OR/Prabhupada 0344 - ଶ୍ରୀମଦ୍ ଭାଗବତ, କେବଳ ଭକ୍ତି ସହିତ ସମ୍ଵନ୍ଧିତ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0344 - in all Languages Category:OR-Quotes - 1974 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Bombay]]
[[Category:OR-Quotes - in India, Bombay]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0341 - ଯିଏ ବୁଦ୍ଧିମାନ, ସେ ଏହି ପ୍ରଣାଳୀ ଗ୍ରହଣ କରିବ|0341|OR/Prabhupada 0345 - କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି|0345}}
{{1080 videos navigation - All Languages|Oriya|OR/Prabhupada 0343 - ଆମେ ମୂଢ଼ମାନଙ୍କୁ ଶିକ୍ଷିତ କରିବା ପାଇଁ ଚେଷ୍ଟା କରୁଛୁ|0343|OR/Prabhupada 0345 - କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି|0345}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|DnoDNyzqktU|ଶ୍ରୀମଦ୍ ଭାଗବତ, କେବଳ ଭକ୍ତି ସହିତ ସମ୍ଵନ୍ଧିତ<br />- Prabhupāda 0344 }}
{{youtube_right|U1FTCKBzYeY|ଶ୍ରୀମଦ୍ ଭାଗବତ, କେବଳ ଭକ୍ତି ସହିତ ସମ୍ଵନ୍ଧିତ<br />- Prabhupāda 0344 }}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



Lecture on SB 3.26.11-14 -- Bombay, December 23, 1974

ବ୍ୟାସଦେବ, ସମସ୍ତ ବୈଦିକ ସାହିତ୍ୟ ଲେଖି ସାରିବା ପରେ, ସେ ସନ୍ତୁଷ୍ଟ ନ ଥିଲେ । ସେ ଚାରୋଟି ବେଦ ଲେଖିଲେ, ତାପରେ ପୁରାଣ - ପୁରାଣ ଅର୍ଥାତ୍ ବେଦର ଅତିରିକ୍ତ - ଏବଂ ତାପରେ ବେଦାନ୍ତ ସୂତ୍ର, ବୈଦିକ ଜ୍ଞାନର ଶେଷ ଶଦ୍ଦ, ବେଦାନ୍ତ ସୂତ୍ର । କିନ୍ତୁ ସେ ସନ୍ତୁଷ୍ଟ ନ ଥିଲେ । ତେଣୁ ନାରଦ ମୁନୀ, ତାଙ୍କର ଆଧ୍ୟାତ୍ମିକ ଗୁରୁ, ସେ ପଚାରି ଥିଲେ ଯେ: "ତୁମେ ଏତେ ସାରା ପୁସ୍ତକ ଲେଖିବା ପରେ, ମନୁଷ୍ୟ ସଭ୍ୟତାକୁ ଜ୍ଞାନ ପ୍ରଦାନ କରିବା ପରେ ଅସନ୍ତୁଷ୍ଟତା କାହିଁକି ଅନୁଭବ କରୁଛ?" ତେଣୁ ସେ କହିଲେ, "ମହାଶୟ, ହଁ, ମୁଁ ଲେଖିଛି...କିନ୍ତୁ ମୋତେ ସନ୍ତୋଷ ମିଳୁ ନାହିଁ । ମୁଁ ଜାଣି ନାହିଁ ତାର କାରଣ କ'ଣ ।" ତାପରେ ନାରଦ ମୁନୀ କହିଲେ, "ଏହି ଅସନ୍ତୁଷ୍ଟତାର କାରଣ ହେଉଛି ତୁମେ ପରମ ପୁରୁଷ ଭଗବାନଙ୍କର ଲୀଳାଗୁଡ଼ିକୁ ବର୍ଣ୍ଣନା କରି ନାହଁ । ସେଥିପାଇଁ ତୁମେ ଅସନ୍ତୁଷ୍ଟ ଅଛ । ତୁମେ କେବଳ ବାହ୍ୟ ତତ୍ତ୍ଵଗୁଡ଼ିକୁ ବର୍ଣ୍ଣନା କରିଛ, କିନ୍ତୁ ଆନ୍ତରିକ ତତ୍ତ୍ଵ, ତାହା ତୁମେ ବର୍ଣ୍ଣନା କରି ନାହଁ । ସେଥିପାଇଁ ତୁମେ ଅସନ୍ତୁଷ୍ଟ ଅଛ । ବର୍ତ୍ତମାନ ତୁମେ ଏହା କର ।" ତେବେ ବ୍ୟାସଦେବଙ୍କର ନିର୍ଦ୍ଦେଶ ଅନୁଯାୟୀ...,ନା, ନାରଦ ମୁନୀ ତାଙ୍କର ଆଧ୍ୟାତ୍ମିକ ଗୁରୁ, ବ୍ୟାସଦେବ, ତାଙ୍କର ଅନ୍ତିମ ପରିପକ୍ଵ ଯୋଗଦାନ ହେଉଛି ଶ୍ରୀମଦ ଭାଗବତ । ଶ୍ରୀମଦ୍ ଭାଗବତମ୍ ଅମଳମ୍ ପୁରାଣମ୍ ଯଦ୍ ବୈଷ୍ଣାବାନମ୍ ପ୍ରିୟମ୍ । ସେଥିପାଇଁ ବୈଷ୍ଣବମାନେ, ସେମାନେ ଶ୍ରୀମଦ୍ ଭାଗବତକୁ ଅମଳମ୍ ପୁରାଣମ୍ ରୂପେ ମାନନ୍ତି । ଅମଳମ୍ ପୁରାଣମ୍ ଅର୍ଥାତ୍...ଆମଳମ୍ ଅର୍ଥାତ୍ ବିନା କୌଣସି ସମିଶ୍ରଣରେ । ଏହି ଅନ୍ୟ ସମସ୍ତ ପୁରାଣଗୁଡ଼ିକ, ସେମାନେ କର୍ମ, ଜ୍ଞାନ, ଯୋଗ ସହିତ ସମ୍ଵନ୍ଧିତ । ସେଥିପାଇଁ ସେଗୁଡିକ ସମଳମ, ଭୌତିକ ସମିଶ୍ରଣ ସହିତ । ଏବଂ ଶ୍ରୀମଦ୍ ଭାଗବତ, କେବଳ ଭକ୍ତି ସହିତ ସମ୍ଵନ୍ଧିତ; ସେଥିପାଇଁ ଏହା ହେଉଛି ଅମଳମ୍ । ଭକ୍ତି ଅର୍ଥାତ୍ ପରମ ପୁରୁଷ ଭଗବାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ, ଭକ୍ତ ଏବଂ ଭଗବାନ, ଏବଂ ଆଦାନ ପ୍ରଦାନ ହେଉଛି ଭକ୍ତି । ଭଗବାନ ଅଛନ୍ତି, ଏବଂ ଭକ୍ତ ଅଛନ୍ତି, ଯେପରି ମାଲିକ ଏବଂ ସେବକ । ଏବଂ ମାଲିକ ଏବଂ ସେବକ ମଧ୍ୟରେ ସମ୍ପର୍କ, ଆଦାନ ପ୍ରଦାନ ହେଉଛି, ସେବା ।

ତେଣୁ ସେବା ଆମକୁ କରିବାକୁ ହେବ...ତାହା ଆମର ପ୍ରାକୃତିକ, ସ୍ଵାଭାବିକ ବୃତ୍ତି । ଆମେ ସେବା ଦେଉଛୁ । କିନ୍ତୁ ଦୂଷିତ ହେବା କାରଣରୁ, ସେହି ଚେତନା, ଚିତ୍ତ, ଏହିସବୁ ଭୌତିକ ତତ୍ତ୍ଵ ଦ୍ଵାରା ଦୂଷିତ ହେବା କାରଣରୁ, ଆମେମାନେ ସେବାକୁ ଅନ୍ୟ ଏକ ପ୍ରକାରରେ ଦେବାକୁ ଚେଷ୍ଟା କରୁଛୁ । କେହି ସେବା ଦେବା ପାଇଁ ଇଛୁକ ପରିବାରକୁ, ସମୁଦାୟକୁ, ସମାଜକୁ, ଦେଶକୁ, ମାନବତାକୁ, ଅଧିକରୁ ଅଧିକ, କିନ୍ତୁ ଏହି ସବୁ ସେବା, ସେଗୁଡ଼ିକ ପ୍ରଦୂଷିତ । କିନ୍ତୁ ଯେତେବେଳେ ତୁମେ କୃଷ୍ଣ ଚେତନାରେ ତୁମର ସେବା ଆରମ୍ଭ କରୁଛ, ତାହା ହେଉଛି ପୂର୍ଣ୍ଣ ସେବା । ତାହା ହେଉଛି ପୂର୍ଣ୍ଣ ଜୀବନ । ତେବେ କୃଷ୍ଣ ଚେତନା ଆନ୍ଦୋଳନ ମନୁଷ୍ୟ ସମାଜକୁ ସେବା କରିବାର ପୂର୍ଣ୍ଣ ସ୍ତରକୁ ଉତ୍ତୀର୍ଣ୍ଣ କରିବାକୁ ଚେଷ୍ଟା କରୁଛି । ବହୁତ ବହୁତ ଧନ୍ୟବାଦ ।