OR/Prabhupada 0354 - ଏକ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ପଥ ପ୍ରଦର୍ଶନ କରୁଛି

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on SB 2.3.2-3 -- Los Angeles, May 20, 1972

ପ୍ରଦ୍ୟମ୍ନ: "ଭାବାର୍ଥ: ମାନବ ସମାଜରେ, ସମଗ୍ର ବିଶ୍ଵରେ, ଲକ୍ଷ ଏବଂ କୋଟି ପୁରୁଷ ଏବଂ ମହଳାମାନେ, ଏବଂ ପ୍ରାୟତଃ ସେମାନେ ସମସ୍ତେ କମ ବୁଦ୍ଧିମାନ କାରଣ ସେମାନଙ୍କର ଆତ୍ମା ସମ୍ଵନ୍ଧରେ ଖୁବ୍ କମ ଜ୍ଞାନ ଅଛି ।"

ପ୍ରଭୁପାଦ: ଏହା ଆମର ଆହ୍ଵାନ, ଯେ ସମଗ୍ର ବିଶ୍ଵରେ ଲକ୍ଷ ଏବଂ କୋଟି ପୁରୁଷ ଏବଂ ମହିଳା ଅଛନ୍ତି, କିନ୍ତୁ ସେମାନେ ସମସ୍ତେ ବୁଦ୍ଧିମାନ ନୁହଁନ୍ତି । ଏହା ହେଉଛି ଆମର ଆହ୍ଵାନ । ତେଣୁ, କୃଷ୍ଣ ଚେତନା ଆନ୍ଦୋଳନ ଅନ୍ୟମାନଙ୍କ ଦ୍ଵାରା ପାଗଳାମି ରୂପେ ନିଆଯାଇ ପାରେ, କିମ୍ଵା ଆମେ ଆହ୍ଵାନ ଦେଇ ପାରିବା ଯେ "ତୁମେ ସମସ୍ତେ ପାଗଳ ଲୋକ ।" ସେଥିପାଇଁ ଆମ ପାଖରେ ଏକ ଛୋଟ ପୁସ୍ତକ ଅଛି, "ପାଗଳ କିଏ?" କାରଣ ସେମାନେ ଭାବୁଛନ୍ତି ଯେ "ଏହି ଲଣ୍ଡା ମୁଣ୍ଡିଆ ବାଳକମାନେ ଏବଂ ବାଳିକାମାନେ ପାଗଳ ଅଟନ୍ତି," କିନ୍ତୁ ବାସ୍ତବରେ ସେମାନେ ପାଗଳ ଅଟନ୍ତି । କାରଣ ସେମାନଙ୍କର କୌଣସି ବୁଦ୍ଧିମତା ନାହିଁ । କାହିଁକି? ସେମାନେ ଜାଣି ନାହଁନ୍ତି ଆତ୍ମା କ'ଣ । ଏହା ହେଉଛି ପଶୁ ଚେତନା । କୁକୁରମାନେ, ବିଲେଇମାନେ, ସେମାନେ ଭାବୁଛନ୍ତ କି ଶରୀର, ସେମାନେ ହେଉଛନ୍ତ ଶରୀର ।

ଯସ୍ୟାତ୍ମା-ବୁଦ୍ଧିଃ କୂପଣେ ତ୍ରି-ଧାତୁକେ
ସ୍ଵଧିଃ କଳତ୍ରାଦିଶୁ ଭୌମ ଇଜ୍ୟ-ଧି
ଯତ ତୀର୍ଥ-ବୁଦ୍ଧିଃ ସଲିଲେ ନ କହର୍ହିଚିଜ
ଜନେଶୁ ଅଭିଜ୍ଞେଷୁ ସ ଏବ ଗୋଖରଃ
(SB 10.84.13)

ଗୋ-ଖର । ଗୋ ଅର୍ଥାତ୍ ଗାଈ, ଏବଂ ଖର ଅର୍ଥାତ୍ ଗଧ । ଜଣେ ବ୍ୟକ୍ତି ଯିଏ ଶାରୀରିକ ଚେତନାରେ ଥାଏ, "ମୁଁ ହେଉଛି ଏହି ଶରୀର ।" ତେବେ ଦୁନିଆର ସମଗ୍ର ଜନସଂଖ୍ୟାର ୯୯.୯%, ସେମାନେ ହେଉଛନ୍ତ ଏହିପରି, "ମୁଁ ହେଉଛି ଏହି ଶରୀର," "ମୁଁ ଆମେରିକାନ," "ମୁଁ ଭାରତୀୟ," "ମୁଁ ଆଫ୍ରିକାନ," "ମୁଁ ଏହା..."

ଏବଂ ସେମାନେ କୁକୁର ଏବଂ ବିଲେଇମାନଙ୍କ ପରି କଳି କରୁଛନ୍ତି, ସେମାନେ ଝଗଡା କରୁଛନ୍ତି, "ମୁଁ ବିଲେଇ, ତୁ କୁକୁର । ତୁ କୁକୁର, ମୁଁ ବିଲେଇ ।" ବାସ୍ । ତେବେ ଏହି ଆହ୍ଵାନ, ଯାହା "ତୁମେ ସମସ୍ତେ ହେଉଛ ଦୁର୍ଜନ," ଏହା ଏକ ଭାରୀ କଡ଼ା ଶଦ୍ଦ, କିନ୍ତୁ ବାସ୍ତବରେ ତାହା ହେଉଛି ତଥ୍ୟ । ତାହା ହେଉଛି ତଥ୍ୟ । ଏହା ଏକ କ୍ରାନ୍ତିକାରୀ ଆନ୍ଦୋଳନ । ଆମେ ସମସ୍ତଙ୍କୁ ଆହ୍ଵାନ ଦେଉଛୁ ଯେ "ତୁମେ ସମସ୍ତେ ଗଧ ଏବଂ ଗାଈ ଏବଂ ପଶୁମାନଙ୍କର ଏକ ସମୂହ ଅଟ, କାରଣ ତୁମର ଏହି ଶରୀର ଉପରକୁ ଆଉ କିଛି ଜ୍ଞାନ ନାହିଁ ।" ସେଥିପଇଁ ଏହା କୁହାଯାଇଛି ଯେ...ଏହି ଭାବାର୍ଥରେ, ମୁଁ ବିଶେଷ ରୂପରେ ଉଲ୍ଲେଖ କରିଛି । "କାରଣ ସେମାନଙ୍କର ଆତ୍ମା ସମ୍ଵନ୍ଧରେ ଅଳ୍ପ ଜ୍ଞାନ ଅଛି, ସେମାନେ ସମସ୍ତେ ବୁଦ୍ଧିମାନ ନୁହଁନ୍ତି ।" ମୁଁ ବଡ଼, ବଡ଼ ଅଧ୍ୟାପକମାନଙ୍କ ସହିତ କଥା ହୋଇଛି । ମସ୍କୋରେ, ସେହି ଭଦ୍ରବ୍ୟକ୍ତି, ଅଧ୍ୟାପକ କୋଟୋଭିସ୍କି, ସେ କହିଲେ, "ସ୍ଵାମୀଜୀ, ମୃତ୍ୟୁ ପରେ, କିଛି ରୁହେ ନାହିଁ । ସବୁକିଛି ସମାପ୍ତ ହୋଇଯାଏ ।" ଏବଂ ସେ ହେଉଛନ୍ତି ଦେଶର ବଡ଼ ଅଧ୍ୟାପକମାନଙ୍କ ମଧ୍ୟରୁ ଜଣେ । ତେବେ ଏହା ହେଉଛି ଆଧୁନିକ ସଭ୍ୟତାର ତୃଟି, କି ପୁରା ସମାଜ ବାସ୍ତବରେ ବିଲେଇ ଏବଂ କୁକୁରମାନଙ୍କ ଦ୍ଵାରା ନିୟନ୍ତ୍ରିତ ହେଉଛି । ତେବେ କିପରି କୌଣସି ଶାନ୍ତି ଏବଂ ସମୃଦ୍ଧି ହୋଇପାରିବ? ଏହା ସମ୍ଭବ ନୁହେଁ । ଅନ୍ଧ ଯଥାନ୍ଧେର ଉପନୀୟମାନାଃ ।

ଏକ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ପଥ ପ୍ରଦର୍ଶନ କରୁଛି । ଯଦି ଜଣଙ୍କର ଆଖି ଅଛି ଦେଖିବା ପାଇଁ, ସେ ଲକ୍ଷ ଏବଂ କୋଟି ପୁରୁଷମାନଙ୍କର ନେତୃତ୍ଵ ନେଇ ପାରିବ, "ଦୟା କରି ମୋ ସହିତ ଆସ । ମୁଁ ରାସ୍ତା ପାର କରେଇବି ।" କିନ୍ତୁ ଯଦି ନେତୃତ୍ଵ ନେଉଥିବା ବ୍ୟକ୍ତି, ସେ ନିଜେ ଅନ୍ଧ, କିପରି ସେ ଅନ୍ୟମାନଙ୍କର ନେତୃତ୍ଵ ନେବ? ଅନ୍ଧ ଯଥାନ୍ଧେର ଉପନୀୟମାନାଃ । ତେଣୁ ଭାଗବତ, କୌଣସି ତୁଳନା ନାହିଁ । କିଛି ହୋଇ ପାରିବ ନାହିଁ । ଏହା ହେଉଛି ଆଧ୍ୟାତ୍ମିକ ବିଜ୍ଞାନ । ଅନ୍ଧ ଯଥାନ୍ଧେର ଉପନୀୟମାନାଃ ତେ ଅପୀଶ ତନ୍ତ୍ର୍ୟାମ ଉରୁ ଦାମ୍ନି ବଦ୍ଧଃ ((SB 7.5.31) । ଈଶ-ତନ୍ତ୍ର୍ୟାମ, ଏହି ଅନ୍ଧ ନେତାମାନେ, ସେମାନେ ଭୌତିକ ପ୍ରକୃତିର ନିୟମରେ ବନ୍ଧା, ଏବଂ ସେମାନେ ଉପଦେଶ ଦେଉଛନ୍ତି । କି ଉପଦେଶ ସେମାନେ ଦେଇପାରିବେ?