OR/Prabhupada 0471 - କୃଷ୍ଣଙ୍କୁ ଖୁସି କରିବାର ସହଜ ଉପାୟ - କେବଳ ତୁମର ହୃଦୟ ଆବଶ୍ୟକ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0471 - in all Languages Category:OR-Quotes - 1977 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 8: Line 8:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0470 - Mukti Is Also Another Cheating|0470|Prabhupada 0472 - Don't Remain in this Darkness. Just Transfer Yourself to the Kingdom of Light|0472}}
{{1080 videos navigation - All Languages|Oriya|OR/Prabhupada 0470 - ମୁକ୍ତି ମଧ୍ୟ ଅନ୍ୟ ଏକ ପ୍ରତାରଣା|0470|OR/Prabhupada 0472 - ଏହି ଅନ୍ଧକାରରେ ରୁହ ନାହିଁ । କେବଳ ନିଜକୁ ଆଲୋକର ରାଜ୍ୟକୁ ସ୍ଥାନାନ୍ତର କର|0472}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 01:25, 1 December 2020



Lecture on SB 7.9.9 -- Mayapur, March 1, 1977

ପ୍ରଭୁପାଦ: ତେଣୁ ପ୍ରହଲ୍ଲାଦ ମହାରାଜ ଏହା ଭାବିଲେ, ଯଦିଓ ସେ ଏକ ପରିବାରରେ ଜନ୍ମ ହୋଇଥିଲେ, ଅସୁର ପରିବାର, ଉଗ୍ର, ଉଗ୍ର-ଜାତଂ, ତଥାପି, ଯଦି ସେ ନିଷ୍ପତ୍ତି ନିଅନ୍ତି ଭକ୍ତି ସହିତ କୃଷ୍ଣ, ଭଗବାନ ନରସିଂହ-ଦେବଙ୍କ ସେବା କରିବାକୁ, ଗଜ-ୟୂଥ ପାୟ(ଭା. ୭.୯.୯ )ଙ୍କ ପାଦଚିହ୍ନ ଅନୁସରଣ କରିବାପାଇଁ, ହାତୀର ରାଜା... ସେ ପଶୁ ଥିଲେ। ତୁମେ କାହାଣୀ ଜାଣିଛ, ତାଙ୍କୁ ପାଣିରେ କୁମ୍ଭୀର ଆକ୍ରମଣ କରିଥିଲା ​​। ତେଣୁ ଉଭୟଙ୍କ ମଧ୍ୟରେ ଜୀବନ ପାଇଁ ସଂଘର୍ଷ ହୋଇଥିଲା, ଏବଂ ସର୍ବଶେଷରେ, କୁମ୍ଭୀରଟି ପାଣିରେ ଥିବା ପଶୁ; ତାଙ୍କର ବହୁତ ଶକ୍ତି ଥିଲା। ଏବଂ ହାତୀ, ଯଦିଓ ସେ ବହୁତ ବଡ, ଶକ୍ତିଶାଳୀ ପ୍ରାଣୀ, କିନ୍ତୁ ସେ ଜଳର ପଶୁ ନଥିଲେ, ତେଣୁ ସେ ବହୁତ ଅସହାୟ ଥିଲେ। ତେଣୁ ଶେଷରେ ସେ ପ୍ରଭୁଙ୍କ ପବିତ୍ର ନାମ ଜପ କରିବାକୁ ଲାଗିଲେ ଏବଂ ପ୍ରାର୍ଥନା କଲେ, ତେଣୁ ସେ ଉଦ୍ଧାର ପାଇଲେ। ତାଙ୍କୁ ଉଦ୍ଧାର କରାଯାଇଥିଲା, ଏବଂ କୁମ୍ଭୀରଟି ହାତୀର ଗୋଡ ଧରିଥିବାରୁ, ସେ ମଧ୍ୟ ବଞ୍ଚିଥିଲେ କାରଣ ସେ ବୈଷ୍ଣବ ଥିଲେ । ଏବଂ ଏହି ପ୍ରାଣୀ, କୁମ୍ଭୀର, ସେ ଏକ ବୈଷ୍ଣବଙ୍କ ପାଦ ତଳେ ଥିଲେ, ତେଣୁ ସେ ମଧ୍ୟ ରକ୍ଷା ପାଇଲେ । (ହସି) ଏହା ହେଉଛି କାହାଣୀ, ଆପଣ ଜାଣନ୍ତି । ତେଣୁ, ଛାଡିୟା ବୈଷ୍ଣବ ସେବା । ସେ ପରୋକ୍ଷରେ ବୈଷ୍ଣବଙ୍କୁ ସେବା ପ୍ରଦାନ କଲେ, ଏବଂ ସେ ମଧ୍ୟ ମୁକ୍ତ ହେଲେ । ତେଣୁ ଭକ୍ତି ଏତେ ସୁନ୍ଦର ଜିନିଷ ଯେ ଅତି ସହଜରେ ଆପଣ ପରମପୁରୁଷଙ୍କର ଅନୁଗ୍ରହ ପାଇପାରିବେ । ଏବଂ ଯଦି କୃଷ୍ଣ ତୁମ ଉପରେ ସନ୍ତୁଷ୍ଟ, ତେବେ କ’ଣ ରହିଲା? ତୁମେ ସବୁକିଛି ପାଇବ । ତୁମେ ସବୁକିଛି ପାଇବ । ୟସ୍ମିନ୍ ବିଜ୍ଞାତେ ସର୍ଭମ୍ ଏବ ବିଜ୍ଞାତଂ ଭବନ୍ତି (ମୁକୁନ୍ଦ ଉପନିଷଦ ୧.୩) । କୃଷ୍ଣଙ୍କୁ ଖୁସି କରିବାର ସହଜ ଉପାୟ ... ଆପଣ ଅଧିକ ଅର୍ଥ, ଅଧିକ ଶିକ୍ଷା ଆବଶ୍ୟକ କରନ୍ତି ନାହିଁ, ଏବଂ ସେହି ପ୍ରକାରର କିଛି ନୁହେଁ । କେବଳ ତୁମର ହୃଦୟ ଆବଶ୍ୟକ: "ହେ କୃଷ୍ଣ, ତୁମେ ମୋର ପ୍ରଭୁ। ତୁମେ ଅନନ୍ତକାଳ ପାଇଁ ମୋର ମାଲିକ। ମୁଁ ଅନନ୍ତକାଳ ତୁମର ସେବକ । ମୋତେ ତୁମର ସେବାରେ ନିୟୋଜିତ ହେବାକୁ ଦିଅ। " ତାହା ହେଉଛି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ । ଏହା ହେଉଛି ହରେ କୃଷ୍ଣ ମନ୍ତ୍ର ର ଅର୍ଥ: "ହେ କୃଷ୍ଣ, ହେ କୃଷ୍ଣଙ୍କର ଶକ୍ତି, ମୁଁ ତୁମର ସେବକ" । କୌଣସି ପ୍ରକାରେ ମୁଁ ବର୍ତ୍ତମାନ ଏହି ବଦ୍ଧ ଅବସ୍ଥାରେ ପଡିଛି । ଦୟାକରି ମୋତେ ଉଠାଇ ସେବାରେ ନିୟୋଜିତ କର। " ଅୟୀ ନନ୍ଦନ-ତନୁଜ ପତିତଂ କିଙ୍କରଂ ମାଂ ବିଷମେ ଭବଂ ବୁଦ୍ଧୌ ତାହା ହେଉଛି ଚୈତନ୍ୟ ମହାପ୍ରଭୂଙ୍କ ଶିକ୍ଷା । ଭବଂ ବୁଦ୍ଧୌ। ଏହି ଭୌତିକ ଜଗତ ଏକ ମହାନ ମହାସାଗର ପରି, ଭବ । ଭବ ଅର୍ଥ ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି, ଏବଂ ଅମ୍ବୁ ର ଅର୍ଥ ଅମ୍ବୁଦ୍ଧୌ, ଅର୍ଥାତ୍ ସମୁଦ୍ରରେ। ତେଣୁ ଏହି ସମୁଦ୍ରରେ ଜୀବନ ପାଇଁ ଆମେ କଠିନ ସଂଘର୍ଷ କରୁଛୁ । ତେଣୁ ଚୈତନ୍ୟ ମହାପ୍ରଭୂ କୁହନ୍ତି, ଅୟୀ ନନ୍ଦନ-ତନୁଜ ପତିତଂ କିଙ୍କରଂ ମାଂ: "ମୁଁ ତୁମର ସେବକ ଅଟେ, ଅନନ୍ତ କାଳରୁ । କୌଣସି ପ୍ରକାରେ ମୁଁ ସମୁଦ୍ରରେ ପଡ଼ି ସଂଘର୍ଷ କରୁଛି। ମୋତେ ଉଠାଇ ନିଅ।" ଅୟୀ ନନ୍ଦନ-ତନୁଜ ପତିତଂ କିଙ୍କରଂ ମାଂ ବିଷମେ ଭବଂ ବୁଦ୍ଧୌ କୃପୟା । ତୁମର କାରଣହୀନ ଦୟା ଦ୍ୱାରା ...

ଅୟୀ ନନ୍ଦନ-ତନୁଜ ପତିତଂ କିଙ୍କରଂ ମାଂ ବିଷମେ ଭବଂ ବୁଦ୍ଧୌ
କୃପୟା ତବ ପାଦ-ପଙ୍କଜ-ସ୍ଥିତ-ଧୂଳି ସଦୃସମ ବିଚିନ୍ତୟ
(ଚ.ଚ. ଅନ୍ତ୍ୟ ୨୦.୩୨, ଶିକ୍ଷାଷ୍ଟକମ-୫)

ଏହା ହେଉଛି ଭକ୍ତି-ମର୍ଗା, ଭକ୍ତି ସେବା, ଅତି ନମ୍ର, ନମ୍ର ହେବା, ସର୍ବଦା କୃଷ୍ଣଙ୍କୁ ପ୍ରାର୍ଥନା କରିବା, "ଦୟାକରି ମୋତେ ତୁମର ଚରଣ କମଳ ଧୂଳିର ଏକ କଣିକା ଭାବରେ ବିବେଚନା କର ।" ଏହି ଅତି ସରଳ ଜିନିଷ । ମନ-ମନା । ଏହି ଉପାୟରେ କୃଷ୍ଣଙ୍କ ବିଷୟରେ ଚିନ୍ତା କର, ତାଙ୍କର ଭକ୍ତ ହୁଅ, ପ୍ରଣାମ କର, ଏବଂ ଯାହାକିଛି ପତ୍ରଂ ପୁଷ୍ପଂ, ଛୋଟ ଫୁଲ, ପାଣି, ତୁମେ ଯୋଗାଇ ପାରିବ, କୃଷ୍ଣଙ୍କୁ ଅର୍ପଣ କରିପାରିବ । ଏହି ଉପାୟରେ ବହୁତ ଶାନ୍ତିରେ ରୁହ ଏବଂ ଖୁସି ହୁଅ ।

ଆପଣଙ୍କୁ ଅନେକ ଧନ୍ୟବାଦ।

ଭକ୍ତ: ଜୟ ପ୍ରଭୁପାଦ।