OR/Prabhupada 0504 - ଆମକୁ ସମସ୍ତ ଦୃଷ୍ଟିକୋଣରୁ ଶ୍ରୀମଦ୍-ଭାଗବତ୍ ଅଧ୍ୟୟନ କରିବାକୁ ପଡିବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0504 - in all Languages Category:OR-Quotes - 1973 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 8: Line 8:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0503 - To Accept Guru Means to Inquire from Him About the Absolute Truth|0503|Prabhupada 0505 - You Cannot Save the Body. That is not Possible|0505}}
{{1080 videos navigation - All Languages|Oriya|OR/Prabhupada 0503 - ଗୁରୁ ଗ୍ରହଣ କରିବା ମାନେ ତାଙ୍କୁ ପରମ ସତ୍ୟ ସମ୍ଵନ୍ଧରେ ପ୍ରଶ୍ନ କରିବା|0503|OR/Prabhupada 0505 - ତୁମେ ଏହି ଶରୀରକୁ ବଞ୍ଚାଇ ରଖି ପାରିବନାହିଁ । ତାହା ସମ୍ଭବ ନୁହଁ|0505}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:15, 31 March 2021



Lecture on SB 1.10.2 -- Mayapura, June 17, 1973

ଏହି ଜଗତ କୃଷ୍ଣଙ୍କ ଦ୍ୱାରା ସୃଷ୍ଟି ହୋଇଛି, ଏବଂ ସେ ଏହାର ସଠିକ୍ ରକ୍ଷଣାବେକ୍ଷଣ କରିବାକୁ ଚାହୁଁଛନ୍ତି । ଏବଂ କିଏ ରକ୍ଷଣାବେକ୍ଷଣ କରିବ? ତାଙ୍କର ନିଜର ପ୍ରତିନିଧୀ । ଅସୁରମାନେ ନୁହେଁ । ତେଣୁ ରାଜା କୃଷ୍ଣଙ୍କର ପ୍ରତିନିଧୀ ହେବା କଥା । ସେ ଏହି ଜଗତକୁ ସଠିକ୍ ଭାବରେ ରକ୍ଷଣାବେକ୍ଷଣ କରିବେ । ଏକ ବୈଷ୍ଣବ, ସେ କୃଷ୍ଣଙ୍କ ପାଇଁ ସବୁକିଛି କିପରି ବ୍ୟବହାର କରିବେ ଜାଣନ୍ତି । ଏହି ସୃଷ୍ଟିର ଉଦ୍ଦେଶ୍ୟ ହେଉଛି ଏହି ବଦ୍ଧ ଜୀବ ମାନଙ୍କୁ ମୁକ୍ତି ପାଇଁ ଆଉ ଏକ ସୁଯୋଗ ଦେବା । ତାହା ହେଉଛି ଉଦ୍ଦେଶ୍ୟ । ଯେତେବେଳେ ସମଗ୍ର ବିଶ୍ୱ ବିନଷ୍ଟ ହୁଏ, ସେତେବେଳେ ସମସ୍ତ ଜୀବଜନ୍ତୁ ପୁନର୍ବାର ମହା-ବିଷ୍ଣୁଙ୍କର ଶରୀରରେ ପ୍ରବେଶ କରନ୍ତି । ତାପରେ, ଯେତେବେଳେ ପୁନର୍ବାର ସୃଷ୍ଟି ହୁଏ, ସେତେବେଳେ ଜୀବଜନ୍ତୁମାନେ ପୁନର୍ବାର ବାହାରକୁ ଆସନ୍ତି, ସେମାନଙ୍କର ଅତୀତ ସ୍ଥିତି ଅନୁଯାୟୀ । ଆମେ ଏହି ଶଠ ସିଦ୍ଧାନ୍ତ, ଡାରୱିନ୍ ଙ୍କ ଗ୍ରହଣ କରୁନାହୁଁ, ନିମ୍ନ ଶ୍ରେଣୀର ଜୀବନରୁ ସେମାନେ ... ସେପରି ଏକ ପଦୋନ୍ନତି ଅଛି, କିନ୍ତୁ ସୃଷ୍ଟିରେ ସବୁକିଛି ଅଛି । ସମସ୍ତ ୮୪, ୦୦,୦୦୦ ପ୍ରଜାତି, ସେମାନେ ସମସ୍ତେ ଅଛନ୍ତି । ଯଦିଓ ପଦ-କ୍ରମ ଅଛି । ତେଣୁ ଅତୀତର କର୍ମ ଅନୁଯାୟୀ, କର୍ମଣା ଦୈବ-ନେତ୍ରେଣ (ଭା. ୩.୩୧.୧), ସମସ୍ତେ ପୁନର୍ବାର ବାହାରକୁ ଆସନ୍ତି, ଏକ ଭିନ୍ନ ପ୍ରକାରର ଶରୀର ପାଆନ୍ତି, ଏବଂ ତାଙ୍କର କାର୍ଯ୍ୟ ଆରମ୍ଭ କରନ୍ତି । ପୁନର୍ବାର ଆଉ ଏକ ସୁଯୋଗ । "ହଁ। ତୁମେ ମଣିଷର ବୁଝାମଣାକୁ ଆସିଛ । କୃଷ୍ଣଙ୍କ ସହିତ ତୁମର ସମ୍ପର୍କ ବୁଝିବାକୁ ଚେଷ୍ଟା କର ଏବଂ ନିଜକୁ ମୁକ୍ତ କର । ଘରକୁ ଯାଅ, ଘରକୁ ଯାଅ, ଫେରିଯାଅ ... " ଯଦି ତୁମେ ଏହି ସୁଯୋଗ ହରାଇବ - ଏହି ସୃଷ୍ଟି ସେହି ଉଦ୍ଦେଶ୍ୟ ପାଇଁ ତିଆରି ହୋଇଛି - ତେବେ ପୁନର୍ବାର ତୁମେ ରହିଗଲ । ପୁନଶ୍ଚ, ଯେତେବେଳେ ସବୁକିଛି ବିନଷ୍ଟ ହୁଏ, ତୁମେ ଲକ୍ଷ ଲକ୍ଷ ବର୍ଷର ସୁପ୍ତ ଅବସ୍ଥାରେ ରୁହ । ପୁନର୍ବାର ତୁମେ ସୃଷ୍ଟି ହୁଅ ।

ତେଣୁ ଏକ ମହାନ ବିଜ୍ଞାନ ଅଛି । ମଣିଷ ଜୀବନର ଦାୟିତ୍ୱ କ’ଣ ତାହା ସମସ୍ତେ ବୁଝିବାକୁ ଚେଷ୍ଟା କରିବା ଉଚିତ୍ । ଏବଂ ଏହି ଦାୟିତ୍ଵ ଶିଖାଇବା, ଲୋକମାନଙ୍କୁ, ମାନବ ସମାଜକୁ, ସେମାନଙ୍କର ଦାୟିତ୍ଵରେ ରଖିବା ପାଇଁ, ମହାରାଜା ଯୁଧିଷ୍ଠିର ପରି ଜଣେ ଭଲ ରାଜା ଆବଶ୍ୟକ । ତେଣୁ ରାଜା ଭଗବାନଙ୍କ ପ୍ରତିନିଧୀ ହେବା କଥା । ତେଣୁ ଏହି ଅସୁରମାନଙ୍କୁ ମାରିବା ପରେ କୁରୁ, କୁରୋର ଵଂଶ-ଦାବାଗ୍ନି-ନିରହୃତମ ସଂରୋହୟିତ୍ଵା ଭାବ-ଭାବନୋ ହରିଃ ନିଵେଶୟିତ୍ଵା ନିଜ-ରାଜ୍ୟ ଈଶ୍ୱରୋ ଯୁଧିଷ୍ଠିରଂ... ଯେତେବେଳେ ସେ ଦେଖିଲେ, "ବର୍ତ୍ତମାନ ମହାରାଜ ଯୁଧିଷ୍ଠିର ଅବସ୍ଥିତ ଜଗତର ନିୟନ୍ତ୍ରଣ ପାଇଁ ସିଂହାସନରେ" । ସେ ..., ପ୍ରୀତ-ମନା ବଭୂବ ହ, ସେ ସନ୍ତୁଷ୍ଟ ହେଲେ: ମୋର ପ୍ରକୃତ ପ୍ରତିନିଧୀ ଅଛନ୍ତି ଏବଂ ସେ ଭଲ ଭାବରେ କାମ କରିବେ।

ତେଣୁ ଏହି ଦୁଇଟି ଜିନିଷ ଚାଲିଛି । ଯେଉଁମାନେ ତାଙ୍କର ବ୍ୟକ୍ତିଗତ ଅଭିଳାଷ ପାଇଁ ସରକାରୀ ଶକ୍ତି ହାସଲ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ହତ୍ୟା କରାଯିବ। ସେମାନଙ୍କୁ ହତ୍ୟା କରାଯିବ। ଏହି ବାଟରେ ବା ଅନ୍ୟ ବାଟରେ, ସେମାନଙ୍କୁ ହତ୍ୟା କରାଯିବ । ଏବଂ ଯେଉଁମାନେ କୃଷ୍ଣଙ୍କର ପ୍ରତିନିଧୀ ଭାବରେ ସରକାରଙ୍କ ରକ୍ଷଣାବେକ୍ଷଣ ଦାୟିତ୍ଵ ଗ୍ରହଣ କରୁଛନ୍ତି, ସେମାନେ କୃଷ୍ଣଙ୍କଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ ଏବଂ କୃଷ୍ଣ ଖୁସି ହେବେ । ତେଣୁ ବର୍ତ୍ତମାନ ସମୟରେ ତଥାକଥିତ ଗଣତନ୍ତ୍ର, ... କେହି କୃଷ୍ଣଙ୍କ ପ୍ରତିନିଧୀ ନୁହଁନ୍ତି । ସମସ୍ତେ ଅସୁର । ସମସ୍ତେ ଅସୁର । ତେବେ ଏହି ସରକାର ଅଧୀନରେ ତୁମେ କିପରି ଶାନ୍ତି ଏବଂ ସମୃଦ୍ଧତା ଆଶା କରିପାରିବ? ଏହା ସମ୍ଭବ ନୁହେଁ । ଯଦି ତୁମେ ଚାହଁ... ଆମକୁ ରାଜନୈତିକ ଭାବରେ ମଧ୍ୟ ଚିନ୍ତା କରିବାକୁ ପଡିବ, କାରଣ ସର୍ବଶେଷରେ, ସମସ୍ତ ଜୀବ କୃଷ୍ଣଙ୍କର ଅଂଶବିଶେଷ, ଏବଂ କୃଷ୍ଣ ସେମାନଙ୍କର କଲ୍ୟାଣ ଚାହୁଁଛନ୍ତି ଯାହା ଦ୍ଵାରା ସେମାନେ ଘରକୁ, ଭଗବାନଙ୍କ ପାଖକୁ ଫେରିବେ ।

ତେଣୁ ବୈଷ୍ଣବଙ୍କର କର୍ତ୍ତବ୍ୟ ଯେ ଲୋକମାନେ ଧୀରେ ଧୀରେ କୃଷ୍ଣ ଚେତନାରେ ଶିକ୍ଷିତ ହୁଅନ୍ତି । ତେଣୁ ବୋଧହୁଏ ଏହା ଭଲ ହେବ, ଯଦି ଆମେ ପାରିବା, ଆମେ ମଧ୍ୟ ରାଜନୈତକଶକ୍ତି ହାସଲ କରିପାରିବା । ଯେହେତୁ ଅନେକ ଦଳ, କମ୍ୟୁନିଷ୍ଟ ଦଳ, କଂଗ୍ରେସ ଦଳ, ଏହି ଦଳ, ସେହି ଦଳ, ତେଣୁ ସେଠାରେ ଗୋଟିଏ କୃଷ୍ଣଙ୍କ ପାର୍ଟି ରହିବା ଜରୁରୀ । କାହିଁକି ନୁହେଁ? ତେବେ ଲୋକମାନେ ଖୁସି ହେବେ, ଯଦି କୃଷ୍ଣଙ୍କ ଦଳ ସରକାରୀ ପଦବୀକୁ ଆସନ୍ତି। ସଙ୍ଗେ ସଙ୍ଗେ ଶାନ୍ତି ଆସିବ । ଭାରତରେ, ଭାରତରେ ଏତେ ସଂଖ୍ୟକ କଂସେଇ ଘର ଅଛି । ସେଠାରେ ଅଛି ... କୁହାଯାଏ ଯେ ପ୍ରତିଦିନ ଦଶ ହଜାର ଗାଈଙ୍କୁ ହତ୍ୟା କରାଯାଉଛି, ଯେଉଁ ଦେଶରେ, (ଯେତେବେଳେ) ଗୋଟିଏ ଗାଈକୁ ହତ୍ୟା କରିବାକୁ ଚେଷ୍ଟା କରାଯାଉଥିଲା, ସଙ୍ଗେ ସଙ୍ଗେ ମହାରାଜ ପରୀକ୍ଷିତ ଖଣ୍ଡା ନେଇ କହିଲା, ତୁମେ କିଏ? ସେହି ଦେଶରେ ବର୍ତ୍ତମାନ ପ୍ରତିଦିନ ଦଶ ହଜାର ଗାଈଙ୍କୁ ହତ୍ୟା କରାଯାଉଛି। ତେବେ ତୁମେ ଶାନ୍ତି ଆଶା କରୁଛ? ଆପଣ ସମୃଦ୍ଧତା ଆଶା କରୁଛନ୍ତି କି? ଏହା ସମ୍ଭବ ନୁହେଁ । ତେଣୁ ଯଦି କୌଣସି ଦିନ କୃଷ୍ଣଙ୍କ ପ୍ରତିନିଧୀ ସରକାରୀ କ୍ଷମତା ନିଅନ୍ତି, ତା'ପରେ ସେ ତୁରନ୍ତ ଏହି ସମସ୍ତ କଂସେଇ ଘର ବନ୍ଦ କରିବେ, ଏହି ସମସ୍ତ ବେଶ୍ୟା, ଏହି ସମସ୍ତ ମଦ ଘର । ତା'ପରେ ଶାନ୍ତି ଏବଂ ସମୃଦ୍ଧତା ରହିବ । ଭୁତ-ଭାବନା, କୃଷ୍ଣ ଖୁସି ହେବେ, "ଏଠାରେ ମୋର ପ୍ରତିନିଧୀ।" ତେଣୁ ଶ୍ରୀମଦ ଭାଗବତରୁ ବହୁତ ଜିନିଷ ବୁଝିବାକୁ ଅଛି, ପୂର୍ଣ୍ଣ ଜ୍ଞାନ, ସମସ୍ତ ଜ୍ଞାନ, ଯେହେତୁ ଏହା ମାନବ ସମାଜ ପାଇଁ ଆବଶ୍ୟକ । ତେଣୁ ଆମକୁ କେବଳ ଭାବନା ଦ୍ୱାରା ନୁହେଁ, ଦର୍ଶନର ସମସ୍ତ ଦିଗରୁ ଅଧ୍ୟୟନ କରିବାକୁ ପଡିବ । ଏହା ହେଉଛି ଶ୍ରୀମଦ୍-ଭାଗବତମ୍ । ଆପଣଙ୍କୁ ବହୁତ ଧନ୍ୟବାଦ।