OR/Prabhupada 0356 - ଆମେମାନେ ମନଇଛା କାମ କରୁ ନାହୁଁ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0356 - in all Languages Category:OR-Quotes - 1974 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Switzerland]]
[[Category:OR-Quotes - in Switzerland]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0355 - ମୁଁ କିଛି କ୍ରାନ୍ତି ବିଷୟରେ କହୁଛି|0355|OR/Prabhupada 0357 - ମୁଁ ଭଗବାନ ବିହୀନ ସଭ୍ୟତା ବିରୋଧରେ ଏକ କ୍ରାନ୍ତି ସୃଷ୍ଟି କରିବା ପାଇଁ ଚାହୁଁଛି|0357}}
{{1080 videos navigation - All Languages|Oriya|OR/Prabhupada 0355 - ମୁଁ କିଛି କ୍ରାନ୍ତି ବିଷୟରେ କହୁଛି|0355|OR/Prabhupada 0357 - ମୁଁ ଭଗବାନ ବିହୀନ ସଭ୍ୟତା ବିରୋଧରେ ଏକ କ୍ରାନ୍ତି ସୃଷ୍ଟି କରିବା ପାଇଁ ଚାହୁଁଛି|0357}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|rMeeguBtaPE|ଆମେମାନେ ମନଇଛା କାମ କରୁ ନାହୁଁ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ<br />- Prabhupāda 0356}}
{{youtube_right|Cg6mEBGLhXA|ଆମେମାନେ ମନଇଛା କାମ କରୁ ନାହୁଁ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ<br />- Prabhupāda 0356}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



Lecture at World Health Organization -- Geneva, June 6, 1974

ପ୍ରଭୁପାଦ: କଥା ହେଉଛି ଯେ ସରକାରଙ୍କର କର୍ତ୍ତବ୍ୟ ହେଉଛି ଏହା ଦେଖିବା କେହି ବେରୋଜଗାର ନ ରହିବେ । ତାହା ହେଉଛି ଭଲ ସରକାର । କେହି ବେରୋଜଗାର ରହିବେ ନାହିଁ । ତାହା ହେଉଛି ବୈଦିକ ପ୍ରଣାଳୀ । ସମାଜକୁ ଚାରି ଭାଗରେ ବିଭକ୍ତ କରାଯାଇଛି: ବ୍ରାହ୍ମଣ, କ୍ଷେତ୍ରିୟ, ବୈଶ୍ୟ, ଶୂଦ୍ର । ଏବଂ ଏହା ହେଉଛି ସରକାରଙ୍କର କର୍ତ୍ତବ୍ୟ କିମ୍ଵା ରାଜାଙ୍କର କି ସେମାନେ ଦେଖିବେ ବ୍ରାହ୍ଣଣ ବ୍ରାହ୍ମଣ ହେବାର କାର୍ଯ୍ୟ କରୁଛି, ଏବଂ କ୍ଷେତ୍ରିୟିର କର୍ତ୍ତବ୍ୟ ହେଉଛି, ଓ, କ୍ଷେତ୍ରିୟ, ତାର କର୍ତ୍ତବ୍ୟ ହେଉଛି କ୍ଷେତ୍ରିୟର କର୍ତ୍ତବ୍ୟ । ସେହିପରି, ବୈଶ୍ୟ... ତେବେ ଏହା ହେଉଛି ସରକାରଙ୍କର କର୍ତ୍ତବ୍ୟ ଏହା ଦେଖିବା ଯେ କାହିଁକି ଲୋକମାନେ ବେରୋଜଗାର ଅଛନ୍ତି । ତେବେ ପ୍ରଶ୍ନର ସମାଧାନ ହୋଇଯିବ ।

ଅତିଥି: କିନ୍ତୁ ସେମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ସରକାରରେ ଅଛନ୍ତି ।

ପ୍ରଭୁପାଦ: ଓ?

ଅତିଥି: ସେମାନେ ମଧ୍ୟ...ଆରୋପିତ ଲୋକ, ପଇସାବାଲା ଲୋକ, ଜମିଦାର, ସେମାନଙ୍କର ସରକାରରେ ଏକ ଶକ୍ତ ମତାଧିକାର ଅଛି ।

ପ୍ରଭୁପାଦ: ନା । ତାହା, ତାହାର ଅର୍ଥ ଖରାପ ସରକାର ।

ଅତିଥି: ହଁ । ତାହା ସତ୍ୟ ।

ପ୍ରଭୁପାଦ: ତାହା ହେଉଛି ଖରାପ ସରକାର । ଅନ୍ୟଥା ଏହା ହେଉଛି ସରକାରଙ୍କର କର୍ତ୍ତବ୍ୟ ଏହା ଦେଖିବା ଯେ ସମସ୍ତେ ରୋଜଗାର କରୁଛନ୍ତି ।

ଅତିଥି: ମୁଁ ସେହି ଦିନ ପାଇଁ ଅପେକ୍ଷା କରିଛି, ଯେଉଁ ଦିନ କୃଷ୍ଣ ଚେତନା ଆନ୍ଦୋଳନ ଏକ ବାସ୍ତବିକ କ୍ରାନ୍ତିକାରୀ ଆନ୍ଦୋଳନ ହୋଇଯିବ ଯାହା ସମାଜର ମୁଖ ପରିବର୍ତ୍ତନ କରିଦେବ ।

ପ୍ରଭୁପାଦ: ହଁ । ମୁଁ ଭାବୁଛି ଏହା କ୍ରାନ୍ତି ଆଣିବ, କାରଣ ଆମେରିକୀୟ ଏବଂ ଇଉରୋପୀୟ ଯୁବକମାନେ, ସେମାନେ ହାତକୁ ନେଇଛନ୍ତି । ମୁଁ ସେମାନଙ୍କୁ ପରିଚିତ କରାଇଛି । ତେଣୁ ମୁଁ ଆଶା କରୁଛି ଯେ ଇଉରୋପୀୟ ଏବଂ ଆମେରିକୀୟ ବାଳକମାନେ, ସେମାନେ ଭାରୀ ବୁଦ୍ଧିମାନ, ଏବଂ ସେମାନେ କିଛି ବି ଗମ୍ଭୀରତାର ସହ ନେଉଛନ୍ତି । ଯେପରିକି... ବର୍ତ୍ତମାନ ଆମେ କିଛି ବର୍ଷ ହେଲା କାମ କରୁଛୁ, ପାଞ୍ଚ, ଛଅ ବର୍ଷ । ତଥାପି, ଆମେ ପୁରା ବିଶ୍ଵରେ ଏହି ଆନ୍ଦୋଳନ ବିସ୍ତାର କରିଛୁ । ତେଣୁ ମୁଁ ଅନୁରୋଧ କରୁଛି...ମୁଁ ହେଉଛି ବୃଦ୍ଧ ବ୍ୟକ୍ତି । ମୁଁ ମରିଯିବି । ଯଦି ସେମାନେ ଗମ୍ଭୀରତାର ସହିତ ନେବେ, ଏହା ଚାଲିବ, ଏବଂ କ୍ରାନ୍ତି ହେବ । କାରଣ ଆମେମାନେ ମନଇଛା କାମ କରୁ ନାହୁଁ, ଅସ୍ଥିର ହୋଇ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ । ଏବଂ ଆମେମାନେ...ଆମର କାର୍ଯ୍ୟକ୍ରମ ହେଉଛି ଏହି ଆକାରର ଅତି କମରେ ଶହେଟି ପୁସ୍ତକ ମୁଦ୍ରଣ କରିବା । ସେଥିରେ ଅନେକ ସୂଚନା ଅଛି । ସେମାନେ ଏହି ସମସ୍ତ ପୁସ୍ତକ ପଢ଼ି ପାରିବେ ଏବଂ ସୂଚନା ପାଇପାରିବେ । ଏବଂ ବର୍ତ୍ତମାନ ଆମେ ମାନ୍ୟତା ପ୍ରାପ୍ତ ହେଉଛୁ । ବିଶେଷ କରି ଆମେରିକାରେ, ଉଚ୍ଚ ସ୍ତରରେ, ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟରେ, ସେମାନେ ବର୍ତ୍ତମାନ ଏହି ପୁସ୍ତକଗୁଡ଼ିକୁ ପଢ଼ୁଛନ୍ତି, ଏବଂ ସେମାନେ ପ୍ରଶଂସା କରୁଛନ୍ତି । ତେବେ ଆମେ ଅାମ ତରଫରୁ ପୁରା ଚେଷ୍ଟା କରୁଛୁ, ସାହିତ୍ୟକୁ ପରିଚିତ କରାଇବା ପାଇଁ । ବ୍ୟବହାରିକ ରୂପରେ କାମ କରି, ନିର୍ଦ୍ଦେଶ ଦେଇ, ଯେତେ ଦୂର ସମ୍ଭବ ହୋଇପାରିବ । କିନ୍ତୁ ମୁଁ ଭାବୁଛି ଯଦି, ଏହି ବାଳକମାନେ, ଯୁବକମାନେ, ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିବେ, ଏହା କ୍ରାନ୍ତି ଆଣିବ ।