OR/Prabhupada 0188 - ଏହା ଜୀବନର ସମସ୍ତ ସମସ୍ୟାର ଶେଷ ସମାଧାନ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0188 - in all Languages Category:OR-Quotes - 1969 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0187 - ସର୍ବଦା ଉଜ୍ଜ୍ଵଳ ଆଲୋକରେ ରୁହ|0187|OR/Prabhupada 0189 - ଭକ୍ତମାନଙ୍କୁ ତିନି ଗୁଣରୁ ଉର୍ଦ୍ଧ୍ଵରେ ରଖ|0189}}
{{1080 videos navigation - All Languages|Oriya|OR/Prabhupada 0187 - ସର୍ବଦା ଉଜ୍ଜ୍ଵଳ ଆଲୋକରେ ରୁହ|0187|OR/Prabhupada 0189 - ଭକ୍ତମାନଙ୍କୁ ତିନି ଗୁଣରୁ ଉର୍ଦ୍ଧ୍ଵରେ ରଖ|0189}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|6qWWV8B6NIs|ଏହା ଜୀବନର ସମସ୍ତ ସମସ୍ୟାର ଶେଷ ସମାଧାନ<br />- Prabhupāda 0188}}
{{youtube_right|w7GBKUHEiF8|ଏହା ଜୀବନର ସମସ୍ତ ସମସ୍ୟାର ଶେଷ ସମାଧାନ<br />- Prabhupāda 0188}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:39, 1 October 2020



Lecture on SB 2.3.17 -- Los Angeles, July 12, 1969

ବିଷ୍ଣୁଜନ: ପ୍ରଭୁପାଦ, ଆପଣ ବର୍ଣ୍ଣନା କରିଥିଲେ ଯେ ଭଗବାନ ହେଉଛନ୍ତି କାରଣ, ମୂଳ କାରଣ, ଏବଂ ଯେ ହେତୁ କେହି ଭଗବାନଙ୍କୁ ଜାଣି ନାହାଁନ୍ତି, କିପରି ଏହା ଜାଣିବା ଲୋକମାନଙ୍କ ପାଇଁ ସମ୍ଭବ ହେବ ଯେ ସେମାନେ କିପରି ନିୟନ୍ତ୍ରିତ ହେଉଛନ୍ତି? ସେମାନେ କିପରି ଜାଣିବେ ସେମାନେ କିପରି ନିୟନ୍ତ୍ରିତ ହେଉଛନ୍ତି କାରଣ କେହି କୃଷ୍ଣଙ୍କୁ ଜାଣି ନାହାଁନ୍ତି ଏବଂ ସେ ହେଉଛନ୍ତି ମୂଳ କାରଣ? ସେମାନେ କିପରି ଜାଣିବେ ଯେ କୃଷ୍ଣଙ୍କ ଯୋଗୁଁ ସବୁକିଛି ହେଉଛି?

ପ୍ରଭୁପାଦ: ତୁମେ କିପରି ଜାଣୁଛ ଯେ ତୁମେ ରାଜ୍ୟର ନିୟନ୍ତ୍ରଣରେ ଅଛ? ତୁମେ କିପରି ଜାଣି ପାରିବ?

ବିଷ୍ଣୁଜନ: ରାଜ୍ୟର ଏକ ଆଇନ୍ ପୁସ୍ତକ ଅଛି ।

ପ୍ରଭୁପାଦ: ସେଥିପାଇଁ ଆମ ପାଖରେ ମଧ୍ୟ ଆଇନ ପୁସ୍ତକ ଅଛି । ଅନାଦି ବହିର୍ମୁଖ ଜୀବ କୃଷ୍ଣ ଭୁଲି ଗେଲା, ଅତେବ କୃଷ୍ଣ ବେଦ-ପୁରାଣେ କରିଲା । କାରଣ ତୁମେ କୃଷ୍ଣଙ୍କୁ ଭୁଲିଯାଇଛ, ସେଥିପାଇଁ କୃଷ୍ଣ ତୁମକୁ ଏତେ ସାରା ପୁସ୍ତକ ଦେଇଛନ୍ତି, ବୈଦିକ ସାହିତ୍ୟ । ସେଥିପାଇଁ ମୁଁ ଜୋର ଦେଉଥିଲି, କି ନିରର୍ଥକ ସାହିତ୍ୟ ପଢ଼ିବାରେ ତୁମର ସମୟ ନଷ୍ଟ କର ନାହିଁ । କେବଳ ଏହି ବୈଦିକ ସାହିତ୍ୟରେ ତୁମର ଧ୍ୟାନ କେନ୍ଦ୍ରିତ କର । ତେବେ ତୁମେ ଜାଣି ପାରିବ । ଏହି ପୁସ୍ତକଗୁଡ଼ିକ କାହିଁକି ଅଛି? କେବଳ ତୁମକୁ ମନେ ପକେଇବା ପାଇଁ କି ନ୍ୟାୟସଂଗତ ରୁହ । କିନ୍ତୁ ତୁମେ ଯଦି ଲାଭ ନେବ ନାହିଁ, ତେବେ ତୁମ ଜୀବନର ଅପବ୍ୟବହାର କରୁଛ । ଏହି ପ୍ରଚାର କାମ, ଏହି ପୁସ୍ତକଗୁଡ଼ିକର ପ୍ରକାଶନ, ସାହିତ୍ୟ, ପତ୍ରିକାଗୁଡ଼ିକ, କୃଷ୍ଣ ଚେତନା ଆନ୍ଦୋଳନ, ସବୁକିଛି ତୁମକୁ ମନେ ପକାଇବା ପାଇଁ ଅଛି କି କିପରି ତୁମେ ନିୟନ୍ତ୍ରିତ ହେଉଛ, ସର୍ବୋଚ୍ଚ ନିୟନ୍ତ୍ରକ କିଏ, କିପରି ତୁମର ଜୀବନ ସଫଳ ହେବ, କିପରି ତୁମେ ଏହି ନିଯନ୍ତ୍ରିତ ଜୀବନରୁ ମୁକ୍ତି ପାଇବ, କିପରି ତୁମେ ସ୍ଵତନ୍ତ୍ର ଜୀବନ ପାଇବ । ଏହା ହେଉଛି ଆନ୍ଦୋଳନ । ଏହି କୃଷ୍ଣ ଚେତନା ଆନ୍ଦୋଳନ ସେହି ଉଦ୍ଦେଶ୍ୟ ପାଇଁ ଅଛି; ଅନ୍ୟଥା, ଏହି ଆନ୍ଦୋଳନର ଉପଯୋଗିତା କ'ଣ? ଏହା ଏକ "ବାଦ" ନୁହେଁ କେବଳ କିଛି ଅସ୍ଥାୟୀ ସନ୍ତୁଷ୍ଟିକରଣ ପ୍ରସ୍ତୁତ କରିବା ପାଇଁ । ଏହା ଜୀବନର ସମସ୍ତ ସମସ୍ୟାର ଶେଷ ସମାଧାନ, ଏହି କୃଷ୍ଣ ଚେତନା ଆନ୍ଦୋଳନ । ଏବଂ ଏହି ଜପ କରିବା ହେଉଛି ହୃଦୟର ପାର୍ଶ୍ଵପଥ, ଯେଉଁଠାରେ ତୁମେ ଏହି ସନ୍ଦେଶ ପାଇବ । ଚେତୋ-ଦର୍ପଣ-ମାର୍ଜନମ (CC Antya 20.12), ହୃଦୟ ପରିଷ୍କାର କରିବା । ତାପରେ ତୁମେ ସନ୍ଦେଶ ପ୍ରାପ୍ତ କରିବା ପାଇଁ ଯୋଗ୍ୟ ହୋଇପାରିବ । ତେଣୁ ଆମର ପ୍ରକ୍ରିୟା ଭାରି ବୈଜ୍ଞାନିକ, ଅଧିକୃତ, ଏବଂ ଯିଏ ଏହାକୁ ଗ୍ରହଣ କରେ ସେ ଧିରେ ଧିରେ ଅନୁଭବ କରିପାରେ, ଏବଂ ସେ ଉନ୍ନତି କରିବ । ଏଥିରେ କୌଣସି ସନ୍ଦେହ ନାହିଁ ।