OR/Prabhupada 0371 - ଆମର ଜୀବନର ଭାବାର୍ଥ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Purport to Amara Jivana in Los Angeles

ଆମର ଜୀବନ ସଦା ପାପେ ରତ ନାହିଁ କୋ ପୂର୍ଣ୍ଣ୍ୟେର ଲେସ । ଏହି ଗୀତଟି ବୈଷ୍ଣବ ବିନମ୍ରତାରେ ଭକ୍ତି ବିନୋଦ ଠାକୁରଙ୍କ ଦ୍ଵାରା ବୋଲାଯାଇଛି । ଏକ ବୈଷ୍ଣବ ସର୍ବଦା ନମ୍ର ଏବଂ ବିନମ୍ର ଅଟେ । ତେଣୁ ସେ ସାଧାରଣ ଲୋକଙ୍କର ଜୀବନର ବର୍ଣ୍ଣନା କରୁଛନ୍ତି, ନିଜକୁ ସେମାନଙ୍କ ମଧ୍ୟରୁ ଜଣେ ଭାବିକି । ସାଧାରଣ ଲୋକମାନେ ଏଠାରେ ଦିଆଯାଇଥିବା ବର୍ଣ୍ଣନା ପରି ଅଟନ୍ତି । ସେ କୁହଁନ୍ତି ଯେ "ମୋର ଜୀବନ ସର୍ବଦା ପାପ କର୍ମରେ ଲିପ୍ତ, ଏବଂ ତୁମେ ଯଦି ଖୋଜିବାକୁ ଚାହିଁବ, ତୁମେ ପୂଣ୍ୟ କର୍ମର ଚିହ୍ନ କିଛି ପାଇବ ନାହିଁ । କେବଳ ପାପ କର୍ମରେ ପୂର୍ଣ୍ଣ । ଏବଂ ମୁଁ ସର୍ବଦା ଅନ୍ୟ ଜୀବମାନଙ୍କୁ ହଇର‍ାଣ କରିବା ପାଇଁ ଇଛୁକ ଅଟେ । ତାହା ହେଉଛି ମୋର କାମ । ମୁଁ ଅନ୍ୟମାନଙ୍କୁ ପୀଡ଼ିତ ହେଉଥିବାର ଦେଖିବାକୁ ଚାହେଁ, ଏବଂ ମୁଁ ଉପଭୋଗ କରେ ।" ନିଜ ସୁଖ ଲାଗି ପାପେ ନାହିଁ ଡୋରି । "ମୋର ବ୍ୟକ୍ତିଗତ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ, ମୁଁ ମୋର କୌଣସି ପାପ କର୍ମର ଖାତିର କରେ ନାହିଁ । ଅର୍ଥାତ୍ ମୁଁ ଯେ କୌଣସି ପ୍ରକାରର ପାପ କର୍ମ ସ୍ଵୀକାର କରେ ଯଦି ତାହା ମୋର ଇନ୍ଦ୍ରିୟଗୁଡ଼ିକ ପାଇଁ ସନ୍ତୋଷଜନକ ଅଟେ ।" ଦୟା-ହୀନ ସ୍ଵାର୍ଥ ପର । "ମୁଁ କଦାପି ଦୟାଳୁ ନୁହେଁ, ଏବଂ ମୁଁ କେବଳ ମୋର ବ୍ୟକ୍ତିଗତ ରୁଚି ଦେଖେ ।" ପର ସୁଖେ ଦୁଃଖୀ । "ଯେପରି, ଅନ୍ୟମାନେ ପୀଡ଼ିତ ହେଲେ ମୁଁ ବହୁତ ଖୁସି ହୋଇଯାଏ, ଏବଂ ସର୍ବଦା ମିଛ କୁହେ," ସଦା ମିଥ୍ୟା ଭାଷି । "ଏପରିକି ସାଧାରଣ କଥା ପାଇଁ ମୁଁ ମିଛ କହିବାରେ ଅଭ୍ୟସ୍ତ ।" ପର-ଦୁଃଖ ସୁଖ-କରୋ । "ଏବଂ ଯଦି ଜଣେ ପୀଡ଼ିତ ଅଛି, ତାହା ମୋ ପାଇଁ ଅତି ଆନନ୍ଦକର ।" ଅଶେଷ କାମନା ହୃଦି ମାଝେ ମୋର । "ମୋ ହୃଦୟରେ ବହୁତ ସାରା ଇଛା ଅଛି, ଏବଂ ମୁଁ ସର୍ବଦା ରାଗି ଏବଂ ମିଥ୍ୟା ପ୍ରତିଷ୍ଠା, ସର୍ବଦା ମିଥ୍ୟା ଗର୍ବରେ ଫୁଲେ ।" ମଦ-ମତ୍ତ ସଦା ବିଶୟେ ମୋହିତ । "ମୁଁ ଇନ୍ଦ୍ରିୟ ସନ୍ତୁଷ୍ଟିରେ ମୋହିତ ଅଟେ, ଏବଂ ପ୍ରାୟତଃ ମୁଁ ପାଗଳ ଅଟେ ।" ହିଂସା ଗର୍ବ ବିଭୂଷଣ । "ମୋର ଅଳଙ୍କାର ହେଉଛି ଇର୍ଷା ଏବଂ ମିଥ୍ୟା ଗର୍ବ ।" ନିଦ୍ରାଳସ୍ୟ ହତ ସୁକର୍ଯ୍ୟେ ବିରତ: "ମୁଁ ବଶିଭୂତ ଅଟେ, କିମ୍ଵା ନିଦ୍ରା ଏବଂ ଆଳସ୍ୟ ମୋ ଉପରେ ବିଜୟ ପ୍ରାପ୍ତ କରିଛି," ସୁକର୍ଜେ ବିରତ, "ଏବଂ ମୁଁ ସର୍ବଦା ପୂଣ୍ୟ କର୍ମ ପ୍ରତି ଆଗ୍ରହି ନୁହେଁ," ଅକର୍ଜେ ଉଦ୍ୟୋଗି ଆମି, "ଏବଂ ମୁଁ ଅଧର୍ମୀ କାର୍ଯ୍ୟଗୁଡ଼ିକୁ କରିବା ପାଇଁ ବହୁତ ଉତ୍ସାହି ଅଟେ ।" ପ୍ରତିଷ୍ଠା ଲାଗିୟା ସଥ୍ୟ-ଆଚରଣ, "ମୁଁ ମୋର ପ୍ରତିଷ୍ଠା ପାଇଁ ଅନ୍ୟମାନଙ୍କୁ ଠକେ ।" ଲୋଭ-ହତ ସଦା କାମୀ, "ମୁଁ ଲୋଭର ଅଧିନ ଅଟେ ଏବଂ ସର୍ବଦା କାମୁକ ।" ଏ ହେନୋ ଦୁର୍ଜନ ସଜ-ଜନ-ବର୍ଜିତ, "ତେଣୁ ମୁଁ ଏତେ ପତୀତ, ଏବଂ ମୋର ଭକ୍ତମାନଙ୍କ ସହିତ କୌଣସି ମିତ୍ରତା ନାହିଁ ।" ଅପରାଧି, "ଅପରାଧି," ନିରନ୍ତର, "ସର୍ବଦା ।" ଶୁଭ-କାର୍ଯ୍ୟ-ଶୂନ୍ୟ, "ମୋର ଜୀବନରେ, ଶୁଭ କାର୍ଯ୍ୟକ୍ରମ ଟିକିଏ ବି ନାହିଁ," ସଦାନର୍ଥ ମନଃ, "ଏବଂ ମୋର ମନ ସର୍ବଦା କିଛି ଖଳବୁଦ୍ଧି ପ୍ରତି ଆକର୍ଷିତ ।" ନାନା ଦୁଃଖେ ଜରାଜର । "ସେଥିପାଇଁ ମୋର ଜୀବନର ଅନ୍ତିମ ସମୟରେ, ମୁଁ ପ୍ରାୟତଃ ଏପରି ପୀଡ଼ାରେ ପୀଡ଼ିତ ।" ବାର୍ଦ୍ଧକ୍ୟେ ଏଖୋନେ ଉପାୟ ବିହୀନ, "ମୋର ବୃଦ୍ଧାବସ୍ତାରେ ବର୍ତ୍ତମାନ ମୋ ପାଖରେ କୌଣସି ବିକଳ୍ପ ନାହିଁ," ତା ଅତେ ଦିନ ଅଙ୍କିଞ୍ଚନ, "ସେଥିପାଇଁ ବଳ ଦ୍ଵାରା, ମୁଁ ବର୍ତ୍ତମାନ ଅତି ନମ୍ର ଏବଂ ବିନମ୍ର ହୋଇଯାଇଛି ।" ଭକ୍ତି ବିନୋଦ ପ୍ରଭୁର ଚରଣେ, "ତେବେ ଭକ୍ତି ବିନୋଦ ଠାକୁର ସମର୍ପିତ କରୁଛନ୍ତି ତାଙ୍କ ଜୀବନର ଗତିବିଧି ପରମ ଭଗବାନଙ୍କ ଚରଣରେ ।"