OR/Prabhupada 0407 - ହରିଦାସଙ୍କର ଜୀବନ ଇତିହାସ ହେଉଛି ଯେ ସେ ଏକ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ

Revision as of 15:35, 27 October 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0407 - in all Languages Category:OR-Quotes - 1967 Category:OR-Quotes - Con...")
(diff) ← Older revision | Latest revision (diff) | Newer revision → (diff)


ପ୍ରଭୁପାଦ: ସେହି ସମୟରେ ଏକ ବ୍ରାହ୍ମଣ ଆସିଥିଲେ ଏବଂ ଚୈତନ୍ୟ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ଯେ, "ମୁଁ ବନାରସର ସମସ୍ତ ସନ୍ୟାସୀ ମାନଙ୍କୁ ନିମନ୍ତ୍ରଣ କରିଛିୀ କିନ୍ତୁ ମୁଁ ଜାଣିଛି ଆପଣ ଏହି ମାୟାବାଦି ସନ୍ୟାସୀ ମାନଙ୍କ ସହ ମିଶିବେ ନାହିଁ, ତଥାପି ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି । କୃପାକରି ମୋର ନିମନ୍ତ୍ରଣକୁ ସ୍ଵୀକାର କରନ୍ତୁ ।" ତେବେ ଚୈତନ୍ୟ ମହାପ୍ରଭୁ ଦେଖିଲେ ଯେ ପ୍ରକାଶନନ୍ଦ ସରସ୍ଵତୀଙ୍କୁଲବ ସାକ୍ଷାତ କରିବା ପାଇଁ ଏହି ଅବସର ମିଳୁଛି । ସେ ଏହି ନିମନ୍ତ୍ରଣକୁ ଗ୍ରହଣ କରିଥିଲେ, ଏବଂ ଏକ ସଭା ବସିଥିଲା, ଏବଂ ପ୍ରକାଶାନନ୍ଦ ସରସ୍ଵତୀଙ୍କ ସହ ବେଦାନ୍ତ ସୂତ୍ର ସମ୍ଵନ୍ଧରେ ଏକ ଚର୍ଚ୍ଚା ହୋଇଥିଲା, ଏବଂ ସେ ତାଙ୍କୁ ବୌଷ୍ଣବରେ ବଦଳାଇ ଦେଇଥିଲେ । ଏହା ଅନ୍ୟ ଏକ ଘଟଣା ।

ହୟଗ୍ରୀବ: ଏହି ବ୍ୟକ୍ତିର ବୟସ କେତେ?

ପ୍ରଭୁପାଦ: ପ୍ରକାଶନନ୍ଦ ସରସ୍ଵତୀ? ସେ ମଧ୍ୟ ବୃଦ୍ଧ ବ୍ୟକ୍ତି ଅଟନ୍ତି । ଷାଠିଏ ବର୍ଷରୁ କମ୍ ବୟସ ନ ଥିବ । ହଁ ।

ହୟଗ୍ରୀବ: ପୁଣି ସହରରେ ତାଙ୍କର ଭୁମିକା କ'ଣ ଥିଲା? ସେ କ'ଣ ଥିଲେ... ସେ ଏକ ବେଦାନ୍ତବାଦୀ ଥିଲେ କି?

ପ୍ରଭୁପାଦ: ପ୍ରକାଶନନ୍ଦ ସରସ୍ଵତୀ । ସେ ଏକ ମାୟାବାଦୀ ଥିଲେ । ସେ ଚୈତନ୍ୟ ମହାପ୍ରଭୁଙ୍କର ସିଦ୍ଧାନ୍ତ ଗ୍ରହଣ କରିଥିଲେ ଏବଂ ସେ ତାଙ୍କୁ ସମ୍ମାନ ଦେଇଥିଲେ । ସେ ତାଙ୍କର ପାଦ ଛୁଇଁଥିଲେ । ଏବଂ ସେ ମଧ୍ୟ ଭାଗ ନେଇଥିଲେ । କୌଣସି ଉଲ୍ଲେଖ ନାହିଁ ଯେ ସେ ପ୍ରାମାଣିକ ରୂପରେ ବୈଷ୍ଣବ ହୋଇଥିଲେ, କିନ୍ତୁ ସେ ଚୈତନ୍ୟ ମହାପ୍ରଭୁଙ୍କର ତତ୍ଵଜ୍ଞାନକୁ ଗ୍ରହଣ କରିଥିଲେ । କିନ୍ତୁ ସର୍ବଭୌମ ଭଟ୍ଟାଚାର୍ଯ୍ୟ ପ୍ରାମାଣିକ ରୁପରେ ବୈଷ୍ଣବ ଗ୍ରହଣ କରିଥିଲେ । ତା'ପରେ ପ୍ରଭୁ ହରିଦାସଙ୍କର ସାକ୍ଷାତକାର କରିଥିଲେ...

ହୟଗ୍ରୀବ: ପଞ୍ଚମ ଦୃଶ୍ୟ ।

ପ୍ରଭୁପାଦ: ପଞ୍ଚମ ଦୃଶ୍ୟ ।

ହୟଗ୍ରୀବ: ସେ ହେଉଛନ୍ତି ହରିଦାସ ଠାକୁର?

ପ୍ରଭୁପାଦ: ହରିଦାସ ଠାକୁର ।

ହୟଗ୍ରୀବ: ଯାହାର ମୃତ୍ୟୁରେ? ହରିଦାସଙ୍କର ମୃତ୍ୟୁରେ?

ପ୍ରଭୁପାଦ: ହଁ । ହରିଦାସ ଅତ୍ୟନ୍ତ ବୃଦ୍ଧ ବ୍ୟକ୍ତି ଥିଲେ । ସେ ମୁସଲମାନ୍ ଥିଲେ ।

ହୟଗ୍ରୀବ: ସେ ସେହି ବ୍ୟକ୍ତି ଥିଲେ ଯାହାକୁ ନଦୀରେ ଫୋପାଡି ଦିଆଯାଇଥିଲା ।

ପ୍ରଭୁପାଦ: ହଁ ।

ହୟଗ୍ରୀବ: ତ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା, ପଞ୍ଚମ ଦୃଶ୍ୟରେ ।

ପ୍ରଭୁପାଦ: ଆମେ ସେଥିପାଇଁ ନାହୁଁ... ଅବଶ୍ୟ, ହରିଦାସ ଠାକୁରଙ୍କର ଏକ ଭିନ୍ନ ଜୀବନ ଅଛି, କିନ୍ତୁ ତାହା ଆମେ ତାହା ଦେଖେଇବା ନାହିଁ ।

ହୟଗ୍ରୀବ: ହଁ । ଠିକ୍ ଅଛି । ଏହି ବିଶିଷ୍ଟ ଘଟଣା ।

ପ୍ରଭୁପାଦ: ବିଶିଷ୍ଟ ଘଟଣା ମହତ୍ଵପୂର୍ଣ୍ଣ ଅଟେ, ଯେ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ଏକ ବ୍ରାହ୍ମଣ ଏବଂ ସେ ଏକ ସନ୍ୟାସୀ ଥିଲେ । ସାମାଜିକ ରିତି ଅନୁସାରେ ସେ ଏକ ମୁସଲମାନକୁ ସ୍ପର୍ଶ କରିବା ଉଚିତ୍ ନୁହେଁ, କିନ୍ତୁ ଏହି ହରିଦାସ ଠାକୁର ଏକ ମୁସଲମାନ ଥିଲେ, କିନ୍ତୁ ତାଙ୍କର ମୃତ୍ୟୁ ସମୟରେ ସେ ନିଜେ ତାଙ୍କର ଶରୀର ନେଲେ ଏବଂ ନୃତ୍ୟ କରିଲେ, ଏବଂ ତାଙ୍କୁ କବରସ୍ଥାନରେ ରଖିଲେ ଏବଂ ପ୍ରସାଦ ବିତରଣ କରିଲେ । ଏବଂ ହରିଦାସ ଠାକୁର ଦୁଇ, ତିନି ଦିନ ଧରି ତାଙ୍କର ଦେହ ଭଲ ନ ଥିଲା । କାରଣ ସେ ମୁସଲମାନ ଥିଲେ ସେ ଜଗନ୍ନାଥ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରୁ ନ ଥିଲେ । କାରଣ ହିନ୍ଦୁମାନେ ବହୁତ ଶକ୍ତ ଥିଲେ । ସେ ଭକ୍ତ ଥିଲେ, ସେ କିଛି ଭାବୁ ନ ଥିଲେ । କାହିଁକି ସେ କିଛି ଉପଦ୍ରବ ସୃଷ୍ଟି କରିବେ? ତେଣୁ ଚୈତନ୍ୟ ମାହାପ୍ରଭୁ ତାଙ୍କର ବ୍ୟବହାରର ପ୍ରଶଂସା କରିଥିଲେ ଯେ ସେ କୌଣସି ଉପଦ୍ରବ ସୃଷ୍ଟି କରିବା ପାଇଁ ଚାହୁଁ ନ ଥିଲେ... କାରଣ ସେ ଭକ୍ତ ହୋଇ ଯାଇଛନ୍ତି । ବଳପୂର୍ବକ ସେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଚାହୁଁ ନ ଥିଲେ । କିନ୍ତୁ ଚୈତନ୍ୟ ମାହାପ୍ରଭୁ ନିଜେ ପ୍ରତିଦିନ ଆସୁଥିଲେ ଏବଂ ତାଙ୍କ ସହିତ ମିଶୁ ଥିଲେ । ସମୁଦ୍ରରେ ସ୍ନାନ କରିବା ପାଇଁ ଯିବା ସମୟରେ, ସେ ପ୍ରଥମେ ହରିଦାସଙ୍କୁ ଦେଖା କରିବାକୁ ଯାଉଥିଲେ । "ହରିଦାସ? ତୁମେ କ'ଣ କରୁଛ?" ହରିଦାସ ସମ୍ମାନ ପ୍ରଦାନ କରୁଥିଲେ । ଏବଂ ସେ ବସୁଥିଲେ ଏବଂ କିଛି ସମୟ କଥା ହେଉଥିଲେ । ତାପରେ ଚୈତନ୍ୟ ମହାପ୍ରଭୁ ସ୍ନାନ କରିବା ପାଇଁ ଯାଉଥିଲେ । ଏହିପରି ଭାବରେ, ଦିନେ ଯତେବେଳେ ସେ ଆସିଲେ ସେ ଦେଖିଲେ ହରିଦାସଙ୍କର ଦେହ ଭଲ ନାହିଁ । "ହରିଦାସ? ତୁମର ସ୍ଵାସ୍ଥ୍ୟ କିପରି ଅଛି?" "ହଁ, ମହାଶୟ, ଏହା ବହୁତ ଭଲ ନାହିଁ...ପରିଶେଷରେ, ଏହା ଏକ ଶରୀର ଅଟେ ।" ତାପରେ ତୃତୀୟ ଦିନ ସେ ଦେଖିଲେ ଯେ ଆଜି ହରିଦାସ ତାଙ୍କର ଦେହ ତ୍ୟାଗ କରିବାକୁ ଯାଉଛନ୍ତି । ତେଣୁ ଚୈତନ୍ୟ ମାହାପ୍ରଭୁ ତାଙ୍କୁ ପଚାରିଲେ, "ହରିଦାସ, ତୁମର ଇଛା କ'ଣ ଅଛି? ଉଦ୍ଭୟ ବୁଝି ପାରୁଥିଲେ । ହରିଦାସ କହିଲେ ଯେ, "ଏହା ମୋର ଶେଷ ସମୟ । ଯଦି ଆପଣ ଦୟାକରି ମୋ ସମ୍ମୁଖରେ ଛିଡା ହେବେ ।" ତେଣୁ ଚୈତନ୍ୟ ମାହାପ୍ରଭୁ ତାଙ୍କ ସମ୍ମୁଖରେ ଛିଡା ହେଲେ ଏବଂ ସେ ତାଙ୍କର ଶରୀର ତ୍ୟାଗ କରି ଦେଲେ । (ବିରାମ)

ହୟଗ୍ରୀବ: ଆପଣ ଉଲ୍ଲେଖ କରିଛନ୍ତି ଯେ...

ପ୍ରଭୁପାଦ:ତାଙ୍କର ଦେହ ତ୍ୟାଗ ପରେ ତାଙ୍କର ଶରୀର ଚୈତନ୍ୟ ମାହାପ୍ରଭୁ ନିଜେ ନେଇଥିଲେ, ଏବଂ ଅନ୍ୟ ଭକ୍ତମାନେ ତାଙ୍କୁ ସମୁଦ୍ର କୂଳକୁ ନେଇ ଥିଲେ ଏବଂ ତାଙ୍କର କବର ଖୋଳିଥିଲେ । ସେହି କବର ଏବେ ବି ଜଗନ୍ନାତ ପୁରୀରେ ଅଛି । ହରିଦାସ ଠାକୁରଙ୍କର ସମାଧି । ତେବେ ଚୈତନ୍ୟ ମାହାପ୍ରଭୁ ନୃତ୍ୟ କରିବାକୁ ଆରମ୍ଭ କରିଲେ । ତାହା ସମାରୋହ ଥିଲା । କାରଣ ବୈଷ୍ଣବ ସମାରୋହରେ, ସବୁକିଛି ହେଉଛି କୀର୍ତ୍ତନ ଏବଂ ନୃତ୍ୟ । ତେବେ ତାହା ହରିଦାସ ଠାକୁରଙ୍କର ଶେଷ ସମାରୋହ ଥିଲା ।

ହୟଗ୍ରୀବ: ଆପଣ କିଛି କହିଥିଲେ ହରିଦାସଙ୍କର ସହିତ ଚୈତନ୍ୟଙ୍କର ନୃତ୍ୟ ବିଷୟରେ?

ପ୍ରଭୁପାଦ: ହରିଦାସଙ୍କର ଶରୀର । ଚୈତନ୍ୟ...ମୃତ ଶରୀର । ହରିଦାସଙ୍କର ମୃତ ଶରୀର ।

ହୟଗ୍ରୀବ: ଓ, ତାଙ୍କର ମୃତ ଶରୀର ସହିତ?

ପ୍ରଭୁପାଦ: ହଁ । ତାଙ୍କର ମୃତ ଶରୀର ।

ହୟଗ୍ରୀବ: ତାଙ୍କର ମୃତ୍ୟୁ ପରେ ।

ପ୍ରଭୁପାଦ: ତାଙ୍କର ମୃତ୍ୟୁ ପରେ ।

ହୟଗ୍ରୀବ: ଚୈତନ୍ୟ...

ପ୍ରଭୁପାଦ: ଯେତେବେଳେ, ମୋର କହିବାର ଅର୍ଥ ହେଲା, ଯେତେବେଳେ ହରିଦାସ ଜୀବିତ ଥିଲେ, ସେ ନୃତ୍ୟ କରୁଥିଲେ । କିନ୍ତୁ ହରିଦାସଙ୍କର ମୃତ୍ୟୁ ପରେ, ଚୈତନ୍ୟ ମାହାପ୍ରଭୁ ନିଜେ ଶରୀର ନେଇଥିଲେ, ଏବଂ କୀର୍ତ୍ତନ ସହିତ ନୃତ୍ୟ ଆରମ୍ଭ କରିଲେ । ତାର ଅର୍ଥ ହେଉଛି ତାଙ୍କର ଅନ୍ତିମ ସଂସ୍କାର ସମାରୋହ ଚୈତନ୍ୟ ମାହାପ୍ରଭୁଙ୍କ ଦ୍ଵାରା ଆୟୋଜିତ ହୋଇଥିଲା । ସେ ଶରୀରକୁ ସମୁଦ୍ର କୂଳକୁ ନେଲେ ଏବଂ କବରସ୍ଥାନରେ ସେ...

ହୟଗ୍ରୀବ: ସେ ଆୟୋଜିତ କରିଥିଲେ...

ପ୍ରଭୁପାଦ: ହଁ । ଅନ୍ତିମ ସଂସ୍କାର ସମାରୋହ, ହଁ ।

ହୟଗ୍ରୀବ: କୀର୍ତ୍ତନ ସହିତ ।

ପ୍ରଭୁପାଦ: କୀର୍ତ୍ତନ ସହିତ । କୀର୍ତ୍ତନ ସର୍ବଦା ହେଉଥିଲା । ଏବଂ ପୋତିବା ପରେ ପ୍ରସାଦ ବିତରଣ ଏବଂ କୀର୍ତ୍ତନ କରାଗଲା । ହରିଦାସ ଠାକୁର । ତେବେ ଏଠାରେ ହରିଦାସଙ୍କ ସହିତ କିଛି ବାର୍ତ୍ତାଳାପକୁ ତୁମକୁ ଦେଖେଇବାକୁ ହେବ, କିପରି ଭାବନାର ସହିତ ।

ହୟଗ୍ରୀବ: ଠିକ୍ ଅଛି । ଆଉ କିଛି ଅଛି କି...ହରିଦାସଙ୍କ ବିଷୟରେ ଆଉ କିଛି ସୂଚନା ଅଛି କି?

ପ୍ରଭୁପାଦ: ହରିଦାସଙ୍କର ଜୀବନ ଇତିହାସ ହେଉଛି ସେ ଏକ ମୁସଲମାନ ପରିବାରରେ ଜନ୍ମ ହୋଇଥିଲେ । ଯେ କୌଣସି ଭାବରେ ସେ ଭକ୍ତ ହୋଇଗଲେ ଏବଂ ୩୦୦,୦୦୦ ଥର ଜପ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ, ଏବଂ ଚୈତନ୍ୟ ମାହାପ୍ରଭୁ ତାଙ୍କୁ ଆଚାର୍ଯ୍ୟ, ଜପ ଅଧିକୃତ ବ୍ୟକ୍ତି ବନେଇ ଦେଲେ । ସେଥିପାଇଁ ଆମେ ତାଙ୍କର ଗୁଣଗାନ କରୁଛୁ, "ନାମାର୍ଯ୍ୟ ହରିଦାସ ଠାକୁର କି ଜୟ ।" କାରଣ ତାଙ୍କୁ ଆଚାର୍ଯ୍ୟ ବନାହେଲା, ହରେ କୃଷ୍ଣ ଜପ କରିବାର ଅଧିକୃତ ବ୍ୟକ୍ତି । ତାପରେ, ଯେତେବେଳେ ଭଗବାନ ଚୈତନ୍ୟ ସନ୍ୟାସ ଗ୍ରହଣ କରିଲେ, ହରିଦାସ ଠାକୁର ଇଛା ପ୍ରକାଶ କରିଲେ, ଯେ, "ମୋର ପ୍ରିୟ ଭଗବାନ, ଆପଣ ନବଦ୍ଵୀପ ଛାଡୁଛନ୍ତି, ତେବେ ମୋ ଜୀବନର ଉପଯୋଗ କ'ଣ? ଆପଣ ମୋତେ ନେଇ ଯାଆନ୍ତୁ କିମ୍ଵା ମୋତେ ମରିବାକୁ ଦିଅନ୍ତୁ ।" ତେବେ ଚୈତନ୍ୟ ମାହାପ୍ରଭୁ କହିଲେ, "ନା । ତୁମେ କାହିଁକି ମରିବ? ତୁମେ ମୋ ସହିତ ଆସ ।" ତେଣୁ ସେ ତାଙ୍କୁ ଜଗନ୍ନାଥ ପୁରୀ ନେଇଗଲେ । ଜଗନ୍ନାଥ ପୁରୀରେ, କାରଣ ସେ ମୁସଲମାନ୍ ପରିବାରରେ ଜନ୍ମକରିଛନ୍ତି ବୋଲି ଭାବୁଥିଲେ, ସେ ପ୍ରବେଶ କରିନଥିଲେ। ତେଣୁ ଚୈତନ୍ୟ ମହାପ୍ରଭୁ ତାଙ୍କୁ କାଶିନାଥ ମିଶ୍ରଙ୍କର ଘର ପାଖରେ ଏକ ଜାଗା ଦେଇଥିଲେ ଏବଂ ସେଠାରେ ସେ ଜପ କରୁଥିଲେ ଏବଂ ଚୈତନ୍ୟ ମହାପ୍ରଭୁ ତାଙ୍କୁ ପ୍ରସାଦ ପଠାଉଥିଲେ। ସେହିପରି ସେ ତାଙ୍କ ସମୟ ବିତାଉଥିଲେ। ଏବଂ ଚୈତନ୍ୟ ମହାପ୍ରଭୁ ତାଙ୍କୁ ପ୍ରତିଦିନ ଦେଖାକରିବାକୁ ଆସୁଥିଲେ, ଏବଂ ଦିନେ ସେ ଦେହ ତ୍ୟାଗ କରିଥିଲେ।