OR/Prabhupada 0172 - ପ୍ରକୃତ ଧର୍ମ ହେଉଛି କୃଷ୍ଣଙ୍କୁ ଅତ୍ମ ସମର୍ପଣ କରିବା

Revision as of 11:49, 4 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0172 - in all Languages Category:OR-Quotes - 1974 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 1.5.30 -- Vrndavana, August 11, 1974

ତାହା ହେଉଛି ଧର୍ମ, କୃଷ୍ଣଙ୍କୁ ଅତ୍ମସମର୍ପଣ କରିବା । ଅନ୍ୟଥା, ଯେପରି ଏହା ଶ୍ରୀମଦ୍ ଭାଗବତରେ କୁହାଯାଇଛି, ଧର୍ମଃ ପ୍ରୋଜ୍ଜତିତ-କୈତବୋ ଅତ୍ର (SB 1.1.2) । ସମସ୍ତ ପ୍ରକାରର ଧର୍ମ ପ୍ରଣାଳୀ ଯାହା ଛଳ କରେ ତାକୁ ଭାଗବତରୁ ବାହାର କରିଦିଆଯାଏ, ଶ୍ରୀମଦ୍ ଭାଗବତ । ବାହାର କରିଦିଆଯାଏ, ପ୍ରୋଜ୍ଜତିତ । ସର୍ବୋଚ୍ଚରେ ଲୀନ ହେବା ପାଇଁ, ଭଗବାନ ହେବା ପାଇଁ, ଭଗବାନଙ୍କର ଅବତାର ହେବା ପାଇଁ - ଏହି ପ୍ରକାରର ଧର୍ମ ପ୍ରଣାଳୀଗୁଡ଼ିକୁ କଠୋରତା ପୂର୍ବକ ଶ୍ରୀମଦ୍ ଭାଗବତରୁ ବାହାର କରିଦିଆଯାଏ । କାରଣ ସେଗୁଡ଼ିକ ଧର୍ମ ନୁହଁନ୍ତି । ପ୍ରକୃତ ଧର୍ମ ହେଉଛି କୃଷ୍ଣଙ୍କୁ ଅତ୍ମ ସମର୍ପଣ କରିବା ।

ସେଥିପାଇଁ ଏହା କୁହାଯାଇଛି ଯେ, ଯତ ତତ ସାକ୍ଶାଦ୍ ଭଗବତ ଉଦିତମ । ଯଦି ତୁମେ ପରମ ପୁରୁଷ ଭଗବାନଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛ, ତେବେ ତୁମକୁ ପରମ ପୁରୁଷ ଭଗବାନଙ୍କର ଆଦେଶ ପାଳନ କରିବାକୁ ହେବ । କିନ୍ତୁ ସେମାନେ ଜାଣି ନାହାଁନ୍ତି ପରମ ପୁରୁଷ ଭଗବାନ କିଏ, ତାଙ୍କର ଆଦେଶ କ'ଣ, ତାଙ୍କ ସହିତ ଆମର ସମ୍ପର୍କ କ'ଣ... ଏହିସବୁ ଅଜଣା ଅଛି । କେବଳ ଏହା ଜଣା ଅଛି, ମୁଁ କହିବାର ଅର୍ଥ, ଭକ୍ତମାନେ । ଏହା କାହିଁକି ଭକ୍ତମାନଙ୍କର ଏକାଧିକାର ଅଟେ । ତାହାର ଉତ୍ତର ଭଗବଦ୍ ଗୀତାରେ ଦିଆଯାଇଛି: ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ (BG 18.55) । ଯଦି ତୁମେ ଜାଣିବାକୁ ଚାହୁଁଛ ଭଗବାନ କ'ଣ, କୃଷ୍ଣ କିଏ, ତେବେ ତୁମକୁ ଏହି ଭକ୍ତି ମାର୍ଗ ଦେଇ ଗତି କରିବାକୁ ପଡ଼ିବ, ଅନ୍ୟ କୌଣସି ରାସ୍ତା ନାହିଁ । କୃଷ୍ଣ କଦାପି କହିନାହାଁନ୍ତି ଯେ ତାଙ୍କୁ କଳ୍ପନା କିମ୍ଵା ତଥାକଥିତ ବିଚାର ଜ୍ଞାନ ଦ୍ଵାରା ଜାଣିହେବ । ନା । ତାପରେ ସେ କହିଥିବେ "ଜ୍ଞାନ ଦ୍ଵାରା ଜଣେ ମୋତେ ଜାଣିପାରିବ ।" ନା । କର୍ମ ଦ୍ଵାରା କେହି ବୁଝିପାରିବେ ନାହିଁ । ନା ଯୋଗ ଦ୍ଵାରା । ଏହା ଶାସ୍ତ୍ରର ଅନେକ, ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି । କେବଳ ଭକ୍ତି । କେବଳ ଭକ୍ତି । ଏବଂ ଏହା ହେଉଛି ଆଧ୍ୟାତ୍ମିକ ଗୁରୁ, କିମ୍ଵା ମାହାତ୍ମାଙ୍କର କର୍ତ୍ତବ୍ୟ, ଭକ୍ତି ଧର୍ମ ପ୍ରସାର କରିବା । ତାହା ଅତ୍ୟନ୍ତ ଗୋପନୀୟ...

ଏହା ଅତ୍ୟନ୍ତ ଦୟାଳୁ ମାନବୀୟ ଗତିବିଧି । କାରଣ ଜ୍ଞାନର ଅଭାବରେ ଲୋକମାନେ ପୀଡ଼ିତ ହେଉଛନ୍ତି । ସେଥିପାଇଁ ଆମର କୃଷ୍ଣ ଚେତନା ଆନ୍ଦୋଳନ ହିଁ ଏପରି ଏକ ଆନ୍ଦୋଳନ - ମୁଁ ଗର୍ବର ସହିତ ଘୋଷଣା କରିପାରିବି - ଯାହା ବାସ୍ତବରେ ମାନବ ସମାଜର କିଛି ଲାଭ କରିପାରିବ । କେବଳ ଏହା ହେଉଛି ଏକମାତ୍ର ଅନ୍ଦୋଳନ । ଅନ୍ୟ ସମସ୍ତ, ନକଲି ଆନ୍ଦୋଳନ ଅଟେ, ମୁଁ ଘୋଷିତ କରୁଛି । ସେମାନେ ଆସନ୍ତୁ ଏବଂ ଶାସ୍ତ୍ର ଅଧ୍ୟୟନ କରନ୍ତୁ ଏବଂ ନିଜେ ନିର୍ଣ୍ଣୟ କରନ୍ତୁ । ସେମାନେ ସମସ୍ତେ ଛଳ କରୁଛନ୍ତି । କେବଳ ଏହି ଭାଗବତ ଭକ୍ତି । କାରଣ ତୁମେ ଭକ୍ତିମାର୍ଗ ପ୍ରକ୍ରିୟା ଦେଇ ଅତିକ୍ରମ କରିବା ବିନା ଭଗବାନଙ୍କୁ ବୁଝୁପାରିବ ନାହିଁ । ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ (BG 18.55) । ଯଦି ତୁମେ ସତରେ ଜାଣିବାକୁ ଚାହୁଁଛ, ତତ୍ତ୍ଵ...କୃଷ୍ଣ ଚାହୁଁଛନ୍ତି ଆମେ ତାଙ୍କୁ ତତ୍ତ୍ଵ ରୂପରେ ବୁଝୁ । ନା କି ଆମେ ଉପରଠଉରିଆ ଭାବରେ ଆମେ କୃଷ୍ଣଙ୍କୁ ଗ୍ରହଣ କରିବା, ଯେ "ସେ ଗୋପୀମାନଙ୍କୁ ଭାରୀ ଭଲ ପାଉଥିଲେ, ଏବଂ ଚାଲ ଆମେ କୃଷ୍ଣଙ୍କର ଲୀଳା ଶୁଣିବା ।" କୃଷ୍ଣଙ୍କର ଗୋପୀ ଲୀଳା କାହିଁକି? କୃଷ୍ଣଙ୍କର ରାକ୍ଷାସମାନଙ୍କୁ ମାରିବା ଲୀଳା କାହିଁକି ନୁହେଁ? କୃଷ୍ଣଙ୍କର ରାକ୍ଷାସମାନଙ୍କୁ ମାରିବା ଲୀଳା, ଶୁଣିବାକୁ ଲୋକମାନେ ଇଛୁକ ନୁହଁନ୍ତି । କାରଣ ଗୋପୀମାନଙ୍କ ଲୀଳା, ଏହା ଯୁବକ ଯୁବତୀ ମଧ୍ୟରେ ଆଦାନ ପ୍ରଦାନ ପରି ଦେଖାଯାଏ, ଏହା ଅତି ଶୀଘ୍ର ଆକର୍ଷଣ କରେ । କିନ୍ତୁ କୃଷ୍ଣଙ୍କର ଅନ୍ୟ କାମ ମଧ୍ୟ ଅଛି । ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ (BG 4.8) । ତାହା ମଧ୍ୟ ହେଉଛି କୃଷ୍ଣଙ୍କର ଲିଳା । ତାହା ହେଉଛି କୃଷ୍ଣଙ୍କର ଲୀଳା । ଯେପରି ଭଗବାନ ରାମଚନ୍ଦ୍ର ରାବଣର ହତ୍ୟା କରନ୍ତି । ତାହା ମଧ୍ୟ କୃଷ୍ଣଙ୍କର ଲୀଳା । ଭଗବାନ ରାମଚନ୍ଦ୍ରଙ୍କର ଲୀଳା ଏବଂ କୃଷ୍ଣଙ୍କର ଲୀଳା, ସେଠାରେ...

ତେଣୁ ଆମେ କୃଷ୍ଣଙ୍କର କୌଣସି ବି ଲୀଳାକୁ ସର୍ବୋଚ୍ଚ ଭାବିବା କଥା । ନା କି କେବଳ ଅତି ଗୋପନୀୟକୁ...ବୃନ୍ଦାବନ ଲୀଳା, କୃଷ୍ଣଙ୍କର ଗୋପୀମାନଙ୍କ ସହିତ ଲୀଳା, ଅତି ଗୋପନୀୟ ଅଟେ । ଯେ ପର୍ଯ୍ୟନ୍ତ ଆମେ ମୁକ୍ତ ହୋଇନାହୁଁ, ଆମେ ଏହି ଗୋପନୀୟ ଲୀଳାର ସୁବିଚାର କରିବା ଉଚିତ୍ ନୁହେଁ । ଏହା ଅତ୍ୟନ୍ତ କଷ୍ଟକର ବିଷୟବସ୍ତୁ । ଏବଂ କାରଣ ସେମାନେ ବୁଝିପାରନ୍ତି ନାହିଁ କୃଷ୍ଣ ଲୀଳା କ'ଣ, ସେମାନେ ନକଲ କରନ୍ତି, ସେମାନଙ୍କର ପତନ ହୁଏ । ଅନେକ ଜିନିଷ ଅଛି । ଆମେ ଆଲୋଚନା କରିବାକୁ ଚାହୁଁନାହୁଁ । କିନ୍ତୁ ଆମେ...ଯଦି ଆମେ ପ୍ରକୃତରେ କୃଷ୍ଣ ଲୀଳାରେ ଆଗକୁ ବଢ଼ିବା ପାଇଁ ଗମ୍ଭୀର ଅଛୁ, ତେବେ ଆମକୁ ପ୍ରଥମେ ଜାଣିବାକୁ ହେବ ଯେ କୃଷ୍ଣ କିଏ, ସେ କ'ଣ ଚାହୁଁଛନ୍ତି, ଏବଂ ଆମେ କିପରି କାମ କରିବା ଉଚିତ୍ । ତେବେ ଆମେ କୃଷ୍ଣ ଲୀଳାର ଗୋପନୀୟ ଭାଗରେ ପ୍ରବେଶ କରିପାରିବା । ଅନ୍ୟଥା ଆମେ ଭୁଲ ବୁଝିବା ଏବଂ ପତୀତ ହେବା ।