OR/Prabhupada 0374 - ଭଜହୁରେ ମନର ଭାବାର୍ଥ ପ୍ରଥମ ଭାଗ

Revision as of 11:17, 20 October 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0374 - in all Languages Category:OR-Quotes - 1967 Category:OR-Quotes - in...")
(diff) ← Older revision | Latest revision (diff) | Newer revision → (diff)


Purport to Bhajahu Re Mana -- San Francisco, March 16, 1967

ଭଜହୁ ରେ ମନ ଶ୍ରୀ-ନନ୍ଦ-ନନ୍ଦନ, ଅଭୟ-ଚରଣାରବିନ୍ଦ ରେ । ଭଜ, ଭଜ ଅର୍ଥାତ୍ ପୂଜା କରିବା; ହୁ, ନମସ୍କାର; ମନ,ମନ । କବି ଗୋବିନ୍ଦ ଦାସ, ଜଣେ ବଡ଼ ଦାର୍ଶନିକ ଏବଂ ଭଗବାନଙ୍କର ଭକ୍ତ, ସେ ପ୍ରାର୍ଥନା କରୁଛନ୍ତି । ସେ ତାଙ୍କ ମନକୁ ଅନୁରୋଧ କରୁଛନ୍ତି, କାରଣ ମନ ହେଉଛି ସମସ୍ତଙ୍କର ବନ୍ଧୁ ଏବଂ ଶତୃ । ଯଦି ଜଣେ ନିଜର ମନକୁ କୃଷ୍ଣ ଚେତନାରେ ପ୍ରଶିକ୍ଷିତ କରି ପାରେ, ତେବେ ସେ ସଫଳ ହୁଏ । ଯଦି ସେ ତାର ମନକୁ ପ୍ରଶିକ୍ଷିତ କରିପାରେ ନାହିଁ, ତେବେ ଜୀବନ ବିଫଳ ଅଟେ । ସେଥିପାଇଁ ଗୋବିନ୍ଦ ଦାସ, ଭଗବାନ କୃଷ୍ଣଙ୍କର ଏକ ମାହାନ ଭକ୍ତ... ତାଙ୍କର ନାମ ସୂଚିତ କରେ, ଗୋବିନ୍ଦ ଦାସ । ଗୋବିନନ୍ଦ, କୃଷ୍ଣ, ଏବଂ ଦାସ ଅର୍ଥାତ୍ ସେବକ । ଏହା ହେଉଛି ସମସ୍ତ ଭକ୍ତମାନଙ୍କର ପ୍ରବୃତ୍ତି । ସେମାନେ ସର୍ବଦା ଲଗାନ୍ତି, ଏହି ଦାସକୁ ଜୋଡନ୍ତି, ଅର୍ଥାତ୍ ସେବକ । ତେଣୁ ଗୋବିନ୍ଦ ଦାସ ପ୍ରାର୍ଥନା କରୁଛନ୍ତି, "ମୋର ପ୍ରିୟ ମନ, ଦୟାକରି, ତୁମେ ନନ୍ଦଙ୍କ ପୁତ୍ରଙ୍କୁ ପୂଜା କରିବାକୁ ଚେଷ୍ଟା କର, ଯିଏ ହେଉଛନ୍ତି ଅଭୟ-ଚରଣ, ଯାହାର ପାଦ ପଦ୍ମ ସୁରକ୍ଷିତ ଅଟେ । କୌଣସି ଭୟ ନାହିଁ ।" ଅଭୟ । ଅଭୟ ଅର୍ଥାତ୍ କୌଣସି ଭୟ ନାହିଁ, ଏବଂ ଚରଣ, ଚରଣ ଅର୍ଥାତ୍ ପାଦ ପଦ୍ମ । ତେଣୁ ସେ ତାଙ୍କର ମନକୁ ପରାମର୍ଶ ଦେଉଛନ୍ତି, "ମୋର ପ୍ରିୟ ମନ, ଦୟାକରି, ତୁମେ ନନ୍ଦଙ୍କ ପୁତ୍ରଙ୍କର ନିଡର ପାଦ ପଦ୍ମର ପୂଜା କରିବାରେ ନିଜକୁ ବ୍ୟସ୍ତ ରଖ ।" ଭଜହୁ ରେ ମନ ଶ୍ରୀ-ନନ୍ଦ-ନନ୍ଦନ । ନନ୍ଦ-ନନ୍ଦନ ଅର୍ଥାତ୍ ନନ୍ଦ ମାହାରାଜଙ୍କର ପୁତ୍ର, କୃଷ୍ଣ । ଏବଂ ତାଙ୍କର ପାଦ ପଦ୍ମ ହେଉଛି ଅଭୟ, ନିଡର । ତେଣୁ ଗୋବିନ୍ଦ ଦାସ ତାଙ୍କର ମନକୁ ଅନୁରୋଧ କରୁଛନ୍ତି, "ଦୟାକରି କୃଷ୍ଣଙ୍କର ପାଦ ପଦ୍ମର ଦିବ୍ୟ ପ୍ରେମମୟ ସେବାରେ ତୁମେ ବ୍ୟସ୍ତ ରୁହ ।" ଯେତେ ଦୂର ଅନ୍ୟ କଥାଗୁଡିକର ପ୍ରଶ୍ନ ଅଛି...

ଏବଂ ସେ ମଧ୍ୟ କୁହଁନ୍ତି ଯେ ଦୁର୍ଲଭ ମାନବ-ଜନ୍ମ । ଦୁର୍ଲଭ ଅର୍ଥାତ୍ ଯାହକୁ ପ୍ରାପ୍ତ କରିବା ଅତି ବିରଳ । ମାନବ-ଜନ୍ମ ଅର୍ଥାତ୍ ଏହି ମନୁଷ୍ୟ ଜୀବନ । ଏହା ଅତି ଲମ୍ଵା ଚକ୍ର ପରେ ଆସେ । ଏକ ସୁଯୋଗ ଦିଆଯାଏ କୃଷ୍ଣ ଚେତନାଶୀଳ ହେବା ପାଇଁ ଯାହା ଦ୍ଵାରା ଜଣେ ଜନ୍ମ ମୃତ୍ୟୁର ଚକ୍ରରୁ ବାହାରି ପାରିବ । ସେଥିପାଇଁ ସେ ପରାମର୍ଶ ଦିଅନ୍ତି ଯେ ଏହି ଜୀବନ, ବହୁତ ମହତ୍ଵପୂର୍ଣ୍ଣ ଅଟେ, ଦୁର୍ଲଭ । ଦୁର୍ଲଭ ଅର୍ଥାତ୍... ଦୁଃ ଅର୍ଥାତ୍ ବହୁତ କଷ୍ଟର ସହିତ, ଏବଂ ଲାଭ ଅର୍ଥାତ୍ ପ୍ରାପ୍ୟ । ତେଣୁ ମୂର୍ଖ ଲୋକମାନେ, ସେମାନେ ଜାଣିନାହାନ୍ତି ଯେ, ଏହି ମଣିଷ ଜୀବନ କେତେ ମୂଲ୍ୟବାନ୍ । ସେମାନେ କେବଳ ପଶୁମାନଙ୍କ ଭଳି ଇନ୍ଦ୍ରିୟ ଉପଭୋଗ କରି ନଷ୍ଟ (ମନୁଷ୍ୟ ଜୀବନ) କରୁଛନ୍ତି । ତେଣୁ ଏହା ଅତ୍ୟନ୍ତ ଶିକ୍ଷଣୀୟ, ଯେ ସେ ତାଙ୍କର ମନକୁ ପ୍ରଶିକ୍ଷିତ କରୁଛନ୍ତି କି, "ତୁମେ ତୁମର ମନକୁ ଭଗବାନ କୃଷ୍ଣଙ୍କର ପୂଜାରେ ବ୍ୟସ୍ତ ରଖ ।" ଦୁର୍ଲଭ ମାନବ-ଜନ୍ମ ସତ-ସଙ୍ଗେ । ଏବଂ ମନର ଏହି ପ୍ରଶିକ୍ଷଣ କେବଳ ସତସଙ୍ଗରେ ସମ୍ଭବ, ସତ-ସଙ୍ଗ । ସତ-ସଙ୍ଗ ଅର୍ଥାତ୍ ଜଣେ ଯିଏ କେବଳ, ଶତ ପ୍ରତିଶତ, ଭଗବାନଙ୍କର ସେବାରେ ନିଯୁକ୍ତ । ସେମାନଙ୍କୁ ସତ୍ କୁହାଯାଏ । ସତାଂ ପ୍ରସାଙ୍ଗତ । ଭକ୍ତମାନଙ୍କର ସଙ୍ଗ ବିନା, ମନକୁ ପ୍ରଶିକ୍ଷିତ କରିବା ଅସମ୍ଭବ । ଏହା ତଥାକଥିତ ଯୋଗପ୍ରଣାଳୀ ଏବଂ ଧ୍ୟାନ ଦ୍ଵାରା ସମ୍ଭବ ନୁହେଁ । ଜଣକୁ ଭକ୍ତମାନଙ୍କ ସହ ସଂଯୁକ୍ତ ହେବାକୁ ପଡିବ; ଅନ୍ୟଥା ଏହା ସମ୍ଭବ ନୁହେଁ । ସେଥିପାଇଁ ଆମେ ଏହି କୃଷ୍ଣ ଚେତନାଶୀଳ ସମାଜ ଗଠନ କରିଛୁ, ଯାହା ଦ୍ଵାରା ଜଣେ ଏହି ସଙ୍ଗର ଲାଭ ଉଠାଇବା ଦରକାର । ତେଣୁ ଗୋବିନ୍ଦ ଦାସ, ଏକ କବି ଏବଂ ଭକ୍ତ, ଉପଦେଶ ଦେଉଛନ୍ତି, ଦୁର୍ଲଭ ମାନବ-ଜନ୍ମ ସତ-ସଙ୍ଗେ: "ତୁମେ ଅତ୍ୟନ୍ତ ଭଲ ଏବଂ ଦୁର୍ଲଭ ମନୁଷ୍ୟ ଶରୀର ପାଇଛ ।" ବର୍ତ୍ତମାନ ଭକ୍ତମାନଙ୍କର ସଙ୍ଗଲାଭ କର ଏବଂ ମନକୁ ନିଯୁକ୍ତ କର କୃଷ୍ଣଙ୍କର ନିଡର ପାଦପଦ୍ମ ଉପରେ ।" ସେ ତାଙ୍କର ମନକୁ ଅନୁରୋଧ କରୁଛନ୍ତି ।

ତାପରେ ସେ ନିରାଶାଜନକ ଜୀବନକୁ ଦର୍ଶାଉଛନ୍ତି । ତାହା କ'ଣ? ଶୀତ ଉତ୍ତାପ ବାଟ ବରିଷଣ ଏ ଦିନ ଜାମିମି ଜାଗି ରେ । ଶୀତ ଅର୍ଥାତ୍ ଶୀତ, ଉତ୍ତାପ ଅର୍ଥାତ୍ ଗ୍ରୀଷ୍ମ, ଯେତେବେଳେ ତୀକ୍ଷ୍ଣ ସୂର୍ଯ୍ୟାଲୋକ ଥାଏ । ଶୀତ ଉତ୍ତାପ ବାଟ, ଶୀତ, ବରିଷଣ, ପ୍ରବଳ ବର୍ଷା । ତେବେ ଏହି ସମସ୍ତ ଉପଦ୍ରବ ସର୍ବଦା ଥାଏ । ବେଳେ ବେଳେ ଭାରି ଶୀତ । ବେଳେ ବେଳେ ପ୍ରଚଣ୍ଡ ଖରା । ବେଳେ ବେଳେ ପ୍ରବଳ ବର୍ଷା । ବେଳେ ବେଳେ ଏହା କିମ୍ଵା ତାହା ଚାଲିଥାଏ । ତେଣୁ ସେ କହୁଛନ୍ତି, ଶୀତ ଉତ୍ତାପ ବଟ ବରିଷଣ ଏ ଦିନ ଜାମିନି ଜାଗି ରେ । ପୂରା ଦିନ ଓ ରାତି ଲୋକମାନେ, ବିନା ଖାତିର୍ କରି କାମ କରୁଛନ୍ତି, ଅତ୍ୟଧିକ ଶୀତ, ଅତ୍ୟଧିକ ଗରମ, ଏବଂ ପ୍ରଚଣ୍ଡ ବର୍ଷା, ଏବଂ ରାତିସାରା ଅନିଦ୍ରା ରହିବା, ମରୁଭୁମିକୁ ଯିବା, ସମୂଦ୍ର ଗର୍ଭକୁ ଯିବା - ସବୁ ସ୍ଥାନରେ ସେମାନେ ଅତି ବ୍ୟସ୍ତ । ଶୀତ ଉତ୍ତାପ ବଟ ବରଷଣ ଏ ଦିନ ଜାମିନି ଜାଗି ରେ । ରାତିରେ କାମ, ଏବଂ ଅନ୍ୟସବୁ ଅନେକ କାମ । ତେଣୁ ସେ କହୁଛନ୍ତି,

ଶୀତ ଉତ୍ତାପ ବଟ ବରଷଣ
ଏ ଦିନ ଜାମିନି ଜାଗି ରେ
ବିଫଳେ ସେବିନୁ କୃପଣ ଦୂରଜନ
ଚପଳ ସୂଖ-ଲବ ଲାଗିରେ

"ବର୍ତ୍ତମାନ, ଏହି ସବୁ କଠିନ ପରିଶ୍ରମ, କ'ଣ ମୁଁ କରିଛି? ମୁଁ କିଛିଲୋକଙ୍କୁ ସେବା କରିଛି, ଯେଉଁମାନେ କି ମୋର କୃଷ୍ଣ ଚେତନା ପାଇଁ ଆଦୌ ଅନୁକୁଳ ନୁହନ୍ତିଁ । ଏବଂ କାହିଁକି ମୁଁ ସେମାନଙ୍କର ସେବା କରିବି?" ଚପଳ ସୂଖ ଲବ-ଲାଗି ରେ: "ଚପଳ, ଅତ୍ୟନ୍ତ ଅସ୍ଥିର ସୁଖ । ମୁଁ ଭାବୁଛି ଯଦି ମୋର ଛୋଟ ସନ୍ତାନ ହସିବ, ତେବେ ମୋତେ ଖୁସି ମିଳିବ । ମୁଁ ଭାବୁଛି ଯଦି ମୋର ସ୍ତ୍ରୀ ଖୁସୀ ହୋଇଯିବ, ମୁଁ ଭାବିବି ମୁଁ ଖୁସୀ । କିନ୍ତୁ ଏତେସବୁ କ୍ଷଣିକ ହସ ବା ସୁଖର ଅନୁଭବ, ସେସବୁ ହେଉଛି ଅସ୍ଥାୟୀ ।" ତେଣୁ ଜଣେ ଅନୁଭବ କରିବା ଉଚିତ୍ । ଅନ୍ୟ କେତେକ ଅନେକ କବି ମଧ୍ୟ ଅଛନ୍ତି, ସେହିପରି ଭାବରେ ସେମାନେ ଗାଇଛନ୍ତି ଯେ ଏହା ହେଉଛି..., ଏହି ମନଟି ଠିକ୍ ଏକ ମରୁଭୁମି ସଦୃଶ, ଏବଂ ଏହା ସାଗର ଏବଂ ଜଳ ପଛରେ ଝୁରିବୁଲୁଛି । ଏକ ମରୁଭୁିରେ, ଯଦି ଏକ ସାଗରକୁ ସ୍ଥାନାନ୍ତରିତ କରାଯିବ, ତେବେ ଏହାକୁ ଜଳ ଦ୍ଵାରା ଆଛାଦିତ କରାଯାଇପାରିବ । ଏବଂ କ'ଣ ହିତ ହେବ ଯଦି ଟୋପାଏ ପାଣି ମିଳିବ? ସେହିପରି ଆମର ମନ, ଆମର ଚେତନା, ଖୁସୀର ସାଗର ପଛରେ ଉତ୍କଣ୍ଠିତ ହେଉଛି । ଏବଂ ଏହି ଅସ୍ଥାୟୀ ସୁଖ ପାରିବାରିକ ଜୀବନରେ, ସାମାଜିକ ଜୀବନରେ, ସେଗୁଡିକ ଏକ ଟୋପାଏ ପାଣି ସଦୃଶ । ତେଣୁ ସେମାନେ ଯେଉଁମାନେ ଦାର୍ଶନିକ, ସେମାନେ ଯେଉଁମାନେ ବାସ୍ତବରେ ବିଶ୍ଵର ସ୍ଥିତିକୁ ଅଧ୍ୟୟନ କରିଛନ୍ତି, ସେମାନେ ବୁଝିପାରିବେ ଯେ, "ଏହି ଅସ୍ଥାୟୀ ସୁଖ ମୋତେ ଖୁସୀ କରିପାରିବ ନାହିଁ ।"

ତେଣୁ ସେ କହୁଛନ୍ତି, କମଳ-ଦଳ-ଜଳ, ଜୀବନ ତଳମଳ । କମଳ-ଦଳ-ଜଳ ମାନେ ପଦ୍ମ, ପଦ୍ମ ଫୁଲ । ତୁମେ ସମସ୍ତେ ପଦ୍ମ ଫୁଲ ହ୍ରଦମାନଙ୍କରେ ଦେଖିଛ । ସେଗୁଡିକ ଟଳ ମଳ ହୁଅନ୍ତି, ସର୍ବଦା ପାଣିରେ । ଟଳ ମଳ ହୁଅନ୍ତି । ଯେକୌଣସି ପ୍ରକାରେ, କୌଣସି ସମୟରେ, ସେଗୁଡିକ ବୁଡି ପାରନ୍ତି । ସେହିପରି, ଏହି ଜୀବନ ସବୁବେଳେ ବିପଦରେ ପୂର୍ଣ୍ଣ, ସବୁବେଳେ ବିପଦ । କୌଣସି କ୍ଷଣରେ ଏହା ସମାପ୍ତ ହୋଇପାରେ । ଅନେକ ଉଦାହରଣ ଅଛି । ଲୋକମାନେ ଦେଖନ୍ତି, କିନ୍ତୁ ସେମାନେ ଭୁଲିଯାଆନ୍ତି । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା । ସେମାନେ ପ୍ରତିଦିନ ଦେଖନ୍ତି, ପ୍ରତି କ୍ଷଣ, ଯେ ସେ ସ୍ଵୟଂ ବିପଦରେ ଅଛି, ଅନ୍ୟମାନେ ବିପଦରେ ଅଛନ୍ତି । ତଥାପି, ସେ ଭାବୁଛି ଯେ "ମୁଁ ସୁରକ୍ଷିତ ।" ଏହା ହେଉଛି ସ୍ଥିତି ।