OR/Prabhupada 0303 - ଦିବ୍ୟ । ତୁମେ ଉର୍ଦ୍ଧ୍ଵରେ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0303 - in all Languages Category:OR-Quotes - 1968 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 7: | Line 7: | ||
[[Category:OR-Quotes - in USA, Seattle]] | [[Category:OR-Quotes - in USA, Seattle]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada | {{1080 videos navigation - All Languages|Oriya|OR/Prabhupada 0302 - ଲୋକମାନେ ଅତ୍ମସମର୍ପଣ କରିବା ପାଇଁ ଇଛୁକ ନୁହଁନ୍ତି|0302|OR/Prabhupada 0304 - ମାୟା ପରମାତ୍ମାକୁ ଆଛାଦିତ କରି ପାରିବ ନାହିଁ|0304}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|gteOmGqIWGU|ଦିବ୍ୟ । ତୁମେ ଉର୍ଦ୍ଧ୍ଵରେ<br />- Prabhupāda 0303 }} | ||
<!-- END VIDEO LINK --> | <!-- END VIDEO LINK --> | ||
Line 39: | Line 39: | ||
:ପରଂ ମନଃ ମନସସ୍ତୁ ପରା | :ପରଂ ମନଃ ମନସସ୍ତୁ ପରା | ||
:ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ | :ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ | ||
:([[Vanisource:BG 3.42|BG 3.42]]) | :([[Vanisource:BG 3.42 (1972)|BG 3.42]]) | ||
ବର୍ତ୍ତମାନ...ତୁମେ ଏହି ଶରୀରକୁ ଅନୁଭବ କର । ଶରୀରଗୁଡ଼ିକ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ । କିନ୍ତୁ ଯେତେବେଳେ ତୁମେ ଗଭୀରତାକୁ ଯିବ, ଆମେ ଦେଖିବା ଯେ ମନ ହେଉଛି ଏହି ଇନ୍ଦ୍ରିୟ ପ୍ରିତି କାର୍ଯ୍ୟକଳାପର କେନ୍ଦ୍ର । ଯେ ପର୍ଯ୍ୟନ୍ତ ମନ ଦୃଢ଼ ନାହିଁ, ଆମେ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିପାରିବା ନାହିଁ । ତେଣୁ ଇନ୍ଦ୍ରିୟେଭ୍ୟଃ ପରଂ ମନଃ । ତେଣୁ ଇନ୍ଦ୍ରିୟମାନଙ୍କ ଠାରୁ ଦିବ୍ୟ ହେଉଛି ମନ, ଏବଂ ମନ ଠାରୁ ଦିବ୍ୟ ହେଉଛି ବୁଦ୍ଧି, ଏବା ବୁଦ୍ଧି ଠାରୁ ଦିବ୍ୟ ହେଉଛି ଆତ୍ମା । ତାହା ଆମକୁ ବୁଝିବାକୁ ହେବ । ଆଗକୁ ପଢ଼ । | ବର୍ତ୍ତମାନ...ତୁମେ ଏହି ଶରୀରକୁ ଅନୁଭବ କର । ଶରୀରଗୁଡ଼ିକ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ । କିନ୍ତୁ ଯେତେବେଳେ ତୁମେ ଗଭୀରତାକୁ ଯିବ, ଆମେ ଦେଖିବା ଯେ ମନ ହେଉଛି ଏହି ଇନ୍ଦ୍ରିୟ ପ୍ରିତି କାର୍ଯ୍ୟକଳାପର କେନ୍ଦ୍ର । ଯେ ପର୍ଯ୍ୟନ୍ତ ମନ ଦୃଢ଼ ନାହିଁ, ଆମେ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିପାରିବା ନାହିଁ । ତେଣୁ ଇନ୍ଦ୍ରିୟେଭ୍ୟଃ ପରଂ ମନଃ । ତେଣୁ ଇନ୍ଦ୍ରିୟମାନଙ୍କ ଠାରୁ ଦିବ୍ୟ ହେଉଛି ମନ, ଏବଂ ମନ ଠାରୁ ଦିବ୍ୟ ହେଉଛି ବୁଦ୍ଧି, ଏବା ବୁଦ୍ଧି ଠାରୁ ଦିବ୍ୟ ହେଉଛି ଆତ୍ମା । ତାହା ଆମକୁ ବୁଝିବାକୁ ହେବ । ଆଗକୁ ପଢ଼ । |
Latest revision as of 22:40, 1 October 2020
Lecture -- Seattle, October 2, 1968
ପ୍ରଭୁପାଦ: ଆଗକୁ ପଢ଼ିଚାଲ ।
ତମାଳ କୃଷ୍ଣ: " 'ଆପଣଙ୍କର ସ୍ଥିତି ହେଉଛି ଯେ ଆପଣ ଦିବ୍ୟ ।' "
ପ୍ରଭୁପାଦ: ଦିବ୍ୟ । "ତୁମେ ଉର୍ଦ୍ଧ୍ଵରେ ।" ଏହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି:
- ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ
- ପରଂ ମନଃ ମନସସ୍ତୁ ପରା
- ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ
- (BG 3.42)
ବର୍ତ୍ତମାନ...ତୁମେ ଏହି ଶରୀରକୁ ଅନୁଭବ କର । ଶରୀରଗୁଡ଼ିକ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ । କିନ୍ତୁ ଯେତେବେଳେ ତୁମେ ଗଭୀରତାକୁ ଯିବ, ଆମେ ଦେଖିବା ଯେ ମନ ହେଉଛି ଏହି ଇନ୍ଦ୍ରିୟ ପ୍ରିତି କାର୍ଯ୍ୟକଳାପର କେନ୍ଦ୍ର । ଯେ ପର୍ଯ୍ୟନ୍ତ ମନ ଦୃଢ଼ ନାହିଁ, ଆମେ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିପାରିବା ନାହିଁ । ତେଣୁ ଇନ୍ଦ୍ରିୟେଭ୍ୟଃ ପରଂ ମନଃ । ତେଣୁ ଇନ୍ଦ୍ରିୟମାନଙ୍କ ଠାରୁ ଦିବ୍ୟ ହେଉଛି ମନ, ଏବଂ ମନ ଠାରୁ ଦିବ୍ୟ ହେଉଛି ବୁଦ୍ଧି, ଏବା ବୁଦ୍ଧି ଠାରୁ ଦିବ୍ୟ ହେଉଛି ଆତ୍ମା । ତାହା ଆମକୁ ବୁଝିବାକୁ ହେବ । ଆଗକୁ ପଢ଼ ।
ତମାଳ କୃଷ୍ଣ: " 'କୃଷ୍ଣଙ୍କର ଉଚ୍ଚତମ ଶକ୍ତିର ଗଠନ ହେଉଛି ଆଧ୍ୟାତ୍ମିକ, ଏବଂ ବାହ୍ୟ ଶକ୍ତି ହେଉଛି ଭୌତିକ । ତୁମେ ଭୌତିକ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତିର ମଝିରେ ଅଛ, ସେଥିପାଇଁ ତୁମର ସ୍ଥିତି ହେଉଛି ତଟସ୍ଥ । ଅନ୍ୟ ଶଦ୍ଦରେ, ତୁମେ କୃଷ୍ଣଙ୍କର ତଟସ୍ଥ ଶକ୍ତି ଅଟ । ତୁମେ ଏକା ସମୟରେ କୃଷ୍ଣଙ୍କ ଭଳି ଏବଂ ଭିନ୍ନ ମଧ୍ୟ । କାରଣ ତୁମେ ହେଉଛ ଅାତ୍ମା, ତେଣୁ ତୁମେ କୃଷ୍ଣଙ୍କ ଠାରୁ ଭିନ୍ନ ନୁହଁ, କିନ୍ତୁ କାରଣ ତୁମେ କୃଷ୍ଣଙ୍କର ଏକ କ୍ଷୁଦ୍ର କଣିକା, ତୁମେ ସେଥିପାଇଁ କୃଷ୍ଣଙ୍କ ଠାରୁ ଭିନ୍ନ ।' "
ପ୍ରଭୁପାଦ: ବର୍ତ୍ତମାନ ଏଠାରେ ଏକ ଶଦ୍ଦ ବ୍ୟବହାର କରାଯାଇଛି, ତଟସ୍ଥ ଶକ୍ତି । ତଟସ୍ଥ ଶକ୍ତି, ସଠିକ୍ ସଂସ୍କୃତ ଶଦ୍ଦ ହେଉଛି ତଟସ୍ଥ । ଯେପରି ଭୂମିର ଶେଷ ଭାଗରେ, ସମୁଦ୍ର ଆରମ୍ଭ ହୁଏ । ତେବେ ସେଠାରେ ତଟସ୍ଥ ଭୂମି ଅଛି । କେବଳ ତୁମେ ପ୍ରଶାନ୍ତ ମାହାସାଗରର କୂଳରେ ଯାଅ, ତୁମେ ସେଠାରେ ଭୂମି ପାଇବ । ବେଳେ ବେଳେ ଏହା ଜଳ ଦ୍ଵାରା ଆଛାଦିତ ଏବଂ ବେଳେ ବେଳେ ଏହା ଖୋଲା ଭୂମି । ଏହା ହେଉଛି ତଟସ୍ଥ । ସେହିପରି ଆମେ ଜୀବାତ୍ମା, ଯଦିଓ ଆମର ଗଠନ ଭଗବାନଙ୍କ ପରି, କିନ୍ତୁ ଆମେ ବେଳେ ବେଳେ ମାୟା ଦ୍ଵାରା ଆଛାଦିତ ଏବଂ ବେଳେ ବେଳେ ଆମେ ମୁକ୍ତ । ସେଥିପାଇଁ ଆମର ସ୍ଥିତି ହେଉଛି ତଟସ୍ଥ । ଯେତେବେଳେ ଆମେ ଆମର ବାସ୍ତବ ସ୍ଥିତି ବୁଝିପାରିବା , ତେବେ...ଏକା କଥା... ଯେପରି ସମାନ ଉଦାହରଣ । ତାହା ବୁଝିବାକୁ ଚେଷ୍ଟା କର । ତାହା... ସମୁଦ୍ର କୂଳରେ ତୁମେ ଭୂମିର ଏକ ନିର୍ଦ୍ଧିଷ୍ଟ ଭାଗ ପାଇବ ଯାହା ବେଳେ ବେଳେ ଜଳ ଦ୍ଵାରା ଆଛାଦିତ, ଏବଂ ପୁଣି ଏହା ଭୂମି ହୋଇଯିବ । ସେହିପରି ବେଳେ ବେଳେ ଆମେ ମାୟା ଦ୍ଵାରା ଆଛାଦିତ, ନିମ୍ନତମ ଶକ୍ତି, ଏବଂ ବେଳେ ବେଳେ ଆମେ ମୁକ୍ତ । ତେବେ ଆମକୁ ସେହି ମୁକ୍ତ ଅବସ୍ଥାକୁ ବଜାୟ ରଖିବାକୁ ହେବ । ଯେପରି ମୁକ୍ତ ଭୂମିରେ, ଜଳ ନ ଥାଏ । ଯଦି ତୁମେ ସମୁଦ୍ରରୁ ଟିକିଏ ଦୂରକୁ ଚାଲି ଆସିବ, ତେବେ ସେଠାରେ ଜଳ ନ ଥିବ, ଏହା ହେଉଛି ପୁରା ଭୂମି । ସେହିପରି, ତୁମେ ଯଦି ନିଜକୁ ଭୌତିକ ଚେତନା ବାହାରେ ରଖୁଛ, ଆଧ୍ୟାତ୍ମିକ ଚେତନାର ଭୂମିକୁ ଆସ, କିମ୍ଵା କୃଷ୍ଣ ଚେତନା, ତେବେ ତୁମେ ତୁମର ସ୍ଵତନ୍ତ୍ରତା ବଜାୟ ରଖିପାରିବ । କିନ୍ତୁ ତୁମେ ଯଦି ନିଜକୁ ତଟସ୍ଥ ସ୍ଥିତିରେ ରଖୁଛ, ତେବେ ବେଳେ ବେଳେ ତୁମେ ମାୟା ଦ୍ଵାରା ଆଛାଦିତ ରହିବ ଏବଂ ବେଳେ ବେଳେ ତୁମେ ମୁକ୍ତ ରହିବ । ତେଣୁ ତାହା ହେଉଛି ଆମର ସ୍ଥିତି ।