OR/Prabhupada 0147 - ସାଧାରଣ ଚାଉଳକୁ ସର୍ବୋଚ୍ଚ ଚାଉଳ କୁହାଯାଏ ନାହିଁ

Revision as of 13:39, 17 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on BG 7.1 -- Hong Kong, January 25, 1975

ଭକ୍ତମାନେ ଜାଣିଛନ୍ତି ଯେ ଭଗବାନ ଅଛନ୍ତି, ଏବଂ ସେ ହେଉଛନ୍ତି ଭଗବାନ । ଈଶ୍ଵରଙ୍କୁ ଭଗବାନ କୁହାଯାଏ । ସେଥିପାଇଁ ଯଦିଓ ଏଠାରେ କୁହାଯାଇଛି... ଭଗବଦ୍ ଗୀତା କୃଷ୍ଣଙ୍କ ଦ୍ଵାରା କୁହାଯାଇଛି, ସମସ୍ତେ ଜାଣିଛନ୍ତି । କିନ୍ତୁ ଭଗବଦ୍ ଗୀତାରେ କେତେକ ସ୍ଥାନରେ ଏହା କୁହାଯାଇଛି ଯେ ଭଗବାନ ଉବାଚ । ଭଗବାନ ଏବଂ କୃଷ୍ଣ - ଏକା ବ୍ୟକ୍ତି । କୃଷ୍ଣସ୍ ତୁ ଭଗବାନ ସ୍ଵୟମ୍ (SB 1.3.28) । ଭଗବାନ, ଭଗବାନ ଶଦ୍ଦର ଏକ ପରିଭାଷା ଅଛି ।

ଐଶ୍ଵର୍ଯ୍ୟସ୍ୟ ସମଗ୍ରସ୍ୟ
ବୀର୍ଯସ୍ୟ ଯଶସଃ ଶ୍ରୀୟଃ
ଜ୍ଞାନ-ବୈରାଜ୍ଞଯୋସ୍ ଚୈବ
ସନ୍ନାମ୍ ଭଗ ଇତିନ୍ଗନା
(Viṣṇu Purāṇa 6.5.47)

ଭଗ, ଆମେ ଭାଗ୍ୟବାନ ଶଦ୍ଦକୁ ବୁଝୁ, ଭାଗ୍ୟ । ଭାଗ୍ୟ, ଭାଗ୍ୟବାନ, ଏହି ଶଦ୍ଦ ଭଗରୁ ଆସିଅଛି । ଭଗ ଅର୍ଥାତ୍ ସମୃଦ୍ଧି । ସମୃଦ୍ଧି ଅର୍ଥାତ୍ ଧନ । କିପରି ଏକ ବ୍ୟକ୍ତି ସମୃଦ୍ଧ ହୋଇ ପାରିବ? ଯଦି ତା ପାଖରେ ଧନ ଥାଏ, ଯଦି ତା ପାଖରେ ବୁଦ୍ଧି ଥାଏ, ଯଦି ତା ପାଖରେ ସୁନ୍ଦରତା ଥାଏ, ଯଦି ତା ପାଖରେ ପ୍ରତିଷ୍ଠା ଥାଏ, ଯଦି ତା ପାଖରେ ଜ୍ଞାନ ଥାଏ, ଯଦି ସେ ତ୍ୟାଗୀ ହୋଇଥିବ - ଏହା ହେଉଛି ଭଗବାନର ଅର୍ଥ ।

ତେଣୁ ଯେତେବେଳେ ଆମେ "ଭଗବାନ" କହୁ, ଏହି ଭଗବାନ, ପରମେଶ୍ଵର... ଈଶ୍ଵର, ପରମେଶ୍ଵର; ଆତ୍ମା, ପରମାତ୍ମା; ବ୍ରହ୍ମ, ପରବ୍ରହ୍ମ - ଦୁଇଟି ଶଦ୍ଦ ଅଛି । ଗୋଟିଏ ସାଧାରଣ , ଏବଂ ଅନ୍ୟଟି ପରମ, ସର୍ବୋଚ୍ଚ ଅଟେ । ଯେପରି ଆମର ରୋଷେଇ କରିବାର ପ୍ରକ୍ରିୟାରେ ଆମେ ଚାଉଳରୁ ବିଭିନ୍ନ ପ୍ରକାରର ବ୍ୟଂଜନ ପ୍ରସ୍ତୁତ କରିପାରିବା । ଚାଉଳ ଅଛି । ବିଭିନ୍ନ ପ୍ରକାରର ନାମ ଅଛି: ଅନ୍ନ, ପରମାନ୍ନ, ପୁଷ୍ପନ୍ନ, କିଚୋରାନ୍ନ, ସେହିପରି । ତେଣୁ ସର୍ବୋଚ୍ଚ ଅନ୍ନକୁ ପରମାନ୍ନ କୁହାଯାଏ । ପରମ ଅର୍ଥାତ୍ ସର୍ବୋଚ୍ଚ । ଅନ୍ନ, ଚାଉଳ, ସେଠାରେ ଅଛି, କିନ୍ତୁ ଏହା ସର୍ବୋଚ୍ଚ ହୋଇଯାଇଛି । ସାଧାରଣ ଚାଉଳକୁ ସର୍ବୋଚ୍ଚ ଚାଉଳ କୁହାଯାଏ ନାହିଁ । ଏହା ମଧ୍ୟ ଚାଉଳ । ଏବଂ ଯେତେବେଳେ ତୁମେ କ୍ଷୀର ସହିତ ଚାଉଳ ପ୍ରସ୍ତୁତ କର, ଏବଂ ଅନ୍ୟ ଭଲ ସାମଗ୍ରୀ, ଏହାକୁ ପରମାନ୍ନ କୁହାଯାଏ । ସେହିପରି, ଜୀବ ଏବଂ ଭଗବାନ ଲକ୍ଷଣ ହେଉଛି - ବ୍ୟବହାରିକ ରୂପରୁ ସମାନ । ଭଗବାନ...ଆମେ ଏହି ଶରୀର ପାଇଛୁ; ଭଗବାନ ଏହି ଶରୀର ପାଇଛନ୍ତି । ଭଗବାନ ମଧ୍ୟ ଜୀବିତ ବ୍ୟକ୍ତି, ଆମେ ମଧ୍ୟ ଜୀବିତ ବ୍ୟକ୍ତି । ଭଗବାନଙ୍କର ରଚନାତ୍ମକ ଶକ୍ତି ଅଛି; ଆମର ମଧ୍ୟ ରଚନାତ୍ମକ ଶକ୍ତି ଅଛି । କିନ୍ତୁ ଅନ୍ତର ହେଉଛି ସେ ବହୁତ ମହାନ ଅଟନ୍ତି । ଏକୋ ଯୋ ବହୁନାମ୍ ବିଧଧାନ୍ତି କମାନ । ଯେତେବେଳେ ଭଗବାନ ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ, ସେ କାହାର ସହାୟତା ଆବଶ୍ୟକ କରି ନ ଥିଲେ । ସେ ଆକାଶ ସୃଷ୍ଟି କରିଲେ । ଆକାଶରୁ ଧ୍ଵନି ଉତ୍ପନ ହୁଏ; ଧ୍ଵନିରୁ ବାୟୁ, ବାୟୁରୁ ଅଗ୍ନି; ଅଗ୍ନିରୁ ଜଳ, ଏବଂ ଜଳରୁ ପୃଥିବୀ ଆସେ ।