OR/Prabhupada 0439 - ମୋର ଆଧ୍ୟାତ୍ମିକ ଗୁରୁ ମୋତେ ଏକ ବଡ଼ ମୂର୍ଖ ପାଇଲେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0439 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0438 - ଗାଈ ଗୋବରରୁ ଘସି ହୁଏ ଏବଂ ତାକୁ ଜାଳି ପାଉଁଷ କରି ଦନ୍ତ ମଞ୍ଜନରୁପେ ବ୍ୟବହାର କରାଯାଏ|0438|OR/Prabhupada 0440 - ମାୟାବାଦୀ ସିଦ୍ଧାନ୍ତ ହେଉଛି ଯେ ଅନନ୍ତ ଆତ୍ମା ହେଉଛନ୍ତି ଅବ୍ୟକ୍ତି|0440}}
{{1080 videos navigation - All Languages|Oriya|OR/Prabhupada 0438 - ଗାଈ ଗୋବରରୁ ଘସି ହୁଏ ଏବଂ ତାକୁ ଜାଳି ପାଉଁଷ କରି ଦନ୍ତ ମଞ୍ଜନରୁପେ ବ୍ୟବହାର କରାଯାଏ|0438|OR/Prabhupada 0440 - ମାୟାବାଦୀ ସିଦ୍ଧାନ୍ତ ହେଉଛି ଯେ ଅନନ୍ତ ଆତ୍ମା ହେଉଛନ୍ତି ଅବ୍ୟକ୍ତି|0440}}
<!-- END NAVIGATION BAR -->
<!-- END NAVIGATION BAR -->

Latest revision as of 22:41, 1 October 2020



Lecture on BG 2.8-12 -- Los Angeles, November 27, 1968

ତଦ ବିଜ୍ଞାନାର୍ଥମ ସ ଗୁରୁମ ଏବାଭିଗଚ୍ଛେତ (MU 1.2.12) । ତଦ ବିଜ୍ଞାନାର୍ଥମ, ସେହି ଦିବ୍ୟ ବିଜ୍ଞାନକୁ ବୁଝିବା ପାଇଁ, ଜଣକୁ ଗୁରୁଙ୍କୁ ସ୍ଵୀକାର କରିବାକୁ ହେବ । ଗୁରୁମ ଏବ, ନିଶ୍ଚିତ ଭାବରେ, ଜଣକୁ କରିବାକୁ ହେବ । ଅନ୍ୟଥା କୌଣସି ସମ୍ଭାବନା ନାହିଁ । ସେଥିପାଇଁ ଏଠାରେ କୃଷ୍ଣଙ୍କୁ ଅର୍ଜୁନଙ୍କର ଆଧ୍ୟାତ୍ମିକ ଗୁରୁ ରୂପେ ସ୍ଵୀକାର କରାଯାଇଛି, ଏବଂ ଆଧ୍ୟାତ୍ମିକ ଗୁରୁ ଭାବରେ, କିମ୍ଵା ପିତା, କିମ୍ଵା ଶିକ୍ଷକ, ନିଜ ପୁତ୍ର କିମ୍ଵା ଶିଷ୍ୟକୁ ଦଣ୍ଡ ଦେବାର ଅଧିକାର ଅଛି... ଏକ ପୁତ୍ର ଅସନ୍ତୁଷ୍ଟ ହୁଏ ନାହିଁ ଯେତେବେଳେ ଏକ ପିତା ଦଣ୍ଡ ଦିଅନ୍ତି । ସବୁସ୍ଥାନରେ ଏହି ଶିଷ୍ଟାଚାର ଅଛି । ଏପରିକି ପିତା ବେଳେ ବେଳେ ହିଂସାତ୍ମକ ହୋଇଯାଆନ୍ତି, ପିଲା କିମ୍ଵା ପୁତ୍ରକୁ ସହିବାକୁ ପଡେ । ଏକ ବିଶିଷ୍ଟ ଉଦାହରଣ ହେଉଛନ୍ତି ପ୍ରହଲ୍ଲାଦ ମାହାରାଜ । ନିରୀହ ପିଲା, କୃଷ୍ଣ ଚେତନାଶୀଳ ପିଲା, କିନ୍ତୁ ପିତା ଯନ୍ତ୍ରଣା ଦିଅନ୍ତି । ସେ କଦାପି କିଛି କହି ନାହାଁନ୍ତି । "ଠିକ୍ ଅଛି ।" ସେହିପରି କୃଷ୍ଣ ଆଧ୍ୟାତ୍ମିକ ଗୁରୁର ସ୍ଥାନ ନେବା ପରେ, ଅର୍ଜୁନଙ୍କୁ ମାହାମୂର୍ଖ ଭାବରେ ନାମିତ କରିଲେ । ଠିକ୍ ଯେପରି ଚୈତନ୍ୟ ମାହାପ୍ରଭୁ ମଧ୍ୟ କହିଛନ୍ତି ଯେ "ମୋର ଆଧ୍ୟାତ୍ମିକ ଗୁରୁ ମୋତେ ଏକ ମାହା ମୂର୍ଖ ରୂପେ ପାଇଲେ (CC Adi 7.71)" ଚୈତନ୍ୟ ମାହାପ୍ରଭୁ ମହାମୂର୍ଖ ଥିଲେ କି? ଏବଂ ଏହା ସମ୍ଭବ କି କେହି ଚୈତନ୍ୟ ମାହାପ୍ରଭୁଙ୍କର ଆଧ୍ୟାତ୍ମିକ ଗୁରୁ ହୋଇ ପାରିବ? ଉଦ୍ଭୟ ଜିନିଷ ଅସମ୍ଭବ । ଚୈତନ୍ୟ ମହାପ୍ରଭୁ, ଏପରିକି ନିଜକୁ କୃଷ୍ଣଙ୍କର ଅବତାର ଭାବରେ ସ୍ଵୀକାର କରୁ ନ ଥିଲେ, ଯଦି ତୁମେ କେବଳ ତାଙ୍କୁ ଏକ ସାଧାରଣ ବିଦ୍ଵାନ କିମ୍ଵା ବ୍ୟକ୍ତି ଭାବରେ ଗ୍ରହଣ କରିବ, ତାଙ୍କର ପାଣ୍ଡିତ୍ୟର କୌଣସି ତୁଳନା ନ ଥିଲା । କିନ୍ତୁ ସେ କହୁଥିଲେ ଯେ "ମୋର ଗୁରୁ ମୋତେ ମହାନ ମୂର୍ଖ ପାଇଲେ ।" ତାର ଅର୍ଥ କ'ଣ? ଯେ "ଏକ ବ୍ୟକ୍ତି, ଏପରିକି ମୋର ସ୍ଥାନରେ, ସର୍ବଦା ନିଜର ଆଧ୍ୟାତ୍ମିକ ଗୁରୁ ସମ୍ମୁଖରେ ମୂର୍ଖ ହୋଇ ରହେ । ତାହା ତା ପାଇଁ ଭଲ ।" କେହି ଅଧିରୋପଣ କରିବା ଉଚିତ୍ ନୁହେଁ ଯେ "ତୁମେ କ'ଣ ଜାଣିଛ? ମୁଁ ତୁମ ଠାରୁ ଭଲ ଜାଣିଛି ।" ଏହି ସ୍ଥିତି ନୁହେଁ, ଅସ୍ଵୀକାର । ଏବଂ ଅନ୍ୟ କଥା ହେଉଛି, ଶିଷ୍ୟର ଦୃଷ୍ଟି କୋଣରୁ, କାହିଁକି ଆମେ ସର୍ବଦା ଏକ ବ୍ୟକ୍ତି ଆଗରେ ମୂର୍ଖ ହୋଇ ରହିବା? ଯେ ପର୍ଯ୍ୟନ୍ତ ସେ ବାସ୍ତବରେ ଅଧିକୃତ ହୋଇ ନାହିଁ, ବାସ୍ତବରେ ଏତେ ମହାନ ଯେ ସେ ଏକ ମୂର୍ଖ ଭାବରେ ମୋତେ ଶିକ୍ଷା ଦେଇ ପାରିବ । ଜଣେ ସେହି ଭାବରେ ଏକ ଆଧ୍ୟାତ୍ମିକ ଗୁରୁ ଚୟନ କରିବା ଉଚିତ୍ ଏବଂ ଯଥା ଶିଘ୍ର ଏକ ଆଧ୍ୟତ୍ମିକ ଗୁରୁଙ୍କର ଚୟନ ହୁଏ, ଜଣେ ସର୍ବଦା ମୂର୍ଖ ହୋଇ ରହିବା ଉଚିତ୍, ସେ ମୂର୍ଖ ନ ହେଲେ ମଧ୍ୟ, କିନ୍ତୁ ଭଲ ସ୍ଥିତି ସେପରି ଅଟେ । କିନ୍ତୁ ଅର୍ଜୁନ, ବନ୍ଧୁ ଏବଂ ବନ୍ଧୁତାର ସ୍ତରରେ ରହିବା ପରିବର୍ତ୍ତେ, ସ୍ଵତଃ ଭାବରେ କୃଷ୍ଣଙ୍କର ସମ୍ମୁଖରେ ମୂର୍ଖ ହୋଇ ରହିବା ସ୍ଵୀକାର କରିଲେ । ଏବଂ କୃଷ୍ଣ ସ୍ଵୀକାର କରିଲେ ଯେ "ତୁମେ ଏକ ମୂର୍ଖ ।" ତୁମେ କେବଳ ଏକ ବିଦ୍ଵାନ ବ୍ୟକ୍ତି ପରି କଥା ହେଉଛ, କିନ୍ତୁ ତୁମେ ଏକ ମୂର୍ଖ, କାରଣ ତୁମେ ସେହି କଥା ପାଇଁ ବିଳାପ କରୁଛ ଯାହା ପାଇଁ କୌଣସି ବିଦ୍ଵାନ ବ୍ୟକ୍ତି ବିଳାପ କରନ୍ତି ନାହିଁ ।" ତାର ଅର୍ଥ ହେଉଛି "ଏକ ମୂର୍ଖ ବିଳାପ କରେ", ଯେ "ତୁମେ ହେଉଛ ଏକ ମୂର୍ଖ । ସେଥିପାଇଁ ତୁମେ ମୂର୍ଖ ଅଟ ।" ଏହା ପ୍ରାୟତଃ... ଠିକ୍ ଯେପରି, ତର୍କରେ କ'ଣ କୁହାଯାଏ? କୋଷ୍ଟକ? କିମ୍ଵା ସେହିପରି କିଛି କୁହାଯାଏ । ହଁ, ଯଦି ମୁଁ କୁହେ ଯେ "ତୁମେ ସେହି ବ୍ୟକ୍ତି ପରି ଦେଖା ଯାଉଛ ଯିଏ ମୋ ଘଡି ଚୋରି କରିଥିଲ," ତାର ଅର୍ଥ ହେଉଛି "ତୁମେ ଚୋର ପରି ଦେଖା ଯାଉଛ ।" ସେହିପରି, କୃଷ୍ଣ, ବୁଲେଇ କୁହଁନ୍ତି, ଯେ "ମୋର ପ୍ରିୟ ଅର୍ଜୁନ, ତୁମେ ବିଦ୍ଵାନ ବ୍ୟକ୍ତିପରି କଥା ହେଉଛ, କିନ୍ତୁ ତୁମେ ଏକ ବିଷୟ ବସ୍ତୁ ପାଇଁ ବିଳାପ କରୁଛ ଯାହା ପାଇଁ କୌଣସି ବିଦ୍ଵାନ ବ୍ୟକ୍ତି ବିଳାପ କରନ୍ତି ନାହିଁ ।"