍ରସାରିତ ହେଉ । ତେଣୁ ସେ ମୋର ଅନେକ ଗୁରୁ ଭାଈମାନଙ୍କୁ ଆଦେଶ ଦେଲେ, ଏବଂ ଇଛା କରିଲେ... ଏପରିକି ଆଦେଶ ନୁହେଁ, ସେ ଚାହୁଁଥିଲେ । ସେ ମୋର କେତେକ ଗୁରୁ ଭାଈମାନଙ୍କୁ ବିଦେଶୀ ଦେଶମାନଙ୍କୁ ପଠାଇଥିଲେ ପ୍ରସାର କରିବା ପାଇଁ, କିନ୍ତୁ କୌଣସି ପ୍ରକାରରେ, ସେ ଅତି ସଫଳ ହେଲେ ନାହିଁ । ତାଙ୍କୁ ଫେରି ଅସିବାକୁ କୁହାଗଲା । ତେଣୁ ମୁଁ ଭାବିଲି, "ମୁଁ ଏହି ବୃଦ୍ଧାବସ୍ଥାରେ ଚେଷ୍ଟା କରି ଦେଖେ ।" ତେଣୁ ଏକମାତ୍ର ଇଛା ଆଧ୍ୟାତ୍ମିକ ଗୁରୁଙ୍କର ଇଛା ପୁରା କରିବା ଥିଲା । ତେବେ ବର୍ତ୍ତମାନ ତୁମେ ମୋତେ ସାହାର୍ଯ୍ୟ କରିଲ । ଏହା ସଫଳ ହେବାକୁ ଯାଉଛି । ଏବଂ ଏହା ହେଉଛି ଯସ୍ୟ ପ୍ରସାଦଦ୍ ଭଗବତ ପ୍ରସାଦଃ ଯଦି ଆମେ ବାସ୍ତବରେ ଦାୟିତ୍ଵପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକ ଗୁରୁଙ୍କର ନିର୍ଦ୍ଦେଶରେ କାମ କରିବା, ତାହା ହେଉଛି କୃଷ୍ଣଙ୍କର ସନ୍ତୁଷ୍ଟି, ଏବଂ କୃଷ୍ଣ ଆମକୁ ଆଗକୁ ବଢ଼ିବାରେ ସାହାର୍ଯ୍ୟ କରିବେ ।