OR/Prabhupada 0345 - କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି

Revision as of 10:05, 18 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0345 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 1.15.1 -- New York, November 29, 1973

ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ କୃଷ୍ଣଙକ ସହ ବହୁ ଘନିଷ୍ଠ ସମ୍ଵନ୍ଧରେ ସମ୍ଵନ୍ଧିତ, ଏବଂ କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି । କୃଷ୍ଣ ଏତେ ଦୟାଳୁ, ଯେ ସେ କେବଳ ଅପେକ୍ଷା କରୁଛନ୍ତି, "କେବେ ଏହି ଦୁର୍ଜନ ମୋ ଆଡକୁ ଆକୃଷ୍ଟ ହେବ ।" ସେ କେବଳ, ସେ ଅତି ଦୟାଳୁ । କିନ୍ତୁ ଆମେ ଜୀବମାନେ, ଆମେମାନେ ଏତେ ଦୁର୍ଜନ, ଆମେ କୃଷ୍ଣଙ୍କ ବ୍ୟତୀତ ସବୁ ଜିନିଷ ପ୍ରତି ଆକର୍ଷିତ ହେଉ । ଏହା ହେଉଛି ଆମର ସ୍ଥିତି । ଆମେ ଖୁସୀ ହେବାପାଇଁ ଚାହୁଁଛୁ, ଅନେକ ଯୋଜନା କରିକି । ସମସ୍ତେ ତାଙ୍କର ନିଜର ଯୋଜନା ତିଆରି କରୁଛନ୍ତ, ବର୍ତ୍ତମାନ ଏହା ହେଉଛି...।" କିନ୍ତୁ ଏହି ଦୁର୍ଜନମାନେ, ସେମାନେ ଜାଣିନାହାଁନ୍ତି ଯେ, ଖୁସୀ ହେବାର ବାସ୍ତବ ପ୍ରକ୍ରିୟା କ'ଣ, ତାହା ହେଉଛନ୍ତି କୃଷ୍ଣ । ତାହା ସେମାନେ ଜାଣି ନାହାନ୍ତି । ନ ତେ ବିଦୁଃ ସ୍ଵାର୍ଥ ଗତିମ ହି ବିଷ୍ଣୁମ ଦୁରାଶୟା ବହିର ଅର୍ଥ ମାନିନ: (SB 7.5.31) । ତୁମେ, ତୁମେ ତୁମ ଦେଶରେ ଦେଖିପାରୁଥିବ, ସେମାନେ ବହୁ ଜିନିଷ ଚେଷ୍ଟା କରୁଛନ୍ତି, ଅନେକ ଗୁଡିଏ ଆକାଶଚୁମ୍ଵୀ କୋଠଘର, ଅନେକ ଗୁଡିଏ ମଟରଗାଡି, ଅନେକ ଗୁଡିଏ ବଡ, ବଡ ସହର, କିନ୍ତୁ ସେଥିରେ ଖୁସୀ ନାହିଁ । କାରଣ ସେମାନେ ଜାଣି ନାହାଁନ୍ତି କ'ଣ ନାହିଁ । ସେହି ନ ଥିବା ଜିନିଷ ଆମେ ଦେଉଛୁ । ଏଠାରେ ଅଛି, "ତୁମେ କୃଷ୍ଣଙ୍କୁ ଗ୍ରହଣ କର ଏବଂ ତୁମେ ଖୁସୀ ହୋଇଯିବ ।" ଏହା ହେଉଛି ଆମର କୃଷ୍ଣ ଚେତନା । କୃଷ୍ଣ ଏବଂ ଜୀବ, ସେମାନେ ଅତି ଘନିଷ୍ଟତାର ସହିତ ଜଡିତ । ଯେପରି ପିତା ଏବଂ ପୁତ୍ର, କିମ୍ଵା ସାଙ୍ଗ ଏବଂ ସାଙ୍ଗ, କିମ୍ଵା ମାଲିକ ଏବଂ ସେବକ, ସେହିପରି । ଆମେମାନେ ଅତି ଘନିଷ୍ଟତାରେ ଜଡିତ । କିନ୍ତୁ କାରଣ ଆମେ କୃଷ୍ଣଙ୍କ ସହ ଆମର ଘନିଷ୍ଟ ସମ୍ଵନ୍ଧକୁ ଭୁଲିଯାଇଛୁ, ଏବଂ ଏହି ଭୌତିକ ଜଗତରେ ଖୁସୀ ହେବାପାଇଁ ଚେଷ୍ଟା କରୁଛୁ, ସେଥିପାଇଁ ଆମେମାନେ ଏତେ ପୀଡା ଦେଇ ଗତି କରୁଛୁ । ଏହା ହେଉଛି ଅବସ୍ଥା । କୃଷ୍ଣ ଭୁଲିୟା ଜୀବ ଭୋଗ ବାଞ୍ଛ କରେ ।

ଆମେ ଜୀବମାନେ, ଆମେ ଏହି ଭୌତିକ ଜଗତରେ ଖୁସୀ ହେବାପାଇଁ ଚେଷ୍ଟା କରୁଛୁ, "ତୁମେ କାହିଁକି ଏହି ଭୌତିକ ଜଗତରେ ଅଛ, କାହିଁକି ତୁମେ ଆଧ୍ୟାତ୍ମିକ ଜଗତରେ ନାହଁ?" ଆଧ୍ୟାତ୍ମିକ ଜଗତରେ କେହି ମଧ୍ୟ ଭୋକ୍ତା ହୋଇପାରିବ ନାହିଁ, ଭୋକ୍ତା । ତାହା କେବଳ ପରମ, ଭୋକ୍ତାରଂ ଯଜ୍ଞତପସାଂ ସର୍ବ...(BG 5.29) । ସେଥିରେ କୌଣସି ଭୁଲ ନାହିଁ । ସେଠାରେ ମଧ୍ୟ ଜୀବ ଅଛନ୍ତି, କିନ୍ତୁ ସେମାନେ ଅତି ଭଲ ଭାବରେ ଜାଣିଛନ୍ତି ଯେ ପ୍ରକୃତ ଉପଭୋକ୍ତା, ମାଲିକ, ହେଉଛନ୍ତି କୃଷ୍ଣ । ତାହା ହେଉଛି ଆଧ୍ୟାତ୍ମିକ ଜଗତ । ସେହିପରି, ଏପରିକି ଏହି ଭୌତିକ ଜଗତରେ, ଯଦି ଆମେ ସ୍ପଷ୍ଟ ଭାବରେ ବୁଝିପାରିବା ଯେ ଆମେ ଉପଭୋକ୍ତା ନୁହେଁ, କୃଷ୍ଣ ହେଉଛନ୍ତି ଉପଭୋକ୍ତା, ତେବେ ତାହା ଆଧ୍ୟାତ୍ମିକ ଜଗତ । ଏହି କୃଷ୍ଣ ଚେତନା ଆନ୍ଦୋଳନ ସମସ୍ତଙ୍କୁ ବିଶ୍ଵାସ କରାଇବା ପାଇଁ ଚେଷ୍ଟା କରୁଛି, ଯେ ଆମେ, ଆମେ ଉପଭୋକ୍ତା ନୁହଁ, କୃଷ୍ଣ ହେଉଛନ୍ତି ଉପଭୋକ୍ତା । ଠିକ୍ ଯେପରି, ଏହି ସମଗ୍ର ଶରୀର, ପେଟ ହେଉଛି ଭୋକ୍ତା, ଏବଂ ହାତ, ଏବଂ ଗୋଡ, ଏବଂ ଆଖି, ଏବଂ କାନ, ଏବଂ ମସ୍ତିଷ୍କ ଏବଂ ସବୁକିଛି, ଉପଭୋଗୀ ଜିନିଷକୁ ଖୋଜିବା ଏବଂ ପେଟକୁ ଦେବାରେ ସେଗୁଡିକୁ ନିଯୁକ୍ତ ହେବା କଥା । ଏହା ହେଉଛି ସ୍ଵଭାବିକ । ସେହିପରି ଆମେ ଭଗବାନଙ୍କର ଅଂଶ ବିଶେଷ, କିମ୍ଵା କୃଷ୍ଣଙ୍କର, ଆମେ ଭୋକ୍ତା ନୁହେଁ ।