OR/Prabhupada 0489 - ରାସ୍ତାରେ ଜପ କରିବା ଦ୍ଵାରା, ତୁମେ ମିଠା ବିତରଣ କରୁଛ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0489 - in all Languages Category:OR-Quotes - 1968 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 7: Line 7:
[[Category:OR-Quotes - in USA, Seattle]]
[[Category:OR-Quotes - in USA, Seattle]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0485 - କୃଷ୍ଣଙ୍କର ଯେ କୌଣସି ଲୀଳା, ତାହା ଭକ୍ତମାନଙ୍କ ଦ୍ଵାରା ଆଡ଼ମ୍ଵରରେ ପାଳନ କରାଯାଏ|0485|OR/Prabhupada 0492 - ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ|0492}}
{{1080 videos navigation - All Languages|Oriya|OR/Prabhupada 0488 - ଝଗଡା କେଉଁଠାରେ ଅଛି? ଯଦି ତୁମେ ଭଗବାନଙ୍କୁ ଭଲ ପାଅ, ତେବେ ତୁମେ ସମସ୍ତଙ୍କୁ ଭଲ ପାଅ|0488|OR/Prabhupada 0490 - ମାତାଙ୍କ ଗର୍ଭ ମଧ୍ୟରେ ବାୟୁ ନିରୋଧ ଅବସ୍ଥାରେ ଅନେକ ମାସ ପାଇଁ|0490}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|ROm-asTDJd8|ରାସ୍ତାରେ ଜପ କରିବା ଦ୍ଵାରା, ତୁମେ ମିଠା ବିତରଣ କରୁଛ<br />- Prabhupāda 0489}}
{{youtube_right|qCeYIp8fSi4|ରାସ୍ତାରେ ଜପ କରିବା ଦ୍ଵାରା, ତୁମେ ମିଠା ବିତରଣ କରୁଛ<br />- Prabhupāda 0489}}
<!-- END VIDEO LINK -->
<!-- END VIDEO LINK -->



Latest revision as of 08:14, 28 February 2021



Lecture -- Seattle, October 18, 1968

ବିଷ୍ଣୁଜନ: ଯେତେବେଳେ ଆମେ ଜପ କରୁଛୁ, କିମ୍ଵା ଯେତେବେଳେ ଆମେ କୀର୍ତ୍ତନରେ ଯୋରରେ ଜପ କରୁଛୁ, ଆମ ମନକୁ ଭାବିବାରେ ନିଯୁକ୍ତ କରିବା ଠିକ୍ କି?

ପ୍ରଭୁପାଦ: ଏହା ନୁହେଁ?

ବିଷ୍ଣୁଜନ: ସେ ପୂର୍ବରୁ...

ପ୍ରଭୁପାଦ: ଏହା ବ୍ୟବହାରିକ ଉପାୟ ଅଟେ । ଯଦି ତୁମେ ଭାବୁ ନାହଁ, ତେବେ ଜପ ତୁମକୁ ତା ବିଷୟରେ ଭାବିବା ପାଇଁ ବାଧ୍ୟ କରିବ । ତୁମେ ଦେଖ? କୃଷ୍ଣଙ୍କର ଶଦ୍ଦର ଧ୍ଵନିର, ବଳ ଦ୍ଵାରା । ଜପ କରିବା ଏତେ ଭଲ । ଏବଂ ଏହି ଯୁଗରେ ଏହା ହେଉଛି ବ୍ୟବହାରିକ ଯୋଗ । ତୁମେ ଧ୍ୟାନ କରି ପାରିବ ନାହିଁ । ତୁମର ମନ ଏତେ ଅଶାନ୍ତ, ତୁମେ ତୁମର ମନର ଧ୍ୟାନ ଏକତ୍ରୀତ କରି ପାରିବ ନାହିଁ । ସେଥିପାଇଁ ଜପ କର, ଏବଂ ଧ୍ଵନିର କମ୍ପନ ଦ୍ଵାରା, ଏହା ବଳ ପୂର୍ବକ ତୁମର ମନରେ ପ୍ରବେଶ କରିବ । ଏପରିକି ତୁମେ କୃଷ୍ଣଙ୍କୁ ଚାହୁଁ ନ ଥିଲେ ମଧ୍ୟ, କୃଷ୍ଣ ତୁମର ମନରେ ପ୍ରବେଶ କରିବେ । ବଳ ପୂର୍ବକ । ଏହା ହେଉଛି ସରଳତମ ପ୍ରକ୍ରିୟା । ତୁମକୁ ପ୍ରୟାସ କରିବାର ଆବଶ୍ୟକତା ନାହିଁ । କୃଷ୍ଣ ଆସୁଛନ୍ତି । ଏହା ଭାରି ଭଲ ପ୍ରକ୍ରିୟା । ସେଥିପାଇଁ ଏହା ଅନୁଶଂସିତ କରାଯାଇଛି, ଏହି ଯୁଗ ପାଇଁ । ଏବଂ ଅନ୍ୟମାନେ ମଧ୍ୟ ଲାଭବାନ ହେବେ । ତୁମେ ଜୋରରେ ଜପ କର । ଅନ୍ୟମାନେ ଯେଉଁମାନେ ପରିଚିତ ନୁହଁନ୍ତି, ସେମାନେ ମଧ୍ୟ, ଅତି କମରେ... ଯେପରି ରାସ୍ତାରେ, ଉଦ୍ୟାନରେ, ସେମାନେ କୁହଁନ୍ତି, "ହରେ କୃଷ୍ଣ!" ସେମାନେ କିପରି ଶିଖିଲେ? ଏହି ଜପ ଶୁଣି । ବାସ୍ । ବେଳେ ବେଳେ ପିଲାମାନେ, ଯଥା ଶିଘ୍ର ସେମାନେ ଆମକୁ ଦେଖନ୍ତି, ସେମାନେ କୁହଁନ୍ତି "ଓ, ହରେ କୃଷ୍ଣ!" ମଁଣ୍ଟ୍ରିୟାଲରେ ପିଲାମାନେ, ଯେତେବେଳେ ମୁଁ ରାସ୍ତାରେ ଚାଲୁଥିଲି, ସମସ୍ତ ପିଲାମାନେ, ଦୁକାନଦାରମାନେ, ସେମାନେ କୁହଁନ୍ତି "ହରେ କୃଷ୍ଣ!" ଏବଂ ବାସ୍ । ତେବେ ଆମେ ସେମାନଙ୍କର ମନରେ ବଳ ପୂର୍ବକ ହରେ କୃଷ୍ଣ ଭର୍ତ୍ତି କରି ଦେଉଛୁ । ଯଦି ତୁମେ ଯୋଗ ଅଭ୍ୟାସ କରିବ, ଧ୍ୟାନ, ଏହା ତୁମ ପାଇଁ ଲାଭ ଦାୟକ ହେବ, କିନ୍ତୁ ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଲାଭ ଦାୟକ । ମନେକର କିଛି ବହୁତ ଭଲ, ତୁମେ ଉପଭୋଗ କରୁଛ, କିଛି ମିଠା - ତାହା ଏକ ସ୍ଥିତି । କିନ୍ତୁ ତୁମେ ଯଦି ମିଠା ବିତରଣ କରିବ, ତାହା ଅନ୍ୟ ଏକ ସ୍ଥିତି । ତେବେ ରାସ୍ତାରେ ଜପ କରିବା ଦ୍ଵାରା, ସଡ଼କରେ, ତୁମେ ମିଠା ବିତରଣ କରୁଛ ।(ହସ) ତୁମେ କୃପଣ ନୁହଁ, ଯେ ତୁମେ ନିଜେ ଖାଉଛ । ତୁମେ ଏତେ ଉଦାର ଯେ ତୁମେ ଅନ୍ୟମାନଙ୍କୁ ବିତରଣ କରୁଛ । ବର୍ତ୍ତମାନ ଜପ କର, ବିତରଣ କର ।(ହସ)