OR/Prabhupada 0313 - ସବୁ ଶ୍ରେୟ କୃଷ୍ଣଙ୍କୁ ଯାଏ

Revision as of 22:41, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on SB 3.26.42 -- Bombay, January 17, 1975

ଭକ୍ତଙ୍କର କାମ ହେଉଛି ଗୁଣଗାନ କରିବା । ସେ ନିଜ ପାଇଁ କୌଣସି ଶ୍ରେୟ ନିଏ ନାହିଁ । ବାସ୍ତବରେ, ଶ୍ରେୟ ନେବାର କୌଣସି କଥା ନାହିଁ । ସବୁ ଶ୍ରେୟ କୃଷ୍ଣଙ୍କୁ ଯାଏ । ଏକ ଭକ୍ତ ଦାବୀ କରେ ନାହିଁ; ନା ଏହା ସମ୍ଭବ । ଏପରିକି ସେ ବହୁତ, ବହୁତ ବଡ଼ ଭକ୍ତ ହୋଇପାରେ, ସେ କୌଣସି ଶ୍ରେୟ ନିଜର ଗୌରବ ପୂର୍ଣ୍ଣ କାର୍ଯ୍ୟକଳାପ ପାଇଁ କଦାପି ଦାବୀ କରେ ନାହିଁ । ତାର ଗୌରବ ପୂର୍ଣ୍ଣ କାର୍ଯ୍ୟକଳାପ ଅର୍ଥାତ୍ କୃଷ୍ଣଙ୍କୁ ଗୌରବାନ୍ଵିତ କରିବା । ତାହା ହେଉଛି ତାର ଗୌରବ ପୂର୍ଣ୍ଣ କାର୍ଯ୍ୟକଳାପ, ନା କି ଭୌତିକବାଦୀମାନଙ୍କ ପରି, ସେ ଗ୍ରହଣ କରେ, ଶ୍ରେୟ ନେବାକୁ ଚାହେଁ । ନା । ସ୍ଵକର୍ମାଣା ତମଭ୍ୟର୍ଚ୍ୟ ସିଦ୍ଧିଂ ବିନ୍ଦତି ମାନବଃ (BG 18.46) । ସ୍ଵକର୍ମାଣା । ତୁମେ ଯେ କୌଣସି ପ୍ରକାରର କାମରେ ନିଯୁକ୍ତ ହୋଇ ପାର, କାମର ଯେ କୌଣସି ବିଭାଗରେ । କିନ୍ତୁ ତୁମର କାମର ବଳରେ ତୁମେ ଭଗବାନ, କୃଷ୍ଣଙ୍କର ଅସ୍ଥିତ୍ଵକୁ ସ୍ଥାପନ କରିପାରିବ, ଏବଂ ଯାହା କିଛି କରାଯାଉଛି, ଏହା କୃଷ୍ଣଙ୍କର ନିପୁଣ ପ୍ରବନ୍ଧ ଦ୍ଵାରା କରାଯାଉଛି । ସୂର୍ଯ୍ୟ ଠିକ ସମୟରେ ଉଦୟ ହେଉଛନ୍ତି, ଏବଂ ଠିକ୍ ସମୟରେ ଅସ୍ତ ହେଉଛନ୍ତି । ଏବଂ ତାପମାତ୍ର, ବିଭିନ୍ନ ଋତୁ ଅନୁସାରେ, ଗତିବିଧି, ଉତ୍ତରାୟଣ, ଦକ୍ଷିଣାୟନ - ସବୁକିଛି ପରମଙ୍କର ଆଦେଶ ଅଧିନରେ ଏତେ ଦକ୍ଷତାର ସହିତ କରାଯାଏ । ମାୟାଧ୍ୟକ୍ଷେଣ ପ୍ରକୃତିଃ (BG 9.10) । ଭାବ ନାହିଁ ଯେ ସୂର୍ଯ୍ୟ ଏତେ ଭଲ ଭାବରେ ସ୍ଵୟଂଚାଳିତ ଭାବରେ କାମ କରୁଛି । ସ୍ଵୟଂଚାଳିତ ଭାବରେ ନୁହେଁ । ମାଲିକ ଅଛନ୍ତି, କୃଷ୍ଣ । ଯସ୍ୟାଜ୍ଞାୟା ଭ୍ରମତି ସମ୍ଭୃତ-କାଳ-ଚକ୍ରଃ ସୂର୍ଯ୍ୟ ଏତେ ଶକ୍ତିଶାଳୀ ପଦାର୍ଥ ଏହି ବ୍ରହ୍ମାଣ୍ଡ ଭିତରେ । ଅନେକ ଲକ୍ଷ ସୂର୍ଯ୍ୟ ଅଛନ୍ତି । ଏହା କେବଳ ଗୋଟିଏ ସୂର୍ଯ୍ୟ - କିନ୍ତୁ ଏହା କୃଷ୍ଣଙ୍କର ଆଦେଶ ପାଳନ କରେ । ଯଚ-ଚକ୍ଶୁର ଏଶ ସବିତା ସକଲ-ଗ୍ରହାନାମ ରାଜା ସମସ୍ତ ସୁର ମୂର୍ତିର ଅଶେଶ ତେଜାଃ ଅଶେଶ-ତେଜଃ, ଅସୀମିତ ଆଲୋକ, ଅସୀମିତ ଅଗ୍ନି, ଅସୀମିତ ଉତ୍ତାପ । ଅଶେଶ । ଅଶେଶ-ତେଜଃ । ସୂର୍ଯ୍ୟଙ୍କର କିରଣ, ସୂର୍ଯ୍ୟଙ୍କର ଉତ୍ତାପ ସହିତ କୌଣସି ତୁଳନା ନାହିଁ । ଏହି ବ୍ରହ୍ମାଣ୍ଡ ଭିତରେ କୌଣସି ତୁଳନା ନାହିଁ । ଅସୀମିତ । ଲକ୍ଷ ଏବଂ ଲକ୍ଷ ବର୍ଷ ପାଇଁ, ସୂର୍ଯ୍ୟଙ୍କ ଠାରୁ, ଆଲୋକ ଏବଂ ଉତ୍ତାପ ଆସୁଛି, କିନ୍ତୁ କୌଣସି ଅଭାବ ନାହିଁ । ଏହା ଲକ୍ଷେ ବର୍ଷ ପୂର୍ବରୁ ଯାହା ଥିଲା ତାହା ଅଛି, ଏବଂ ତୁମକୁ ଲକ୍ଷେ ବର୍ଷ ପାଇଁ ଆଲୋକ ଏବଂ ଉତ୍ତାପ ଦେଇ ସାରିବା ପରେ, ସେହି ସମାନ ପରିମାଣର ଆଲୋକ ଏବଂ ଉତ୍ତାପ ତଥାପି ଅଛି ।

ତେଣୁ ଯଦି ଏହା ଏକ ଭୌତିକ ଜିନିଷ ପାଇଁ ସମ୍ଭବ, ଯେ ଅସୀମିତ ଆଲୋକ ଏବଂ ଉତ୍ତାପ ଦେଲା ପରେ ଏହା ସମାନ ରହୁଛି, ସେହିପରି, ପରମ ଭଗବାନ, ତାଙ୍କର କ୍ଷମତା ବିସ୍ତାର କରିବା ଦ୍ଵାରା, ତାଙ୍କର ଶକ୍ତି ଦ୍ଵାରା, ସେ ସେହି ସମାନ ରହୁଛନ୍ତି । ସେ କମ ହୁଅନ୍ତି ନାହିଁ । ପୂର୍ଣ୍ଣସ୍ୟ ପୂର୍ଣ୍ଣମ ଅଦ୍ୟ ପୂର୍ଣ୍ଣମ ଏବ ଅବଶିଶ୍ୟତେ (Īśo Invocation) । ତେବେ ଆମେ ଯଦି ଏକ ଭୌତିକ ବସ୍ତୁରେ ଦେଖିପାରୁ, ଯେ ଉତ୍ତାପ ଯାହା ବାହାରୁଛି ଲକ୍ଷ ଏବଂ ଲକ୍ଷ - ଏହା ସମାନ ଉତ୍ତାପ ରହେ, ଏହା ସମାନ ଉତ୍ତାପ ନିର୍ବାହ କରେ, ସମାନ ଆଲୋକ, କାହିଁକି ଏହା ପରମଙ୍କ ପାଇଁ ସମ୍ଭବ ନୁହେଁ? ସେଥିପାଇଁ ଇଶୋପନିଷେଦ ଆମକୁ ସୂଚନା ଦିଏ ଯେ ପୂର୍ଣ୍ଣସ୍ୟ ପୂର୍ଣ୍ଣମ ଅଦ୍ୟ ପୂର୍ଣ୍ଣମ ଏବ ଅବଶିଶ୍ୟତେ । ଯଦି ତୁମେ କୃଷ୍ଣଙ୍କ ଠାରୁ କୃଷ୍ଣଙ୍କର ସମସ୍ତ ଶକ୍ତି ନେଇଯାଅ, ତେବେ ତଥାପି, ସମସ୍ତ ଶକ୍ତି ରହୁଛି । କିନ୍ତୁ ତୁମେ ଆଜିକାଲି ଆଶ୍ଚର୍ଯ୍ୟ ହେବ । ଆଧୁନିକ ଭଗବାନ - ଅନେକ "ଆଧୁନିକ ଭଗବାନ" ଅଛନ୍ତି, ମୁଁ ନାମ ନେବା ପାଇଁ ଚାହୁଁ ନାହିଁ । କିନ୍ତୁ ଏକ ଆଧୁନିକ ଭଗବାନ, ସେ ତାଙ୍କର ଶକ୍ତି ତାଙ୍କର ଶିଷ୍ୟକୁ ଦେଇଦେଲେ, ଏବଂ, ସେ ଯେତେବେଳେ ଚେତନାରେ ଆସିଲେ, ତାପରେ ସେ କାନ୍ଦୁଥିଲେ । ଶିଷ୍ୟ ଗୁରୁଙ୍କ ଠାରୁ ଅନୁସନ୍ଧାନ କରିଲା, "ମହାଶୟ, ଆପଣ କାହିଁକି କାନ୍ଦୁଛନ୍ତି?" "ବର୍ତ୍ତମାନ ମୁଁ ସବୁକିଛି ସାରି ଦେଇଛି । ମୁଁ ତୁମକୁ ସବୁ କିଛି ଦେଇ ଦେଇଛି । ମୁଁ ତୁମକୁ ସବୁକିଛି ଦେଇଦେଇଛି; ସେଥିପାଇଁ ମୁଁ ବର୍ତ୍ତମାନ ସମାପ୍ତ ହୋଇଯାଇଛି ।" ତାହା ଆଧ୍ୟାତ୍ମିକ ନୁହେଁ । ତାହା ହେଉଛି ଭୌତିକ । ମୋ ପାଖରେ ଶହେ ଟଙ୍କା ଅଛି । ଯଦି ମୁଁ ତୁମକୁ ଶହେ ଟଙ୍କା ଦେଇ ଦିଏ, ତେବେ ମୋର ପକେଟ ଖାଲି ହୋଇଯିବ । କିନ୍ତୁ କୃଷ୍ଣ ସେପରି ନୁହଁନ୍ତି । କୃଷ୍ଣ ଶହେ, ହଜାରେ ଏବଂ ଲକ୍ଷେ କୃଷ୍ଣ ବନେଇ ପାରିବେ; ତଥାପି, ସେ ହେଉଛନ୍ତି କୃଷ୍ଣ । ସେ ହେଉଛନ୍ତି କୃଷ୍ଣ । କ୍ଷମତା କଦାପି ସମାପ୍ତ ହୁଏ ନାହିଁ । ତାହାକୁ କୁହାଯାଏ ପୂର୍ଣ୍ଣସ୍ୟ ପୂର୍ଣ୍ଣମ ଅଦ୍ୟ ପୂର୍ଣ୍ଣମ ଏବ ଅବଶିଶ୍ୟତେ (Īśo Invocation) ।

ତେବେ ଏହି ନକଲି ଭଗବାନ ଆମକୁ ସାହାର୍ଯ୍ୟ କରିପାରିବେ ନାହିଁ । ପ୍ରକୃତ ଭଗବାନ । ପ୍ରକୃତ ଭଗବାନ,

ଈଶ୍ଵରଃ ପରମଃ କୃଷ୍ଣଃ
ସତ୍-ଚିତ୍-ଆନନ୍ଦ-ବିଗ୍ରହଃ
ଅନାଦିର୍ ଆଦି ଗୋବିନ୍ଦଃ
ସର୍ବ କାରଣ କାରଣମ
(Bs. 5.1)

ସର୍ବ କାରଣ କାରଣମ, ସେ କଦାପି ସମାପ୍ତ ହୁଅନ୍ତି ନାହିଁ । ସେ କଦାପି ସମାପ୍ତ ହୁଅନ୍ତି ନାହିଁ । ଏହା କୁହାଯାଇଛି ଯେ,

ଯସ୍ୟୈକ-ନିଶ୍ଵାସିତ କାଲମ ଅଥାବଲମ୍ଵ୍ୟ
ଜୀବନ୍ତି ଲୋମ ବିଲଜା ଜଗଦ ଅଣ୍ଡ ନାଥା
ବିଷ୍ଣୁର ମହାନ ସ ଇହ ଯସ୍ୟ କଳା ବିଶେଶୋ
ଗୋବିନ୍ଦମ ଆଦି ପୁରୁଷମ ତମ ଅହମ ଭଜାମି
(Bs. 5.48)

ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡ ତାଙ୍କର ଶ୍ଵାସକ୍ରିୟା ସମୟରେ ଭିତରୁ ବାହାରକୁ ଆସୁଛନ୍ତି, ଏବଂ ପୁଣି ସେଗୁଡିକ ଧ୍ଵସଂ ହୋଇଯାଆନ୍ତି ଯେତେବେଳେ ଶ୍ଵାସ ଭିତରକୁ ନିଅନ୍ତି । ଏହିପରି ଭାବରେ ବ୍ରହ୍ମାଣ୍ଡଗୁଡ଼ିକ ବାହାରକୁ ଆସୁଛିନ୍ତି । ଜଗଦ ଅଣ୍ଡ ନାଥ । ଜଗଦ ଅଣ୍ଡ ନାଥ । ଜଗଦ ଅଣ୍ଡ ଅର୍ଥାତ୍ ବ୍ରହ୍ମାଣ୍ଡ, ଏବଂ ନାଥ, ବ୍ରହ୍ମାଣ୍ଡର ଭଗବାନ, ଅର୍ଥାତ୍ ବ୍ରହ୍ମା । ତେବେ ତାଙ୍କ ଜୀବନର ଏକ ଅବଦ୍ଧି ଅଛି । ଏବଂ ଜୀବନର ସେହି ଅବଦ୍ଧି କ'ଣ? ମାହାବିଷ୍ଣୁଙ୍କର ଶ୍ଵାସକ୍ରିୟାର ସମୟ ।