OR/Prabhupada 0210 - ସମ୍ପୂର୍ଣ୍ଣ ଭକ୍ତି ମାର୍ଗ ଭଗବାନଙ୍କର କୃପା ଉପରେ ନିର୍ଭର କରେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0210 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0209 - କିପରି ଘରକୁ ଫେରିବ, ଭଗବଦ୍ ଧାମକୁ|0209|OR/Prabhupada 0211 - ଆମର ଲକ୍ଷ୍ୟ ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଇଛାକୁ ସ୍ଥାପନ କରିବା|0211}}
{{1080 videos navigation - All Languages|Oriya|OR/Prabhupada 0209 - କିପରି ଘରକୁ ଫେରିବ, ଭଗବଦ୍ ଧାମକୁ|0209|OR/Prabhupada 0211 - ଆମର ଲକ୍ଷ୍ୟ ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଇଛାକୁ ସ୍ଥାପନ କରିବା|0211}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|cHdCoLO1msk|ସମ୍ପୂର୍ଣ୍ଣ ଭକ୍ତି ମାର୍ଗ ଭଗବାନଙ୍କର କୃପା ଉପରେ ନିର୍ଭର କରେ<br />- Prabhupāda 0210}}
{{youtube_right|z-ufAekIIPw|ସମ୍ପୂର୍ଣ୍ଣ ଭକ୍ତି ମାର୍ଗ ଭଗବାନଙ୍କର କୃପା ଉପରେ ନିର୍ଭର କରେ<br />- Prabhupāda 0210}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



Lecture on SB 1.15.30 -- Los Angeles, December 8, 1973

ତେଣୁ ଯଦି ତୁମେ ଭଗବଦ୍ ଗୀତା ବୁଝିବାକୁ ଚାହୁଁଛ, ତେବେ ପ୍ରତ୍ୟକ୍ଷ ଭାବରେ ଶୁଣିଥିବା ବ୍ୟକ୍ତି ପରି ବୁଝିବାକୁ ହେବ । ଏହାକୁ ପରମ୍ପରା ପ୍ରଣାଳୀ କୁହାଯାଏ । ମନେକର ମୁଁ ମୋ ଆଧ୍ୟାତ୍ମିକ ଗୁରୁଙ୍କ ଠାରୁ କିଛି ଶୁଣିଲି, ତେବେ ମୁଁ ତୁମକୁ ସେହି ଏକା କଥା କହୁଛି । ତେଣୁ ଏହା ହେଉଛି ପରମ୍ପରା ପ୍ରଣାଳୀ । ତୁମେ କଳ୍ପନା କରି ପାରିବ ନାହିଁ ମୋର ଆଧ୍ୟାତ୍ମିକ ଗୁରୁ କ'ଣ କହିଲେ । କିମ୍ଵା ଏପରିକି ତୁମେ କିଛି ପୁସ୍ତକ ପଢ଼ିଲେ ମଧ୍ୟ, ତୁମେ ବୁଝିପାରିବ ନାହିଁ ଯେ ପର୍ଯ୍ୟନ୍ତ ତୁମେ ଏହା ମୋ ଠାରୁ ବୁଝି ନାହଁ । ଏହାକୁ ପରମ୍ପରା ପ୍ରଣାଳୀ କୁହାଯାଏ । ତୁମେ ସର୍ବୋତ୍ତମ ଗୁରୁଙ୍କ ପାଖରେ ପହଞ୍ଚି ପାରିବ ନାହିଁ, ମୋ କହିବାର ଅର୍ଥ ହେଲା, ପରବର୍ତ୍ତୀ ଆଚାର୍ଯ୍ୟଙ୍କୁ ଅବହେଳା କରି, ଉପସ୍ଥିତ ଆଚାର୍ଯ୍ୟ । ଯେପରି ଆମର, ଏହି ଗୁରୁ..., ଚୈତନ୍ୟ ମହାପ୍ରଭୁଙ୍କର ପ୍ରଥା, ଆମେ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରତ୍ୟକ୍ଷ ଭାବରେ ବୁଝିପାରିବା ନାହିଁ । ତାହା ସମ୍ଭବ ନୁହେଁ । ଆମେ ଗୋସ୍ଵାମୀମାନଙ୍କ ମାଧ୍ୟମରେ ବୁଝିପାରିବ । ସେଥିପାଇଁ ତୁମେ ଚୈତନ୍ୟ ଚରିତ୍ରାମୃତରେ ପାଇବ ଏବଂ ପ୍ରତ୍ୟେକ ଅଧ୍ୟାୟର ଶେଷରେ, ଲେଖକ କୁହଁନ୍ତି, ରୂପ-ରଘୁନାଥ-ପଦେ...ତାହା କ'ଣ?

କୃଷ୍ଣଦାସ

ରୂପ-ରଘୁନାଥ-ପଦେ ସଦା ଯାର ଆଶା
ଚୈତନ୍ୟ-ଚରିତ୍ରାମୃତ କହେ କୃଷ୍ଣଦାସ

ଏହା ହେଉଛି ପ୍ରକ୍ରିୟା । ସେ କହିନାହାଁନ୍ତି ଯେ "ମୁଁ ପ୍ରତ୍ୟକ୍ଷ ଭାବରେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କୁ ବୁଝିପାରିଛି ।" ନା । ତାହା ବୁଝାମଣା ନୁହେଁ । ତାହା ହେଉଛି ମୂର୍ଖତା । ତୁମେ ବୁଝିପାରିବ ନାହିଁ ଚୈତନ୍ୟ ମହାପ୍ରଭୁ କ'ଣ? ସେଥିପାଇଁ ବାରମ୍ଵାର ସେ କହିଛନ୍ତି, ରୂପ-ରଘୁନାଥ-ପଦେ ସଦା ଯାର ଆଶା ଚୈତନ୍ୟ-ଚରିତ୍ରାମୃତ କହେ କୃଷ୍ଣଦାସ । "ମୁଁ ସେହି କୃଷ୍ଣ ଦାସ, କବିରାଜ, ଯିଏ ସର୍ବଦା ଗୋସ୍ଵାମୀଙ୍କର ଅଧିନରେ ଅଛି ।" ଏହା ହେଉଛି ପରମ୍ପରା ପ୍ରଣାଳୀ । ସେହିପରି, ନରୋତ୍ତମ ଦାସ ଠାକୁର ମଧ୍ୟ କୁହଁନ୍ତି, ଏଇ ଛାୟ ଗୋସାଈ ଯାର ତାର ମୁଇ ଦାସ, "ମୁଁ ସେହି ବ୍ୟକ୍ତିର ସେବକ, ଯିଏ ଏହି ଛଅ ଜଣ ଗୋସ୍ଵାମୀଙ୍କୁ ତାର ମାଲିକ ରୂପରେ ଗ୍ରହଣ କରିଛି । ମୁଁ ଅନ୍ୟ କାହାର ସେବକ ହେବି ନାହିଁ ଯିଏ ଏହି ମାର୍ଗକୁ ସ୍ଵୀକାର କରି ନାହିଁ ଏବଂ ମାଧ୍ୟମ..." ସେଥିପାଇଁ ଆମେ କହୁ, କିମ୍ଵା ଆମେ ଆମର ଆଧ୍ୟାତ୍ମିକ ଗୁରୁଙ୍କୁ ପ୍ରାର୍ଥନା କରୁ, ରୂପନୁଗ-ବରାୟ ତେ, ରୂପନୁଗ-ବରାୟତେ, କାରଣ ସେମାନେ ରୂପ ଗୋସ୍ଵାମୀଙ୍କର ଅନୁସରଣ କରନ୍ତି, ସେଥିପାଇଁ ଆମେ ତାଙ୍କୁ ଆଧ୍ୟାତ୍ମିକ ଗୁରୁ ରୂପରେ ସ୍ଵୀକାର କରିବା । ଏହା ନୁହେଁ ଯେ ଜଣେ ରୂପ ଗୋସ୍ଵାମୀଙ୍କ ଠାରୁ ଅଧିକ ହୋଇଯାଏ...ନା । ତାଦେର ଚରଣ-ସେବି-ଭକ୍ତ-ସନେ-ବାସ । ଏହା ହେଉଛି ପରମ୍ପରା ।

ବର୍ତ୍ତମାନ ଏଠାରେ, ସେହି ଏକା କଥା ପୁନରାବୃତ୍ତି କରାଯାଇଛି: ଅର୍ଜୁନ, ଯିଏ କୃଷ୍ଣଙ୍କ ଠାରୁ ପ୍ରତ୍ୟକ୍ଷ ଭାବରେ ଶୁଣିଥିଲେ । ବେଳେ ବେଳେ, କିଛି ଲୋକ କୁହଁନ୍ତି - ଏହା ହେଉଛି ଦୁର୍ଜନତା - ଯେ "ଅର୍ଜୁନ କୃଷ୍ଣଙ୍କ ଠାରୁ ପ୍ରତ୍ୟକ୍ଷ ଭାବରେ ଶୁଣିଲେ, କିନ୍ତୁ ଆମେ ଆମ ଉପସ୍ଥିତିରେ କୃଷ୍ଣଙ୍କୁ ପାଉନାହୁଁ, ତେବେ ମୁଁ କିପରି ସ୍ଵୀକାର କରିବି?" ଏହା ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରଶ୍ନ ନୁହେଁ, କାରଣ ତୁମର ପରମ ଜ୍ଞାନ ସଂମ୍ଵନ୍ଧରେ ଧାରଣା ନାହିଁ । କୃଷ୍ଣଙ୍କର ଶଦ୍ଦ, ଭଗବଦ୍ ଗୀତା, କୃଷ୍ଣଙ୍କ ଠାରୁ ଭିନ୍ନ ନୁହେଁ । ଏହା କୃଷ୍ଣଙ୍କ ଠାରୁ ଭିନ୍ନ ନୁହେଁ । ତୁମେ ଯେତେବେଳେ ଭଗବଦ୍ ଗୀତା ଶୁଣୁଛ, ତୁମେ ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କ ଠାରୁ ଶୁଣୁଛ କାରଣ କୃଷ୍ଣ ଭିନ୍ନ ନୁହଁନ୍ତି । କୃଷ୍ଣ ହେଉଛନ୍ତି ପରମ । କୃଷ୍ଣ, କୃଷ୍ଣଙ୍କର ନାମ, କୃଷ୍ଣଙ୍କର ରୂପ, କୃଷ୍ଣଙ୍କର ଗୁଣ, କୃଷ୍ଣଙ୍କର ନିର୍ଦ୍ଦେଶ, ସବୁକିଛି କୃଷ୍ଣଙ୍କର, ସେମାନେ ସମସ୍ତେ ହେଉଛନ୍ତି କୃଷ୍ଣ । ସେମାନେ ସମସ୍ତେ କୃଷ୍ଣ । ଏହା ବୁଝିବାକୁ ହେବ । ସେମାନେ କୃଷ୍ଣଙ୍କ ଠାରୁ ଭିନ୍ନ ନୁହଁନ୍ତି । ସେଥିପାଇଁ କୃଷ୍ଣ ଏଠାକୁ ଆସିଥିଲେ, ସେ ହେଉଛନ୍ତି କୃଷ୍ଣ । ସେ ଏକ ମୂର୍ତ୍ତୀ ନୁହଁନ୍ତି । "ସେ ଏକ ମାର୍ବଲ୍ ମୂର୍ତ୍ତୀ ।" ନା । ସେ ହେଉଛନ୍ତି କୃଷ୍ଣ । ସେ ତୁମ ସମ୍ମୁଖରେ ପ୍ରକଟ ହୋଇଛନ୍ତି କାରଣ ତୁମେ କୃଷ୍ଣଙ୍କୁ ଦେଖିପାରିବ ନାହିଁ । ତୁମେ ପଥର ଦେଖି ପାରିବ, କାଠ; ସେଥିପାଇଁ ସେ ସେହି ରୂପରେ ପ୍ରକଟ ହୋଇଛନ୍ତି । ତୁମେ ଭାବ ଯେ ଏହା ହେଉଛି ପଥର ଏବଂ କାଠ, କିନ୍ତୁ ସେ ପଥର ଏବଂ କାଠ ନୁହଁନ୍ତି; ସେ ହେଉଛନ୍ତି କୃଷ୍ଣ । ଏହାକୁ ପରମ ସତ୍ୟ କୁହାଯାଏ । ସେହିପରି, କୃଷ୍ଣଙ୍କର ଶଦ୍ଦ ମଧ୍ୟ କୃଷ୍ଣଙ୍କ ଠାରୁ ଭିନ୍ନ ନୁହେଁ । ଯେତେବେଳେ କୃଷ୍ଣଙ୍କର ଶଦ୍ଦ ଭଗବଦ୍ ଗୀତାରେ ଅଛି, ଏହା କୃଷ୍ଣ ।

ଯେପରିକି ଦକ୍ଷିଣ ଭାରତର ବ୍ରାହ୍ମଣ । ଯଥାଶୀଘ୍ର ସେ ତାଙ୍କର ଅଖି ଖୋଲିଲେ... ସେ ଅଶିକ୍ଷିତ, ସେ ଭଗବଦ୍ ଗୀତା ପଢ଼ି ପାରୁ ନ ଥିଲେ । କିନ୍ତୁ ତାଙ୍କର ଗୁରୁ ମାହାରାଜ କହିଥିଲେ ଯେ "ତୁମକୁ ପ୍ରତିଦିନ ଭଗବଦ୍ ଗୀତାର ଅଠରଟି ଅଧ୍ୟାୟ ପଢ଼ିବାକୁ ହେବ ।" ତେଣୁ ସେ ଦ୍ଵନ୍ଦରେ ପଢ଼ିଲେ, ଯେ "ମୁଁ ଅଶିକ୍ଷିତ, ମୁଁ କରିପାରିବି ନାହିଁ...ଠିକ୍ ଅଛି, ମୋତେ ନେଇ ଯିବ..., ଭଗବଦ୍ ଗୀତା ।" ତେବେ ସେ ରଙ୍ଗନାଥ ମନ୍ଦିରରେ ଥିଲେ । ସେ ଭଗବଦ୍ ଗୀତା ନେଲେ ଏବଂ ଏହିପରି ଚାଲିଲେ । ସେ ପଢ଼ି ପାରୁ ନ ଥିଲେ । ତେଣୁ ତାଙ୍କର ସାଙ୍ଗମାନେ ଯିଏ ତାଙ୍କୁ ଜାଣିଥିଲେ, ସେମାନେ ପରିହାସ କରୁଥିଲେ, "ଠିକ୍ ଅଛି ବ୍ରାହ୍ମଣ ତୁମେ କିପରି ଭଗବଦ୍ ଗୀତା ପଢ଼ୁଛ ।" ସେ ଉତ୍ତର ଦେଲେ ନାହିଁ, କାରଣ ସେ ଜାଣିଥିଲେ ଯେ ତାଙ୍କର ସାଙ୍ଗମାନେ ପରିହାସ କରୁଛନ୍ତି କାରଣ "ମୁଁ ଜାଣି ନାହିଁ...ମୁଁ ଅଶିକ୍ଷିତ ।" କିନ୍ତୁ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଲେ, ସେ ମଧ୍ୟ ଦ୍ଵନ୍ଦ୍ଵରେ ପଡ଼ିଲେ, "ବ୍ରାହ୍ମଣ, ତୁମେ ଭଗବଦ୍ ଗୀତା ପଢ଼ୁଛ?" ସେ କହିଲେ, "ମହାଶୟ ମୁଁ ଅଶିକ୍ଷିତ । ମୁଁ ପଢ଼ି ପାରିବି ନାହିଁ । ଏହା ସମ୍ଭବ ନୁହେଁ । କିନ୍ତୁ ମୋ ଗୁରୁ ମାହାରା‍ଜ ମୋତେ ପଢ଼ିବା ପାଇଁ ଆଦେଶ ଦେଇଛନ୍ତି । ମୁଁ କ'ଣ କରିବି? ମୁଁ ଏହି ପୁସ୍ତକ ନେଲି । ସେ ହେଉଛନ୍ତି ଗୁରୁଙ୍କର ନିଷ୍ଠାବାନ ଅନୁସରଣ କାରୀ । ସେ ଅଶିକ୍ଷିତ । ସେ ପଢ଼ିପାରିବେ ନାହିଁ । କୌଣସି ସମ୍ଭାବନା ନାହିଁ । କିନ୍ତୁ ତାଙ୍କର ଗୁରୁ ମାହାରାଜ ଆଦେଶ ଦେଇଥିଲେ, "ତୁମକୁ ପ୍ରତିଦିନ ଭଗବଦ୍ ଗୀତା ପଢ଼ିବାକୁ ହେବ, ଅଠରଟି ଅଧ୍ୟାୟ ।" ବର୍ତ୍ତମାନ ଏହା କ'ଣ? ଏହା ହେଉଛି ବ୍ୟବସାୟାତ୍ମିକା ବୁଦ୍ଧିଃ । ମୁଁ ଅତ୍ୟନ୍ତ ଅସପୂର୍ଣ୍ଣ ହୋଇପାରେ । ଏହା ଫରକ୍ ପକାଏ ନାହିଁ । କିନ୍ତୁ ଯଦି ମୁଁ ମୋର ଗୁରୁ ମହାରାଜଙ୍କର କଥା ଅନୁସରଣ କରିବାକୁ ଚେଷ୍ଟା କରିବି, ତେବେ ମୁଁ ପୂର୍ଣ୍ଣ ହୋଇପାରିବି ।

ଏହା ହେଉଛି ରହସ୍ୟ । ଯସ୍ୟ ଦେବେ ପରା ଭକ୍ତିର୍ ଯଥା ଦେବେ ତଥା ଗୁରୌ (ŚU 6.23) । ଯଦି ଜଣଙ୍କର ପରମ ପୁରୁଷ ଭଗବାନଙ୍କ ଉପରେ ଦୃଢ ବିଶ୍ଵାସ ଅଛି, ଏବଂ ଯେତେ ଅଧିକ ଗୁରୁଙ୍କ ଉପରେ ଅଛି, ଯଥା ଦେବ ତଥା ଗୁରୌ, ତେବେ ଶାସ୍ତ୍ର ପ୍ରକଟ ହୋଇଯିବ । ଏହା ଶିକ୍ଷା ନୁହେଁ । ଏହା ଛାତ୍ରବୃତ୍ତି ନୁହେଁ । ଏହା କୃଷ୍ଣ ଏବଂ ଗୁରୁଙ୍କ ଉପରେ ଥିବା ବିଶ୍ଵାସ । ସେଥିପାଇଁ ଚୈତନ୍ୟ ଚରିତାମୃତ କୁହେ ଗୁରୁ କୃଷ୍ଣ କୃପାୟ ପାଏ ଭକ୍ତି ଲତା ବିଜ (CC Madhya 19.151) । ଶିକ୍ଷା ଦ୍ଵାରା ନୁହେଁ, ବୃତ୍ତି ଦ୍ଵାରା ନୁହେଁ, କଦାପି କୁହେ ନାହିଁ । ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଗୁରୁ କୃଷ୍ଣ କୃପାୟ, ଗୁରୁଙ୍କ କୃପା ଦ୍ଵାରା, କୃଷ୍ଣଙ୍କ କୃପା ଦ୍ଵାରା । ଏହା ହେଉଛି କୃପାର ବିଷୟ । ଏହା ବୃତ୍ତି କିମ୍ଵା ସମୃଦ୍ଧି କିମ୍ଵା ବୈଭବତାର ବିଷୟ ନୁହେଁ । ନା । ସମ୍ପୂର୍ଣ୍ଣ ଭକ୍ତି ମାର୍ଗ ଭଗବାନଙ୍କର କୃପା ଉପରେ ନିର୍ଭର କରେ । ତେଣୁ ଆମକୁ କୃପା ପାଇବା ପାଇଁ ଚେଷ୍ଟା କରିବାକୁ ହେବ । ଅଥାପି ତେ ଦେବ ପଦାମଭୁଜ-ଦ୍ଵୟା-ପ୍ରସାଦ-ଲେଶାନୁଗ୍ରହୀତ ଏବ ହି, ଜାନାତି ତତ୍ଵମ୍ (SB 10.14.29) । ପ୍ରସାଦ ଲେଶ, ଲେଶ ଅର୍ଥ ଅଂଶ । ଜଣେ ଯିଏ ପରମଙ୍କର କୃପାର ଏକ ଛୋଟ ଅଂଶ ପ୍ରାପ୍ତ କରେ, ସେ ବୁଝିପାରିବ । ଅନ୍ୟମାନେ, ନା ଚାନ୍ୟା ଏକୋପି ଚିରମ୍ ବିଚିନ୍ଵାନ୍ । ଅନ୍ୟମାନେ, ସେମାନେ ଲକ୍ଷ ଲକ୍ଷ ବର୍ଷ କଳ୍ପନା କରି ଚାଲିଥିବେ । ଏହା ବୁଝିବା ଅସମ୍ଭବ । ତେଣୁ ଭଗବଦ୍ ଗୀତା ମୌଳିକ ରୂପରେ, ସେଥିପାଇଁ ଆମେ ପ୍ରସ୍ତୁତ କରୁଛୁ, କାରଣ ଆମେ ଭଗବଦ୍ ଗୀତା ପ୍ରସ୍ତୁତ କରୁଛୁ ଯେପରି ଅର୍ଜୁନ ବୁଝିଥିଲେ । ଆମେ କୌଣସି ଡା. ରାଧାକୃଷ୍ଣନ, ଏହି ବିଦ୍ଵାନ୍, ସେହି ବିଦ୍ଵାନ୍, ଏହି ମୂର୍ଖ, ସେହି... ପାଖକୁ ଯାଉନାହୁଁ । ନା । ଆମେ ଯାଉନାହୁଁ । ଏହା ଆମର କାମ ନୁହେଁ । ଏହା ହେଉଛି ପରମ୍ପରା ।