OR/Prabhupada 0284 - ମୋର ପ୍ରକୃତି ହେଉଛି ଅଧିନସ୍ଥ ହେବା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0284 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Seattle]]
[[Category:OR-Quotes - in USA, Seattle]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0283 - ଆମର କାର୍ଯ୍ୟକ୍ରମ ହେଉଛି ଭଲ ପାଇବା|0283|OR/Prabhupada 0285 - ଏକମାତ୍ର ଭଲ ପାଇବାର ବସ୍ତୁ ହେଉଛନ୍ତି କୃଷ୍ଣ ଏବଂ ତାଙ୍କର ଭୂମି ବୃନ୍ଦାବନ|0285}}
{{1080 videos navigation - All Languages|Oriya|OR/Prabhupada 0283 - ଆମର କାର୍ଯ୍ୟକ୍ରମ ହେଉଛି ଭଲ ପାଇବା|0283|OR/Prabhupada 0285 - ଏକମାତ୍ର ଭଲ ପାଇବାର ବସ୍ତୁ ହେଉଛନ୍ତି କୃଷ୍ଣ ଏବଂ ତାଙ୍କର ଭୂମି ବୃନ୍ଦାବନ|0285}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|yhwnncGfr2k|ମୋର ପ୍ରକୃତି ହେଉଛି ଅଧିନସ୍ଥ ହେବା <br/>- Prabhupāda 0284}}
{{youtube_right|NcXCPDZ-GMU|ମୋର ପ୍ରକୃତି ହେଉଛି ଅଧିନସ୍ଥ ହେବା <br/>- Prabhupāda 0284}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



Lecture -- Seattle, September 30, 1968

ତେବେ କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଅତି ସରଳ । ଅତି ସହଜ । ଏହା ବିଶେଷ କରି ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା, ଯଦିଓ ଏହା ଅତି ପୁରୁଣା, ବୈଦିକ ଶାସ୍ତ୍ରରେ, କିନ୍ତୁ ତଥାପି, ଐତିହାସିକ ଦୃଷ୍ଟି କୋଣରୁ ଦେଖିଲେ, ଏହି କୃଷ୍ଣ ଚେତନା ଆନ୍ଦୋଳନ ସେହି ସମୟରୁ ଅଛି ଯେତେବେଳେ କୃଷ୍ଣ ପାଞ୍ଚହଜାର ବର୍ଷ ପୂର୍ବେ ଏହି ଧରାପୃଷ୍ଠରେ ଅବତରଣ କରିଥିଲେ, ଏବଂ ତାପରେ, ଚୈତନ୍ୟ ମହାପ୍ରଭୁ, ପାଞ୍ଚଶହ ବର୍ଷ ପୂର୍ବେ, ସେ ସେହି କୃଷ୍ଣ ଚେତନା ଆନ୍ଦୋଳନକୁ ବିସ୍ତାର କରିଥିଲେ । ତାଙ୍କର ଲକ୍ଷ୍ୟ, ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ଲକ୍ଷ୍ୟ, ହେଉଛି ଅାରାଧ୍ୟ ଭଗବାନ ବ୍ରଜେଶ ତନୟଃ । ଯଦି ତୁମେ ଭଲ ପାଇବାକୁ ଚାହୁଁଛ, କିମ୍ଵା ଯଦି ତୁମେ ଅଧିନସ୍ଥ ହେବାକୁ ଚାହୁଁଛ...ସମସ୍ତେ ଅଧିନସ୍ଥ ଅଟନ୍ତି । ଏହା ହେଉଛି ମିଥ୍ୟା । ସମସ୍ତେ ସ୍ଵତନ୍ତ୍ର ହେବା ପାଇଁ ଚାହାଁନ୍ତି, କିନ୍ତୁ କେହି ସ୍ଵତନ୍ତ୍ର ନୁହଁନ୍ତି । ସମସ୍ତେ ଅଧିନସ୍ଥ ଅଟନ୍ତି । କେହି କହିପାରିବେ ନାହିଁ ଯେ "ମୁଁ ହେଉଛି ସ୍ଵତନ୍ତ୍ର ।" ତୁମେ କହି ପାରିବ କି, ତୁମମାନଙ୍କ ମଧ୍ୟରୁ କେହି, ଯେ ତୁମେ ହେଉଛ ସ୍ଵତନ୍ତ୍ର? କେହି ଅଛନ୍ତି କି? ନା । ସମସ୍ତେ ଅଧିନସ୍ଥ ଅଟନ୍ତି, ସ୍ଵଇଛାରେ । ବଳ ପୂର୍ବକ ନୁହେଁ । ସମସ୍ତେ ଅଧିନସ୍ଥ ହୁଅନ୍ତି । ଏକ ବାଳିକା ଏକ ବାଳକକୁ କୁହେ, "ମୁଁ ତୁମର ଅଧିନସ୍ଥ ହେବାକୁ ଚାହୁଁଛି," ସ୍ଵଇଛାରେ । ସେହିପରି ଏକ ବାଳକ ଏକ ବାଳିକାକୁ କୁହେ, "ମୁଁ ତୁମର ଅଧିନସ୍ଥ ହେବାକୁ ଚାହୁଁଛି ।" କାହିଁକି? ତାହା ହେଉଛି ମୋର ପ୍ରକୃତି । ମୁଁ ଅଧିନସ୍ଥ ହେବାକୁ ଚାହୁଁଛି କାରଣ ମୋର ପ୍ରକୃତି ହେଉଛି ଅଧିନସ୍ଥ ହେବା । କିନ୍ତୁ ମୁଁ ଜାଣି ନାହିଁ । ମୁଁ ପସନ୍ଦ କରେ...ମୁଁ ଏହି ଅଧିନତାକୁ ଅସ୍ଵୀକାର କରେ; ମୁଁ ଅନ୍ୟ ଏକ ଅଧିନତାକୁ ସ୍ଵୀକାର କରେ । କିନ୍ତୁ ଅଧିନତା ଅଛି । ଯେପରି କର୍ମଚାରୀ । ସେ ଏଠାରେ କାମ କରେ । ତାକୁ ଭଲ ବେତନା ଅନ୍ୟ ଜାଗାରେ ମିଳିଲେ, ସେ ସେଠାକୁ ଚାଲିଯାଏ । କିନ୍ତୁ ତାହା ମାନେ ନୁହେଁ ସେ ସ୍ଵତନ୍ତ୍ର ହୋଇଯିବ । ସେ ହେଉଛି ଅଧିନସ୍ଥ । ତେଣୁ ଭଗବାନ ଚୈତନ୍ୟ ଶିଖାନ୍ତି ଯେ ଯଦି ତୁମେ ଅଧିନସ୍ଥ ହେବାକୁ ଚାହୁଁଛ କିମ୍ଵା ଯଦି ତୁମେ କାହାକୁ ପୂଜା କରିବାକୁ ଚାହୁଁଛ... କିଏ କାହାକୁ ପୂଜା କରେ? ଯେ ପର୍ଯ୍ୟନ୍ତ ତୁମେ ଅନୁଭବ କରି ନାହଁ କେହି ତୁମଠାରୁ ମହାନ୍, କାହିଁକି ତୁମେ ପୂଜା କରିବ? ମୁଁ ମୋର ମାଲିକଙ୍କୁ ପୂଜା କରେ ମୁଁ ଭାବେ ଯେ ସେ ମୋ ଠାରୁ ବଡ଼ । ସେ ମୋତେ ବେତନ ଦିଅନ୍ତି, ଦରମା, ମାସକୁ ଛଅଶହ ଡଲାର । ସେଥିପାଇଁ ମୁଁ ତାଙ୍କୁ ପୂଜା କରିବା ଉଚିତ୍, ମୁଁ ତାଙ୍କୁ ପ୍ରସନ୍ନ କରିବା ଉଚିତ୍ ।

ତେଣୁ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ ତୁମେ କୃଷ୍ଣଙ୍କର ଅଧିନସ୍ଥ ହୁଅ । ଆରାଧ୍ୟୋ ଭଗବାନ ବ୍ରଜେଶ ତନୟଃ । ଯଦି ତୁମେ ପୂଜା କରିବାକୁ ଚାହୁଁଛ, କୃଷ୍ଣଙ୍କୁ ପୂଜା କର । ଏବଂ ତାପରେ, ତଦ୍ ଧାମମ ବୃନ୍ଦାବନମ । ଯଦି ତୁମେ କାହିକୁ ପୂଜା କରିବାକୁ ଚାହୁଁଛ, ତେବେ କୃଷ୍ଣଙ୍କୁ ଭଲ ପାଅ କିମ୍ଵା କୃଷ୍ଣଙ୍କୁ ପୂଜା କର, କିମ୍ଵା ତାଙ୍କର ସ୍ଥାନ ବୃନ୍ଦାବନକୁ । କାରଣ ସମସ୍ତେ କିଛି ସ୍ଥାନକୁ ଭଲ ପାଇବାକୁ ଚାହିଁନ୍ତି । ତାହା ବର୍ତ୍ତମାନ ହେଉଛି ରାଷ୍ଟ୍ରିୟତା - କୌଣସି ଦେଶ । କେହି କୁହେ, "ମୁଁ ଏହି ଆମେରିକାକୁ ଭଲ ପାଏ ।" କେହି କୁହେ, "ମୁଁ ଏହି ଚୀନକୁ ଭଲ ପାଏ ।" କେହି କୁହେ, "ମୁଁ ଏହି ରୁଷିୟାକୁ ଭଲ ପାଏ ।" ତେଣୁ ସମସ୍ତେ କୌଣସି ଭୂମିକୁ ଭଲ ପାଅନ୍ତି । ଭୌମ୍ୟ ଇଜ୍ୟ ଧୀଃ । ଭୌମ୍ୟ ଇଜ୍ୟ ଧୀଃ । ଲୋକମାନେ ସ୍ଵଭାବିକ ଭାବରେ କିଛି ଭୌତିକ ଭୂମିକୁ ଭଲ ପାଇବା ପାଇଁ ପ୍ରବୃତ୍ତ । ସାଧାରଣତଃ, ଯେଉଁଠାରେ ସେ ଜନ୍ମ, ତାକୁ ସେ ଭଲ ପାଇବା ପାଇଁ ପ୍ରୟାସ କରେ । ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ "ଯେ ହେତୁ ତୁମେ କୌଣସି ବ୍ୟକ୍ତିକୁ ଭଲ ପାଇବାରେ ପ୍ରବୃତ୍ତ, ତୁମେ କୃଷ୍ଣଙ୍କୁ ଭଲ ପାଅ । ଯେ ହେତୁ ତୁମେ କୌଣସି ଭୂମିକୁ ଭଲ ପାଇବାକୁ ଚାହଁ, ତୁମେ ବୃନ୍ଦାବନକୁ ଭଲ ପାଅ ।" ଆରାଧ୍ୟୋ ଭଗବାନ ବ୍ରଜେଶ ତନୟଃ ତଦ୍ ଧାମମ ବୃନ୍ଦାବନମ । କିନ୍ତୁ ଯଦି କେହି କୁହେ, "କିପରି କୃଷ୍ଣଙ୍କୁ ଭଲ ପାଇବି? ମୁଁ କୃଷ୍ଣଙ୍କୁ ଦେଖିପାରୁ ନାହିଁ । କିପରି କୃଷ୍ଣଙ୍କୁ ଭଲ ପାଇବି?" ତାପରେ ଚୈତନ୍ୟ ମହାପ୍ରଭୁ କୁହଁନ୍ତି, ରମ୍ୟା କଚିଦ୍ ଉପାସନା ବ୍ରଜବଧୁ ବର୍ଗେନ ଯା କଳ୍ପିତା । ଯଦି ତୁମେ ଶିଖିବାକୁ ଚାହୁଁଛ, ଯଦି ତୁମେ ଜାଣିବାକୁ ଚାହୁଁଛ, କୃଷ୍ଣଙ୍କୁ ପୂଜା କରିବାର ବିଧି, କିମ୍ଵା କୃଷ୍ଣଙ୍କୁ ଭଲ ପାଇବାର, କେବଳ ଗୋପୀମାନଙ୍କର ପଦାନୁସରଣ କରିବାକୁ ଚେଷ୍ଟା କର । ଗୋପୀମାନେ । ଗୋପୀମାନେ, ସେମାନଙ୍କର ଭଲ ପାଇବା - ଉଚ୍ଚତମ ପୂର୍ଣ୍ଣ ପ୍ରେମ । ରମ୍ୟା କଚିଦ୍ ଉପାସନା । ବିଭିନ୍ନ ପ୍ରକାରର ଭଲ ପାଇବା କିମ୍ଵା ପୂଜା ଦୁନିଆରେ ଅଛି । ପ୍ରାରମ୍ଭ ହେଉଛି, "ହେ ଭଗବାନ, ଆମକୁ ପ୍ରତିଦିନର ରୁଟି ଦିଅ ।" ଏହା ହେଉଛି ପ୍ରାରମ୍ଭ । ଯେତେବେଳେ ଆମକୁ, ମୋ କହିବାର ଅର୍ଥ, ଭଗବାନଙ୍କୁ ଭଲ ପାଇବା ଶିଖାଯାଏ, ଆମକୁ ନିର୍ଦ୍ଦେଶ ଦିଅାଯାଏ ଯେ: "ତୁମେ ମନ୍ଦିରକୁ ଯାଅ, ଚର୍ଚ୍ଚକୁ ଯାଅ, ଏବଂ ଭଗବାନଙ୍କୁ ତୁମର ଆବଶ୍ୟକତା ପାଇଁ, ତୁମର କଷ୍ଟ ପାଇଁ ପ୍ରାର୍ଥନା କର ।" ତାହା ହେଉଛି ପ୍ରାରମ୍ଭ । କିନ୍ତୁ ତାହା ଶୁଦ୍ଧ ପ୍ରେମ ନୁହେଁ । ଶୁଦ୍ଧ ପ୍ରେମ, ଶୁଦ୍ଧ ପ୍ରେମର ପୂର୍ଣ୍ଣତା, ଗୋପୀମାନଙ୍କ ଠାରେ ଦେଖିବାକୁ ମିଳେ । ତାହା ହେଉଛି ଉଦାହରଣ ।

କିପରି? କିପରି ସେମାନେ କୃଷ୍ଣଙ୍କୁ ଭଲ ପାଆନ୍ତି? ସେମାନେ କୃଷ୍ଣଙ୍କୁ ଭଲ ପାଆନ୍ତି । କୃଷ୍ଣ ଗଲେ... କୃଷ୍ଣ ଏକ ଗୌଡର ପୁତ୍ର ଥିଲେ, ଏବଂ ତାଙ୍କର ସାଙ୍ଗମାନଙ୍କ ସହିତ, ଅନ୍ୟ ଗୋପାଳ ବାଳକ, ସେ ତାଙ୍କର ଗାଈମାନଙ୍କ ସହିତ ପୁରା ଦିନ ଗୋଚାରଣ ଭୂମିକୁ ଯାଉଥିଲେ । ତାହା ପ୍ରଣାଳୀ ଥିଲା । କାରଣ ଲୋକମାନେ ସେହି ସମୟରେ ଜମି ଏବଂ ଗାଈମାନଙ୍କ ସହିତ ସନ୍ତୁଷ୍ଟ ଥିଲେ, ବାସ୍ । ତାହା ସମସ୍ତ ଅର୍ଥନୈତିକ ସମସ୍ୟାର ସମାଧାନର ମାଧ୍ୟମ ଅଟେ । ସେମାନେ ଉଦ୍ୟୋଗପତି ନ ଥିଲେ, ସେମାନେ କାହାର ସେବକ ନ ଥିଲେ । କେବଳ ଜମିରୁ ଉତ୍ପାଦନ କର ଏବଂ ଗାଈମାନଙ୍କ ଠାରୁ କ୍ଷୀର ନିଅ, ସମସ୍ତ ଖାଦ୍ୟ ସମସ୍ୟାର ସମାଧାନ ହୋଇଯିବ ।