OR/Prabhupada 0167 - ଭଗବାନଙ୍କ ନିର୍ମିତ ନିୟମରେ କୌଣସି ତୃଟି ନ ଥାଏ

Revision as of 22:39, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on SB 6.1.8-13 -- New York, July 24, 1971

ମଣିଷ ତିଆରି ନିୟମରେ, ସେମାନେ ନର ହତ୍ୟାକୁ ବିଚାର କରନ୍ତି। ଏବଂ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ମିଳେ । ପଶୁଙ୍କ ପାଇଁ କାହିଁକି ନୁହେଁ? ପଶୁ ମଧ୍ୟ ଏକ ଜୀବ । ମଣିଷ ମଧ୍ୟ ଏକ ଜୀବ । ତେଣୁ ଯଦି ତୁମ ପାଖରେ ନିୟମ ଅଛି ଯେ ଏକ ଲୋକ ଅନ୍ୟ ଏକ ଲୋକର ହତ୍ୟା କରେ ତେବେ ତାକୁ ମୃତ୍ୟୁଦଣ୍ଡ ମିଳିବ, ଯଦି ଜଣେ ଲୋକ ଏକ ପଶୁ ହତ୍ୟା କରେ ତେବେ ତାକୁ ମଧ୍ୟ ମୃତ୍ୟୁଦଣ୍ଡ କାହିଁକି ମିଳୁନାହିଁ? କାରଣ କ'ଣ? ଏହି ମଣିଷ ତିଆରି ନିୟମ ତୃଟିପୂର୍ଣ୍ଣ ଯୁକ୍ତ । କିନ୍ତୁ ଭଗବାନଙ୍କ ନିର୍ମିତ ନିୟମରେ କୌଣସି ତୃଟି ନ ଥାଏ । ଭଗବାନଙ୍କ ନିର୍ମିତ ନିୟମ, ଯଦି ତୁମେ ଏକ ପଶୁର ହତ୍ୟା କରିବ, ତୁମେ ମନୁଷ୍ୟ ହତ୍ୟା କରିବାର ଦଣ୍ଡ ସହିତ ସମାନ ଦଣ୍ଡ ଭୋଗିବ । ତାହା ହେଉଛି ଭଗବାନଙ୍କ ନିୟମ । ସେଥିରେ କୌଣସି ବାହାନା ଚଳିବ ନାହିଁ ଯେ, ଯେତେବେଳେ ତୁମେ ମନୁଷ୍ୟ ହତ୍ୟା କରିବ ତୁମକୁ ଦଣ୍ଡ ମିଳିବ, କିନ୍ତୁ ଯେତେବେଳେ ତୁମେ ପଶୁ ହତ୍ୟା କରିବ ତୁମକୁ ଦଣ୍ଡ ମିଳିବ ନାହିଁ । ଏହା ଅପମିଶ୍ରିତ । ଏହା ଉଚିତ୍ ନିୟମ ନୁହେଁ । ସେଥିପାଇଁ ପ୍ରଭୁ ଜୀଶୁକ୍ଷ୍ରିଷ୍ଟ ଦଶ ଉପଦେଶରେ କହିଥିଲେ, "ତୁମେ ହତ୍ୟା କରିବ ନାହିଁ ।" ତାହା ହେଉଛି ଉଚିତ୍ ନିୟମ । ତାହା ନୁହେଁ ଯେ ତୁମେ ଭେଦଭାବ କରିବ ଯେ "ମୁଁ ମନୁଷ୍ୟ ହତ୍ୟା କରିବିନାହିଁ, କିନ୍ତୁ ପଶୁ ହତ୍ୟା କରିବି ।"

ବିଭିନ୍ନ ପ୍ରକାରର ପ୍ରାୟଶ୍ଚିତ ଅଛି । ବୈଦିକ ନିୟମ ଅନୁସାରେ, ଯଦି ଏକ ଗାଈର ବେକ ବନ୍ଧା ହୋଇଥିବା ସମୟରେ ସେ ମରିଯାଏ... କାରଣ ଅସୁରକ୍ଷିତ ଥିଲା, ଏବଂ କୌଣସି ପ୍ରକାରରେ ମରିଗଲା, ଏବଂ ତାର ବେକରେ ରଶି ବନ୍ଧା ହୋଇଥିଲା, ଗାଈର ମାଲିକକୁ କିଛି ପ୍ରାୟଶ୍ଚିତ କରିବାକୁ ପଡ଼ିବ । କାରଣ ଏହା ଧରାଯାଏ ଯେ ରଶିରେ ବନ୍ଧା ହୋଇଥିବା ଯୋଗୁଁ ଗାଈଟି ମରିଗଲା, ପ୍ରାୟଶ୍ଚିତ କରିବାକୁ ପଡ଼ିବ । ବର୍ତ୍ତମାନ ତୁମେ ଯଦି ସ୍ଵଇଛାରେ ଗାଈର ହତ୍ୟା କର ଏବଂ ଏତେ ସାରା ପଶୁମାନଙ୍କର, ତେବେ ଆମେ କେତେ ପରିମାଣରେ ଉତ୍ତରଦାୟୀ ହେବା । ସେଥିପାଇଁ ବର୍ତ୍ତମାନ ସମୟରେ ଯୁଦ୍ଧ ହେଉଛି, ଏବଂ ମନୁଷ୍ୟ ସମାଜ ମଧ୍ୟ ସାମୁହିକ ନରସଂହାରର ଦଣ୍ଡ ଭୋଗୁଛି - ପ୍ରକୃତିର ନିୟମ । ତୁମେ ଯୁଦ୍ଧ ଏବଂ ପଶୁହତ୍ୟା ବନ୍ଦ କରିପାରିବ ନାହିଁ । ତାହା ସମ୍ଭବ ନୁହେଁ । ଅନେକ ଦୁର୍ଘଟଣା ଘଟିବ ମୃତ୍ୟୁ ପାଇଁ । ସାମୁହିକ ମୃତ୍ୟୁ ହେବ । ଯେତେବେଳେ କୃଷ୍ଣ ମାରିବେ, ସେ ସାମୁହିକ ଭାବରେ ମାରିବେ । ଯେତେବେଳେ ମୁଁ ମାରିବି - ଜଣଙ୍କ ପରେ ଜଣେ । କିନ୍ତୁ ଯେତେବେଳେ କୃଷ୍ଣ ମାରିବେ, ସେ ସମସ୍ତ ହତ୍ୟାକାରୀମାନଙ୍କୁ ଏକତ୍ରିତ କରିବେ ଏବଂ ତାପରେ ମାରିବେ । ସେଥିପାଇଁ ଶାସ୍ତ୍ରରେ ପ୍ରାୟଶ୍ଚିତ ଅଛି । ଯେପରିକି ତୁମ ବାଇବେଲରେ ମଧ୍ୟ ପ୍ରାୟଶ୍ଚିତ ଅଛି, ଅଙ୍ଗୀକାର କରିବା, କିଛି ଶୁଳ୍କ ଦେବା । କିନ୍ତୁ ପ୍ରାୟଶ୍ଚିତ କରି ସାରିଲା ପରେ, କାହିଁକି ଲୋକମାନେ ପୁନଃ ସେହି ପାପ କରୁଛନ୍ତି? ତାହା ବୁଝିବାକୁ ହେବ ।