OR/Prabhupada 0259 - କୃଷ୍ଣଙ୍କୁ ଭଲ ପାଇବାର ଦିବ୍ୟ ସ୍ତରରେ ପୁନଃନିଯୁକ୍ତ ହେବା

Revision as of 06:00, 13 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0259 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, September 27, 1968

ଏହି ବୈଠକରେ କେହି ବି କହି ପରିବେ କି ସେ କାହାର କିମ୍ଵା କୌଣସି ବସ୍ତୁର ସେବକ ନୁହଁନ୍ତି? ସେ ହେବା ଉଚିତ୍, କାରଣ ତାହା ହେଉଛି ତାର ସାମ୍ଵିଧାନିକ ସ୍ଥିତି । କିନ୍ତୁ ଅସୁବିଧା ହେଉଛି ଯେ ଆମର ଇନ୍ଦ୍ରିୟମାନଙ୍କର ସେବା କରିବା ଦ୍ଵରା, ସମସ୍ୟାର କୌଣସି ସମାଧାନ ମିଳେ ନାହିଁ, ଦୁଃଖର । କିଛି ସମୟ ପାଇଁ, ମୁଁ ନିଜକୁ ସନ୍ତୁଷ୍ଟ କରିପାରେ ଯେ ମୁଁ ଏହି ନିଶା ସେବନ କରୁଛି, ଏବଂ ଏହି ନିଶାର ସମ୍ମୋହନରେ ମୁଁ ଭାବି ପରେ ଯେ "ମୁଁ କାହାର ସେବକ ନୁହେଁ । ମୁଁ ହେଉଛି ମୁକ୍ତ," କିନ୍ତୁ ତାହା ଅପ୍ରାକୃତିକ ଅଟେ । ଯଥାଶିଘ୍ର ଭ୍ରମ ଚାଲିଯାଏ, ସେ ପ୍ରସଙ୍ଗକୁ ଆସେ, ପୁଣି ସେବକ । ପୁଣି ସେବକ ।

ତେଣୁ ଏହା ହେଉଛି ଆମର ସ୍ଥିତି । କିନ୍ତୁ ଏହି ସଂଘର୍ଷ କାହିଁକି ଅଛି? ମୋତେ ସେବା କରିବା ପାଇଁ ବାଧ୍ୟ କରାଯାଉଛି, କିନ୍ତୁ ମୁଁ ସେବା କରିବା ପାଇଁ ଚାହୁଁ ନାହିଁ । ସମାଜୋଯନା କ'ଣ? ସମାଜୋଯନା ହେଉଛି କୃଷ୍ଣ ଚେତନା, ଯେ ଯଦି ତୁମେ କୃଷ୍ଣଙ୍କର ସେବକ ହେବ, ତେବେ ତୁମର ମାଲିକ ହେବାର ଆକାଂକ୍ଷା, ସେହି ସମୟରେ ତୁମର ମୁକ୍ତ ହେବାର ଆକାଂକ୍ଷା, ତୂରନ୍ତ ପ୍ରାପ୍ତ ହେବ । ଯେପରି ତୁମେ ଏଠାରେ ଅର୍ଜୁନ ଏବଂ କୃଷ୍ଣଙ୍କର ଏକ ଛବି ଦେଖୁଛ । କୃଷ୍ଣ ହେଉଛନ୍ତି ପରମ ଭଗବାନ । ଅର୍ଜୁନ ହେଉଛନ୍ତି ଜୀବ, ଏକ ମନୁଷ୍ୟ, କିନ୍ତୁ ସେ ବନ୍ଧୁ ହିସାବରେ କୃଷ୍ଣଙ୍କୁ ଭଲ ପାଉଛନ୍ତି । ଏବଂ ଏହି ବନ୍ଧୁତା ପୂର୍ଣ୍ଣ ପ୍ରେମ ବଦଳରେ, କୃଷ୍ଣ ତାଙ୍କର ଚଳକ ହୋଇଛନ୍ତି, ତାଙ୍କର ସେବକ । ସେହିପରି, ଯଦି ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, କୃଷ୍ଣଙ୍କୁ ଭଲ ପାଇବାର ଦିବ୍ୟ ସ୍ତରରେ ପୁନଃନିଯୁକ୍ତ ହୋଇପାରିବା, ତେବେ ଆମର ମାଲିକ ହେବାର ଆକାଂକ୍ଷା ପୁରା ହେବ । ତାହା ବର୍ତ୍ତମାନ ଜଣା ନାହିଁ, କିନ୍ତୁ ଯଦି ଆମେ କୃଷ୍ଣଙ୍କୁ ସେବା କରିବା ପାଇଁ ରାଜି ହେବା, ତେବେ ଧିରେ ଧିରେ ତୁମେ ଦେଖି ପାରିବ ଯେ କୃଷ୍ଣ ତୁମର ସେବା କରୁଛନ୍ତି । ତାହା ହେଉଛି ଅନୁଭବର ଏକ ପ୍ରଶ୍ନ । କିନ୍ତୁ ଯଦି ଆମେ ଏହି ଭୌତିକ ଦୁନିଆର ସେବା, ଇନ୍ଦ୍ରିୟମାନଙ୍କ ସେବରୁ ବାହାରକୁ ବାହାରିବା ପାଇଁ ଚାହୁଁଛୁ, ତେବେ ଆମକୁ ଆମର ସେବା ଭାବକୁ କୃଷ୍ଣଙ୍କ ପାଇଁ ସ୍ଥାନାନ୍ତରିତ କରିବାକୁ ହେବ । ଏହାକୁ କୃଷ୍ଣ ଚେତନା କୁହାଯାଏ ।

କାମାଦିନାମ କଟି ନା କଟିଧା ପାଳିତା ଦୁର୍ନିଦେଶାସ୍
ତେଶାମ୍ ମୟି ନ କରୁଣା ଜାତା ନ ତ୍ରାପା ନୌପଶାନ୍ତିଃ
ସାପ୍ରତମ ଅହମ ଲବ୍ଧ ବୁଦ୍ଧିସ
ତବାମ ଆୟାତଃ ନିୟୁକ୍ତଶ୍ଵାତ୍ମା ଦାସ୍ୟେ

ଜଣେ ଭକ୍ତ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି ଯେ "ଏବେ ପର୍ଯ୍ୟନ୍ତ, ମୋ ଜୀବନରେ, ମୁଁ ମୋର ଇନ୍ଦ୍ରିୟମାନଙ୍କର ସେବା କରିଛି ।" କାମାଦିନାମ । କାମ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ, ଲାଳସା । "ତେଣୁ ଏପରିକି ଯାହା ମୁଁ କରିବା ଉଚିତ୍ ନୁହେଁ, ତଥାପି, ମୁଁ ଏହା ମୋର ଲାଳସାର ଆଜ୍ଞା ଦ୍ଵାରା କରିଛି ।" ଜଣକୁ କରିବାକୁ ପଡ଼େ । ଯେତେବେଳେ ଜଣେ ଏକ ଚାକର କିମ୍ଵା ସେବକ ଅଟେ, ତେବେ ସେ ବାଧ୍ୟ ହୁଏ ଏପରି କିଛି କରିବାକୁ ଯାହା ସେ କରିବାକୁ ଚାହେଁ ନାହିଁ । ସେ ବାଧ୍ୟ ହୁଏ । ତେଣୁ ଏଠାରେ, ଏକ ସେବକ ସ୍ଵୀକାର କରୁଛନ୍ତି ଯେ "ମୁଁ କରିଛି, ମୋର ଲାଳସାର ଆଜ୍ଞା ଦ୍ଵାରା, ମୁଁ ଯାହା କରିବା ଉଚିତ୍ ନୁହେଁ, କିନ୍ତୁ ମୁଁ ଏହା କରିଛି ।" ଠିକ୍ ଅଛି, ତୁମେ କରିଛ, ତୁମେ ତୁମର ଇନ୍ଦ୍ରିୟମାନଙ୍କର ସେବା କରୁଛ । କୌଣସି କଥା ନାହିଁ । "କିନ୍ତୁ ଅସୁବିଧା ହେଉଛି ଯେ ତେଶାମ କରୁଣା ନା ଜାତା ନା ତ୍ରପା ନୌପଶାନ୍ତିଃ । ମୁଁ ବହୁତ ସେବା କରିଛି, କିନ୍ତୁ ମୁଁ ଦେଖିଲି ଯେ ସେମାନେ ସନ୍ତୁଷ୍ଟ ନାହାଁନ୍ତି । ସେମାନେ ସନ୍ତୁଷ୍ଟ ନାହାଁନ୍ତି । ତାହା ହେଉଛି ମୋର ସମସ୍ୟା । ଇନ୍ଦ୍ରିୟଗୁଡ଼ିକ ସନ୍ତୁଷ୍ଟ ନୁହଁନ୍ତି ନା ମୁଁ ସନ୍ତୁଷ୍ଟ ଅଛି, ନା ଇନ୍ଦ୍ରିୟଗୁଡ଼ିକ କୃପା କରୁଛନ୍ତି ମୋତେ ଆରାମ ଦେବା ପାଇଁ, ସେବାର ବୃତ୍ତି । ତାହା ହେଉଛି ମୋର ସ୍ଥିତି ।" ଯଦି ମୁଁ ଦେଖେଇ ପାରନ୍ତି, ବରଂ ଯଦି ଆମେ ତାହା ଅନୁଭବ କରିପାରିବା ଯେ, "ମୁଁ ଏତେ ବର୍ଷ ମୋର ଇନ୍ଦ୍ରିୟମାନଙ୍କର ସେବା କରିଲି, ବର୍ତ୍ତମାନ ମୋର ଇନ୍ଦ୍ରିୟଗୁଡ଼ିକ ସନ୍ତୁଷ୍ଟ ଅଛନ୍ତି..." ନା । ସେମାନେ ସନ୍ତୁଷ୍ଟ ନୁହଁନ୍ତି । ତଥାପି ଆଜ୍ଞା ଦେଉଛନ୍ତି । ତଥାପି ଆଜ୍ଞା ଦେଉଛନ୍ତି । "ମୁଁ ଭାରୀ..." ଅବଶ୍ୟ, ଏହା ଅତି ସ୍ଵାଭାବିକ, କିନ୍ତୁ ମୁଁ ଏହା ସହିତ ଅନାବୃତ କରୁଛି, ଯେ ମୋର କିଛି ଛାତ୍ର କହିଲେ ଯେ, ତାଙ୍କ ମା ବୃଦ୍ଧାବସ୍ଥାରେ, ବିବାହ କରିବାକୁ ଯାଉଛନ୍ତି । ଟିକିଏ ଦେଖ । ତାଙ୍କର ବୟସ୍କ ପିଲା ଅଛନ୍ତି । ଏବଂ କେହି ଅଭିଯୋଗ କରନ୍ତି ଯେ ତାଙ୍କର ଜେଜେ ମା ମଧ୍ୟ ବିବାହ କରିଛନ୍ତି । କାହିଁକି? ଟିକିଏ ଦେଖ । ପଞ୍ଚସ୍ତରୀ ବୟସରେ, ପଚାଶ ବୟସରେ, ଇନ୍ଦ୍ରିୟଗୁଡ଼ିକ ତଥାପି ଭାରୀ ଶକ୍ତିଶାଳୀ, ଯେ ସେ ଆଜ୍ଞା ଦେଉଛି: "ହଁ, ତୁମେ ଏହା କରିବା ଉଚିତ୍ ।"