OR/Prabhupada 0518 - ବଦ୍ଧ ଜୀବନର ଚାରୋଟି କାର୍ଯ୍ୟ ହେଉଛି ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0518 - in all Languages Category:OR-Quotes - 1968 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 8: Line 8:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0517 - Not that Because You are Born in a Rich Family, You'll be Immune from Diseases|0517|Prabhupada 0519 - Krsna Consciousness Persons, They are not after Will-o'-the-Wisp, Phantasmagoria|0519}}
{{1080 videos navigation - All Languages|Oriya|OR/Prabhupada 0517 - ଏହା ନୁହେଁ ଯେ ତୁମେ ବହୁତ ଧନୀ ପରିବାରରେ ଜନ୍ମ ହୋଇଛ, ତୁମେ ରୋଗରୁ ରକ୍ଷା ପାଇବ|0517|OR/Prabhupada 0519 - ତେଣୁ କୃଷ୍ଣ ଭାବନାମୃତ ବ୍ୟକ୍ତି, ସେମାନେ କୌଣସି ପରୀ ବା କାଳ୍ପନିକ କାହାଣୀ ପଛରେ ନାହାନ୍ତି|0519}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:44, 28 June 2021



Lecture on BG 7.1 -- Los Angeles, December 2, 1968

ଯଦି ଆପଣ ଭୌତିକ ଉପାୟରେ ଭୌତିକ ଅସ୍ତିତ୍ୱର ସମାଧାନ କରିବାକୁ ଚାହୁଁଛନ୍ତି, ଏହା ସମ୍ଭବ ନୁହେଁ । ତାହା ମଧ୍ୟ ସ୍ପଷ୍ଟ ଭାବରେ ଦର୍ଶାଯାଇଛି । ଭଗବଦ୍-ଗୀତାରେ ଆପଣ ପାଇବେ, ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା (ଭ.ଗୀ. ୭.୧୪) । ଏହି ଭୌତିକ ପ୍ରକୃତି ଯାହା ଗ୍ରହଣ କରାଯାଇଛି, କୃଷ୍ଣଙ୍କ ଦ୍ୱାରା "ମୋର ଶକ୍ତି" ବୋଲି ଦାବି କରାଯାଇଛି । ମମ ମାୟା... ଏହା ମଧ୍ୟ କୃଷ୍ଣଙ୍କର ଅନ୍ୟ ଏକ ଶକ୍ତି । ସପ୍ତମ ଅଧ୍ୟାୟରେ ସବୁକିଛି ବ୍ୟାଖ୍ୟା କରାଯିବ । ତେଣୁ ଏହି ଶକ୍ତିରୁ ବାହାରିବା ବହୁତ କଷ୍ଟକର । ପ୍ରକୃତରେ ଆମେ ଦେଖୁଛୁ - ଆମେ କ’ଣ? ଭୌତିକ ପ୍ରକୃତିର ନିୟମକୁ ପରାସ୍ତ କରିବାକୁ ଆମର ପ୍ରୟାସ ବହୁତ ଛୋଟ । ଏହା କେବଳ ସମୟର ଅପଚୟ । ତୁମେ ଭୌତିକ ପ୍ରକୃତି ଉପରେ ଜୟ କରି ଖୁସି ହୋଇପାରିବ ନାହିଁ । ବର୍ତ୍ତମାନ ବିଜ୍ଞାନ ଅନେକ ଜିନିଷ ଆବିଷ୍କାର କରିଛି । କେବଳ, ଭାରତରୁ ବିମାନ । ଆପଣଙ୍କ ଦେଶରେ ପହଞ୍ଚିବା ପାଇଁ ଅନେକ ମାସ ସମୟ ଲାଗିଥାନ୍ତା, କିନ୍ତୁ ବିମାନ ଦ୍ୱାରା ଆମେ ରାତିକ ଭିତରେ ଏଠାକୁ ଆସିପାରିବା । ଏହି ସୁବିଧା ସେଠାରେ ଅଛି । କିନ୍ତୁ ଏହି ସୁବିଧା ସହିତ, ଅନେକ ଅସୁବିଧା ଅଛି । ଯେତେବେଳେ ତୁମେ ଆକାଶରେ ବିମାନରେ ଥାଅ, ତୁମେ ଜାଣ ଯେ ତୁମେ ବିପଦର ଘେର ଭିତରେ ଅଛ । ଯେକୌଣସି ମୁହୂର୍ତ୍ତରେ ଦୁର୍ଘଟଣା ହୋଇପାରେ । ଆପଣ ସମୁଦ୍ରରେ ପଡ଼ିପାରନ୍ତି, ଆପଣ ଯେକୌଣସି ସ୍ଥାନରେ ପଡ଼ିପାରନ୍ତି । ତେଣୁ ଏହା ଅତ୍ୟନ୍ତ ସୁରକ୍ଷିତ ନୁହେଁ । ସେହିପରି ଭାବରେ, ଯେକୌଣସି ପଦ୍ଧତି ଆମେ ଉତ୍ପାଦନ କରୁ, ଆମେ ଆବିଷ୍କାର କରୁ, ଭୌତିକ ପ୍ରକୃତିର ନିୟମକୁ ଜୟ କରିବାକୁ, ଏହା ଅନ୍ୟ ଏକ ବିପଜ୍ଜନକ ଜିନିଷ ତା ପଛରେ ଥିବ । ତାହା ହେଉଛି ପ୍ରକୃତିର ନିୟମ । ଜୀବନର ଏହି ଭୌତିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ତାହା ମାର୍ଗ ନୁହେଁ ।

ପ୍ରକୃତ ଉପାୟ ହେଉଛି ମୋର ବଦ୍ଧ ଜୀବନର ଏହି ଚାରୋଟି କାର୍ଯ୍ୟକୁ ବନ୍ଦ କରିବା । ବଦ୍ଧ ଜୀବନର ଚାରୋଟି କାର୍ଯ୍ୟ ହେଉଛି ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ । ବାସ୍ତବରେ, ମୁଁ ଏକ ଆତ୍ମା ​​। ଭଗବଦ୍-ଗୀତାର ଆରମ୍ଭରେ ତାହା ବ୍ୟାଖ୍ୟା କରାଯାଇଛି, ​​ଆତ୍ମା ​​କେବେ ଜନ୍ମ ହୁଏ ନାହିଁ କିମ୍ବା କେବେ ମରେ ନାହିଁ । ଏହି ନିର୍ଦ୍ଦିଷ୍ଟ ପ୍ରକାରର ଶରୀରର ବିନାଶ ପରେ ମଧ୍ୟ ସେ ନିଜ ଜୀବନ ଜାରି ରଖିଥାଏ । ଏହି ଶରୀର କେବଳ କିଛି ବର୍ଷ ପାଇଁ କେବଳ ଏକ ଝଲକ । କିନ୍ତୁ ଏହା ସମାପ୍ତ ହେବ । ଏହା ଡିଗ୍ରୀ ଦ୍ୱାରା ସମାପ୍ତ ହେଉଛି । ଠିକ୍ ଯେପରି ମୁଁ ତେ-ସ୍ତୋରି ବର୍ଷର ବୃଦ୍ଧ । ମନେକର ଯଦି ମୁଁ ଅଶୀ ବର୍ଷ କିମ୍ବା ଶହେ ବର୍ଷ ବଞ୍ଚେ, ଏହି ତେ-ସ୍ତୋରି ବର୍ଷ ମୁଁ ମରି ସାରିଛି । ତାହା ସମାପ୍ତ ହୋଇଛି । ବର୍ତ୍ତମାନ କିଛି ବର୍ଷ ମୁଁ ରହିପାରେ । ତେଣୁ ଆମେ ଆମର ଜନ୍ମ ଦିନରୁ ମରୁଛୁ । ତାହା ଏକ ସତ୍ୟ । ତେଣୁ ଭଗବଦ୍-ଗୀତା ଆପଣଙ୍କୁ ଏହି ଚାରୋଟି ସମସ୍ୟାର ସମାଧାନ ଦେଇଥାଏ । ଏବଂ କୃଷ୍ଣ ଏଠାରେ ପରାମର୍ଶ ଦେଉଛି, ମୟ୍ୟାସକ୍ତମନାଃ ପାର୍ଥ ଯୋଗଂ ୟୁଞ୍ଜନ୍ ମଦାଶ୍ରୟଃ ଯଦି ଆପଣ କୃଷ୍ଣଙ୍କର ଆଶ୍ରୟ ନିଅନ୍ତି ଏବଂ ଯଦି ଆପଣ ସର୍ବଦା କୃଷ୍ଣଙ୍କ ବିଷୟରେ ଭାବନ୍ତି, ତୁମର ଚେତନା ସର୍ବଦା କୃଷ୍ଣଙ୍କ ଚିନ୍ତାଧାରା ସହିତ ଅଭିଭୂତ ହୋଇଯାଏ, ତା’ପରେ କୃଷ୍ଣ କୁହନ୍ତି ଫଳାଫଳ ହେବ, ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ ॥ (ଭ.ଗୀ. ୭.୧) । "ତା’ହେଲେ ତୁମେ ମୋତେ ସମ୍ପୂର୍ଣ୍ଣ ରୂପେ ବୁଝିପାରିବ, ବିନା ସନ୍ଦେହରେ।"