OR/Prabhupada 0262 - ସର୍ବଦା ଭାବିବା ଉଚିତ୍ ଯେ ଆମର ସେବା ପୂର୍ଣ୍ଣ ନୁହେଁ

Revision as of 06:33, 13 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0262 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, September 27, 1968

ତମାଳ କୃଷ୍ଣ: ପ୍ରଭୁପାଦ, କ'ଣ ଯଦି ଆମେ ଜାଣିଛୁ ଆମେ ସେବା କରିବା ଉଚିତ୍ ଏବଂ ଆମେ ସେବା କରିବାକୁ ଚାହୁଁଛୁ, କିନ୍ତୁ ସେବା କରିବାର ସ୍ତର ବହୁତ ଖରାପ ।

ପ୍ରଭୁପାଦ: ହଁ । କେବେ ଭାବ ନାହିଁ ଯେ ସେବା ପୁରା ଠିକ୍ ଅଛି । ତାହା ତୁମକୁ ଠିକ୍ ସ୍ଥିତିରେ ରଖିବ । ହଁ । ଆମେ ସର୍ବଦା ଭାବିବା ଉଚିତ୍ ଯେ ଆମର ସେବା ପୂର୍ଣ୍ଣ ନୁହେଁ । ହଁ । ତାହା ବହୁତ ଭଲ । ଯେପରି ଚୈତନ୍ୟ ମହାପ୍ରଭୁ ଆମକୁ ଶିଖେଇଛନ୍ତି ଯେ...ସେ କହିଲେ, ଯେ "ମୋର ପ୍ରିୟ ବନ୍ଧୁମାନେ, ମୋ ଠାରୁ ଏହା ଗ୍ରହଣ କର ଯେ ମୋର ଏକ ଚୁଟକି ବିଶ୍ଵାସ ମଧ୍ୟ କୃଷ୍ଣଙ୍କ ଠାରେ ନାହିଁ । ଯଦି ତୁମେ କହୁଛ ଯେ ମୁଁ କାହଁକି କାନ୍ଦୁଛି, ଉତ୍ତର ହେଉଛି ଯେ କେବଳ ଏହା ଦେଖେଇବା ପାଇଁ ଯେ ମୁଁ ଏକ ମାହାନ ଭକ୍ତ । ବାସ୍ତବରେ, କୃଷ୍ଣଙ୍କ ପାଇଁ ମୋର ଏକ ଚୁଟକି ମଧ୍ୟ ପ୍ରେମ ନାହିଁ । ଏହି କାନ୍ଦିବା ହେଉଛି କେବଳ ମୋର ଏକ ପ୍ରଦର୍ଶନ ଅଟେ ।" "କାହିଁକି ଆପଣ ସେମିତ କହୁଛନ୍ତି?" "ବର୍ତ୍ତମାନ, କଥା ହେଉଛି ଯେ ମୁଁ କୃଷ୍ଣଙ୍କୁ ନ ଦେଖି ମଧ୍ୟ ଏବେ ପର୍ଯ୍ୟନ୍ତ ଜୀବିତ ଅଛି । ତାହାର ଅର୍ଥ ମୁଁ କୃଷ୍ଣଙ୍କୁ ଭଲପାଉ ନାହିଁ । ମୁଁ ଏବେ ପର୍ଯ୍ୟନ୍ତ ବଞ୍ଚିଛି । ମୁଁ ବହୁ ପୂର୍ବରୂ ମରିଯିବା କଥା କୃଷ୍ଣଙ୍କୁ ନ ଦେଖିକି ।" ତେଣୁ ଆମକୁ ସେହି ଭଳିଆ ଭାବିବା କଥା । ତାହା ହେଉଛି ଉଦାହରଣ । କୃଷ୍ଣଙ୍କୁ ସେବା କରିବାରେ ତୁମେ ଯେତେ ନିପୁଣ ହେଲେ ମଧ୍ୟ ତୁମେ ସବୁବେଳେ ଜାଣିବା ଦରକାର ଯେ... କୃଷ୍ଣ ଅସୀମିତ, ତେଣୁ ତୁମର ସେବା ସମ୍ପୂର୍ଣ୍ଣ ଭାବରେ ପହଞ୍ଚିପାରିବ ନାହିଁ । ଏହା ସର୍ବଦା ଅସମ୍ପୂର୍ଣ୍ଣ ଥିବ କାରଣ ଆମେ ସିମୀତ । କିନ୍ତୁ କୃଷ୍ଣ ଏତେ ଦୟାଳୁ ନୁହଁନ୍ତି । ଯଦି ତୁମେ ଅଳ୍ପ ସେବା ଦାୟିତ୍ଵ ପୂର୍ଣ୍ଣ ଭାବରେ କରିବ, ସେ ଗ୍ରହଣ କରିବେ । ତାହା ହେଉଛି କୃଷ୍ଣଙ୍କର ସୁନ୍ଦରତା । ସ୍ଵଳ୍ପମ ଅପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ । ଏବଂ କୃଷ୍ଣ ଯଦି ତୁମ ଠାରୁ ଅଳ୍ପ ସେବା ଗ୍ରହଣ କରିବେ, ତେବେ ତୁମର ଜୀବନ ଗୌରବାନ୍ଵିତ ହେବ । ତେଣୁ କୃଷ୍ଣଙ୍କୁ ସମ୍ପୂର୍ଣ୍ଣ ଭାବେ ଭଲ ପାଇବା ସମ୍ଭବ ନୁହେଁ, କୃଷ୍ଣଙ୍କର ସେବା କରିବା ପାଇଁ, କାରଣ ସେ ଅସିମୀତ । ଏକ ପ୍ରକ୍ରିୟା ଅଛି, ଭାରତରେ ଗଙ୍ଗାଙ୍କୁ ପୂଜା କରିବା ପାଇଁ । ଗଙ୍ଗା ନଦୀକୁ ପବିତ୍ର ନଦୀ ରୂପେ ସ୍ଵୀକାର କରାଯାଏ । ତେଣୁ ସେମାନେ ଗଙ୍ଗା ନଦୀକୁ ପୂଜା କରନ୍ତି, ଗଙ୍ଗା ନଦୀରୁ ଜଳ ନିଅନ୍ତି ଏବଂ ଅର୍ପଣ କରନ୍ତି । ମନେକର ଏହିପରି ଏକ ଛୋଟ ପାତ୍ର, ପାତ୍ର କିମ୍ଵା ଆଞ୍ଜୁଳାଏ ଜଳ, ତୁମେ ଗଙ୍ଗା ନଦୀରୁ କିଛି ଜଳ ନିଅ ଏବଂ ତୁମର ଭକ୍ତି ଏବଂ ମନ୍ତ୍ର ସହିତ ତୁମେ ଗଙ୍ଗା ନଦୀକୁ ଅର୍ପଣ କର । ତେବେ ତୁମେ ଏକ ଗ୍ଲାସ୍ ଗଙ୍ଗା ଜଳ ନିଅ ଏବଂ ଏହାକୁ ଗଙ୍ଗା ନଦୀକୁ ଅର୍ପଣ କର, ସେଥିରେ କ'ଣ ଅଛି, ଲାଭ ଏବଂ କ୍ଷତି କିମ୍ଵା କ୍ଷତି କିମ୍ଵା ଲାଭ, ଗଙ୍ଗା ନଦୀ ପାଇଁ? ଯଦି ତୁମେ ଏକ ଗ୍ଲାସ୍ ଗଙ୍ଗା ଜଳ ନେବ ଏବଂ ପୁଣି ଏହାକୁ ଅର୍ପଣ କରିବ, ତେବେ ଗଙ୍ଗାର ଲାଭ କ'ଣ? କିନ୍ତୁ ତୁମର ପ୍ରକ୍ରିୟା, ତୁମର ବିଶ୍ଵାସ, ତୁମର ପ୍ରେମ ମାତା ଗଙ୍ଗା ପାଇଁ, "ମାତା ଗଙ୍ଗା, ମୁଁ ଆପଣଙ୍କୁ ଅଳ୍ପ ଜଳ ଅର୍ପଣ କରୁଛି," ତାହା ସ୍ଵୀକାର କରାଯାଏ । ସେହିପାରି, ଆମ ପାଖରେ କ'ଣ ଅଛି କୃଷ୍ଣଙ୍କୁ ପ୍ରଦାନ କରିବା ପାଇଁ? ସବୁକିଛି କୃଷ୍ଣଙ୍କର । ବର୍ତ୍ତମାନ ଆମେ ଏହି ଫଳଗୁଡ଼ିକୁ ଅର୍ପଣ କରିଛୁ । ଏହି ଫଳଗୁଡ଼ିକ ଆମର କି? ଏହି ଫଳଗୁଡ଼ିକୁ କିଏ ଉତ୍ପାଦନ କରିଲା? ମୁଁ ଉତ୍ପାଦନ କରିଲି କି? ମନୁଷ୍ୟର ମସ୍ତିଷ୍କ ଅଛି କି ଯାହା ଫଳ, ଶସ୍ୟ, କ୍ଷୀର ଉତ୍ପାଦନ କରିପାରିବ? ସେମାନେ ମହାନ ବୈଜ୍ଞାନିକ ଅଟନ୍ତି । ବର୍ତ୍ତମାନ ସେମାନଙ୍କୁ ଉତ୍ପାଦନ କରିବାକୁ ଦିଅ । ଗାଈ ଘାସ ଖାଏ ଏବଂ ତୁମକୁ କ୍ଷୀର ଦିଏ । ତେଣୁ ବର୍ତ୍ତମାନ, ବୈଜ୍ଞାନିକ ପ୍ରକ୍ରିୟାରେ, ତୁମେ ଘାସକୁ କ୍ଷୀରରେ କାହିଁକି ପରିବର୍ତ୍ତନ କରୁ ନାହଁ? ତଥାପି ଦୁର୍ଜନମାନେ ସହମତ ହେଉ ନାହାଁନ୍ତି ଯେ ଭଗବାନ ଅଛନ୍ତି । ତୁମେ ଦେଖୁଛ? ସେମାନେ ଏତେ ଦୁର୍ଜନ ହୋଇ ଯାଇଛନ୍ତି: "ବିଜ୍ଞାନ" । ଏବଂ ତୁମର ବିଜ୍ଞାନ କ'ଣ, ନିରର୍ଥକ? ତୁମେ ଦେଖୁଛ ଗାଈମାନେ ଘାସ ଖାଆନ୍ତି ଏବଂ ତୁମକୁ କ୍ଷୀର ଦିଅନ୍ତି । ତୁମେ କାହିଁକି ତୁମ ସ୍ତ୍ରୀକୁ ଦେଇ କ୍ଷୀର ନେଉ ନାହଁ? ତୁମେ କାହିଁକି କିଣୁଛ? କିନ୍ତୁ ତୁମେ ଯଦି ଏହି ଘାସ ମନୁଷ୍ୟକୁ ଦେବ, ସେ ମରି ଯିବ । ତେଣୁ ସବୁକିଛି, କୃଷ୍ଣଙ୍କର ନିୟମ, କିମ୍ଵା ଭଗବାନଙ୍କର ନିୟମ, କାମ କରୁଛି, ଏବଂ ତଥା ସେମାନେ କହୁଛନ୍ତି ଯେ "ଭଗବାନ ମୃତ ଅଟନ୍ତି । କୌଣସି ଭଗବାନ ନାହାଁନ୍ତି । ମୁଁ ହେଉଛି ଭଗବାନ ।" ତୁମେ ସେପରି କର । ସେମାନେ ଏତେ ଦୁର୍ଜନ ଏବଂ ମୂର୍ଖ ହୋଇଯାଇଛନ୍ତି । ସେମାନେ କାହିଁକି ଏହି ବୈଠକକୁ ଆସୁ ନାହାଁନ୍ତି? "ଓ, ସ୍ଵାମୀଜୀ ଭଗବାନଙ୍କ ବିଷୟରେ କହୁଛନ୍ତି, ପୁରୁଣା କଥା ।(ହାସ୍ୟ) ଆମକୁ କିଛି ନୂଆ ଖୋଜିବାର ଅଛି ।" ତୁମେ ଦେଖିଛ? ଏବଂ ଯଦି କେହି ସମସ୍ତ ନିରର୍ଥକ କଥା କୁହେ, ତେବେ "ଓ, ସେ ହେଉଛି..." ସେ ଶୂନ ବିଷୟରେ ଚାରି ଘଣ୍ଟା କଥା ହୁଅନ୍ତି । ଟିକିଏ ଦେଖ । ମଁଣ୍ଟ୍ରିଆଲରେ ଜଣେ ଭଦ୍ର ବ୍ୟକ୍ତି, ସ୍ଵାମୀଜୀ ସେ ଭାରୀ ଅଦ୍ଭୁତ ସେ ଶୂନ ବିଷୟରେ ଚାରି ଘଣ୍ଟା କହିଲେ ।" ସେମାନେ ଏତେ ମୂର୍ଖ ଯେ ସେମାନେ ଚାରି ଘଣ୍ଟା ଶୂନ ଉପରେ ଶୁଣିବାକୁ ଚାହାଁନ୍ତି । ତୁମେ ଦେଖୁଛ?(ହସ) ଶୂନର ମୂଲ୍ୟ କ'ଣ? ଏବଂ ତୁମେ ତୁମର ସମୟ ନଷ୍ଟ କରୁଛ, ଚାରି ଘଣ୍ଟା? ପରିଶେଷରେ, ଏହା ଶୂନ ଅଟେ । ତେବେ ଲୋକମାନେ ଏହା ଚାହାଁନ୍ତି । ଲୋକମାନେ ଏହା ଚାହାଁନ୍ତି । ଯଦି ଆମେ ସାଧାରଣ କଥା କହିବା - "ଭଗବାନ ହେଉଛନ୍ତି ମାହାନ । ତୁମେ ହେଉଛ ସେବକ, ଶାଶ୍ଵତ ସେବକ । ତୁମର କୌଣସି ଶକ୍ତି ନାହିଁ । ତୁମେ ସର୍ବଦା ଭଗବାନଙ୍କର ଉପରେ ନିର୍ଭରଶୀଳ । କେବଳ ତୁମର ଦାସତ୍ଵ ଭଗବାନଙ୍କ ପ୍ରତି ପରିବର୍ତ୍ତନ କର, ତୁମେ ଖୁସୀ ହେବ" - "ଓ, ଏହା ଏତେ ଭଲ ନୁହେଁ ।" ତେବେ ସେମାନେ ଠକି ହେବା ପାଇଁ ଚାହୁଁଛନ୍ତି । ସେଥିପାଇଁ ଅନେକ ଠକ ଅାସୁଛନ୍ତି ଏବଂ ଠକୁଛନ୍ତି ଏବଂ ଚାଲି ଯାଉଛନ୍ତି, ବାସ୍ । ଲୋକମାନେ ଠକି ହେବା ପାଇଁ ଚାହୁଁଛନ୍ତି । ସେମାନେ ସରଳ କଥା ଚାହୁଁ ନାହାଁନ୍ତି ।