OR/Prabhupada 0149 - କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ପରମ ପିତାଙ୍କୁ ଖୋଜିବା

Revision as of 11:39, 20 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0149 - in all Languages Category:OR-Quotes - 1976 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Tenth Anniversary Address -- Washington, D.C., July 6, 1976

ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ପରମ ପିତାଙ୍କୁ ଖୋଜିବା । ପରମ ପିତା । ତାହା ହେଉଛି ଏହି ଅନ୍ଦୋଳନର ସାଂରାଶ ଏବଂ ତାତ୍ପର୍ଯ୍ୟ । ଯଦି ଆମେ ଜାଣିବା ନାହିଁ କିଏ ଆମର ପିତା, ତାହା ଏକ ଭଲ ସ୍ଥିତି ନୁହେଁ । ଅତି କମରେ, ଭାରତରେ, ଏହା ଏକ ପ୍ରଥା, ଯଦି ଜଣେ ତାର ପିତାର ନାମ କହିପାରେ ନାହିଁ, ତେବେ ସେ ବହୁତ ସମ୍ମାନ ଜନକ ବ୍ୟକ୍ତି ନୁହେଁ । ଏବଂ ନ୍ୟାୟାଳୟରେ ମଧ୍ୟ ଏହା ଏକ ପ୍ରଣାଳୀ ଯେ ତୁମେ ତୁମର ନାମ ଲେଖ, ତୁମକୁ ତୁମର ପିତାଙ୍କର ନାମ ଲେଖିବାକୁ ହେବ । ତାହା ହେଉଛି ଭାରତ, ବୈଦିକ ପ୍ରଣାଳୀ, ଏବଂ ନାମ, ତାର ନିଜ ନାମ, ତାର ପିତାଙ୍କର ନାମ ଏବଂ ତାର ଗାଁର ନାମ । ଏହି ତିନୋଟି ଏକା ସାଙ୍ଗରେ ସଂଯୁକ୍ତ । ମୁଁ ଭାବୁଛି ଏହି ପ୍ରଣାଳୀ ଅନ୍ୟ ଦେଶମାନଙ୍କରେ ମଧ୍ୟ ପ୍ରଚଳିତ, କିନ୍ତୁ ଭାରତରେ, ଏହା ହେଉଛି ପ୍ରଣାଳୀ । ପ୍ରଥମ ନାମ ହେଉଛି ତାର ନିଜ ନାମ, ଦ୍ଵିତୀୟ ନାମ ହେଉଛି ତାର ପିତାଙ୍କର ନାମ, ଏବଂ ତୃତୀୟ ନାମ ହେଉଛି ତାର ଗାଁର ନାମ କିମ୍ଵା ଦେଶର ନାମ ଯେଉଁଠାରେ ସେ ଜନ୍ମ ହୋଇଛି । ଏହା ହେଉଛି ପ୍ରଣାଳୀ । ତେଣୁ ପିତାଙ୍କର..., ଆମେ ପିତାଙ୍କୁ ଜାଣିବା ଉଚିତ୍ । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ଯଦି ଆମେ ଆମ ପିତାଙ୍କ ପ୍ରତି ବିସ୍ମରଣଶୀଳ ରହିବା, ତାହା ଏକ ଭଲ ସ୍ଥିତି ନୁହେଁ । ଏବଂ କେଉଁପ୍ରକାରର ପିତା? ପରମ ବ୍ରହ୍ମା ପରମ ଧାମ (BG 10.12) । ସବୁଠାରୁ ଧନବାନ । ଗରୀବ ପିତା ନୁହେଁ ଯିଏ ତାର ପିଲାକୁ ଖାଦ୍ୟ ଖୁଆଇ ପାରିବ ନାହିଁ । ଏହା ସେହି ପିତା ନୁହେଁ । ଏକୋ ଯୋ ବହୁନାମ୍ ବିଦଧାତି କାମାନ୍ । ସେହି ପିତା ଏତେ ଧନୀ ଯେ ସେ ଏକେଲା ଲକ୍ଷ ଲକ୍ଷ ଏବଂ କୋଟି ଜୀବଙ୍କୁ ଖୁଆଉଛନ୍ତି । ଆଫ୍ରିକାରେ ଶହେ ଏବଂ ଲକ୍ଷେ ହାତୀ ଅଛନ୍ତି । ସେ ସେମାନଙ୍କୁ ଖୁଆଉଛନ୍ତି । ଏବଂ କୋଠରି ମଧ୍ୟରେ ଏକ ଗାତ ଅଛି, ସେଠାରେ ଲକ୍ଷେ ପିମ୍ପୁଡି ରହିପାରନ୍ତି । ସେ ସେମାନଙ୍କୁ ମଧ୍ୟ ଖୁଆଉଛନ୍ତି । ଏକୋ ଯୋ ବହୁନାମ୍ ବିଦଧନ୍ତି କାମାନ୍ । ନିତ୍ୟୋ ନିତ୍ୟାନାମ୍ ଚେତନସ୍ ଚେତନାନାମ୍ (Katha Upanisad 2.2.13) । ବୈଦିକ ସୂଚନା ଅଛି । ତେଣୁ ମନୁଷ୍ୟ ଜୀବନ, ଏହା ପିତା କିଏ ଜାଣିବା ପାଇଁ ହୋଇଛି, ତାଙ୍କର ନିୟମ କ'ଣ, ଭଗବାନ କିଏ, ତାଙ୍କ ସହିତ ଆମର ସମ୍ପର୍କ କ'ଣ । ଏହା ହେଉଛି ବେଦାନ୍ତ । ବେଦାନ୍ତ ନୁହେଁ କିଛି ନିରର୍ଥକ କଥା ହେବା ଏବଂ ପିତାଙ୍କ ସହିତ କୌଣସି ସମ୍ପର୍କ ନ ହେବା । ଶ୍ରମ ଏବ ହି କେବଳମ୍ । ଯଦି ତୁମେ ଜାଣି ନାହଁ ତୁମର ପିତା କିଏ...

ଧର୍ମଃ ସ୍ଵନୁସ୍ଥିତଃ ପୁମ୍ସାମ୍
ବିଶ୍ଵକ୍ଶୋନ କଥାସୁ ଯଃ
ନୋତ୍ପାଦୟେଦ୍ ଯଦି ରତିମ୍
ଶ୍ରମ ଏବ ହି କେବଳମ୍
(SB 1.2.8)

ଏହାର ଆବଶ୍ୟକତା ନାହିଁ । ଏବଂ କୃଷ୍ଣ କୁହଁନ୍ତି, ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ (BG 15.15) । ତେବେ ତୁମେ ବେଦାନ୍ତ ବାଦୀ ହୋଇଯିବ, ତାହା ଭାରୀ ଭଲ । ବେଦାନ୍ତର ପ୍ରରମ୍ଭରେ ଏହା କୁହାଯାଇଛି ଯେ ପରମ ସତ୍ୟ ହେଉଛି ଯେଉଁଠାରୁ ସବୁକିଛି ଆସୁଛି । ଅଥାତୋ ବ୍ରହ୍ମ ଜିଜ୍ଞାସା । ଏହା ହେଉଛି ପ୍ରାରମ୍ଭ । ବର୍ତ୍ତମାନ ମନୁଷ୍ୟ ଜୀବନ ପରମ ସତ୍ୟକୁ ବୁଝିବାକୁ ହୋଇଛି, ଜିଜ୍ଞାସା । ଜଣେ ଅନୁସନ୍ଧାନ କରିବା ଉଚିତ୍ ପରମ ସତ୍ୟ କ'ଣ । ତାହା ହେଉଛି ପରମ ସତ୍ୟ, ପରମ ସତ୍ୟକୁ ଖୋଜିବା । ତେଣୁ ପରବର୍ତ୍ତୀ ସୂତ୍ର ତୂରନ୍ତ କୁହେ ଯେ ପରମ ସତ୍ୟ ହେଉଛି ତାହା ଯାହା ସବୁକିଛିର ସ୍ରୋତ ଅଟେ । ଏବଂ ସେହି ସବୁକିଛି କ'ଣ? ଦୁଇଟି ଜିନିଷ ଆମେ ପାଇବା: ସଜୀବ ଏବଂ ନିର୍ଜୀବ । ବ୍ୟବହାରିକ ଅନୁଭବ । ସେମାନଙ୍କ ମଧ୍ୟରୁ କିଛି ସଜୀବ ଏବଂ କିଛି ନିର୍ଜୀବ ଅଟନ୍ତି । ଦୁଇଟି ଜିନିଷ । ବର୍ତ୍ତମାନ ଆମେ ଏହି ବିଭିନ୍ନତାକୁ ବିସ୍ତାର କରି ପାରିବା । ତାହା ଅନ୍ୟ ଏକ କଥା । କିନ୍ତୁ ଦୁଇଟି ଜିନିଷ ଅଛି । ତେଣୁ ଏହି ଦୁଇଟି ଜିନିଷ, ଆମେ ଦେଖିବା ଯେ ଏହି ଦୁଇଟି ଜିନିଷ ଉପରେ ଏକ ନିୟନ୍ତ୍ରକ ଅଛନ୍ତି, ସଜୀବ ଏବଂ ନିର୍ଜୀବ । ତେଣୁ ବର୍ତ୍ତମାନ ଆମକୁ ଅନୁସନ୍ଧାନ କରିବାକୁ ହେବ କି ଏହି ଦୁଇଟି ଜିନିଷର ସ୍ରୋତ, ସଜୀବ ଏବଂ ନିର୍ଜୀବ, ଏହାର ସ୍ଥିତି କ'ଣ? ଶ୍ରୀମଦ୍ ଭାଗବତମ୍ ରେ ସ୍ଥିତି ବର୍ଣ୍ଣନା କରାଯାଇଛି, ଜନ୍ମାଦୟ ଅସ୍ୟ ଯତୋ ଅନ୍ଵାୟାଦ୍ ଇତରତସ୍ ଚାରତେଷୁ ଅଭିଜ୍ଞାଃ (SB 1.1.1) । ଏହା ହେଉଛି ବର୍ଣ୍ଣନା । ସବୁ କିଛିର ମୂଳ ସ୍ରୋତ ହେଉଛି ଅଭିଜ୍ଞା । କିପରି? ଅନ୍ଵାୟଦ୍ ଇତରତସ୍ ଚାରତେଷୁ । ଯଦି ମୁଁ କିଛି ତିଆରି କରିଛି, ମୁଁ ସବୁକିଛି ଜାଣିଛି, ସମସ୍ତ ସୂଚନା । ଅନ୍ଚୟାଦ୍, ପ୍ରତ୍ୟକ୍ଷ କିମ୍ଵା ପରୋକ୍ଷ ଭାବରେ, ମୁଁ ଜାଣିଛି । ଯଦି ମୁଁ କିଛି ତିଆରି କରିଛି... ମନେକର ମୁଁ କିଛି ବିଶେଷ ରୋଷେଇ ଜାଣିଛି, ତେବେ ମୋତେ ସବୁ ସୂଚନା ଜଣା କି କିପରି ଏହା କରାହେବ । ତାହା ହେଉଛି ମୂଳ । ତେଣୁ ସେହି ମୂଳ ହେଉଛନ୍ତି କୃଷ୍ଣ । କୃଷ୍ଣ କୁହଁନ୍ତି, ବେଦେହମ୍ ସମତିତାନି (BG 7.26) "ମୁଁ ସବୁକିଛି ଜାଣିଛି - ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ।" ମତଃ ସର୍ବମ୍ ପ୍ରବର୍ତତେ । ଅହମାଦିର୍ହି ଦେବାନାଂ (BG 10.2) । ସୃଷ୍ଟିର ସିଦ୍ଧାନ୍ତ ଅନୁସାରେ...ସିଦ୍ଧାନ୍ତ ନୁହେଁ, ତଥ୍ୟ । ବ୍ରହ୍ମା, ବିଷ୍ଣୁ, ମହେଶ୍ଵର । ତେଣୁ ଏମାନେ ହେଉଛନ୍ତି ମୂଖ୍ୟ ଦେବତା । ତେବେ ବିଷ୍ଣୁ ହେଉଛନ୍ତି ମୂଳ । ଅହମ୍ ଅଦିର୍ ହି ଦେବାନାମ୍ । ସୃଷ୍ଟି, ପ୍ରଥମେ ମହାବିଷ୍ଣୁ; ତାପରେ ମହାବିଷ୍ଣୁଙ୍କ ଠାରୁ ଗର୍ଭୋଦକଶାୟୀ ବିଷ୍ଣୁ । ଏବଂ ତାଙ୍କ ଠାରୁ ବ୍ରହ୍ମା ଆସନ୍ତି । ବ୍ରହ୍ମା ଗର୍ଭୋଦକଶାୟୀ ବିଷ୍ଣୁଙ୍କ ଠାରୁ ପଦ୍ମ ଫୁଲରେ ଜନ୍ମ, ତାପରେ ସେ ରୁଦ୍ରଙ୍କୁ ଜନ୍ମ ଦିଅନ୍ତି । ଏହା ହେଉଛି ସୃଷ୍ଟିର ବର୍ଣ୍ଣନା । ତେଣୁ କୃଷ୍ଣ କୁହଁନ୍ତି ଅହମ୍ ଆଦିର୍ ହି ଦେବାନମ୍ । ସେ ମଧ୍ୟ ବିଷ୍ଣୁଙ୍କର ମୂଳ କାରଣ, ଶାସ୍ତ୍ରରୁ ଆମେ କହିପାରିବା ଯେ, କୃଷ୍ଣସ୍ ତୂ ଭଗବାନ ସ୍ଵୟମ୍ (SB 1.3.28) । ଭଗବତର ମୂଳ ବ୍ୟକ୍ତିତ୍ଵ ହେଉଛନ୍ତି କୃଷ୍ଣ । ଏବଂ କୃଷ୍ଣଙ୍କର ପ୍ରଥମ ବିସ୍ତାର ହେଉଛନ୍ତି ବଳଦେବ । ତାପରେ ତାଙ୍କ ଠାରୁ ଏହି ଚତୁର ବ୍ୟୂହ ବାସୁଦେବ, ସଂକର୍ଷଣ, ଅନିରୁଦ୍ଧ, ଏହି ପ୍ରକାରରେ । ତାପରେ ନାରାୟଣ । ନାରାୟଣଙ୍କ ଠାରୁ, ଦ୍ଵିତୀୟ ଚତୁର ବ୍ୟୂହ, ଏବଂ ଦ୍ଵିତୀୟ ଚତୁର ବ୍ୟୂହ ଠାରୁ, ସଂକର୍ଷଣ, ମହାବିଷ୍ଣୁ । ଏହି ପ୍ରକାରରେ ତୁମକୁ ଶାସ୍ତ୍ର ଶିଖିବାକୁ ହେବ । ତୁମେ ତାହା ବାସ୍ତବରେ ପାଇବ, ଯେପରି ଶାସ୍ତ୍ରରେ କୁହାଯାଇଛି, କୃଷ୍ଣସ୍ତୁ ଭଗବାନ ସ୍ଵୟଂ । ଏବଂ କୃଷ୍ଣ କୁହଁନ୍ତି, ଅହମାଦିର୍ହି ଦେବାନାଂ (BG 10.2)। ଅହଂ ସର୍ବସ୍ୟ ପ୍ରଭାବୋ ମତ୍ତଃ ସର୍ବ ପ୍ରବର୍ତତେ (BG 10.8) । ଏବଂ ଅର୍ଜୁନ ସ୍ଵୀକାର କରନ୍ତି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନଂ (BG 10.12) । ତେଣୁ ଆମକୁ ଶାସ୍ତ୍ର ସ୍ଵୀକାର କରିବାକୁ ପଡ଼ିବ । ଶାସ୍ତ୍ର-ଚକ୍ଶୁଶାତ୍ଃ ତୁମକୁ ଶାସ୍ତ୍ର ମାଧ୍ୟମରେ ଦେଖିବାକୁ ପଡ଼ିବ । ଏବଂ ତୁମେ ଯଦି ଶାସ୍ତ୍ର ଶିଖିଯିବ, ତେବେ ତୁମେ ପାଇବ କୃଷ୍ଣସ୍ତୁ ଭଗବାନ ସ୍ଵୟଂ । ତେଣୁ ୈହି କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ମାନବ ସମାଜ ପାଇଁ ପରମ ପୁରୁଷ ଭଗବାନଙ୍କୁ ଉପସ୍ଥାପନ କରିବା । ଏହା ହେଉଛି କୃଷ୍ଣ ଚେତନା ଅନ୍ଦୋଳନ । ତେବେ ଆମେ ଏହି ଆନ୍ଦୋଳନ ପଂଜୀକରଣ କରି ୧୯୬୬ ରେ ଆରମ୍ଭ କରିଥିଲୁ । ଆମର ରୂପାନୁରାଗ ପ୍ରଭୁ ପୂର୍ବରୁ ବର୍ଣ୍ଣନା କରିଦେଇଛନ୍ତି । ତେଣୁ ଏହି ଆନ୍ଦୋଳନକୁ ଗମ୍ଭୀରତାର ସହିତ ନିଅ । ସେହି କୃଷ୍ଣ, ପାଞ୍ଚ ହଜାର ବର୍ଷ ପୂର୍ବେ ଆରମ୍ଭ କରିଥିଲେ । ଏବଂ ସେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ ତାଙ୍କ ଶିଷ୍ୟ ଅର୍ଜୁନଙ୍କ ସହିତ । ତାପରେ ଚୈତନ୍ୟ ମହାପ୍ରଭୁ, ପାଞ୍ଚଶହ ବର୍ଷ ପୂର୍ବେ, ସେ ଏହି ଆନ୍ଦୋଳନକୁ ପୁନର୍ଜୀବିତ କରିଥିଲେ । ସେ ନିଜେ ହେଉଛନ୍ତି କୃଷ୍ଣ । ଏବଂ ତାହା ଚାଲିଛି । ଭାବ ନାହିଁ ଯେ ଏହା ଏକ କୃତିମ ଆନ୍ଦୋଳନ । ନା । ଏହା ଅଧିକୃତ ଆନ୍ଦୋଳନ ଏବଂ ଅଧିକାରୀମାନଙ୍କ ଦ୍ଵାରା ସ୍ଵୀକୃତ । ମହାଜନୋ ଯେନ ଗତଃ ସ ପଂତଃ (CC Madhya 17.186) ଶାସ୍ତ୍ରରେ ମାହାଜନମାନଙ୍କ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି । ତେଣୁ କୃଷ୍ଣ ଚେତନା ଆନ୍ଦୋଳନରେ ସ୍ଥିର ରୁହ ଏବଂ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କର । ଆମ ପାଖରେ ଏତେ ସାରା ସାହିତ୍ୟ ଅଛି, ଅଧିକୃତ ସାହିତ୍ୟ । ଏବଂ ତୁମ ଜୀବନ ସାର୍ଥକ କର । ବହୁତ ବହୁତ ଧନ୍ୟବାଦ ।