OR/Prabhupada 0275 - ଧର୍ମ ଅର୍ଥାତ୍ କର୍ତ୍ତବ୍ୟ

Revision as of 22:39, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.7 -- London, August 7, 1973

ତେବେ ଗୁରୁ ହେଉଛନ୍ତି କୃଷ୍ଣ । ଏଠାରେ ଅର୍ଜୁନଙ୍କ ଦ୍ଵାରା ଦିଆଯାଇଥିବା ଉଦାହରଣ ଅଛି । ପୃଚ୍ଛାମି ତ୍ଵାଂ । ସେ ତ୍ଵାଂ କିଏ? କୃଷ୍ଣ । "ତୁମେ କାହିଁକି ମୋତେ ପଚାରୁଛ?" ଧର୍ମସଂମୂଢ଼ଚେତାଃ (BG 2.7) । "ମୁଁ ମୋର କର୍ତ୍ତବ୍ୟରେ କଂକର୍ତ୍ତବ୍ୟବିମୁଢ଼ ଅଛି, ଧର୍ମ ।" ଧର୍ମ ଅର୍ଥାତ୍ କର୍ତ୍ତବ୍ୟ । ଧର୍ମନ ତୁ ସାକ୍ଷାଦ ଭାଗବତ-ପ୍ରାଣୀତମଃ (SB 6.3.19) । ସଂମୂଢ଼ଚେତାଃ । "ତେବେ ମୋତେ କ'ଣ କରିବାକୁ ହେବ?" ଯଚ୍ଛ୍ରେୟଃ । "ବାସ୍ତବରେ ମୋର କର୍ତ୍ତବ୍ୟ କ'ଣ?" ଶ୍ରେୟଃ । ଶ୍ରେୟଃ ଏବଂ ପ୍ରେୟଃ । ପ୍ରେୟଃ...ସେଗୁଡ଼ିକ ଦୁଇଟି କଥା । ପ୍ରେୟ ଅର୍ଥାତ୍ ଯାହା ମୁଁ ତୂରନ୍ତ ଭଲ ପାଏ, ଭାରି ଭାଲ । ଏବଂ ଶ୍ରେୟ ଅର୍ଥାତ୍ ଅନ୍ତିମ ଲକ୍ଷ୍ୟ । ସେଗୁଡ଼ିକ ଦୁଇଟି କଥା । ଯେପରିକି ଏକ ଶିଶୁ ଦିନ ସାରା ଖେଳିବାକୁ ଚାହେଁ । ତାହା ହେଉଛି ଶିଶୁର ପ୍ରକୃତି । ତାହା ହେଉଛି ଶ୍ରେୟ । ଏବଂ ପ୍ରେୟ ଅର୍ଥାତ୍ ସେ ଶିକ୍ଷା ଗ୍ରହଣ କରିବା ଉଚିତ୍ ଯେପରିକି ତାର ଭବିଷ୍ୟତ ସ୍ଥିର ରହିବ । ତାହା ହେଉଛି ପ୍ରେୟ, ଶ୍ରେୟ । ତେବେ ଅର୍ଜୁନ ପ୍ରେୟ ପଚାରୁ ନ ଥିଲେ । ସେ କୃଷ୍ଣଙ୍କ ଠାରୁ ନିର୍ଦ୍ଦେଶ ତାଙ୍କର ଶ୍ରେୟ ପ୍ରମାଣ କରିବା ଉଦ୍ଦେଶ୍ୟରେ ପଚାରୁ ନ ଥିଲେ । ଶ୍ରେୟ ଅର୍ଥାତ୍ ସେ ତୂରନ୍ତ ଭାବୁଥିଲେ ଯେ: "ମୁଁ ଯୁଦ୍ଧ ନ କରି ଖୁସୀରେ ରହିବି, ନା କି ମୋର ଭାଈମାନଙ୍କର ହତ୍ୟା କରି ।" ତାହା, ସେ ଏକ ଶିଶୁ ପରି ଥିଲେ, ସେ ଭାବୁଥିଲେ । ଶ୍ରେୟ । କିନ୍ତୁ ସେ ଯେତେବେଳେ ତାଙ୍କ ଚେତନାକୁ ଆସିଲେ... ବାସ୍ତବରେ ଚେତନା ନୁହେଁ, କାରଣ ସେ ହେଉଛନ୍ତି ବୁଦ୍ଧିମାନ । ସେ ପ୍ରେୟ, ହମ୍, ଶ୍ରେୟ ବିଷୟରେ ପଚାରୁଥିଲେ । ଯଚ୍ଛ୍ରେୟଃ ସ୍ୟାତ । "ବାସ୍ତବରେ ମୋ ଜୀବନର ଅନ୍ତିମ ଲକ୍ଷ୍ୟ କ'ଣ?" ଯଚ୍ଛ୍ରେୟଃ ସ୍ୟାତ । ଯଚ୍ଛ୍ରେୟଃ ସ୍ୟାନ୍ନିଶ୍ଚିତଂ (BG 2.7) । ନିଶ୍ଚିତଂ ଅର୍ଥାତ୍ ନିଶ୍ଚିତ, କୌଣସି ଭୁଲ ବିନା । ନିଶ୍ଚିତାଂ । ଭାଗବତରେ, ନିଶ୍ଚିତମ ଅଛି । ନିଶ୍ଚିତମ ଅର୍ଥାତ୍ ତୁମକୁ ଅନୁସନ୍ଧାନ କରିବାର ଆବଶ୍ୟକତା ନାହିଁ । ଏହା ପୂର୍ବରୁ ସ୍ଥିର ହୋଇ ଅଛି । "ଏହା ହେଉଛି ନିଷ୍ପତ୍ତି ।" କାରଣ ଆମେ, ଆମର ଛୋଟ ମସ୍ତିଷ୍କ ସହିତ, ଆମେ ଖୋଜିପାରିବା ନାହିଁ ବାସ୍ତବ ନିଶ୍ଚିତମ କ'ଣ, ସ୍ଥିିରିକୃତ ଶ୍ରେୟ । ତାହା ଆମେ ଜାଣି ନାହୁଁ । ତାହା ତୁମକୁ କୃଷ୍ଣଙ୍କ ଠାରୁ ପଚାରିବାକୁ ହେବ । କିମ୍ଵା ତାଙ୍କର ପ୍ରତିନିଧିଙ୍କୁ । ଏଗୁଡ଼ିକ ହେଉଛି କଥା । ଯଚ୍ଛ୍ରେୟଃ ସ୍ୟାନ୍ନିଶ୍ଚିତଂ ବ୍ରୂହି ତନ୍ନେ ।

ତେଣୁ..."ଦୟାକରି ମୋତେ ତାହା କୁହଁନ୍ତୁ ।" "ତେବେ ମୁଁ କାହିଁକି ତୁମକୁ କହିବି?" ଏଠାରେ କୁହଁନ୍ତି: ଶିଷ୍ୟସ୍ତେଽହଂ (BG 2.7) । "ବର୍ତ୍ତମାନ ମୁଁ ଆପଣଙ୍କୁ ମୋର ଗୁରୁ ରୂପେ ସ୍ଵୀକାର କରୁଛି । ମୁଁ ଆପଣଙ୍କର ଶିଷ୍ୟ ହେଲି ।" ଶିଷ୍ୟ ଅର୍ଥାତ୍: "ଯାହା କିଛି ଆପଣ କହିବେ, ମୁଁ ସ୍ଵୀକାର କରିବି ।" ସେ ହେଉଛି ଶିଷ୍ୟ । ଶିଷ୍ୟ ଶଦ୍ଦ ଶ୍ଶ-ଧାତୁରୁ ଆସିଛି । ଶ୍ଶ-ଧାତୁ । ଶାସ୍ତ୍ର । ଶସ୍ତ୍ର । ଶାସନ । ଶିଷ୍ୟ । ଏଗୁଡ଼ିକ ଏକ ଧାତୁରୁ ଆସିଛନ୍ତି । ଶ୍ଶ-ଧାତୁ । ଶ୍ଶ-ଧାତୁ ଅର୍ଥାତ୍ ଶାସନ, ଶାସନ କରିବା । ତେବେ ବିଭିନ୍ନ ପ୍ରକାରରେ ଶାସନ କରିପାରିବା । ଆମେ ଏକ ଉଚିତ୍ ଗୁରୁଙ୍କର ଶିଷ୍ୟ ହୋଇ, ଶାସିତ ହୋଇପାରିବା । ତାହା ହେଉଛି ଶ୍ଶ-ଧାତୁ । କିମ୍ଵା ଆମେ ଶସ୍ତ୍ର ଦ୍ଵାରା ଶାସିତ ହୋଇ ପାରିବା, ଶସ୍ତ୍ର । ଠିକ୍ ଯେପରି ରାଜାଙ୍କର ଶସ୍ତ୍ର ଅଛି । ଯଦି ତୁମେ ରାଜା କିମ୍ଵା ସେକାରଙ୍କର ନିର୍ଦ୍ଦେଶ ଅନୁସରଣ କରିବା ନାହିଁ, ତେବେ ପୁଲିସ୍ ବଳ ଅଛନ୍ତି, ସୈନ ବଳ । ତାହା ହେଉଛି ଶସ୍ତ୍ର । ଏବଂ ଶାସ୍ତ୍ର ମଧ୍ୟ ଅଛି । ଶାସ୍ତ୍ର ଅର୍ଥାତ୍ ପୁସ୍ତକ, ଗ୍ରନ୍ଥ । ଯେପରିକି ଭଗବଦ୍ ଗୀତା । ସବୁକିଛି ଅଛି । ତେବେ ଆମେ ଶାସିତ ହେବା ଉଚିତ୍, ଶସ୍ତ୍ର, ଶାସ୍ତ୍ର କିମ୍ଵା ଗୁରୁ ଦ୍ଵାରା । କିମ୍ଵା ଶିଷ୍ୟ ହୋଇ । ସେଥିପାଇଁ ଏହା କୁହାଯାଇଛି: ଶିଷ୍ୟସ୍ତେଽହଂ (BG 2.7) । "ମୁଁ ସ୍ଵ ଇଛାରେ...ମୁଁ ଆପଣଙ୍କୁ ଅତ୍ମସମର୍ପଣ କରିଲି ।" "ବର୍ତ୍ତମାନ ତୁମେ ଶିଷ୍ୟ ହେଲ । ତୁମେ ମୋର ଶିଷ୍ୟ ହେବାର ପ୍ରମାଣ କ'ଣ?" ଶାଧି ମାଂ ତ୍ଵାଂ ପ୍ରପନ୍ନମ୍ । "ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ଭାବରେ ଆତ୍ମ ସମର୍ପଣ କରିଲି ।" ପ୍ରପନ୍ନମ୍ ।