OR/Prabhupada 0310 - ଜୀଶୁ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି, ଏବଂ ହରି ନାମ ହେଉଛି ଭଗବାନ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0310 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Seattle]]
[[Category:OR-Quotes - in USA, Seattle]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0309 - ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ଶାଶ୍ଵତ|0309|OR/Prabhupada 0311 - ଆମେ ନୂଆ ପ୍ରକାଶ ପ୍ରଦାନ କରୁଛୁ - ଧ୍ୟାନ ବିଫଳ ହୋଇଯିବ ।|0311}}
{{1080 videos navigation - All Languages|Oriya|OR/Prabhupada 0309 - ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ଶାଶ୍ଵତ|0309|OR/Prabhupada 0311 - ଆମେ ନୂଆ ପ୍ରକାଶ ପ୍ରଦାନ କରୁଛୁ - ଧ୍ୟାନ ବିଫଳ ହୋଇଯିବ ।|0311}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|eeGilE4wmQk|ଜୀଶୁ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି, ଏବଂ ହରି ନାମ ହେଉଛି ଭଗବାନ <br/>- Prabhupāda 0310 }}
{{youtube_right|58O-zvFnDc4|ଜୀଶୁ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି, ଏବଂ ହରି ନାମ ହେଉଛି ଭଗବାନ <br/>- Prabhupāda 0310 }}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:41, 1 October 2020



Lecture -- Seattle, October 2, 1968

ପ୍ରଭୁପାଦ: ହଁ?

ମାହାପୁରୁଷ: ପ୍ରଭୁପାଦ, ସେଥିରେ କୌଣସି ପ୍ରତିବାଦ ଅଛି କି, କାରଣ ପ୍ରଭୁ ଜୀଶୁ ଏବଂ ଚୈତନ୍ୟ ମହାପ୍ରଭୁ ଉଦ୍ଭୟ କଳି ଯୁଗରେ ଅବତରିତ ହୋଇଥିଲେ, ଏବଂ ପ୍ରଭୁ ଜୀଶୁ କହିଥିଲେ ଯେ "ଭଗବାନଙ୍କ ପାଖରେ ପହଞ୍ଚିବାର ଏକମାତ୍ର ମାଧ୍ୟମ ହେଉଛି ମୁଁ । କେବଳ ମୋତେ ବିଶ୍ଵାସ କର କିମ୍ଵା ମୋତେ ଆତ୍ମ ସମର୍ପଣ କର," ଏବଂ ଭଗବାନ ଚୈତନ୍ୟ ଶିଖେଇଲେ ଯେ ଏହି କଳି ଯୁଗରେ ଆଧ୍ୟାତ୍ମିକ ଅନୁଭୁତିର ଏକମାତ୍ର ମାଧ୍ୟମ ହେଉଛି ହରିନାମ?

ପ୍ରଭୁପାଦ: ତେବେ ତୁମେ କେଉଁଠାରେ ଅନ୍ତର ପାଅ? ଯଦି ପ୍ରଭୁ ଜୀଶୁ କୁହଁନ୍ତି, "ମୋ ମାଧ୍ୟମରେ," ତାହର ଅର୍ଥ ହେଉଛି ସେ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି, ଏବଂ ହରି ନାମ ହେଉଛି ଭଗବାନ । ତେଣୁ ଭଗବାନଙ୍କର ପ୍ରତିନିଧି ମାଧ୍ୟମରେ କିମ୍ଵା ଭଗବାନ, ଏକା କଥା । ଭଗବାନ ଏବଂ ଭଗବାନଙ୍କର ପ୍ରତିନିଧି, କୌଣସି ଅନ୍ତର ନାହିଁ । ଏପରିକି ଏହିସବୁ ସାଧାରଣ ବ୍ୟବହାରରେ, ଯଦି ମୁଁ କିଛି ପ୍ରତିନିଧି ପଠାଏ, ଯଦି ସେ ମୋ ତରଫରୁ କିଛି ହସ୍ତାକ୍ଷର କରେ, ମୋତେ ତାହା ସ୍ଵୀକାର କରିବାକୁ ହେବ, କାରଣ ସେ ହେଉଛି ମୋର ପ୍ରତିନିଧି । ସେହିପରି, ଭଗବାନଙ୍କ ପାଖରେ ଭଗବାନଙ୍କର ମାଧ୍ୟମରେ ପହଞ୍ଚା ଯାଇ ପାରିବ କିମ୍ଵା ତାଙ୍କ ପ୍ରତିନିଧି ମାଧ୍ୟମରେ । ଏକା କଥା । କେବଳ ଅନ୍ତର ବୁଝିବାରେ ହୋଇପାରେ । କାରଣ ପ୍ରଭୁ ଜୀଶୁଖ୍ରୀଷ୍ଟ ଏକ ସଂପ୍ରଦାୟକୁ କହିଲେ ଯାହା ଅତି ଉନ୍ନତ ନ ଥିଲା । ତୁମେ ତାହା ବୁଝି ପାରିବ ଏପରି ଏକ ମାହାନ ବ୍ୟକ୍ତିତ୍ଵ, ଭଗବାନ ଚେତନା ବ୍ୟକ୍ତିଙ୍କୁ, କ୍ରୁଶବିଦ୍ଧ କରାଗଲା । ସମାଜର ଅବସ୍ଥା ଟିକିଏ ଦେଖ । ଅନ୍ୟ ଭାଷାରେ, ସେମାନେ ନିମ୍ନ ଶ୍ରେଣୀର ସମାଜ ଥିଲେ । ତେଣୁ ସେମାନେ ଭଗବାନଙ୍କର ସମସ୍ତ ତତ୍ଵଜ୍ଞାନ ବୁଝିବାକୁ ସକ୍ଷମ ହୋଇପାରିଲେ ନାହିଁ । ତାହା ହେଉଛି ଯଥେଷ୍ଟ । "ଭଗବାନ ସୃଷ୍ଟି କରିଛନ୍ତି । କେବଳ ଏହାକୁ ଗ୍ରହଣ କର ।" ସେମାନେ ବୁଦ୍ଧିମାନ ନ ଥିଲେ ବୁଝିବା ପାଇଁ ସୃଷ୍ଟି କିପରି ହେଲା । ଯଦି ସେମାନେ ବୁଦ୍ଧିମାନ ହୋଇଥାନ୍ତେ, ସେମାନେ ଜୀଶୁଖ୍ରୀଷ୍ଟଙ୍କ ପରି ଏକ ମହାନ ବ୍ୟକ୍ତିକୁ କ୍ରୁଶବିଦ୍ଧ କରି ନ ଥାନ୍ତେ । ତେବେ ଆମକୁ ବୁଝିବାକୁ ହେବ ସମାଜର ଅବସ୍ଥା କ'ଣ । ଯେପରି କୋରାନରେ ମହମ୍ମଦଙ୍କ ଦ୍ଵାରା ଏହା କୁହାଯାଇଛି ଯେ "ଏହି ଦିନ ଠାରୁ ତୁମେ ତୁମର ମାତା ସହିତ ଯୌନ କ୍ରିୟା କରିବ ନାହିଁ ।" କେବଳ ସମାଜର ଅବସ୍ଥା ଜାଣ । ତେବେ ଅାମକୁ ସମୟ, ପରିସ୍ଥିତି, ସମାଜକୁ ଧ୍ୟାନରେ ରଖି ଏବଂ ତାପରେ ପ୍ରଚାର କରିବା ଉଚିତ୍ । ତେଣୁ ସେହିପରି ସମାଜ ପାଇଁ, ଉଚ୍ଚ ତତ୍ତ୍ଵଜ୍ଞାନର କଥା ବୁଝିବା ସମ୍ଭବ ନୁହେଁ, ଯେପରି ଏହା ଭଗବଦ୍ ଗୀତାରେ କୁହାଯାଇଛି । କିନ୍ତୁ ପ୍ରାଥମିକ ତଥ୍ୟ ହେଉଛି, ଭଗବାନ ହେଉଛନ୍ତି ଅଧିକାରୀ, ତାହା ଉଦ୍ଭୟ ବାଇବେଲ ଏବଂ ଭଗବଦ୍ ଗୀତାରେ ସ୍ଵୀକାର କରାଯାଇଛି । ବାଇବେଲ ଆରମ୍ଭ ହୁଏ, "ଭଗବାନ ହେଉଛନ୍ତି ସର୍ବୋଚ୍ଚ ଅଧିକାରୀ," ଏବଂ ଭଗବଦ୍ ଗୀତା ଉପସଂହାର କରେ, "ତୁମେ ଆତ୍ମସମର୍ପଣ କର ।" ଅନ୍ତର କାହିଁ? କେବଳ ବର୍ଣ୍ଣନା ହେଉଛି ସମୟ, ସମାଜ ଏବଂ ସ୍ଥାନ ଏବଂ ଲୋକମାନଙ୍କର ହିସାବରେ । ବାସ୍ । ସେମାନେ ଅର୍ଜୁନ ନୁହଁନ୍ତି । ତୁମେ ଦେଖ? ତେଣୁ ଅର୍ଜୁନଙ୍କ ଦ୍ଵାରା ବୁଝା ଯାଇଥିବା କଥାଗୁଡ଼ିକ, ଯେଉଁମାନେ ପ୍ରଭୁ ଜୀଶୁଙ୍କୁ କ୍ରୁଶବିଦ୍ଧ କରିଲେ ସେହି ଲୋକମାନଙ୍କ ଦ୍ଵାରା ବୁଝିବା ସମ୍ଭବ ନୁହେଁ । ତୁମକୁ ସେହି ନଜରିଆରେ ପଢ଼ିବାକୁ ହେବ । ଏକା କଥା । ଏକ ଶଦ୍ଦକୋଶ, ଏକ ପକେଟ ଶଦ୍ଦକୋଶ, ପିଲାମାନଙ୍କର ଶଦ୍ଦକୋଶ, ଏବଂ ଶଦ୍ଦକୋଶ, ଅନ୍ତରାଷ୍ଟ୍ରିୟ ଶଦ୍ଦକୋଶ, ଉଦ୍ଭୟ ହେଉଛି ଶଦ୍ଦକୋଶ, କିନ୍ତୁ ମୂଲ୍ୟ ଭିନ୍ନ ଭିନ୍ନ ଅଟେ । ସେହି ଶଦ୍ଦକୋଶ ହେଉଛି ଏକ ଶ୍ରେଣୀର ପିଲାମାନଙ୍କ ପାଇଁ, ଏବଂ ସେହି ଶଦ୍ଦକୋଶ ହେଉଛି ଉଚ୍ଚ ଶ୍ରେଣୀର ବିଦ୍ଵାନମାନଙ୍କ ପାଇଁ । କିନ୍ତୁ କାହାକୁ ତୁମେ କହିପାରିବ ନାହିଁ ଏହା ଶଦ୍ଦକୋଶ ନୁହେଁ । ତାହା ତୁମେ କହି ପାରିବ ନାହିଁ । ଉଦ୍ଭୟ ହେଉଛି ଶଦ୍ଦକୋଶ । ତେଣୁ ଆମକୁ ସମୟ, ସ୍ଥାନ, ବ୍ୟକ୍ତି, ସବୁକିଛିକୁ ବିଚାର କରିବାକୁ ହେବ । ଯେପରି ଭଗବାନ ବୁଦ୍ଧ, ସେ କେବଳ କହିଥିଲେ ଯେ "ଏହି ନିରର୍ଥକ ପଶୁହତ୍ୟା ବନ୍ଦ କର ।" ତାହା ତାଙ୍କର ପ୍ରଚାର ଥିଲା । ସେମାନେ ଏତେ ନୀଚ ବର୍ଗର ଲୋକ ଥିଲେ, କେବଳ ପଶୁ ହତ୍ୟା କରି ଆନନ୍ଦ ପାଉଥିଲେ । ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ, ଭଗବାନ ବୁଦ୍ଧ ଏହି ନିରର୍ଥକ କାର୍ଯ୍ୟ ବନ୍ଦ କରିବାକୁ ଚାହୁଁଥିଲେ: "ଦୟାକରି ଏହି ନିରର୍ଥକ କାର୍ଯ୍ୟ ବନ୍ଦ କର ।" ତେଣୁ ପ୍ରତ୍ୟେକ ସମୟରେ ଭଗବାନଙ୍କର ଏକ ଭିନ୍ନ ପ୍ରତିନିଧି, କିମ୍ଵା ଭଗବାନ, ଭିନ୍ନ ଭିନ୍ନ ପରିସ୍ଥିତିରେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଆସନ୍ତି । ତେଣୁ ପରିସ୍ଥିତି ଅନୁସାରେ ବର୍ଣ୍ଣନାରେ କିଛି ଅନ୍ତର ହୋଇପାରେ, କିନ୍ତୁ ପ୍ରାଥମିକ କାରଣ ସମାନ ରୁହେ । ଭଗବାନ ବୁଦ୍ଧ କହିଲେ, "ଠିକ୍ ଅଛି, କୌଣସି ଭଗବାନ ନାହାଁନ୍ତି, କିନ୍ତୁ ତୁମେ ମୋତେ ଆତ୍ମସମର୍ପଣ କର ।" ତେବେ ଅନ୍ତର କେଉଁଠାରେ ରହିଲା? ତାହାର ଅର୍ଥ ହେଉଛି ଜଣକୁ ଭଗବାନଙ୍କର ଅଧିକାର ଗ୍ରହଣ କରିବାକୁ ହେବ ଏହିପରି ଭାବରେ କିମ୍ଵା ସେହିପରି ଭାବରେ ।