OR/Prabhupada 0128 - ମୁଁ କେବେ ମରିବି ନାହିଁ

Revision as of 13:26, 17 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Press Conference -- July 16, 1975, San Francisco

ସମ୍ବାଦକ: କେତେ ଜଣ ସଭ୍ୟ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ? ମୋତେ କୁହାଯାଇଛି ଯେ ଦୁଇ ହଜାର । ଏହା ପ୍ରାୟ ଠିକ କି?

ପ୍ରଭୁପାଦ:ତାହା ସେମାନେ କହିପାରିବେ ।

ଜୟତୀର୍ଥ: ଆମର ପ୍ରକାଶିତ ସଂଖ୍ୟାନୁଯାୟୀ ସମଗ୍ର ବିଶ୍ଵରେ ଦଶ ହଜାର ସଭ୍ୟ ଅଛନ୍ତି । ସେଥିମଧ୍ୟରୁ କେତେଜଣ ଯୁକ୍ତରାଷ୍ଟ୍ର ଆମେରିକାରେ ଅଛନ୍ତି ତାହା କୁହାଯାଇପାରିବ ନାହିଁ ।

ସମ୍ବାଦକ: ମୁଁ ପାଞ୍ଚ ବର୍ଷ ପୂର୍ବେ ଏହି ଆନ୍ଦୋଳନ ଉପରେ ଏକ ଖବର ଲେଖିଥିଲି ଏବଂ ସେହି ସମୟରେ ସଭ୍ୟ ସଂଖ୍ୟା ଦୁଇ ହଜାର ଥିଲା ଯୁକ୍ତରାଷ୍ଟ୍ର ଆମେରିକାରେ ।

ପ୍ରଭୁପାଦ: ଏହା ବଢିବାରେ ଲାଗିଛି ।

ସମ୍ବାଦକ: ଏହା ବଢୁଛି କି?

ପ୍ରଭୁପାଦ: ଓଃ ହଁ ନିଶ୍ଚିତ ରୂପରେ ।

ଜୟତୀର୍ଥ: ମୁଁ କହିଲି ଯେ ସମଗ୍ର ବିଶ୍ଵର ସଂଖ୍ୟା ଦଶ ହଜାର ବୋଲି ।

ସମ୍ବାଦକ: ହଁ, ମୁଁ ବୁଝିପାରିଲି । ଆପଣଙ୍କ ବୟସ କେତେ ମୋତେ କହିପାରିବ କି?

ଜୟତୀର୍ଥ: ସେ ଆପଣଙ୍କର ବୟସ ଜାଣିବାକୁ ଚାହୁଁଛନ୍ତି, ଶ୍ରୀଲା ପ୍ରଭୁପାଦ ।

ପ୍ରଭୁପାଦ: ହଁ ନିଶ୍ଚିତରେ, ଆଉ ଗୋଟିଏ ମାସ ପରେ ମୋତେ ଅଶି ବର୍ଷ ହେଇଯିବ ।

ସମ୍ବାଦକ(୨): ଅଶି? ପ୍ରଭୁପାଦ: ଅଶି ବର୍ଶ ।

ସମ୍ବାଦକ: କ'ଣ ହେବ...

ପ୍ରଭୁପାଦ: ମୁଁ ୧୮୯୬ ରେ ଜନ୍ମ ନେଇଥିଲି, ଏବେ ତୁମେ ଗଣନା କରିପାରିବ।

ସମ୍ବାଦକ: କ'ଣ ହେବ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ଆପଣଙ୍କ ମୃତ୍ୟୁ ପରେ?

ପ୍ରଭୁପାଦ: ମୁଁ କେବେ ମରିବି ନାହିଁ ।

ଭକ୍ତଗଣ: ଜୟ! ହରି ବୋଲ!(ହସ)

ପ୍ରଭୁପାଦ: ମୁଁ ମୋର ପୁସ୍ତକଗୁଡିକ ପାଇଁ ବଞ୍ଚି ରହିବି, ଏବଂ ତୁମେ ବିନିଯୋଗ କରିବ ।

ସମ୍ବାଦକ: ଆପଣ ଏକ ଉତ୍ତୋରାଧିକାରୀକୁ ପ୍ରଶିକ୍ଷଣ କରୁଛନ୍ତି କି?

ପ୍ରଭୁପାଦ: ହଁ, ମୋର ଗୁରୁ ମହାରାଜା ଏଠାରେ ଅଛନ୍ତି । ମୋ ଗୁରୁ ମହାରାଜାଙ୍କ ଛବି କେଉଁଠି ଅଛି? ବୋଧ ହୁଏ...ଏଠାରେ ଅଛି ।

ସମ୍ବାଦକ: କାହିଁକି ଏହି ହରେ କୃଷ୍ଣ ଆନ୍ଦୋଳନ ସାମାଜିକ ବିରୋଧରେ ସାମିଲ ନାହିଁ?

ପ୍ରଭୁପାଦ: ଆମେ ହେଉଛୁ ସର୍ବିୋତ୍ତମ ସମାଜ ସେବକ । ଲୋକମାନେ ହେଉଛନ୍ତି ଦୁଷ୍ଟ ଏବଂ ବଦମାସ । ଆମେ ସେମାନଙ୍କୁ ଭଗବଦ୍ ଚେତନାର ଭଲ ଶିକ୍ଷା ଦେଉଛୁ । ଆମେ ହେଉଛୁ ସର୍ବିୋତ୍ତମ ସମାଜ ସେବକ । ଆମେ ସବୁ ଅପରାଧକୁ ରୋକିବୁ । ତୁମର ସମାଜ ସେବା କ'ଣ? ହିପ୍ପି ଆଉ ଅପରାଧି ତିଆରି କରୁଛ । ତାହା ସମାଜ ସେବା ନୁହେଁ । ସମାଜ ସେବା ଅର୍ଥ ସବୁ ଜନସାଧାରଣ ବହୁ ଆନନ୍ଦମୟ, ବୁଦ୍ଧିମାନ୍, ଚତୁର, ଭଗବଦ୍ ଚେତନାପୂର୍ଣ୍ଣ, ପ୍ରଥମ ଶ୍ରେଣୀ ବର୍ଗରେ ରହିବା ଉଚିତ୍ । ତାହା ହେଉଛି ସମାଜ ସେବା । ଯଦି ତୁମେ ଚତୂର୍ଥ ଶ୍ରେଣୀ, ପଞ୍ଚମ ଶ୍ରେଣୀ, ଦଶମ ଶ୍ରେଣୀର ଲୋକ ପ୍ରସ୍ତୁତ କରବ ତେବେ ସମାଜ ସେବା କାହିଁ? ଆମେ ତାହା ପ୍ରସ୍ତୁତ କରୁଛୁ । ଦେଖ । ସେ ହେଉଛନ୍ତି ପ୍ରଥମ ଶ୍ରେଣୀର । ସେମାନଙ୍କର, ଅବୈଧ ଯୌନ ସମ୍ପର୍କ, ମଦ୍ୟ ପାନ କରିବା, ମାଂସ ଭକ୍ଷଣ କରିବା, ଜୁଆ ଖେଳିବା ଆଦି କୌଣସି ବଦଅଭ୍ୟାସ ନାହିଁ । ସେମାନେ ସମସ୍ତ ଯୁବକଗଣ । ସେମାନେ ଏହି ସବୁ ଜିନିଷ ପ୍ରତି ଆସକ୍ତ ନୁହଁନ୍ତି । ଏହା ହେଉଛି ସମାଜ ସେବା।

ଭକ୍ତଦାସ: ଶ୍ରୀଲା ପ୍ରଭୁପାଦ, ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ ହରେ କୃଷ୍ଣ ଆନ୍ଦୋଳନ ଦ୍ଵାରା ରାଜନୈତିକ ପ୍ରଭାବ କ'ଣ ପଡିବ?

ପ୍ରଭୁପାଦ: ସବୁକିଛି ପରିଷ୍କାର ହେଇଯିବ ଯଦି ଏହି ହରେ କୃଷ୍ଣ ଆନ୍ଦୋଳନକୁ ଗ୍ରହଣ କରାଯିବ । ୟସ୍ୟାସ୍ତ ଭକଚତିର୍ ଭଗବତି ଅକିଞ୍ଚନା ସର୍ବୈର୍ ଗୁଣୈସ୍ ତତ୍ର ସମାସତେ ସୁରାହ (SB 5.18.12) ଯଦି ଏହି ଭଗବଦ୍ ଚେତନାର ପ୍ରସାର ହେବ, ତେବେ ସମସ୍ତେ ତେଜୋମୟ ଭାବରେ ଯୋଗ୍ୟ ହେବେ । ଏବଂ ଭଗବଦ୍ ଚେତନା ବିନା, ଏହି ତଥା କଥିତ ଶିକ୍ଷା ଯାହା ଆମେ ସକାଳେ ବିଚାର କରୁଥିଲେ, ସେଥିରେ କୌଣସି ମୂଲ୍ୟ ନାହିଁ । କେବଳ ସେମାନେ କଥା କୁହନ୍ତି । ଆମେ କେଉଁ ବିଷୟ ଉପରେ ଚର୍ଚା କରୁଥିଲେ?

ବହୁଳସ୍ଵା: ମନୋବିଜ୍ଞାନ ଆଜି ସକାଳେ ।

ପ୍ରଭୁପାଦ: ତାହାର ଫଳ ହେଉଛି ଛାତ୍ରମାନେ ନିରାଶ ହୋଇ କୋଠା ଉପରୁ ତଳକୁ ଡେଇଁ ପଡୁଛନ୍ତି । ଏବଂ ସେମାନଙ୍କୁ କାଚ ଦ୍ଵାରା ସୁରକ୍ଷିତ କରାଯାଉଛି ।

ବହୁଳସ୍ଵ: ଷାଠିଏ ମସିହାରେ ବେରକ୍ଲି ପରିସରରେ ଥିବା ବେଲ୍ କୋଠାରୁ ଛାତ୍ରମାନେ ଡେଇଁକି ଆତ୍ମହତ୍ୟା କରୁଥିଲେ । ତେଣୁ ସେମାନେ ଛାତ୍ରମାନଙ୍କୁ ଡେଇଁବାରୁ ରୋକିବା ପାଇଁ ସେଠାରେ କାଚ ଲଗାଇଥିଲେ । ତେଣୁ ପ୍ରଭୁପାଦ ବୁଝାଉଥିଲେ ଯେ ତାହା ହେଉଛି ସେମାନଙ୍କ ଶିକ୍ଷା, ଯେ ଶିକ୍ଷା ପାଇବା ପରେ, ସେମାନଙ୍କୁ ଡେଇଁ ଆତ୍ମହତ୍ୟା କରିବାକୁ ପଡୁଥିଲା ।(ହସ)

ପ୍ରଭୁପାଦ: ଏହା ଶିକ୍ଷା ନୁହେଁ । ବିଦ୍ୟା ଦଦାତି ନମ୍ରତା । ଶିକ୍ଷିତ ମାନେ ସେ ହେଉଛି ବିନମ୍ର, ସୁଶିଳ, ଶାନ୍ତ, ଜ୍ଞାନପୂର୍ଣ୍ଣ, ଜୀବନରେ ଜ୍ଞାନର ବ୍ୟବହାରିକ ପ୍ରୟୋଗ, ସହିଷ୍ଣୁ, ମନର ନିୟନ୍ତ୍ରଣ, ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ । ତାହା ହେଉଛି ଶିକ୍ଷା । ଏହି ଶିକ୍ଷା କ'ଣ?

ସାମ୍ବାଦିକ: ତୁମେ ମହାବିଦ୍ୟାଳୟ ଖୋଲିବାକୁ ଚେଷ୍ଟା କରୁଛ କି?

ପ୍ରଭୁପାଦ: ହଁ, ତାହା ମୋର ପରବର୍ତ୍ତୀ ପ୍ରଯତ୍ନ, ତାହା ବର୍ଗୀକରଣ ହିସାବରେ ଶିକ୍ଷା ଦିଆଯିବ । ପ୍ରଥମ ଶ୍ରେଣୀ, ଦ୍ଵିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ, ଚତୂର୍ଥ ଶ୍ରେଣୀ ପର୍ଯ୍ୟନ୍ତ । ଏବଂ ତାପରେ ପଞ୍ଚମ ଶ୍ରେଣୀ, ଷଷ୍ଠ ଶ୍ରେଣୀ, ତାହା ସ୍ଵଚାଳିତ ରୂପରେ ସେଠାରେ ଅଛି । ତେଣୁ ପ୍ରଥମ ଶ୍ରେଣୀର ବ୍ୟକ୍ତି, ନିଶ୍ଚିତରେ, ଅତି କମରେ ସମାଜରେ ଆଦର୍ଶ ଶ୍ରେଣୀର ବ୍ୟକ୍ତି ରହିବା ଦରକାର, ଏବଂ ସେ ଶିକ୍ଷିତ ହେବାକୁ ପଡିବ ମନକୁ ନିୟନ୍ତ୍ରଣ କରିବା ପାଇଁ, ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ, ଅତି ପରିଷ୍କାର, ସତ୍ୟବାଦୀ, ସହିଷ୍ଣୁ, ସରଳ, ଜ୍ଞାନରେ ପୂର୍ଣ୍ଣ, ଜୀବନରେ ଜ୍ଞାନର ବ୍ୟବହାରିକ ପ୍ରୟୋଗ ଏବଂ ଭଗବାନଙ୍କ ଉପରେ ସମ୍ପୁର୍ଣ୍ଣ ବିଶ୍ଵାସ । ସେ ହେଉଛି ପ୍ରଥମ ଶ୍ରେଣୀର ବ୍ୟକ୍ତି ।