OR/Prabhupada 0406 - ଯେ କେହି କୃଷ୍ଣଙ୍କର ବିଜ୍ଞାନ ଜାଣିଛି, ସେ ଆଧ୍ୟାତ୍ମିକ ଗୁରୁ ହୋଇପାରିବ

Revision as of 15:19, 27 October 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0406 - in all Languages Category:OR-Quotes - 1967 Category:OR-Quotes - Con...")
(diff) ← Older revision | Latest revision (diff) | Newer revision → (diff)


Discourse on Lord Caitanya Play Between Srila Prabhupada and Hayagriva -- April 5-6, 1967, San Francisco

ପ୍ରଭୁପାଦ: ପ୍ରଥମ ଦୃଶ୍ୟ ହେବ ଯେ ବିଜୟ ନୃସିଂହ ଗଡ଼ ମନ୍ଦିର ଦର୍ଶନ ।

ହୟଗ୍ରୀବ: ବିଜୟ....

ପ୍ରଭୁପାଦ: ବିଜୟ ନୃସିଂହ ଗଡ଼ ।

ହୟଗ୍ରୀବ: ମୁଁ ତାହାର ବନାନ ପରେ ଆପଣଙ୍କଠାରୁ ନେବି।

ପ୍ରଭୁପାଦ଼: ମୁଁ ତାହାର ବନାନ କରୁଛି । ବି-ଜ-ୟ ନୃ-ସିଂ-ହ ଗ -ଡ଼ । ବିଜୟ ନୃସିଂହ ଗଡ଼ ମନ୍ଦିର । ଏହା ଆଧୁନିକ ବିଶାଖାପାଟଣା ଶିପୟାର୍ଡ ପାଖରେ ଅଛି । ଏହା ଏକ ବିରାଟ ଭାରତୀୟ ଶିପୟାର୍ଡ, ବିଶାଖାପାଟଣା । ପୂର୍ବେ ଏହା ବିଶାଖାପାଟଣା ନଥିଲା । ତ ତାହା ପାଖରେ, ଷ୍ଟେସନରୁ ପାଞ୍ଚ ମାଇଲ ଦୂରରେ ପାହାଡ଼ ଉପରେ ସେହି ସୁନ୍ଦର ମନ୍ଦିର ଅଛି । ତ ମୁଁ ଭାବୁଛି ଯେ ମନ୍ଦିରର ଏବଂ ଚୈତନ୍ୟ ମହାପ୍ରଭୁଙ୍କର ସେହି ମନ୍ଦିର ଦର୍ଶନର ଦୃଶ୍ୟ ସେଥିଥିବ । ଏବଂ ସେହି ମନ୍ଦିର ଦର୍ଶନ ପରେ, ସେ ଗୋଦାବରୀ ନଦୀ ଉପକୂଳକୁ ଆସିଥିଲେ । ଠିକ ଯେପରି ଗଙ୍ଗା ଏକ ପବିତ୍ର ନଦୀ, ସେହିପରି ଆଉ ଚାରୋଟି ନଦୀ ଅଛି । ଯମୁନା, ଗୋଦାବରୀ, କୃଷ୍ଣା, ନର୍ମଦା । ଗଙ୍ଗା, ଯମୁନା, ଗୋଦାବରୀ, ଏବଂ କ୍ରିଷ୍ଣା । ଏହି ପାଞ୍ଚୋଟି ନଦୀ ଅତ୍ୟନ୍ତ ପବିତ୍ର ଅଟନ୍ତି । ତେଣୁ ସେ ଗୋଦାବରୀ କୂଳକୁ ଆସିଥିଲେ, ଏବଂ ସେ ସ୍ନାନ କରିଥିଲେ, ଏବଂ ଏକ ଗଛ ତଳେ ଏକ ଭଲ ସ୍ଥାନରେ ବସିଥିଲେ, ଏବଂ ହରେ କୃଷ୍ଣ ହରେ କୃଷ୍ଣ ଜପ କରିଥିଲେ । ସେହି ସମୟରେ ସେ ଏକ ବିରାଟ ଶୋଭାଯାତ୍ରା ଆସୁଥିବା ଦେଖିଥିଲେ । ଏବଂ ଏହା ହେଉଛି ତାହାର ଉଦ୍ଦେଶ୍ୟ... ସେହି ଶୋଭାଯାତ୍ରାରେ... ପୂର୍ବେ ରାଜା ଓ ଅଧ୍ୟକ୍ଷମାନେ, ସେମାନେ ନିଜ ଆଭୁଷଣ ସହିତ ଗଙ୍ଗାରେ ସ୍ନାନ କରୁଥିଲେ, ସଂଙ୍ଗିତ ମଣ୍ଡଳୀ ଏବଂ ବହୁ ସଂଖ୍ୟକ ବ୍ରାହ୍ମଣ ଏବଂ ସମସ୍ତ ପ୍ରକାରର ଦାନକର୍ମ। ଏହିପରି ଭାବରେ ସେମାନେ କାମ କରିବାକୁ ଆସୁଥିଲେ । ତ ଚୌତନ୍ୟ ମହାପ୍ରଭୁ ତାହା ଦେଖିଥିଲେ ଯେ କେହିଜଣେ ସେହି ବିରାଟ ଶୋଭାଯାତ୍ରାରେ ଆସୁଛନ୍ତି, ଏବଂ ସେ ରାମାନନ୍ଦ ରାୟଙ୍କ ବିଷୟରେ ଶୁଣିଥିଲେ, ଯିଏକି ମଦ୍ରାସର ଅଧ୍ୟକ୍ଷ ଥିଲେ । ସର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ଅନୁରୋଧ କରିଥିଲେ ଯେ " ଆପଣ ଦକ୍ଷିଣ ଭାରତକୁ ଯାଉଛନ୍ତି । ‍ଆପଣ ରାମାନନ୍ଦ ରାୟଙ୍କୁ ନିଶ୍ଚିତରେ ସାକ୍ଷାତ୍ କରନ୍ତୁ । ସେ ଏକ ମହାନ୍ ଭକ୍ତ ।" ତେଣୁ ଯେତେବେଳେ ସେ କାବେରୀ କୂଳରେ ବସିଥିଲେ ଏବଂ ରାମାନନ୍ଦ ରାୟ ଶୋଭାଯାତ୍ରାରେ ଆସୁଥିଲେ, ସେ ଜାଣିପାରିଥିଲେ ଯେ ସେ ହେଉଛନ୍ତି ରାମାନନ୍ଦ ରାୟ । ଯେହେତୁ ସେ ଏକ ସନ୍ୟାସୀ, ତେଣୁ ସେ ତାଙ୍କୁ ସମ୍ବୋଧିତ କରିନଥିଲେ । କିନ୍ତୁ ରାମାନନ୍ଦ ରାୟ, ସେ ଏକ ମହାନ୍ ଭକ୍ତ, ଦେଖିଲେ ଯେ ଏତେ ସୁନ୍ଦର ସନ୍ୟାସୀ, ଏକ ଯୁବା ସନ୍ୟାସୀ ବସିଛନ୍ତି ଏବଂ ହରେ କୃଷ୍ଣ ମନ୍ତ୍ର ଜପ କରୁଛନ୍ତି । ସାଧାରଣତଃ ସନ୍ୟାସୀ ମାନେ ହରେ କୃଷ୍ଣ ମନ୍ତ୍ର ଜପ କରନ୍ତି ନାହିଁ । ସେମାନେ, "ଓଁ, ଓଁ..." କେବଳ ଓଁ ଶବ୍ଦ ଉଚ୍ଚାରଣ କରନ୍ତି । ହରେ କୃଷ୍ଣ ନୁହଁ ।

ହୟଗ୍ରୀବ: ତାହାର ମାନେ କଣ ଯେ ସେ ସମ୍ବୋଧିତ କରିବେ ନାହିଁ କାରଣ ସେ ଏକ ସନ୍ୟାସୀ ବୋଲି?

ପ୍ରଭୁପାଦ: ସନ୍ୟାସୀ, ସନ୍ୟାସୀର ପ୍ରତିବନ୍ଧ ଏହି କି ଯେ ସେ ଅର୍ଥ ସମ୍ପନ୍ନ କରୁଥିବା ବ୍ୟକ୍ତିଙ୍କ ଠାରୁ ଭିକ୍ଷା ମାଗିବା ଅନୁଚିତ୍। ତାହା ହେଉଛି ପ୍ରତିବନ୍ଧକ । ଅର୍ଥ ସମ୍ପାଦନ କରୁଥିବା ସ୍ତ୍ରୀ ଏବଂ ପୁରୁଷଙ୍କ ଠାରୁ ।

ହୟଗ୍ରୀବ: କିନ୍ତୁ ମୁଁ ଭାବୁଥିଲି ଯେ ରାମାନନ୍ଦ ରାୟ ହେଉଛନ୍ତି ଏକ ଭକ୍ତ ।

ପ୍ରଭୁପାଦ: ନିଶ୍ଚିତରେ ସେ ଏକ ଭକ୍ତ, କିନ୍ତୁ ବାହ୍ୟ ରୁପରେ ସେ ଏକ ଅଧ୍ୟକ୍ଷ । ବାହ୍ୟ ରୁପରେ । ତେଣୁ ଚୌତନ୍ୟ ମହାପ୍ରଭୁ ତାଙ୍କ ପାଖକୁ ଯାଇନଥିଲେ, କିନ୍ତୁ ସେ ଜାଣିପାରିଥିଲେ ଯେ "ସେ ଏକ ଭଲ ସନ୍ୟାସୀ ବୋଲି ।" ସେ ତଳକୁ ଆସିଥିଲେ ଏବଂ ତାଙ୍କୁ ସମ୍ମାନ ପ୍ରଦାନ କରିଥିଲେ ଏବଂ ତାଙ୍କ ନିକଟରେ ବସିଥିଲେ । ଏବଂ ସେମାନେ ପରସ୍ପର ପରିଚିତ ହୋଇଥିଲେ, ଏବଂ ଚୌତନ୍ୟ ମହାପ୍ରଭୁ କହିଥିଲେ ଯେ "ଭଟ୍ଟାଚାର୍ଯ୍ୟ ପୂର୍ବରୁ ହିଁ ଆପଣଙ୍କ ବିଷୟରେ କହିଥିଲେ । ଆପଣ ଏକ ମହାନ୍ ଭକ୍ତ । ତେଣୁ ମୁଁ ଆପଣଙ୍କୁ ସାକ୍ଷ୍ୟାତକାର କରିବାକୁ ଆସିଛି ।" ଏବଂ ସେ ଉତ୍ତର ଦେଇଥିଲେ, ଆଛା, କି ଭକ୍ତ? ମୁଁ ଏକ ଅର୍ଥ ସମ୍ପନ୍ନ କରୁଥିବା ବ୍ୟକ୍ତି, ରାଜନୀତିଜ୍ଞ । କିନ୍ତୁ ଭଟ୍ଟାଚାର୍ଯ୍ୟ ମୋ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଯେ ସେ ଆପଣଙ୍କୁ(ପୁନ୍ୟାତ୍ମା) ମୋ ସହ ଦେଖା କରିବାକୁ କହୁଛନ୍ତି । ଯେହେତୁ ଆପଣ ଆସିଛନ୍ତି, ତେଣୁ ଦୟାକରି, ଦୟାକରି ମୋତେ ଏହି ଭୌତିକ ମାୟାରୁ ଉଦ୍ଧାର କରନ୍ତୁ ।" ତେଣୁ ରାମାନନ୍ଦ ରାୟଙ୍କ ସହ ସାକ୍ଷାତ ପାଇଁ ପୂର୍ବନିର୍ଦ୍ଦିଷ୍ଟ ସମୟ ସ୍ଥିର ହୋଇଥିଲା, ଏବଂ ଉଭୟେ ପୁଣିଥରେ ସାକ୍ଷାତକାର କରିଥିଲେ, ଏବଂ ତାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା, ମୋର କହିବାର ଉଦ୍ଦେଶ୍ୟ, ଜୀବନର ଆଧ୍ୟାତ୍ମିକ ପ୍ରଗତି ସମ୍ବନ୍ଧରେ । ଭଗବାନ୍ ଚୌତନ୍ୟ, ତାଙ୍କୁ ପଚାରିଥିଲେ ଏବଂ ରାମାନନ୍ଦ ରାୟ ଉତ୍ତର ଦେଇଥିଲେ । ନିଃସନ୍ଦେହ, ଏହା ଏକ ଲମ୍ବା କଥା, ସେ କିପରି ପ୍ରଶ୍ନ କରିଥିଲେ ଏବଂ ସେ କିପରି ଉତ୍ତର ଦେଇଥିଲେ ।

ହୟଗ୍ରୀବ: ରାମାନନ୍ଦ ରାୟ ।

ପ୍ରଭୁପାଦ: ହଁ ।

ହୟଗ୍ରୀବ: ଠିକ୍ ଅଛି, ହେଲେ ତାହେ ଏତେ ମହତ୍ଵପୂର୍ଣ୍ଣ କି? ସେହି ସଭାର ଦୃ୍ଶ୍ୟ ।

ପ୍ରଭୁପାଦ : ସାକ୍ଷାତ, ସାକ୍ଷାତ, ସେହି ଆଲୋଚନା ଆପଣ ଦେବାକୁ ଚାହୁଁଛନ୍ତି କି?

ହୟଗ୍ରୀବ: ଠିକ୍ ଅଛି, ଯଦି ତାହା ମହତ୍ତ୍ଵପୂର୍ଣ୍ଣ ତାହା ଦୃଶ୍ୟରେ ଦେଖେଇବାର ଅଛି । ଆପଣ ଚାହୁଁଛନ୍ତି କି ମୁଁ ଆଲୋଚନା ପ୍ରସ୍ତୁତ କରିବି?

ପ୍ରଭୁପାଦ: ମହତ୍ତ୍ଵପୂର୍ଣ୍ଣ ହେଉଛି ଏହି ଦୃଶ୍ୟ ଯେ ସେ ରାମାନନ୍ଦଙ୍କ ସହିତ ମିଶିଲେ, ସେ ଶୋଭାଯାତ୍ରାରେ ଆସିଥିଲେ, ତାହା ହେଉଛି ଏକ ସୁନ୍ଦର ଦୃଶ୍ୟ । ଏହି ଜିନିଷଗୁଡିକ ପୂର୍ବରୁ ପୁରା ହୋଇ ଯାଇଛି । ବର୍ତ୍ତମାନ ଯେତେ ଦୂର ବାର୍ତାଳାପର ପ୍ରଶ୍ନ ଅଛି, ବାର୍ତାଳାପର ସାରାସଂ ଥିଲା...

ହୟଗ୍ରୀବ: କେବଳ ମୋତେ ସଂକ୍ଷିପ୍ତ ସାରାସଂ ଦିଅନ୍ତୁ ।

ପ୍ରଭୁପାଦ: ସଂକ୍ଷିପ୍ତ ସାରାସଂ । ଏହି ଦୃଶ୍ୟରେ ଚୈତନ୍ୟ ମହାପ୍ରଭୁ ଛାତ୍ର ହୋଇଗଲେ । ବାସ୍ତବରେ ଛାତ୍ର ନୁହେଁ । ସେ ଅନୁସନ୍ଧାନ କରିଲେ ଏବଂ ରାମାନନ୍ଦ ରାୟ ଉତ୍ତର ଦେଲେ । ତେବେ ଦୃଶ୍ୟର ମହତ୍ଵ ହେଉଛି ଯେ ଚୈତନ୍ୟ ମହାପ୍ରଭୁ ଔପଚାରିକତା ପାଳନ କରିଲେ ନାହିଁ, କେବଳ ସନ୍ୟାସୀମାନେ ଆଧ୍ୟାତ୍ମିକ ଗୁରୁ ହେବା ଉଚିତ୍ । ଯେ କେହି କୃଷ୍ଣଙ୍କର ବିଜ୍ଞାନ ଜାଣିଛି, ସେ ଆଧ୍ୟାତ୍ମିକ ଗୁରୁ ହୋଇପାରିବ । ଏବଂ ବ୍ୟବହାରିକ ରୂପରେ ଏହି ଉଦାହରଣ ଦେଖେଇବା ପାଇଁ, ଯଦିଓ ସେ ସନ୍ୟାସୀ ଏବଂ ବ୍ରାହ୍ମଣ ଏବଂ ରାମାନନ୍ଦ ରାୟ ଶୂଦ୍ର ଏବଂ ଗୃହସ୍ଥ ଥିଲେ, ତଥାପି ସେ ଛାତ୍ର ପରି ହୋଇଗଲେ ଏବଂ ରାମାନନ୍ଦ ରାୟଙ୍କୁ ପଚାରିଲେ । ରାମାନନ୍ଦ ରାୟ ଅନୁଭବ କରିଲେ, ମୋର କହିବାର ଅର୍ଥ ହେଉଛି, ସଂକୋଚ ଯେ, "କିପରି ମୁଁ ଏକ ସନ୍ୟାସୀ ପାଇଁ ଏକ ଶିକ୍ଷକର ସ୍ଥାନ ନେଇ ପାରିବି?" ତାପରେ ଚୈତନ୍ୟ ମହାପ୍ରଭୁ ଉତ୍ତର ଦେଲେ, "ନା, ନା । ସଂକୋଚ କରନ୍ତୁ ନାହିଁ ।" ସେ କହିଲେ ଯେ ଜଣେ ସନ୍ୟାସୀ ହୋଇପାରିବ କିମ୍ଵା ଗୃହସ୍ଥ ହୋଇପାରିବ କିମ୍ଵା ଜଣେ ବ୍ରାହ୍ମଣ କିମ୍ଵା ଶୂଦ୍ର ହୋଇପାରିବ, ଏହା କୌଣସି ଫରକ ପକାଏ ନାହିଁ । ଯେ କେହି କୃଷ୍ଣଙ୍କର ବିଜ୍ଞାନ ଜାଣିଛି, ସେ ଶିକ୍ଷକର ସ୍ଥାନ ନେଇ ପାରିବ । ତେବେ ତାହା ହେଉଛି ତାଙ୍କର, ମୋର କହିବାର ଅର୍ଥ ହେଉଛି, ଉପହାର । କାରଣ ଭାରତୀୟ ସମାଜରେ, ଏହା ଗ୍ରହଣ କରାଯାଏ ଯେ କେବଳ ବ୍ରାହ୍ମଣ ଏବଂ ସନ୍ୟାସୀମାନେ ଆଧ୍ୟାତ୍ମିକ ଗୁରୁ ହୋଇପାରିବେ । କିନ୍ତୁ ଚୈତନ୍ୟ ମାହାପ୍ରଭୁ କହିଲେ, "ନା । ଯେ କେହି ଆଧ୍ୟାତ୍ମିକ ଗୁରୁ ହୋଇ ପାରିବେ, ଯଦି ସେ ବିଜ୍ଞାନ ସହିତ ପରିଚିତ ଅଛନ୍ତି ।" ଏବଂ ଆଲୋଚନାର ସାରାସଂ ଏହା ଥିଲା ଯେ କିପରି ଜଣେ ଭଗବଦ୍ ପ୍ରେମର ସର୍ବୋଚ୍ଚ ପୂର୍ଣ୍ଣତା ସ୍ତରକୁ ସ୍ଥାନାନ୍ତରିତ କରିବ। ଏବଂ ସେହି ଭଗବଦ୍ ପ୍ରେମର ବର୍ଣ୍ଣନା କରାଯାଇଛି, ତାହା ଥିଲା, ମୋର କହିବାର ଅର୍ଥ ଯେ, ରାଧାରାଣୀଙ୍କ ପାଖରେ ପରମ ଉତ୍କୃଷ୍ଟ ଥିଲା। ତେଣୁ ଭାବରେ, ରାଧାରାଣୀଙ୍କ ରୂପରେ । ଏବଂ ରାମାନନ୍ଦ ରାୟ, ରାଧାରାଣୀଙ୍କ ସଖୀ ଲଳିତା-ସଖୀଙ୍କ ରୂପରେ, ଉଭୟେ ପରସ୍ପର ଆଲିଙ୍ଗନ କରିଥିଲେ ଏବଂ ପରମାନନ୍ଦରେ ନୃତ୍ୟ କରିବା ଆରମ୍ଭ କରିଦେଇଥିଲେ । ତାହା ନାଟକର ଅନ୍ତିମ ଦୃଷ୍ୟ ହେବ । ଉଭୟେ ପରମାନନ୍ଦରେ ନୃତ୍ୟ କରିବା ଆରମ୍ଭ କରିଦେଇଥିଲେ ।

ହୟଗ୍ରୀବ: ରାମାନନ୍ଦ ରାୟ ।

ପ୍ରଭୁପାଦ: ଏବଂ ଚୈତନ୍ୟ ମହାପ୍ରଭୁ ।

ହୟଗ୍ରୀବ: ଠିକ୍ ଅଛି ।