OR/Prabhupada 0283 - ଆମର କାର୍ଯ୍ୟକ୍ରମ ହେଉଛି ଭଲ ପାଇବା

Revision as of 11:12, 13 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0283 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, September 30, 1968

ପ୍ରଭୁପାଦ: ଗୋବିନ୍ଦମ ଆଦି ପୁରୁଷମ ତମ ଅହମ ଭଜାମି ।

ଭକ୍ତ: ଗୋବିନ୍ଦମ ଆଦି ପୁରୁଷମ ତମ ଅହମ ଭଜାମି ।

ପ୍ରଭୁପାଦ: ତେବେ ଆମର କାର୍ଯ୍ୟକ୍ରମ ହେଉଛି ପ୍ରେମ ଏବଂ ଭକ୍ତିର ସହିତ ପୂଜା କରିବା ଗୋବିନ୍ଦଙ୍କର, ମୂଳ ବ୍ୟକ୍ତି । ଗୋବିନ୍ଦମ ଆଦି ପୁରୁଷମ । ଏହା ହେଉଛି କୃଷ୍ଣ ଚେତନା । ଆମେ ମାନେ ଲୋକମାନଙ୍କୁ କୃଷ୍ଣଙ୍କୁ ପ୍ରେମ କରିବା ଶିଖଉଛୁ, ବାସ୍ । ଆମର କାର୍ଯ୍ୟକ୍ରମ ହେଉଛି ଭଲ ପାଇବା, ତୁମର ଭଲ ପାଇବାକୁ ଉଚିତ୍ ସ୍ଥାନରେ ରଖିବା । ତାହା ହେଉଛି ଆମର କାର୍ଯ୍ୟକ୍ରମ । ସମସ୍ତେ ଭଲ ପାଇବାକୁ ଚାହାଁନ୍ତି, କିନ୍ତୁ ସେ ନିରାଶ ଅଛି କାରଣ ତାର ଭଲ ପାଇବା ଭୁଲ ସ୍ଥାନରେ ଅଛି । ଲୋକମାନେ ଏହା ବୁଝିପାରୁ ନାହାଁନ୍ତି । ସେମାନଙ୍କୁ ଶିଖା ଯାଉଛି, "ସର୍ବପ୍ରଥମେ, ତୁମେ ତୁମର ଶରୀରକୁ ଭଲ ପାଅ ।" ତାପରେ ଟିକିଏ ବଢ଼େଇ ଦିଆଯାଉଛି, "ତୁମେ ତୁମର ମାତା ପିତାଙ୍କୁ ଭଲ ପାଅ ।" ତାପରେ "ତୁମର ଭାଈ ଏବଂ ଭଉଣୀକୁ ଭଲ ପାଅ ।" ତାପରେ "ତୁମର ସମାଜକୁ ଭଲ ପାଅ, ତୁମର ଦେଶକୁ ଭଲ ପାଅ, ସମଗ୍ର ମାନବ ସମାଜକୁ ଭଲ ପାଅ, ମାନବତା ।" କିନ୍ତୁ ଏହି ସମସ୍ତ ବିସ୍ତାରିତ ପ୍ରେମ, ତଥା କଥିତ ପ୍ରେମ, ତୁମକୁ ସନ୍ତୁଷ୍ଟତା ଦେଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କୁ ଭଲ ପାଇବାର ପ୍ରସଙ୍ଗରେ ପହଞ୍ଚି ନାହଁ । ତାପରେ ତୁମେ ସନ୍ତୁଷ୍ଟ ହେବ । ଯେପରି ଯଦି ତୁମେ କୌଣସି ଜଳାଶୟରେ ଏକ ପଥର ପକେଇବ, ଏକ ହ୍ରଦରେ, ସେଠାରେ ତୂରନ୍ତ ଏକ ଚକ୍ର ସୃଷ୍ଟି ହେବ । ଚକ୍ର ବିସ୍ତାର ହୁଏ, ଏବଂ ବିସ୍ତାର ହୁଏ, ବିସ୍ତାର, ବିସ୍ତାର, ଯେତେବେଳେ ଚକ୍ର କୂଳକୁ ସ୍ପର୍ଶ କରେ, ଏହା ବନ୍ଦ ହୋଇଯାଏ । ଯେ ପର୍ଯ୍ୟନ୍ତ ଚକ୍ର କୂଳରେ ପହଞ୍ଚି ନାହିଁ କିମ୍ଵା ଜଳାଶୟର କୂଳରେ, ଏହା ବଢ଼ି ବଢ଼ି ଚାଲେ । ତେଣୁ ଆମକିୁ ବଢ଼େଇବାକୁ ହେବ । ବଢ଼େଇବା । ବଢ଼େଇବା ଅର୍ଥାତ୍ ଦୁଇ ପ୍ରକାରର ଉପାୟ ଅଛି । ଯଦି ତୁମେ ଅଭ୍ୟାସ କରିବ, "ମୁଁ ମୋର ସମାଜକୁ ଭଲ ପାଇବି, ମୁଁ ମୋର ଦେଶକୁ ଭଲ ପାଇବି, ମୁଁ ମୋର ମାନବ ଜାତିକୁ ଭଲ ପାଇବି," ତାପରେ "ଜୀବ," ଏହିପରି... କିନ୍ତୁ ତୁମେ ଯଦି ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କୁ ସ୍ପର୍ଶ କରି, ତେବେ ସବୁକିଛି ଅଛି । ଏହା ଏତେ ଭଲ । କୃଷ୍ଣ ଅର୍ଥାତ୍ ସର୍ବ ଆକର୍ଷକ, ସବୁକିଛି ଅନ୍ତର୍ଗତ କରି । କାହିଁକି ସବୁକିଛି? କାରଣ କୃଷ୍ଣ ହେଉଛନ୍ତି କେନ୍ଦ୍ର । ଯେପରି ଏକ ପରିବାରେ, ଯଦି ତୁମେ ତୁମ ପିତାକୁ ଭଲ ପାଅ, ତେବେ ତୁମେ ଭଲ ପାଅ ତୁମର ଭାଈ, ଭଉଣୀ, ତୁମ ପିତାଙ୍କର ଚାକର, ତୁମ ପିତାଙ୍କର ଘର, ତୁମ ପିତାଙ୍କର ସ୍ତ୍ରୀ, ଅର୍ଥାତ୍, ତୁମର ମା, ସମସ୍ତଙ୍କୁ । କେନ୍ଦ୍ର ପ୍ରସଙ୍ଗ ହେଉଛନ୍ତି ତୁମର ପିତା । ଏହା ହେଉଛି ପରିପକ୍ଵା ଉଦାହରଣ । ସେହିପରି, ଯଦି ତୁମେ କୃଷ୍ଣଙ୍କୁ ଭଲ ପାଅ, ତେବେ ତୁମର ପ୍ରେମ ସର୍ବତ୍ର ବିସ୍ତାର ହେବ । ଅନ୍ୟ ଏକ ଉଦାହରଣ, ଯେପରି ଯଦି ତୁମେ ଏକ ବୃକ୍ଷକୁ ଭଲ ପାଅ, ପତ୍ରଗୁଡ଼ିକୁ, ଫୁଲମାନଙ୍କୁ, ଶାଖା, ଗଣ୍ଡି, ଛୋଟଡ଼ାଳ, ସବୁକିଛି । ତୁମେ କେବଳ ଚେରରେ ପାଣି ଦିଅ, ତେବେ ତୁମର ବୃକ୍ଷକୁ ଭଲ ପାଇବା ସ୍ଵୟଂ ପୁରା ହୋଇଯିବ । ଯଦି ତୁମେ ତୁମର ଦେଶ ବାସୀମାନଙ୍କୁ ଭଲ ପାଅ, ଯଦି ତୁମେ ତୁମ ଦେଶ ବାସୀମାନଙ୍କୁ ଶିକ୍ଷିତ ଦେଖିବାକୁ ଚାହଁ, ଅର୍ଥନୈତିକ ଏବଂ ମାନସିକ, ଶାରୀରିକ ଭାବରେ ଉନ୍ନତ, ତେବେ ତୁମେ କ'ଣ କରିବ? ତୁମେ ସରକାରଙ୍କୁ ଶୁଳ୍କ ଦିଅ । ତୁମେ ତୁମର ଆୟକର ଲୁଚେଇ ପାରିବ ନାହିଁ । ତୁମେ କେବଳ କେନ୍ଦ୍ର ସରକାରଙ୍କୁ ଶୁଳ୍କ ଦିଅ, ଏବଂ ଏହା ଶିକ୍ଷା ବିଭାଗକୁ ବିତରଣ କରାଯିବ । ସୁରକ୍ଷା ବିଭାଗକୁ, ସ୍ଵଛ ବିଭାଗକୁ, ସବୁ ଜାଗାରେ । ସେଥିପାଇଁ... ଏଗୁଡ଼ିକ ହେଉଛି ପରିପକ୍ଵ ଉଦାହରଣ, କିନ୍ତୁ ବାସ୍ତବରେ, ଯଦି ତୁମେ ସବୁକିଛି ଭଲ ପାଇବାକୁ ଚାହଁ, ତେବେ ତୁମେ କୃଷ୍ଣଙ୍କୁ ଭଲ ପାଇବାକୁ ଚେଷ୍ଟା କର । ତୁମେ ନିରାଶ ହେବ ନାହିଁ କାରଣ ତାହା ହେଉଛି ପୂର୍ଣ୍ଣ । ଯେତେବଳେ ତୁମର ପ୍ରେମ ପୂର୍ଣ୍ଣ ଅଟେ, ତେବେ ତୁମେ ନିରାଶ ହେବ ନାହିଁ । ଯେପରି ତୁମକୁ ପୁରା ଖାଦ୍ୟ ଖାଇବା । ଯଦି ତୁମେ ଖାଦ୍ୟରୁ ପୁରା ସନ୍ତୁଷ୍ଟ, ତେବେ ତୁମେ କହିବ, "ମୁଁ ସନ୍ତୁଷ୍ଟ । ମୋତେ ଆଉ ଅଧିକ ଆବଶ୍ୟକ ନାହିଁ ।"