OR/Prabhupada 0336 - ଏହା କିପରି, ସେମାନେ ଭଗବାନଙ୍କ ପଛରେ ପାଗଳ?

Revision as of 17:22, 11 January 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0336 - in all Languages Category:OR-Quotes - 1976 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 1.2.5 -- Aligarh, October 9, 1976

ବର୍ତ୍ତମାନ ତୁମେ ଏହି ଦେଶରେ ଅଛ, ମନେକର ଭାରତରେ, ଏବଂ ପରବର୍ତ୍ତୀ ଜନ୍ମରେ, କାରଣ ତୁମକୁ ତୁମର ଶରୀର ପରବର୍ତ୍ତନ କରିବାକୁ ହେବ, ପରବର୍ତ୍ତୀ ଜନ୍ମରେ ଏହା ହୋଇପାରେ ଯେ ତୁମେ ଭାରତରେ ଜନ୍ମ ନେଇ ନ ପାର । ତୁମେ ସ୍ଵର୍ଗୀୟ ଗ୍ରହରେ କିମ୍ଵା ପଶୁ ସମାଜରେ ଜନ୍ମ ନେଇ ପାର । କାରଣ କୌଣସି ଗ୍ୟାରେଣ୍ଟି ନାହିଁ । କୃଷ୍ଣ କୁହଁନ୍ତି ତଥା ଦେହାନ୍ତର ପ୍ରାପ୍ତିର । ମୃତ୍ୟୁ ଅର୍ଥାତ୍ ଶରୀରର ପରିବର୍ତ୍ତନ । କିନ୍ତୁ ତୁମେ କେଉଁ ପ୍ରକାରର ଶରୀର ସ୍ଵୀକାର କରିବାକୁ ଯାଉଛ, ତାହା ସର୍ବୋଚ୍ଚ ବ୍ୟବସ୍ଥା ଉପରେ ନିର୍ଭର କରେ । କିନ୍ତୁ ତୁମେ ମଧ୍ୟ ବ୍ୟବସ୍ଥା କରି ପାରିବ । ଠିକ୍ ଯେପରି ତୁମେ ମେଡିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅ, ତୁମେ ଏକ ଚିକିତ୍ସା ଅଧିକାରୀ ହେବାର ସମ୍ଭାବନା ଅଛି, ସରକାରୀ ଚିକିତ୍ସା ସେବା ବୋର୍ଡରେ ସେବା ପ୍ରାପ୍ତ କରିବା ପାଇଁ, କିନ୍ତୁ ତଥାପି, ଏହା ମେଡ଼ିକାଲ ବୋର୍ଡ ଦ୍ଵାରା ଚୟନ କରାଯିବା ଉଚିତ୍ । ଏତେ ସାରା ସର୍ତ୍ତ ଅଛି । ସେହିପରି ପରବର୍ତ୍ତୀ ଶରୀର ପାଇବା ପାଇଁ, ତାହା ତୁମର ଚୟନ ନୁହେଁ । ସେହି ଚୟନ ସର୍ବୋଚ୍ଚ ଅଧିକାରୀ ଉପରେ ନିର୍ଭର କରେ । କର୍ମାଣ ଦେବ ନେତ୍ରେନ ଜନ୍ତୁର ଦେହୋପପତ୍ତୟେ (SB 3.31.1) । ତାହା ଆମେ ଜାଣିନୁ, ସେହି ପରବର୍ତ୍ତୀ ଜୀବନ । ନା ଆମେ ପ୍ରୟାସ କରୁଛୁ କି ପରବର୍ତ୍ତୀ ଜୀବନ କ'ଣ । ଏହି ଶରୀର ତ୍ୟାଗ କରିବା ପରେ ଆମକୁ ଏକ ପରବର୍ତ୍ତୀ ଜୀବନ ସ୍ଵୀକାର କରିବାକୁ ହେବ ।

ସେଥିପାଇଁ ଆମକୁ ସେହି ଉଦ୍ଦେଶ୍ୟ ପାଇଁ ପ୍ରସ୍ତୁତ ହୋଇ ରହିବା ଉଚିତ୍ । ତେବେ ପ୍ରସ୍ତୁତି ଅର୍ଥାତ୍ ଭାଗବଦ୍ ଗୀତାରେ ଏହା କୁହାଯାଇଛି ଯାନ୍ତି ଦେବ-ବ୍ରତା ଦେବାନ୍ (BG 9.25) । ଯଦି ତୁମେ ଉଚ୍ଚ ଗ୍ରହମାନଙ୍କୁ ଯିବା ପାଇଁ ନିଜକୁ ପ୍ରସ୍ତୁତ କରୁଛ, ଚନ୍ଦ୍ରଲୋକ, ସୂର୍ଯ୍ୟଲୋକ, ଇନ୍ଦ୍ରଲୋକ, ସ୍ଵର୍ଗଲୋକ, ବ୍ରହ୍ମଲୋକ, ଜନଲୋକ, ମହରଲୋକ, ତପୋଲୋକ - ବହୁତ ସାରା ଅଛି, ଶହ ଶହ । ଯଦି ତୁମେ ସେଠାକୁ ଯିବାକୁ ଚାହୁଁଛ, ତେବେ ତୁମେ ସେହିପରି ଭାବରେ ପ୍ରସ୍ତୁତ ହୁଅ । ଯାନ୍ତି ଦେବ-ବ୍ରତା ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ । ତେବେ ଯଦି ତୁମେ ପିତୃଲୋକକୁ ଯିବା ପାଇଁ ଚାହୁଁଛ, ତୁମେ ସେଠାକୁ ଯାଇ ପାରିବ । ଯଦି ତମେ ଉଚ୍ଚତମ ଗ୍ରହମାନଙ୍କୁ ଯିବା ପାଇଁ ଚାହୁଁଛ, ଦେବଲୋକକୁ, ତୁମେ ସେଠାକୁ ଯାଇ ପାରିବ । ଏବଂ ଯଦି ତୁମେ ଏଠାରେ ରହିବାକୁ ଚାହୁଁଛ, ତୁମେ ଏଠାରେ ରହିପାରିବ । ଏବଂ ଯଦି ତୁମେ ଲୋକକୁ ଯିବାକୁ ଚାହୁଁଛ, ଗୋଲକ, ବୃନ୍ଦାବନ, ମଦ୍ ଯାଜିନୋଽପି ମାମ୍ (BG 9.25)) । ତୁମେ ସେଠାକୁ ଯାଇ ପାରିବ । ଘରକୁ ଫେରିବ, ଭଗବଦ୍ ଧାମକୁ ଫେରିବ । ତହା ସମ୍ଭବ । କୃଷ୍ଣ କୁହଁନ୍ତି ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି (ଭ ଗୀ ୪.୯) । ଯଦି ତୁମେ ଚାହଁ ତୁମେ ଘରକୁ ଫେରି ପାରିବ, ଭଗବାନଙ୍କ ପାଖକୁ ଫେରି ପାରିବ । ତାହା ସମ୍ଭବ । ତେଣୁ ସେଥିପାଇଁ ବୁଦ୍ଧିମାନ ବ୍ୟକ୍ତି, ସେମାନେ ଜ‍ାଣିବା ଉଚିତ୍ "ଯଦି ମୁଁ ଦେବ ଲୋକକୁ ଯାଏ, ସେଠାକୁ ଯିବାର ପରିଣାମ କ'ଣ । ଯଦି ମୁଁ ପିତୃଲୋକକୁ ଯାଏ, ପରିଣାମ କ'ଣ । ଯଦି ମୁଁ ଏଠାରେ ରହେ, ପରିଣାମ କ'ଣ । ଏବଂ ଯଦି ମୁଁ ଘରକୁ ଫେରି ଯାଏ, ଭଗବାନଙ୍କ ପାଖକୁ ଫେରେ, ପରିଣାମ କ'ଣ ।" ଅନ୍ତିମ ପରିଣାମ ହେଉଛି ଯେ ଯଦି ତୁମେ ଘରକୁ ଫେର, ଭଗବଦ୍ ଧାମକୁ ଫେର, ତେବେ କୃଷ୍ଣ କୁହଁନ୍ତି ପରିଣାମ କ'ଣ । ପରିଣାମ ହେଉଛି ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି (BG 4.9), ଯେ ତୁମେ ଏହି ଭୌତିକ ଦୁନିଆରେ ପୁଣିଥରେ ଜନ୍ମ ନେବ ନାହିଁ । ତେବେ ତାହା ହେଉଛି ସର୍ବୋଚ୍ଚ ଲାଭ । ପୁନର୍ଜନ୍ମ ନୈତି ମାମେତି ।

ମାମୁପେତ୍ୟ ତୁ କୌନ୍ତେୟ
ଦୁଃଖାଳୟମଶାଶ୍ଵତମ୍
ନାପ୍ନୁବନ୍ତି ମହାତ୍ମାନଃ
ସଂସିଦ୍ଧିଂ ପରମାଂ ଗତାଃ
(BG 8.15)

ତାହା ହେଉଛି ସର୍ବୋଚ୍ଚ ଲାଭ । ଏବଂ ସେଥିପାଇଁ ଏଠାରେ ଏହା କୁହାଯାଇଛି, ସ ବୈ ପୁମ୍ସାମ ପରୋ ଧର୍ମୋ ଯତୋ ଭକ୍ତିର ଅଧୋକ୍ଶଜେ (SB 1.2.6) ତେଣୁ ଯଦି ତୁମେ ଘରକୁ ଫେରିବାକୁ ଚାହୁଁଛ, ଭଗବଦ୍ ଧାମକୁ ଫେରିବାକୁ, ତେବେ ଯତୋ ଭକ୍ତିର ଅଧୋକ୍ଶଜେ । ତୁମକୁ ଏହି ଭକ୍ତିର ମାଧ୍ୟମ ଅଙ୍ଗୀକାର କରିବାକୁ ହେବ । ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ (BG 18.55) । କୃଷ୍ଣ, କିମ୍ଵା ପରମ ଭଗବାନ, କର୍ମ, ଜ୍ଞାନ, ଯୋଗ ଦ୍ଵାରା ବୁଝାଯାଇ ପାରନ୍ତି ନାହିଁ । କୃଷ୍ଣଙ୍କୁ ବୁଝିବା ପାଇଁ କୌଣସି ପ୍ରକ୍ରିୟା ଯଥେଷ୍ଟ ନୁହେଁ । ସେଥିପାଇଁ ତୁମକୁ କୃଷ୍ଣଙ୍କ ଦ୍ଵାରା ସୁପାରିଶ୍ କରାଯାଇ ଥିବା ଏହି ପ୍ରକ୍ରିୟାକୁ ସ୍ଵୀକାର କରିବାକୁ ହେବ, ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ (BG 18.55) । ସେଥିପାଇଁ ଆମେ କୃଷ୍ଣଙ୍କ ଲୀଳାରେ ଆସକ୍ତି ନୁହେଁ ଯେପର୍ଯ୍ୟନ୍ତ ତାହା ଭକ୍ତମାନଙ୍କ ଦ୍ଵାରା ପ୍ରଦର୍ଶନ ବା ସଞ୍ଚାଳନ କରାଯାଇ ନାହିଁ । ପେଶାଗତ ଲୋକଙ୍କ ଦ୍ଵାରା ତାହା ବର୍ଜିତ । ଚୈତନ୍ୟ ମହାପ୍ରଭୁ କେବେ ମଧ୍ୟ ସ୍ଵୀକୃତି ଦେଇ ନଥିଲେ । କାରଣ କୃଷ୍ଣଙ୍କର ବିଷୟବସ୍ତୁ କେବଳ ଭକ୍ତି ମାର୍ଗରେ ବୁଝିହେବ । ଯତୋ ଭକ୍ତିର୍ ଅଧୋକ୍ଷଜେ (SB 1.2.6) । ଭକ୍ତି ବିନା, ଏହା ସମ୍ଭବ ନୁହେଁ । ଏହି ଭକ୍ତିର ପ୍ରକ୍ରିୟାକୁ ଜଣକୁ ଗ୍ରହଣ କରିବାକୁ ହେବ ଯଦି ସେ ବାସ୍ତବରେ ନିଜ ଘର, ଭଗବଦ୍ ଧାମକୁ ଫେରିବାକୁ ଚାହୁଁଛି । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ ।

ଆମର ଆନ୍ଦୋଳନ, ଏହି କୃଷ୍ଣ ଚେତନା ଆନ୍ଦୋଳନ, ଆମେ ଲୋକମାନଙ୍କୁ ଶିକ୍ଷା ଦେଉଛୁ ଯେ କିପରି ଭଗବଦ୍ ସେବାରେ ବିକସିତ ହେଵା ଏବଂ କିପରି ନିଜ ଘର, ଭଗବଦ୍ ଧାମକୁ ଫେରିପାରିଵା । ଏବଂ ଏହା ଏତେ କଷ୍ଟ କାମ ନୁହେଁ, ଏହା ଅତ୍ୟନ୍ତ ସହଜ । ଯଦି ଏହା ଏତେ ସହଜ ନଥାନ୍ତା ତେବେ ଏହି ଈଉରୋପୀୟ, ଆମେରୀକୀୟ ଲୋକମାନେ, କିପରି ଏବେ ଗମ୍ଭୀରତାର ସହ ଗ୍ରହଣ କରୁଛନ୍ତି? କାରଣ ସେମାନେ, ମୁଁ ଭାବୁଛି ଅତିକମ୍ ରେ ଦଶ ବର୍ଷ ପୂର୍ବେ, ଏହି ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ, ଅଧିକାଂସ ଲୋକ, କୃଷ୍ଣ କ'ଣ ଜାଣିନଥିଲେ । ବର୍ତ୍ତମାନ ସେମାନେ ସମସ୍ତେ କୃଷ୍ଣଙ୍କ ଭକ୍ତ । ଏମିତିକି ଖ୍ରୀଷ୍ଟିୟାନ ପାଦ୍ରିମାନେ, ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ବୋଷ୍ଟନରେ, ଜଣେ ଖ୍ରୀଷ୍ଟିୟାନ ପାଦ୍ରି, ସେ ସ୍ଵୀକାର କରିଥିଲେ ଯେ "ଏହି ଯୁବକମାନେ, ସେମାନେ ଆମର ଯୁବକମାନେ, ଖ୍ରୀଷ୍ଟିୟାନ ବା ଇହୁଦୀ ବର୍ଗରୁ ଆସିଛନ୍ତି । ତ ଏହି ଆନ୍ଦୋଳନ ଆରମ୍ଭ ପୂର୍ବରୁ ସେମାନେ ଏମିତିକି ଆମକୁ ଦେଖିବା ପାଇଁ ମଧ୍ୟ ଇଛୁକ ନଥିଲେ, ବା ଭଗବାନଙ୍କ ସମ୍ଵନ୍ଧରେ କିଛି ପ୍ରଶ୍ନ ପଚାରିବା ବା ଗୀର୍ଜାଘରକୁ ଆସିବା ପାଇଁ ମଧ୍ୟ ଇଛୁକ ନଥିଲେ । ସେମାନେ ସମ୍ପୂର୍ଣ୍ଣ ରୁପରେ ଅବହେଳା କରିଥିଲେ । ଏବଂ ବର୍ତ୍ତମାନ, କିପରି ସେମାନେ ଭଗବାନଙ୍କ ପଛରେ ପାଗଳ?" ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । "କାହିଁକି? ସେମାନେ କାହିଁକି ଏମିତି...? କାରଣ ସେମାନେ ଏହି ପ୍ରକ୍ରିୟାକୁ ଗ୍ରହଣ କରିଥିଲେ । ଏହି ପ୍ରକ୍ରିୟା ହେଉଛି ମହତ୍ତ୍ଵପୂର୍ଣ୍ଣ । କେବଳ କଳ୍ପନା... ଭକ୍ତି କାଳ୍ପନିକ ନୁହେଁ । ଏହା ପ୍ରୟୋଗିକ । ଯତୋ ଭକ୍ତିର୍ ଅଧୋକ୍ଷଜେ । ତୁମେ ଯଦି ଭକ୍ତି ମାର୍ଗକୁ ଗ୍ରହଣ କରିବାକୁ ଚାହୁଁଛ, ଏହା କାଳ୍ପନିକ ନୁହେଁ । ତୁମେ ବାଧ୍ୟତାପୂର୍ବକ ବାସ୍ତବରେ ଏହି ପ୍ରକ୍ରିୟାରେ ନିଯୁକ୍ତ ହୁଅ । ଯତୋ ଭକ୍ତିର୍ ଅଧୋକ୍ଷଜେ । ସେ ପ୍ରକ୍ରିୟା ହେଉଛି

ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ
ଶ୍ମରଣଂ ପାଦ ସେବନମ୍
ଅର୍ଚନଂ ବନ୍ଦନଂ ଦାସ୍ୟଂ
ସାଖ୍ୟମ୍ ଆତ୍ମନିବେଦମ୍
(SB 7.5.23)