OR/Prabhupada 0324 - ଇତିହାସ ଅର୍ଥାତ୍ ପ୍ରଥମ ଶ୍ରେଣୀର ପୁରୁଷମାନଙ୍କର କାର୍ଯ୍ୟକଳାପକୁ ବୁଝିବା

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on SB 6.1.20 -- Chicago, July 4, 1975

ଏବଂ ଏହି କୁରୁକ୍ଷେତ୍ର ହେଉଛି ଧର୍ମ କ୍ଷେତ୍ର । ଏଥିପାଇଁ ନୁହେଁ ଯେ ସେଠାରେ ଯୁଦ୍ଧ ହୋଇଥିଲା ଏବଂ କୃଷ୍ଣ ଯୁଦ୍ଧ ଭୂମିରେ ଥିଲେ, ସେଥିପାଇଁ ଏହାକୁ ଧର୍ମ କ୍ଷେତ୍ର କୁହାଯାଏ । ବେଳେ ବେଳେ ଏହାକୁ ସେପରି ବ୍ୟାଖ୍ୟା କରାଯାଏ । କିନ୍ତୁ ବାସ୍ତବରେ କୁରୁକ୍ଷେତ୍ର ବହୁତ, ବହୁତ ଲମ୍ଵା ସମୟରୁ ଧର୍ମ କ୍ଷେତ୍ର ଥିଲା । ବେଦରେ ଏହା କୁହାଯାଇଛି ଯେ, କୁରୁ କ୍ଷେତ୍ର ଧର୍ମାନ୍ ଆଚରେତ: "ଯଦି ଜଣେ ଧାର୍ମିକ କର୍ମକାଣ୍ଡ ନିଷ୍ପାଦନ କରିବାକୁ ଚାହେଁ, ସେ କୁରୁକ୍ଷେତ୍ରକୁ ଯିବା ଉଚିତ୍ ।" ଏବଂ ଭାରତରେ ଏବେ ମଧ୍ୟ ଏହି ପ୍ରଣାଳୀ ଅଛି, ଯଦି ଦୁଇ ଦଳ ମଧ୍ୟରେ କିଛି ଅସହମତି ହୁଏ କିମ୍ଵା ଝଗଡ଼ା ହୁଏ, ତେବେ ବର୍ତ୍ତମାନ ମଧ୍ୟ ସେମାନେ ମନ୍ଦିର ଯିବେ - ମନ୍ଦିର ହେଉଛି ଧର୍ମ କ୍ଷେତ୍ର - ଯେପରି କି ଜଣେ ବିଗ୍ରହ ସମ୍ମୁଖରେ ମିଛ କହିବାର ସାହାସ କରିପାରିବ ନାହିଁ । ଏହା ବର୍ତ୍ତମାନ ମଧ୍ୟ ଚାଲିଥିଲା । ଏପରିକି ଜଣେ ନିମ୍ନ ମନୋବୃତ୍ତିର ବ୍ୟକ୍ତି ମଧ୍ୟ, ତଥାପି, ଯଦି ତାକୁ ଆହ୍ଵାନ ଦିଆଯାଏ ଯେ "ତୁମେ ଏହା ମିଥ୍ୟା କହୁଛ । ବର୍ତ୍ତମାନ ବିଗ୍ରହ ସମ୍ମୁଖରେ କୁହ," ସେ ସଂକୋଚ କରିବ, "ନା ।" ଏହା ଏବେ ମଧ୍ୟ ଭାରତରେ ଅଛି । ତୁମେ ବିଗ୍ରହ ସମ୍ମୁଖରେ ମିଛ କହି ପାରିବ ନାହିଁ । ତାହା ହେଉଛି ଅପରାଧ । ବିଚାର କର ନାହିଁ ଯେ ବିଗ୍ରହ ହେଉଛି ମାର୍ବଲର ମୂର୍ତ୍ତୀ । ନା । ସ୍ଵୟଂ ଭଗବାନ । ଯେପରିକି ଚୈତନ୍ୟ ମାହାପ୍ରଭୁ । ଯଥା ଶିଘ୍ର ସେ ଜଗନ୍ନାଥଙ୍କର ବିଗ୍ରହ ଦେଖିଲେ, ସେ ତତ୍ କ୍ଷଣାତ୍ ଚେତାଶୂନ୍ୟ ହୋଇଗଲେ । "ଓ, ଏଠାରେ ମୋର ଭଗବାନ ଅଛନ୍ତି ।" ଆମମାନଙ୍କ ପରି ନୁହେଁ: "ଓ, ଏଠାରେ କିଛି ମୂର୍ତ୍ତୀ ଅଛି ।" ନା । ଏହା ହେଉଛି ପ୍ରଶଂସାର ପ୍ରଶ୍ନ । ତେବେ ତୁମେ ପ୍ରଶଂସା କର କିମ୍ଵା ନ କର, ବିଗ୍ରହ ହେଉଛନ୍ତି ବ୍ୟକ୍ତିଗତ ଭାବରେ ପରମ ପୁରୁଷ ଭଗବାନଙ୍କର । ଆମେ ସର୍ବଦା ମନେ ରଖିବା ଉଚିତ୍ । ତେଣୁ ଆମକୁ ବିଗ୍ରହ ସମ୍ମୁଖରେ ଅତି ସାବଧାନତାର ସହିତ ରହିବାକୁ ହେବ, ଅପରାଧ ନ କରିବା ପାଇଁ । ତାଙ୍କ ସେବାରେ, ତାଙ୍କୁ ପ୍ରସାଦ ପ୍ରଦାନ କରିବାରେ, ତାଙ୍କୁ ସଜେଇବାରେ, ଆମେ ସର୍ବଦା ଭାବିବା ଉଚିତ୍, "ଏଠାରେ କୃଷ୍ଣ ବ୍ୟକ୍ତିଗତ ଭାବରେ ଅଛନ୍ତି ।" ସେ ବ୍ୟକ୍ତିଗତ ଭାବରେ ଅଛନ୍ତି, କିନ୍ତୁ ଆମର ଅଜ୍ଞାନତା ଯୋଗୁଁ, ଆମେ ଏହାକୁ ବୁଝିପାରୁ ନାହିଁ ।

ତେବେ ସବୁକିଛି ଶାସ୍ତ୍ରରେ ଅଛି ଆମେ ଅନୁସରଣ କରିବା ଉଚିତ୍ । ଏହାକୁ ବ୍ରାହ୍ମଣବାଦୀ ସଂସ୍କୃତି କୁହାଯାଏ । ଏହି କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ବ୍ରାହ୍ମଣବାଦୀ ସଂସ୍କୃତି - ପ୍ରଥମ ଶ୍ରେଣୀର ପୁରୁଷମାନଙ୍କର ସାଂସ୍କୃତିକ ପ୍ରଦର୍ଶନୀ, ପ୍ରଥମ ଶ୍ରେଣୀର ପୁରୁଷମାନଙ୍କର । ବ୍ରାହ୍ମଣଙ୍କୁ ମାନବ ସମାଜରେ ପ୍ରଥମ ଶ୍ରେଣୀର ବ୍ୟକ୍ତି ରୁପେ ବୁଝିବା ଉଚିତ୍ । ସେଥିପାଇଁ କୃଷ୍ଣ କୁହଁନ୍ତି, ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ (BG 4.13) । ଇତିହାସ, ଇତିହାସ ଅର୍ଥାତ୍ ପ୍ରଥମ ଶ୍ରେଣୀର ପୁରୁଷମାନଙ୍କର କାର୍ଯ୍ୟକଳାପକୁ ବୁଝିବା । ତାହା ହେଉଛି ଇତିହାସ । ସେମାନେ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କଥା ଉଠାନ୍ତି । ସେଥିପାଇଁ ଏଠାରେ ଉଦାହରଣ ଦିଆଯାଇଛି ଯେ ଉଦାହରନ୍ତି ଇମମ୍ ଇତିହାସମ ପୁରାତନମ୍ । କାରଣ ଏହା ହେଉଛି ଏକ ପ୍ରଥମ ଶ୍ରେଣୀର ଘଟଣା... ଅନ୍ୟଥା, ଯଦି ତୁମେ ପୁରା ଅବଧିର ଇତିହାସକୁ ଲିପିବଦ୍ଧ କର, ତେବେ କେଉଁଠାରେ, କିଏ ତାହାକୁ ପଢ଼ିବ, ଏବଂ କିଏ ତାର ପ୍ରଶଂସା କରିବ, ଏବଂ କେଉଁଠାରେ ତୁମେ ତାକୁ ରଖିବ? ପ୍ରତିଦିନ ଏତେ ସାରା ଜିନିଷ ଘଟୁଛି । ସେଥିପାଇଁ, ବୈଦିକ ପ୍ରଣାଳୀ ଅନୁସାରେ, କେବଳ ମହତ୍ତ୍ଵପୂର୍ଣ୍ଣ ଘଟଣାଗୁଡ଼ିକ ଇତିହାସରେ ଲିପିବଦ୍ଧ ହୋଇଛି । ସେଥିପାଇଁ ଏହାକୁ ଇତିହାସ କୁହାଯାଏ । ପୁରାଣ ଅର୍ଥାତ୍ ପୁରୁଣା ଇତିହାସ । ପୁରାତନମ୍ । ପୁରାତନମ୍ ଅର୍ଥାତ୍ ବହୁତ, ବହୁତ ପୁରୁଣା । ତାହା ଲିପିବଦ୍ଧ କରାଯାଏ । ତେବେ ଏହି ଶ୍ରୀମଦ୍ ଭାଗବତ ହେଉଛି ବହୁତ ପୁରୁଣା ଇତିହାସର ସଂଗ୍ରହ, ଐତିହାସିକ ଘଟଣାଗୁଡ଼ିକର । ଇତିହାସ ପୁରାଣମ୍ ସାରଂ ସାରଂ ସମୃଦ୍ଧତ୍ୟ । ସାରଂ ଅର୍ଥାତ୍ ସାର । ନା କି ସମସ୍ତ ନିରର୍ଥକକୁ ଲିପିବଦ୍ଧ କରିବା ପାଇଁ ନିଆଯିବ । ନା । ସାରଂ ସାରଂ, କେବଳ ମହତ୍ତ୍ଵପୂର୍ଣ୍ଣ, ସାର, ତାହା ଲିପିବଦ୍ଧ କରାଯିବା ଉଚିତ୍ । ଏହାକୁ ଭାରତୀୟ ଇତିହାସ କୁହାଯାଏ । ମାହାଭାରତ... ମାହା ଅର୍ଥାତ୍ ମାହାନ ଭାରତ । ମାହାନ ଭାରତ, ସେଠାରେ ଅନେକ ଘଟଣା ହୋଇଥିଲା, କିନ୍ତୁ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଘଟଣା ହେଉଛି, କୁରୁକ୍ଷେତ୍ରର ଯୁଦ୍ଧ ଭୁମି, ସେଠାରେ ଅଛି । ଏହା ନୁହେଁ ଯେ ସମସ୍ତ ଘଟଣାଗୁଡ଼ିକୁ ଲିପିବଦ୍ଧ କରାଯିବ ।