OR/Prabhupada 0349 - ମୋର କେବଳ ମୋ ଗୁରୁ ମାହାରାଜ କହିଥିବା କଥା ଉପରେ ବିଶ୍ଵାସ ଥିଲା

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Arrival Address -- New York, July 9, 1976

ତେଣୁ ବୁଦ୍ଧିମାନ ବ୍ୟକ୍ତି ବିଭିନ୍ନ ସ୍ଥିତି, ବିଭିନ୍ନ ଜୀବନ ସମ୍ବନ୍ଧରେ ଜାଣି ଥିବା ଉଚିତ୍ । ସେମାନେ ଜାଣି ନାହାଁନ୍ତି । ଅନ୍ୟ ଏକ ଦିନ ଆମର ଡ଼ଃ ସ୍ଵରୂପ ଦାମୋଦର କହୁଥିଲେ, ଯେ ଯାହା କିଛି ବୈଜ୍ଞାନିକ ଉନ୍ନତି କିମ୍ଵା ଶିକ୍ଷାଗତା ଉନ୍ନତି ସେମାନେ କରିଛନ୍ତି, ଦୁଇଟି ଜିନିଷର ଆବଶ୍ୟକତା ଅଛି । ସେମାନେ ଜାଣି ନାହାଁନ୍ତି ଆକାଶରେ ଏହି ଭିନ୍ନ ଭିନ୍ନ ଗ୍ରହଗୁଡ଼ିକ କ'ଣ । ସେମାନେ ଜାଣି ନାହାଁନ୍ତି । ସେମାନେ କେବଳ କଳ୍ପନା କରୁଛନ୍ତି । ସେମାନେ ଚନ୍ଦ୍ର ଗ୍ରହକୁ ଯିବାକୁ ଚେଷ୍ଟା କରୁଛନ୍ତି, ମଙ୍ଗଳ ଗ୍ରହକୁ । ତାହା ମଧ୍ୟ ସମ୍ଭବ ନୁହେଁ । ଏପରିକି ଯଦି ତୁମେ ଯାଅ, ଗୋଟିଏ କିମ୍ଵା ଦୁଇଟି ଗ୍ରହକୁ, ଲକ୍ଷ ଲକ୍ଷ ଗ୍ରହ ଅଛି; ତୁମେ ସେଗୁଡ଼ିକ ବିଷୟରେ କ'ଣ ଜାଣିଛ? କୌଣସି ଜ୍ଞାନ ନାହିଁ । ଏବଂ ଅନ୍ୟ ଏକ ଜ୍ଞାନ: ସେମାନେ ଜାଣି ନାହାଁନ୍ତି ଜୀବନର ସମସ୍ୟା କ'ଣ । ଦୁଇଟି ଜିନିଷର ଅଭାବ ଅଛି । ଏବଂ ଆମେ ସେହି ଦୁଇଟି ଜିନିଷ ସହିତ କାମ କରୁଛୁ । ଜୀବନର ସମସ୍ୟା ହେଉଛି ଯେ ଆମେ ବଞ୍ଚିତ, ଆମେ କୃଷ୍ଣ ଚେତନାଶୀଳତାରୁ ଦୂରରେ ଅଛୁ; ସେଥିପାଇଁ ଆମେ ପୀଡ଼ିତ ହେଉଛୁ । ଯଦି ତୁମେ କୃଷ୍ଣ ଚେତନାକୁ ସ୍ଵୀକାର କରିବ, ତେବେ ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଏବଂ ଯେତେ ଦୂର ଗ୍ରହ ପ୍ରଣାଳୀ ବିଚାର କରାଯାଏ, ତେବେ କୃଷ୍ଣ ତୁମକୁ ସୁଯୋଗ ଦେଉଛନ୍ତି, ଯେତେବେଳେ ତୁମେ ଚାହଁ ତୁମେ ଯାଇ ପାରିବ । କିନ୍ତୁ ବୁଦ୍ଧିମାନ ବ୍ୟକ୍ତି ଚୟନ କରନ୍ତି, ମଦ୍-ଯାଜିନୋଽପି ମାମ୍ (BG 9.25) । "ଯେଉଁମାନେ କୃଷ୍ଣ ଚେତନାଶୀଳ, ସେମାନେ ମୋ ପାଖକୁ ଆସନ୍ତି ।" ତେବେ ଏହି ଦୁଇଟି ଜିନିଷ ମଧ୍ୟରେ ପାର୍ଥକ୍ୟ କ'ଣ? ଏପରିକି ଯଦି ମୁଁ ଚନ୍ଦ୍ର ଗ୍ରହ କିମ୍ଵା ମଙ୍ଗଳ ଗ୍ରହ କିମ୍ଵା ବ୍ରହ୍ମଲୋକକୁ ଯାଏ, କୃଷ୍ଣ କୁହଁନ୍ତି, ଆବ୍ରହ୍ମଭୂବନାଲ୍ଲୋକାଃ ପୁନରାବର୍ତିନୋ ଽର୍ଜୁନ (BG 8.16) ତୁମେ ବ୍ରହ୍ମଲୋକକୁ ଯାଇପାର, କିନ୍ତୁ କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟଲୋକଂ ବିଶନ୍ତି: "ତୁମକୁ ପୁଣି ଥରେ ଆସିବାକୁ ହେବ ।" ଏବଂ କୃଷ୍ଣ ମଧ୍ୟ କୁହଁନ୍ତି, ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) । ମଦ୍-ଯାଜିନୋଽପି ମାମ୍ ।

ତେବେ ତୁମକୁ ଏହି ସୁଯୋଗ ମିଳିଛି, କୃଷ୍ଣ ଚେତନା । ସବୁକିଛି ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, କ'ଣ ହେଉଛି କ'ଣ । ଏହି ସୁଯୋଗ ହାତଛଡ଼ା କର ନାହିଁ । ମୂର୍ଖ ହୁଅ ନାହିଁ, ତଥାକଥିତ ବୈଜ୍ଞାନିକ କିମ୍ଵା ଦାର୍ଶନିକ କିମ୍ଵା ନେତାମାନଙ୍କ ଦ୍ଵାରା ପଥଭ୍ରଷ୍ଟ ହୁଅ ନାହିଁ । କୃଷ୍ଣ ଚେତନା ଗ୍ରହଣ କର । ଏବଂ ତାହା କେବଳ ସମ୍ଭବ ଗୁରୁ-କୃଷ୍ଣ-କୃପାୟ (CC Madhya 19.151) । ଗୁରୁଙ୍କର କୃପା ଦ୍ଵାରା କୃାଷ୍ଣଙ୍କର କୃପା ଦ୍ଵାରା ତୁମେ ସମସ୍ତ ସଫଳତା ପାଇପାରିବ । ଏହା ହେଉଛି ରହସ୍ୟ ।

ଯସ୍ୟ ଦେବ ପରା ଭକ୍ତିର୍
ଯଥା ଦେବେ ତଥା ଗୁରୌ
ତସ୍ୟେତେ କଥିତା ହି ଅର୍ଥାଃ
ପ୍ରକାଶନ୍ତେ ମହାତ୍ମନଃ
(ŚU 6.23)

ତେବେ ଏହି ଗୁରୁ ପୂଜା ଯାହା ଆମେ କରୁଛୁ, ଏହା ନିଜର ଉନ୍ନତି ପାଇଁ ନାହିଁ; ଏହା ହେଉଛି ପ୍ରକୃତ ଶିକ୍ଷା । ତୁମେ ପ୍ରତିଦିନ ଗାଉଛ, ତାହା କ'ଣ? ଗୁରୁ-ମୂଖ-ପଦ୍ମ-ବାକ୍ୟ...ଆର ନା କରିୟା ଏକ୍ୟ । ବାସ୍, ଏହା ହେଉଛି ଅନୁବାଦ । ମୁଁ ସ୍ପଷ୍ଟଭାବରେ କହୁଛି, ଯାହା ସ୍ଵଳ୍ପ ସଫଳତା ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ମିଳିଛି, ମୋର କେବଳ ମୋ ଗୁରୁ ମାହାରାଜ କହିଥିବା କଥା ଉପରେ ବିଶ୍ଵାସ ଥିଲା । ତୁମେ ମଧ୍ୟ ତାହା ଜାରି ରଖ । ତେବେ ସମସ୍ତ ସଫଳତା ଆସିବ । ବହୁତ ବହୁତ ଧନ୍ୟବାଦ ।