OR/Prabhupada 0325 - ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ପ୍ରସାର କରିବା ପାଇଁ ଚେଷ୍ଟା କର ଏବଂ ଏହା ହେଉଛି ତୁମର ସାଧନା

Revision as of 09:05, 25 May 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0325 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Class in Los Angeles -- Los Angeles, November 15, 1968

ତେବେ କୃଷ୍ଣ ଚେତନା ହେଉଛି ବହୁତ ଭଲ । ତାହା ହେଉଛି ପରୀକ୍ଷା । ଏହି ସମସ୍ତ ବାଲକମାନେ, ଯେ କୌଣସି ବ୍ୟକ୍ତି ଆସି ପାରନ୍ତି ଏବଂ ସେମାନଙ୍କୁ ପଚାରି ପାରନ୍ତି ସେମାନେ କିପରି ଅନୁଭବ କରୁଛନ୍ତି । ଯେ ପର୍ଯ୍ୟନ୍ତ ସେମାନେ ଆଧ୍ୟାତ୍ମିକ ସନ୍ତୁଷ୍ଟି ଅନୁଭବ କରି ନାହାଁନ୍ତି, କିପରି ସେମାନେ ସବୁ କିଛି ତ୍ୟାଗ କରି ପାରିବେ ଏବଂ କୃଷ୍ଣ ଚେତନାରେ ନିଯୁକ୍ତ ହୋଇପାରିବେ? ସେଥିପାଇଁ ଏହା ହେଉଛି ପରୀକ୍ଷା । ନୈଶାମ୍ ମତିସ ତାବଦ ଉରୁକ୍ରମାଁଘ୍ରିମ । ମତିସ ତାବଦ । ମତିସ ତାବଦ ଉରୁକ୍ରମାଁଘ୍ରିମ । ଉରୁକ୍ରମାଁଘ୍ରିମ । ଉରୁକ୍ରମ, କୃଷ୍ଣଙ୍କର ଅନ୍ୟ ଏକ ନାମ ହେଉଛି ଉରୁକ୍ରମ । ଉରୁକ୍ରମ ଅର୍ଥାତ୍... ଉରୁ ଅର୍ଥାତ୍ ବହୁତ କଷ୍ଟକର, ଏବଂ କ୍ରମ ଅର୍ଥାତ୍ ପାଦ । ଯେପରି କୃଷ୍ଣ ବାମନ ଅବତାରରେ, ସେ ତାଙ୍କର ପାଦ ଆକାଶ ପର୍ଯ୍ୟନ୍ତ ବଢ଼େଇଥିଲେ । ସେଥିପାଇଁ ତାଙ୍କର ନାମ ହେଉଛି ଉରୁକ୍ରମ । ତେଣୁ ଜଣେ କୃଷ୍ଣଙ୍କର ପାଦ ପଦ୍ମରେ ତାର ମନ ସ୍ଥିର କରି ପାରିବ ନାହିଁ ଯେ ପର୍ଯ୍ୟନ୍ତ ମହିୟସାମ ପାଦ-ରଜୋ-ଅଭିଶେକମ ନିଶ୍କିଞ୍ଚନାନମ୍ ନ ବ୍ରନୀତ ଯାବତ । ଏହା ସମ୍ଭବ ନୁହେଁ ଯେ ପର୍ଯ୍ୟନ୍ତ ତାକୁ ସୁଯୋଗ ମିଳି ନାହିଁ ସେହି ବ୍ୟକ୍ତିତ୍ଵର ଚରଣ କମଳର ଧୂଳିକୁ ସ୍ପର୍ଶ କରିବା ପାଇଁ ଯିଏ ହେଉଛନ୍ତି ନିଶ୍କିଞ୍ଚନ, ଯାହାର କୌଣସି ଭୌତିକ ଉତ୍କଣ୍ଠା ନାହିଁ; ମହିୟସାମ, ଏବଂ ଜୀବନ କେବଳ କୃଷ୍ଣଙ୍କ ପାଇଁ ସମର୍ପିତ । ଯଥା ଶିଘ୍ର ଜଣେ ଏପରି ବ୍ୟକ୍ତିତ୍ଵଙ୍କର ସଂସ୍ପର୍ଶରେ ଆସେ, ତାଙ୍କର କୃପା ଦ୍ଵାରା, ଏହି ଜିନିଷ, ଏହି କୃଷ୍ଣ ଚେତନା ପ୍ରାପ୍ତ କରାଯାଇ ପାରିବ । ଅନ୍ୟ କୌଣସି ବିଧି ଦ୍ଵାରା ନୁହେଁ । ନୈଶାମ୍ ମତିସ ତାବଦ ଉରୁକ୍ରମାଁଘ୍ରିମ (SB 7.5.32) । ପରୀକ୍ଷଣ ହେବ ସ୍ପୃଶତି ଅନର୍ଥାପଗମୋ ଯଦ-ଅର୍ଥଃ ମହିୟସାମ୍ ପାଦୋ-ରଜୋ-ଅଭିଶେକମ ନିଶ୍କିଞ୍ଚନାନମ୍ ନ ବ୍ରନୀତ ଯାବତ । ଏହା ହେଉଛି ପରୀକ୍ଷା, ଏବଂ ଏହା ହେଉଛି ମାର୍ଗ ଏକ ଯଥାର୍ଥ ଗୁରୁଙ୍କ ନିକଟରେ ପହଞ୍ଚିବା ପାଇଁ ଏବଂ ତାଙ୍କର କୃପା ଦ୍ଵାରା, ତାଙ୍କର ଦୟା ଦ୍ଵାରା ଏହି କୃଷ୍ଣ ଚେତନା ତାଙ୍କ ଠାରୁ ପ୍ରାପ୍ତ କରିବା । କିନ୍ତୁ ଯଥା ଶିଘ୍ର ଜଣେ ପ୍ରାପ୍ତ କରେ, ତୂରନ୍ତ ଭୌତିକ ଜଞ୍ଜାଳରୁ ତାର ମୁକ୍ତି ଆରମ୍ଭ ହୁଏ । ତୂରନ୍ତ, ତୂରନ୍ତ । ଏବଂ ଯେପରି ସେ ଆଗକୁ ପ୍ରଗତି କରେ, ପ୍ରଗତି, ପ୍ରଗତି, ତାର ଜୀବନ ଉତ୍କୃଷ୍ଟ ହୋଇଯାଏ । ବର୍ତ୍ତମାନ ଗୋଟିଏ ଜିନିଷ...ଜଣେ ପ୍ରଶ୍ନ କରିପାରେ, ମନେକର ଜଣେ ଭାବପ୍ରବଣ ହୋଇ କୃଷ୍ଣ ଚେତନା ଗ୍ରହଣ କରେ, କିନ୍ତୁ ସେ ଏହାକୁ ଶେଷ କରିପାରେ ନାହିଁ । ପରିଣାମ କ'ଣ? ତାହା ମଧ୍ୟ ଶ୍ରୀମଦ୍ ଭାଗବତରେ କୁହାଯାଇଛି । ତ୍ୟକତ୍ଵା ସ୍ଵ-ଧର୍ମମ୍ ଚରଣାମଭୁଜମ ହରେର (SB 1.5.17) । ସ୍ଵ-ଧର୍ମମ୍ ।

ସ୍ଵ-ଧର୍ମ ଅର୍ଥାତ୍ ସମସ୍ତଙ୍କର କିଛି ନିର୍ଦ୍ଧିଷ୍ଟ କର୍ତ୍ତବ୍ୟ ଅଛି, ବୃତ୍ତି । ସମସ୍ତଙ୍କର । ତେବେ ଯଦି ଜଣେ ତାର ନିର୍ଦ୍ଧିଷ୍ଟ କର୍ତ୍ତବ୍ୟର ତ୍ୟାଗ କରେ ଯେଉଁଥିରେ ସେ ନିଯୁକ୍ତ, ତ୍ୟକତ୍ଵା ସ୍ଵ-ଧର୍ମାମ୍... ଯେପରି ଅନେକ ବାଳକ ଏବଂ ବାଳିକାମାନେ, ସେମାନେ ଏଠାକୁ ଆସନ୍ତି । ସେମାନେ ଅନ୍ୟ କିଛି କାମରେ ନିଯୁକ୍ତ, କିନ୍ତୁ ଆକସ୍ମିକ ଭାବରେ ସେମାନେ ସବୁକିଛି ତ୍ୟାଗ କରିଦେଲେ ଏବଂ କୃଷ୍ଣ ଚେତନା ଅନ୍ଦୋଳନରେ ଯୋଗ ଦେଲେ । ତେଣୁ ସେମାନଙ୍କ ପାଇଁ, ଭାଗବତ କୁହଁନ୍ତି, ତ୍ୟକତ୍ଵା ସ୍ଵ-ଧର୍ମାମ୍... ସ୍ଵ ଅର୍ଥାତ୍ ନିଜର, ବୃତ୍ତି, ଧର୍ମ । ବର୍ତ୍ତମାନ ଏଠାରେ ଧର୍ମ ଅର୍ଥାତ୍ ଈଶ୍ଵର ଭକ୍ତି ନୁହେଁ । ବୃତ୍ତିଗତ କର୍ତ୍ତବ୍ୟ । ତ୍ୟକତ୍ଵା ସ୍ଵ-ଧର୍ମାମ୍ ଚରଣାମଭୁଜମ ହରେର । ମନେକର ଏହି କୃଷ୍ଣ ଚେତନା ଅନ୍ଦୋଳନର କିଛି ବକୃତା ଶୁଣି ସାରିବା ପରେ, ସେ ସ୍ଥିର ହୁଏ, "ବର୍ତ୍ତମାନ ମୁଁ କୃଷ୍ଣ ଚେତନା ଆରମ୍ଭ କରିବି," ଏବଂ ତାର ନିର୍ଦ୍ଧାରିତ କାର୍ଯ୍ୟ କିମ୍ଵା ବୃତ୍ତିଗତ କାର୍ଯ୍ୟ ତ୍ୟାଗ କରିଦେବ । ତ୍ୟକତ୍ଵା ସ୍ଵ-ଧର୍ମାମ୍ ଚରଣାମଭୁଜମ ହରେର ଭଜନ୍ନ ଅପକ୍ଵୌ ଅଥା ପତେତ ତତୋ ଯଦି (SB 1.5.17) । ଭଜନ୍ନ । ବର୍ତ୍ତମାନ ସେ ଜପ କରିବା କିମ୍ଵା ନିୟନ୍ତ୍ରକ ସିଦ୍ଧାନ୍ତ ପାଳନ କରିବା ଆରମ୍ଭ କରିଛି, କିନ୍ତୁ ଆକସ୍ମିକ ଭାବରେ, ସେ ପତିତ ହୁଏ । ସେ ପତିତ ହୁଏ । ସେ ପାଳନ କରିପାରେ ନାହିଁ । କିଛି କାରଣ ଦ୍ଵାରା କିମ୍ଵା କିଛି ପରିସ୍ଥିତି ଦ୍ଵାରା, ସେ ପତିତ ହୁଏ । ତେଣୁ ଭାଗବତ କୁହଁନ୍ତି, "ଏଥିରେ ଭୁଲ ମଧ୍ୟ କ'ଣ ଯଦି ସେ ପତିତ ହୁଏ?" ଟିକିଏ ଦେଖ । ଏପରିକି ଯଦି ସେ କୃଷ୍ଣ ଚେତନାରେ ଅପୂର୍ଣ୍ଣ ବିକାଶ ଯୋଗୁଁ ପତିତ ହୁଏ, ତଥାପି, ସେ ଅସଫଳ ନୁହେଁ । ଏବଂ ଭାଗବତ କୁହଁନ୍ତି, କୋ ବାର୍ଥା ଆପ୍ତୌ ଅଭଜତାମ ସ୍ଵ-ଧର୍ମତଃ । ଏବଂ ସେ କେଉଁ ଲାଭ ପାଏ, ଜଣେ ଯିଏ ତାର ବୃତ୍ତିଗତ କର୍ତ୍ତବ୍ୟରେ ଅତି ଦୃଢ଼ତାର ସହିତ ନିଯୁକ୍ତ? ସେ କେବଳ ଅସଫଳ କାରଣ ସେ ଜାଣି ନାହିଁ ତାର ଜୀବନର ଳକ୍ଷ୍ୟ କ'ଣ । କିନ୍ତୁ ଏଠାରେ, ଏକ ବ୍ୟକ୍ତି ଯିଏ କୃଷ୍ଣ ଚେତନାକୁ ଆସେ, ଏପରିକି କିଛି ଦିନ ପାଇଁ ଯଦି ସେ ଆମ ସାଙ୍ଗରେ ରହେ, ସେ କୃଷ୍ଣ ଚେତନାରେ ସଂକ୍ରମିତ ହୁଏ ତେଣୁ ତାର ପରବର୍ତ୍ତୀ ଜନ୍ମରେ ସେ ପୁଣି ଆରମ୍ଭ କରେ, ପୁଣି, ପୁଣି । ତେଣୁ ସେ ଅସଫଳ ନୁହେଁ । କୃଷ୍ଣ ଚେତନାର ଏକ ଅନ୍ତଃ କ୍ଷେପଣ ତାକୁ ଗୋଟିଏ ଦିନ କୃଷ୍ଣ ଚେତନାରେ ପୂର୍ଣ୍ଣ କରେ, ଏବଂ ସେ ନିଶ୍ଚିତ ରୂପରେ ଭଗବଦ୍ ଧାମକୁ ଫେରିବ, ଘରକୁ ଫେରିବ । ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ପ୍ରସାର କରିବା ପାଇଁ ଚେଷ୍ଟା କର । ଏବଂ ଏହା ହେଉଛି ତୁମର ସାଧନା, ତପସ୍ୟାର ନିଷ୍ପାଦନ, ତପସ୍ୟା ଅଟେ । କାରଣ ତୁମକୁ ଏତେ ସାରା ବିରୋଧି ତତ୍ତ୍ଵମାନଙ୍କୁ ସାମ୍ନା କରିବାକୁ ପଡ଼େ । ତୁମକୁ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ହେବ । ତାହା ହେଉଛି ତପସ୍ୟା । ତୁମେ ଏତେ ସାରା ଅପମାନ ସହିବାକୁ ପଡ଼େ, ଏତେ ସାରା ବିରକ୍ତି କର କାମ, ଏତେ ସାରା ଅସୁବିଧାମାନଙ୍କର, ବ୍ୟକ୍ତିଗତ ଅସୁବିଧା, ସବୁକିଛିର ତ୍ୟାଗ, ଟଙ୍କା - କିନ୍ତୁ ଏହା ବ୍ୟର୍ଥ ହୁଏ ନାହିଁ । ଆଶ୍ଵସନା ରଖ । ଏହା ବ୍ୟର୍ଥ ହୁଏ ନାହିଁ । କୃଷ୍ଣ, ମୋର କହିବାର ଅର୍ଥ ହେଲା, ତୁମକୁ ଯଥେଷ୍ଟ ମାତ୍ରାରେ ପୁରଷ୍କୃତ କରିବେ । ତୁମେ ଏହି କୃଷ୍ଣ ଚେତନା ନିଷ୍ପାଦନ କରି ଚାଲ ।

ବହୁତ ବହୁତ ଧନ୍ୟବାଦ ।