OR/Prabhupada 0249 - ପ୍ରଶ୍ନ ଉଠିଥିଲା ଯେ ଯୁଦ୍ଧ କାହିଁକି ହେଉଛି?

Revision as of 16:36, 23 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0249 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.6 -- London, August 6, 1973

ତେଣୁ ଅର୍ଜୁନଙ୍କର ବିଚାର କରିବାର ପ୍ରଶ୍ନ ହିଁ ନାହିଁ ଯେ ସେ ଯୁଦ୍ଧ କରିବେ କି ନାହିଁ । ଏହାକୁ କୃଷ୍ଣଙ୍କ ଦ୍ଵାରା ମଞ୍ଜୁରୀ ଦିଆଯାଇଥିଲା, ତେଣୁ ଯୁଦ୍ଧ ହେବା ଉଚିତ୍ । ଯେପରି ଆମେ ଚାଲୁଥିଲୁ, ପ୍ରଶ୍ନ ଉଠିଥିଲା ଯେ "ଯୁଦ୍ଧ କାହିଁକି ହେଉଛି?" ତାହା ବୁଝିବା ଅତ୍ୟନ୍ତ କଷ୍ଟକର ବିଷୟ ନୁହେଁ କାରଣ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ଯୁଦ୍ଧ କରିବାର ଉତ୍ସାହ ଅଛି । ଏପରିକି ପିଲାମାନେ ଯୁଦ୍ଧ କରୁଛନ୍ତି, ବିଲେଇ ଏବଂ କୁକୁର ଯୁଦ୍ଧ କରୁଛନ୍ତି, ପକ୍ଷୀମାନେ ଯୁଦ୍ଧ କରୁଛନ୍ତି, ପିମ୍ପୁଡ଼ିମାନେ ଯୁଦ୍ଧ କରୁଛନ୍ତି । ଆମେ ଏହା ଦେଖିଛୁ । ତେବେ ମନୁଷ୍ୟ କାହିଁକି ନୁହେଁ? ଯୁଦ୍ଧ କରିବାର ଉତ୍ସାହ ଅଛି । ତାହା ଜୀବମାନଙ୍କର ଏକ ଲକ୍ଷଣ । ଯୁଦ୍ଧକରିବା । ତେବେ ସେ ଯୁଦ୍ଧ କେତେବେଳେ ହେବା ଉଚିତ୍? ଆବଶ୍ୟ, ବର୍ତ୍ତମାନ ସମୟରେ, ମହତ୍ତ୍ଵକାଂକ୍ଷୀ ନେତାମାନେ, ସେମାନେ ଯୁଦ୍ଧ କରନ୍ତି । କିନ୍ତୁ ଯୁଦ୍ଧ କରିବା, ବୈଦିକ ସଭ୍ୟତା ଅନୁସାରେ, ଯୁଦ୍ଧ ଅର୍ଥାତ୍ ଧର୍ମ-ଯୁଦ୍ଧ । ଧାର୍ମିକ ସିଦ୍ଧାନ୍ତ ଉପରେ । ରାଜନୀତିକ ବିଚାର ଅନୁସାରେ ନୁହେଁ, ବାଦ । ଯେପରି ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଯୁଦ୍ଧ ଚାଲିଛି, ସମାଜବାଦୀ ଏବଂ ପୁଞ୍ଜିବାଦୀ । ସେମାନେ କେବଳ ଯୁଦ୍ଧକୁ ପରିହାର କରିବାକୁ ଚାହୁଁଛନ୍ତି, କିନ୍ତୁ ଯୁଦ୍ଧ ଚାଲିଛି । ଯଥା ଶିଘ୍ର ଆମେରିକା କୌଣସି କ୍ଷେତ୍ରରେ ଆସେ, ତୂରନ୍ତ ଋଷିଆ ମଧ୍ୟ ସେଠାକୁ ଆସେ । ବିଗତ ଭାରତ ଏବଂ ପାକିସ୍ଥାନ ଯୁଦ୍ଧରେ, ଯଥା ଶିଘ୍ର ରାଷ୍ଟ୍ରପତି ନିକ୍ସନ୍ ତାଙ୍କର ସପ୍ତମ ନୌବହରକୁ ପଠାଇଲେ, ଭାରତ ମହାସାଗରରେ, ବଙ୍ଗୋପ ସାଗର, ପ୍ରାୟତଃ ଭାରତ ସମ୍ମୁଖରେ... ଏହା ଅବୈଧ ଥିଲା । କିନ୍ତୁ ଅତି ଗର୍ବୀ, ଆମେରିକା । ତେଣୁ ସପ୍ତମ ନୌବହରକୁ ପଠାଇଲା, ହୋଇପାରେ ପାକିସ୍ଥାନକୁ ସହାନୁଭୂତି ଦେଖେଇବା ପାଇଁ । କିନ୍ତୁ ତୂରନ୍ତ ଆମର ଋଷିୟ ବନ୍ଧୁ ସେଠାରେ ଦେଖା ଦେଲା । ସେଥିପାଇଁ, ଆମେରିକାକୁ ଫେରିବାକୁ ପଡ଼ିଲା । ଅନ୍ୟଥା, ମୁଁ ଭାବୁଥିଲି, ଆମେରିକା ପାକିସ୍ଥାନ ତରଫରୁ ଆକ୍ରମାଣ କରିବ ।

ତେଣୁ ଏହା ଚାଲିଛି । ଯୁଦ୍ଧ ତୁମେ ଅଟକାଇ ପାରିବ ନାହିଁ । ଅନେକ ଲୋକ, ସେମାନେ ଭାବୁଛନ୍ତି କିପରି ଯୁଦ୍ଧ ବନ୍ଦ କରିବେ । ତାହା ଅସମ୍ଭବ । ଏହା ହେଉଛି ନିରର୍ଥକ ପ୍ରସ୍ତାବ । ଏହା ହୋଇପାରିବ ନାହିଁ । କାରଣ ଯୁଦ୍ଧ କରିବାର ଉତ୍ସାହ ସମସ୍ତଙ୍କ ଠାରେ ଅଛି । ତାହା ଜୀବମାନଙ୍କର ଏକ ଲକ୍ଷଣ । ଏପରିକି ପିଲାମାନେ, ଯେଉଁମାନେ ରାଜନୀତି ଜାଣି ନାହାଁନ୍ତି, ଶତୃତା ନାହିଁ, ସେମାନେ ପାଞ୍ଚ ମିନିଟ୍ ପାଇଁ ଲଢ଼େଇ କରନ୍ତି; ପୁଣି ସେମାନେ ସାଙ୍ଗ ହୋଇ ଯାଆନ୍ତି । ତେଣୁ ଯୁଦ୍ଧ କରିବାର ଉତ୍ସାହ ଅଛି । ବର୍ତ୍ତମାନ, କିପରି ଏହାର ଉପଯୋଗ କରାଯିବା ଉଚିତ୍? ଆମର କୃଷ୍ଣ ଚେତନା ଆନ୍ଦୋଳନ ଅଛି । ଆମେ କହି ପାରିବୁ, ଚେତନା । ଆମେ କହୁ ନାହୁଁ, "ଯୁଦ୍ଧ ବନ୍ଦ କର" କିମ୍ଵା "ଏହା କର, ତାହା କର," ନା । ସବୁକିଛି କୃଷ୍ଣ ଚେତନା ଅନୁସାରେ କରାଯିବା ଉଚିତ୍ । ତାହା ହେଉଛି ଆମର ପ୍ରଚାର । ନିର୍ବନ୍ଧ-କୃଷ୍ଣ-ସମ୍ବନ୍ଧେ । ତୁମେ ଯାହା କିଛି କର, ତାହର ସମ୍ବନ୍ଧ କୃଷ୍ଣଙ୍କର ସନ୍ତୁଷ୍ଟି ସହିତ ରହିବା ଉଚିତ୍ । ଯଦି କୃଷ୍ଣ ସନ୍ତୁଷ୍ଟ ଅଛନ୍ତି, ତେବେ ତୁମେ କର । ତାହା ହେଉଛି କୃଷ୍ଣ ଚେତନା । କୃଷ୍ଣୋନ୍ଦ୍ରିୟ ତୃପ୍ତି ବାଞ୍ଛା ତାର ନାମ ପ୍ରେମ (CC Adi 4.165) । ଏହା ହେଉଛି ପ୍ରେମ । ଯେପରି ତୁମେ ଜଣକୁ ଭଲ ପାଅ; ତୁମର ପ୍ରେମୀ ପାଇଁ, ତୁମେ କିଛି ବି କରିପାର, ଏବଂ ଆମେ ବେଳେ ବେଳେ କରୁ ମଧ୍ୟ । ସେହିପରି, ଏକା କଥା କୃଷ୍ଣଙ୍କୁ ସ୍ଥାନାନ୍ତରିତ କରାଯିବା ଉଚିତ୍ । ବାସ୍ । ନିଜକୁ ଶିକ୍ଷିତ କରିବାକୁ ଚେଷ୍ଟା କର କିପରି କୃଷ୍ଣଙ୍କୁ ଭଲ ପାଇବ ଏବଂ କେବଳ କୃଷ୍ଣଙ୍କ ପାଇଁ କାମ କରିବ । ଏହା ହେଉଛି ଜୀବନର ପୂର୍ଣ୍ଣତା । ସ ବୈ ପୁମ୍ସାମ୍ ପରୋ ଧର୍ମୋ ଯତୋ ଭକ୍ତିର ଅଧୋକ୍ଶଯେ (SB 1.2.6) । ଭକ୍ତି ଅର୍ଥାତ୍ ସେବା , ଭଜ-ସେବାୟାମ । ଭଜ-ଧାତୁ, ସେବା କରିବା ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଏ, ଭଜ । ଏବଂ ଭଜ, ସଂସ୍କୃତ ବ୍ୟକରଣ ଅଛି, କ୍ତି-ପ୍ରତ୍ୟୟ, ସଂଜ୍ଞା ବନେଇବା ପାଇଁ । ଏହା ହେଉଛି କ୍ରିୟା । ତେବେ ପ୍ରତ୍ୟୟ ଅଛି, କ୍ତି-ପ୍ରତ୍ୟୟ, ତି-ପ୍ରତ୍ୟୟ, ଅନେକ ପ୍ରତ୍ୟୟ । ତେଣୁ ଭଜ-ଧାତୁ କ୍ତି, ଭକ୍ତି ସହିତ ସମାନ । ତେବେ ଭକ୍ତି ଅର୍ଥାତ୍ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା । ଭକ୍ତି ଅନ୍ୟ କାହା ଉପରେ ଲାଗୁ କରାଯାଇ ପାରିବ ନାହିଁ । ଯଦି କେହି କୁହେ ଯେ " ମୁଁ କାଳୀଙ୍କର ଏକ ମହାନ ଭକ୍ତ, ଦେବୀ କାଳୀ," ତାହା ଭକ୍ତି ନୁହେଁ, ତାହ ହେଉଛି ବ୍ୟାପାର । କାରଣ ଯେ କୌଣସି ଦେବତାଙ୍କୁ ତୁମେ ପୂଜା କର, ତାହା ପଛରେ କିଛି ଉଦ୍ଦେଶ୍ୟ ଥାଏ । ସାଧାରଣତଃ, ଲୋକମାନେ ମାଂସ ଖାଇବା ପାଇଁ ଦେବୀ କାଳୀଙ୍କର ଭକ୍ତ ହୁଅଁନ୍ତି । ତାହା ହେଉଛି ତାଙ୍କର ଉଦ୍ଦେଶ୍ୟ । ବୈଦିକ ସଂସ୍କୃତିରେ, ଯେଉଁମାନେ ମାଂସ ଖାଆନ୍ତି, ସେମାନଙ୍କୁ ଉପଦେଶ ଦିଆଯାଇଛି ଯେ "ବଧସ୍ଥଳୀରୁ କିଣା ଯାଇଥିବା ମାଂସ ଖାଅ ନାହିଁ କିମ୍ଵା ବଜାରରୁ ।" ବାସ୍ତବରେ, ଏହି ପ୍ରଣାଳୀ ସମଗ୍ର ଦୁନିଆରେ କେଉଁଠାରେ ମଧ୍ୟ ପ୍ରଚଳନ ନ ଥିଲା, ବଧସ୍ଥଳୀ ଚଲାଇବା । ଏହା ହେଉଛି ନୂଆ ଆବିଷ୍କାର । ଆମେ ବେଳେ ବେଳେ ଖ୍ରଷ୍ଟିୟାନ ଭଦ୍ର ବ୍ୟକ୍ତିଙ୍କ ସହିତ ସହିତ ବେଳେ ବେଳେ କଥା ହେଉ, ଏବଂ ଯେତେବେଳେ ଆମେ ଅନୁସନ୍ଧାନ କରୁ ଯେ "ଭଗବାନ ଖ୍ରୀଷ୍ଟ କହିଥିଲେ 'ତୁମେ ହତ୍ୟା କରିବ ନାହିଁ'; ତୁମେ କାହିଁକି ହତ୍ୟା କରୁଛ?" ସେମାନେ ପ୍ରମାଣ ଦିଅଁନ୍ତି ଯେ "ଖ୍ରୀଷ୍ଟ ମଧ୍ୟ ବେଳେ ବେଳେ ମାଂସ ଖାଆନ୍ତି ।" ବେଳେ ବେଳେ ଖ୍ରଷ୍ଟ ଖାଉଥିଲେ, ତାହା ଠିକ୍ ଅଛି, କିନ୍ତୁ ଖ୍ରଷ୍ଟ କହିଥିଲେ କି "ତୁମେ ବଡ଼, ବଡ଼ ବଧସ୍ଥଳୀ ଚଲାଅ ଏବଂ ମାଂସ ଖାଇ ଚାଲ?" ସାଧାରଣ ଜ୍ଞାନ ମଧ୍ୟ ନାହିଁ । ଖ୍ରୀଷ୍ଟ ଖାଇ ଥିବେ । ବେଳେ ବେଳେ ସେ...ଯଦି ଖାଇବା ପାଇଁ କିଛି ନାହିଁ, ତୁମେ କ'ଣ କରିବ? ତାହା ଅନ୍ୟ ଏକ ପ୍ରଶ୍ନ । ଅତି ଅବଶ୍ୟକତା ସମୟରେ, ମାଂସ ଖାଇବା ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ନ ଥିବ... ସେହି ସମୟ ଆସିବ । ଏହି କଳି ଯୁଗରେ, ଧିରେ ଧିରେ ଖାଦ୍ୟ ଶସ୍ୟ କମିଯିବ । ଏହା ଶ୍ରୀମଦ୍ ଭାଗବତରେ କୁହାଯାଇଛି, ଦ୍ଵାଦଶ ସ୍କନ୍ଦ । ନା ଚାଉଳ, ନା ଗହମ, ନା କ୍ଷୀର, ନା ଚିନି ଉପଲବ୍ଦ ହେବ । ଜଣକୁ ମାଂସ ଖାଇବାକୁ ପଡ଼ିବ । ଏହି ଅବସ୍ଥା ହୋଇଯିବ । ଏବଂ ମନୁଷ୍ୟ ମାଂସ ମଧ୍ୟ ଖାଇବାକୁ ପଡି ପାରେ । ଏହି ପାପୀ ଜୀବନ ଅପମାନଜନକ ଅଟେ, ଏତେ ଅଧିକ ଯେ ସେମାନେ ଅଧିକରୁ ଅଧିକ ପାପୀ ହୋଇଯିବେ । ତାନହଂ ଦ୍ଵିଷତଃ କ୍ରୂରାନ୍ କ୍ଷିପାମ୍ୟ ଅଜସ୍ରମ ଅନ୍ଧେ-ଯୋନିଷୁ (BG 16.19) । ଯେଉଁମାନେ ଅସୁର, ଯେଉଁମାନେ ପାପୀ, ପ୍ରକୃତିର ନିୟମ ହେଉଛି ସେମାନଙ୍କୁ ଏପରି ଅବସ୍ଥାରେ ରଖିବା ଯେ ସେ ଅଧିକରୁ ଅଧିକ ଅସୁର ହୋଇଯିବ ଯେପରି ସେ କଦାପି ଭଗବାନଙ୍କୁ ବୁଝିବା ପାଇଁ ସକ୍ଷମ ହୋଇ ପାରିବ ନାହିଁ । ଏହା ହେଉଛି ପ୍ରକୃତିର ନିୟମ । ଯଦି ତୁମେ ଭଗବାନଙ୍କୁ ଭୁଲିବାକୁ ଚାହୁଁଛ, ତେବେ ଭଗବାନ ତୁମକୁ ଏପରି ଅବସ୍ଥାରେ ରଖିବେ ଯେ ତୁମେ କେବେ ଜାଣି ପାରିବ ନାହିଁ ଭଗବାନ କ'ଣ । ତାହା ହେଉଛି ଆସୁରିକ ଜୀବନ । ସେହି ସମୟ ମଧ୍ୟ ଆସୁଛି । ବର୍ତ୍ତମାନ ସମୟରେ, ତଥାପି କିଛି ଲୋକ ରୁଛି ରଖୁଛନ୍ତି, ଭଗବାନ କ'ଣ । ଅର୍ଥୋ ଅର୍ଥାତ୍ତି ଜିଜ୍ଞାସୁ ଜ୍ଞାନୀ (CC Madhya 24.95) । କିନ୍ତୁ ସମୟ ଆଗକୁ ଆସୁଛି ଯେତେବେଳେ ଚେତନା ନ ଥିବ ଭଗବାନଙ୍କୁ ବୁଝିବା ପାଇଁ । ତାହା ହେଉଛି କଳି ଯୁଗର ଶେଷ ଚରଣ, ଏବଂ ସେହି ସମୟରେ କଳକୀ ଅବତାର, କଳକୀ ଅବତାର ଅସିବେ । ସେହି ସମୟରେ ଭଗବାନ ଚେତାନାର ପ୍ରଚାର ହେବ ନାହିଁ, କେବଳ ହତ୍ୟା, କେବଳ ହତ୍ୟା । କଳକୀ ଅବତାର ତାଙ୍କ ଖଣ୍ଡା ସହିତ କେବଳ ନରହତ୍ୟା କରିବେ । ତାପରେ ପୁଣି ଥରେ ସତ୍ୟ ଯୁଗ ଆସିବ । ପୁଣି ସ୍ଵର୍ଣ୍ଣ ଯୁଗ ଆସିବ ।