OR/Prabhupada 0401 - ଶ୍ରୀ ଶ୍ରୀ ଶିକ୍ଷାଷ୍ଟକମ ଅଂଶର ଭାବାର୍ଥ

Revision as of 16:14, 15 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0401 - in all Languages Category:OR-Quotes - 1968 Category:OR-Quotes - Pur...")
(diff) ← Older revision | Latest revision (diff) | Newer revision → (diff)


Purport Excerpt to Sri Sri Siksastakam -- Los Angeles, December 28, 1968

ଭଗବାନ ଚୈତନ୍ୟ ମହାପ୍ରଭୁ ତାଙ୍କର ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ କୃଷ୍ଣ ଚେତନାର ବିଜ୍ଞାନ ଉପରେ ପୁସ୍ତକ ଲେଖିବା ପାଇଁ । ଏକ କାର୍ଯ୍ୟ ଯାହାଦ୍ଵାରା ଯେଉଁମାନେ ତାଙ୍କୁ ଅନୁସରଣ କରନ୍ତି ଆଜି ପର୍ଯ୍ୟନ୍ତ ପାଳନ କରିବାକୁ ଜାରି ରଖିଛନ୍ତି । ଭଗବାନ ଚୈତନ୍ୟଙ୍କ ଦ୍ଵାରା ଶିକ୍ଷା ଦିଆଯାଇଥିବା ତତ୍ତ୍ଵଜ୍ଞାନର ବିସ୍ତାର ଏବଂ ବ୍ୟାଖ୍ୟା, ବାସ୍ତବରେ ବହୁତ ଅଧିକ, ଏବଂ ତର୍କଯୁକ୍ତ ଅଟେ, କାରଣ ଦୁନିଆର କୌଣସି ଧାର୍ମିକ ସଂସ୍କୃତିର ଗୁରୁ-ଶିଷ୍ୟ ପରମ୍ପରାର ଅଖଣ୍ଡ ବ୍ୟବସ୍ଥା ଯୋଗୁଁ । ହେଲେ ମଧ୍ୟ ଚୈତନ୍ୟ ମହାପ୍ରଭୁ, ତାଙ୍କ ଯୁବାବସ୍ଥାରେ ଏକ ବିଦ୍ଵାନ ରୂପରେ ଦୂର ଦୂର ପର୍ଯ୍ୟନ୍ତ ପ୍ରସିଦ୍ଧ ଥିଲେ, କେବଳ ଆଠଟି ଉକ୍ତି ଛାଡିଥିଲେ ଯାହାକୁ ଶିକ୍ଷାଷ୍ଟକମ୍ କୁହାଯାଏ ।

ଶ୍ରୀକୃଷ୍ଣଙ୍କର ସଂକୀର୍ତ୍ତନର ଜୟ, ଯାହା ହୃଦୟରେ ବର୍ଷ ବର୍ଷ ଧରି ଜମାହୋଇଥିବା ଧୂଳିକୁ ପରିଷୋଧ କରିଦିଏ । ଏହିପରି ବଦ୍ଧଜୀବିଙ୍କର, ଜନ୍ମ ମୃତ୍ୟୁର ପୁନରାବୃତ୍ତିର ଅଗ୍ନିକୁ ଲିଭାଇଦେବ । ଦ୍ଵିତୀୟ ଉକ୍ତି । ହେ ପ୍ରଭୁ, କେବଳ ଆପଣଙ୍କର ପବିତ୍ର ନାମ ଜୀବମାନଙ୍କୁ ସମସ୍ତ ଆର୍ଶୀବାଦ ପ୍ରଦାନ କରି ପାରିବ, ଏବଂ ସେଥିପାଇଁ ତୁମର ଲକ୍ଷ ଲକ୍ଷ ନାମ ଅଛି ଯେପରି କୃଷ୍ଣ, ଗୋବିନ୍ଦ, ଇତ୍ୟାଦି । ଏହି ଦିବ୍ୟ ନାମ ଗୁଡିକରେ ଆପଣ ଆପଣଙ୍କର ସମସ୍ତ ଦିବ୍ୟ ଶକ୍ତି ପ୍ରଦାନ କରିଛନ୍ତି, ଏବଂ ଏହି ପବିତ୍ର ନାମ ଗୁଡୁକୁ ଜପ କରିବା ପାଇଁ କୌଣସି କଠୋର ନିୟମ ନାହିଁ । ହେ ପ୍ରଭୁ, ଆପଣ ଏତେ ଦୟାଶୀଳ ଭାବରେ ଆପଣଙ୍କର ପବିତ୍ର ନାମ ଦ୍ଵାରା ଆପଣଙ୍କ ପାଖକୁ ଯିବା ସହଜ କରିଦେଲେ, କିନ୍ତୁ ମୁଁ କେତେ ହତଭାଗା, ସେଗୁଡିକ ପ୍ରତି ମୋର ଆକର୍ଷଣ ନାହିଁ । ତିନି । ଜଣେ ମନର ବିନମ୍ର ଅବସ୍ଥାରେ ଭଗବାନଙ୍କର ପବିତ୍ର ନାମ ଜପ କରିପାରିବ, ନିଜକୁ ରାସ୍ତାର କୁଟା ଠାରୁ ନୀଚ ବୋଲି ଭାବିବ, ବୃକ୍ଷଠାରୁ ଅଧିକ ସହିଷ୍ନୁ, ସମସ୍ତ ମିଥ୍ୟା ଖ୍ୟାତିରୁ ନିବୃତ ହେବ, ଏବଂ ଅନ୍ୟମାନଙ୍କୁ ସମସ୍ତ ସମ୍ମାନ ଦେବାକୁ ପ୍ରସ୍ତୁତ ରହିବ । ମନର ଏହି ସ୍ଥିତିରେ ଜଣେ ଭଗବାନଙ୍କର ପବିତ୍ର ନାମ ନିରନ୍ତର ଜପ କରିପାରିବ ।