OR/Prabhupada 0236 - ଏକ ବ୍ରାହ୍ମଣ, ଏକ ସନ୍ୟାସୀ ଭିକ୍ଷା ମାଗି ପାରିବେ, କିନ୍ତୁ ଏକ କ୍ଷେତ୍ରିୟ ନୁହେଁ, ଏକ ବୈଶ୍ୟ ନୁହେଁ

Revision as of 11:33, 23 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0236 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.4-5 -- London, August 5, 1973

ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ ବିଶୟୀର ଅନ୍ୟ ଖାଇଲେ ମାଲୀନ ହୟ ମନ (CC Antya 6.278) । ଏପରି ନହାନ ବ୍ୟକ୍ତିତ୍ଵ ଦୂଷିତ ହୋଇ ଯାଇଛନ୍ତି କାରଣ ସେମାନେ ସେମାନଙ୍କ ଠାରୁ ଟଙ୍କା ନେଲେ, ଅନ୍ନ । ଯଦି ମୋତେ ଅଧିକ ଭୌତିକବାଦୀ ଦ୍ଵାରା ଯୋଗାଇ ଦିଆଯାଏ, ତେବେ ତାହା ମୋ ଉପରେ ପ୍ରଭାବ ପକେଇବ । ମୁଁ ମଧ୍ୟ ଭୌତିକବାଦୀ ହୋଇଯିବି । ମୁଁ ମଧ୍ୟ ଭୌତିକବାଦୀ ହୋଇଯିବି । ତେଣୁ ଚୈତନ୍ୟ ମହାପ୍ରଭୁ ଚେତାବନୀ ଦେଇଛନ୍ତି ଯେ "ଯେଉଁମାନେ ବିଶୟୀ, ଯେଉଁମାନେ ଭକ୍ତ ନୁହଁନ୍ତି, ସେମାନଙ୍କ ଠାରୁ କିଛି ଗ୍ରହଣ କର ନାହିଁ କାରଣ ଏହା ତୁମର ମନ ଅଶୁଦ୍ଧ କରିଦେବ । ତେଣୁ ସେଥିପାଇଁ ଏକ ବ୍ରାହ୍ମଣ ଏବଂ ଏକ ବୈଷ୍ଣବ, ସେମାନେ ପ୍ରତ୍ୟକ୍ଷ ଭାବରେ ଟଙ୍କା ଗ୍ରହଣ କରନ୍ତି ନାହିଁ । ସେମାନେ ଭିକ୍ଷା ଗ୍ରହଣ କରନ୍ତି । ଭିକ୍ଷା, ଭିକ୍ଷା ତୁମେ ଦେଇ ପାରିବ...ଯେପରି ଏଠାରେ କୁହାଯାଇଛି ଭୈକ୍ଷ୍ୟମ । ଶ୍ରେୟୋ ଭୋକ୍ତୁଂ ଭୈକ୍ଷ୍ୟମପୀହ ଲୋକେ (BG 2.5) । ଯେତେବେଳେ ତୁମେ ଜଣକୁ ପଚାରିବ... ତଥାପି, ଭିକ୍ଷା ମଧ୍ୟ ବେଳେ ବେଳେ ଯେଉଁ ବ୍ୟକ୍ତି ଅତ୍ୟଧିକ ଭୌତିକବାଦୀ ସେମାନଙ୍କ ଠାରୁ ନିଶେଧ । କିନ୍ତୁ ଭିକ୍ଷା ସନ୍ୟାସୀମାନଙ୍କ ପାଇଁ ଅନୁମତି ଅଛି, ବ୍ରାହ୍ମଣମାନଙ୍କ ପାଇଁ । ତେଣୁ ସେଥିପାଇଁ କହୁଛନ୍ତି ଯେ "ହତ୍ୟା କରିବା ପରିବର୍ତ୍ତେ, ଏପରି ମାହାନ୍ ଗୁରୁ ଯେଉଁମାନେ ହେଉଛନ୍ତି ଅତି ମହାନ୍ ବ୍ୟକ୍ତିତ୍ଵ, ମହାନୁଭାବାନ୍..." ତେଣୁ ଭୈକ୍ଷ୍ୟମ । ଏକ କ୍ଷେତ୍ରିୟ ପାଇଁ... ଏକ ବ୍ରାହ୍ମଣ, ଏକ ସନ୍ୟାସୀ ଭିକ୍ଷା ମାଗି ପାରିବେ, କିନ୍ତୁ ଏକ କ୍ଷେତ୍ରିୟ ନୁହେଁ, ଏକ ବୈଶ୍ୟ ନୁହେଁ । ତାହାର ଅନୁମତି ନାହିଁ । ଯେପରି...ସେ ହେଉଛନ୍ତି କ୍ଷେତ୍ରିୟ, ଅର୍ଜୁନ । ତେଣୁ ସେ କୁହଁନ୍ତି, "ଭଲ ହେବ ମୁଁ ଏକ ବ୍ରାହ୍ମଣର ବୃତ୍ତି ଗ୍ରହଣ କରିବି, ଏବଂ ଦ୍ଵାରରୁ ଦ୍ଵାର ଭିକ୍ଷା ମାଗିବି, ଏହା ବ୍ୟତୀତ କି ମୁଁ ମୋର ଗୁରୁଙ୍କର ହତ୍ୟା କରି ରାଜ୍ୟ ଉପଭୋଗ କରିବି ।" ତାହା ତାଙ୍କର ପ୍ରସ୍ତବ ଥିଲା । ତେଣୁ ସମ୍ପୂର୍ଣ୍ଣ ଭାବରେ ଅର୍ଜୁନ ଭ୍ରମିତ ଥିଲେ - ଭ୍ରମିତ ଏହି ଅର୍ଥରେ ଯେ ସେ ତାଙ୍କର କର୍ତ୍ତବ୍ୟ ଭୁଲି ଯାଉଥିଲେ । ସେ ହେଉଛନ୍ତି କ୍ଷେତ୍ରିୟ, ତାଙ୍କର କର୍ତ୍ତବ୍ୟ ହେଉଛି ଯୁଦ୍ଧ କରିବା; ବିପକ୍ଷରେ ଯେଉଁ ଦଳ ଥାଉ, ଏପରିକି ତାଙ୍କର ପୁତ୍ର ଥିଲେ ମଧ୍ୟ, ଜଣେ କ୍ଷେତ୍ରିୟ ତାର ପୁତ୍ରର ହତ୍ୟା କରିବାରେ ସଂକୋଚ କରେ ନାହିଁ ଯଦି ସେ ବିରୋଧୀ ହେଲେ ମଧ୍ୟ । ସେହିପରି, ପୁତ୍ର, ଯଦି ପିତା ବିରୋଧୀ, ସେ ତାର ପିତାଙ୍କୁ ହତ୍ୟା କରିବାକୁ ସଂକୋଚ କରେ ନାହିଁ । ଏହା ହେଉଛି କ୍ଷେତ୍ରୀୟର କଠୋର କର୍ତ୍ତବ୍ୟ, ବିଚାର ନାହିଁ । ଏକ କ୍ଷେତ୍ରୀୟ ସେପରି ବିଚାର କରି ପାରିବ ନାହିଁ । ସେଥିପାଇଁ କୃଷ୍ଣ କହିଲେ, କ୍ଲେବବୟମଃ: "ତୁମେ କାପୁରୁଷ ହୁଅ ନାହିଁ । ତୁମେ କାପୁରୁଷ କାହିଁକି ହେଉଛ?" ଏହି ବିଷୟ ଚାଲିଛି । ତାପରେ କୃଷ୍ଣ ତାଙ୍କୁ ପ୍ରକୃତ ଆଧ୍ୟାତ୍ମିକ ନିର୍ଦ୍ଦେଶ ଦେବେ । ଏହା ହେଉଛି...ସାଙ୍ଗ ସାଙ୍ଗ ମଧ୍ୟରେ ସାଧାରଣ କଥାବାର୍ତ୍ତା ଚାଳିଛି ।

ତାହା ଠିକ୍ ଅଛି । ଧନ୍ୟବାଦ ।