OR/Prabhupada 0535 - ଆମେ ଜୀବ, ଆମେ କେବେ ମରିବୁ ନାହିଁ, କେବେ ଜନ୍ମ ନେଉନାହୁଁ

Revision as of 14:19, 21 June 2021 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0535 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Janmastami Lord Sri Krsna's Appearance Day Lecture -- London, August 21, 1973

ମାନ୍ୟବର, ଉଚ୍ଚ କମିଶନର; ସାଥୀଗଣ, ଆପଣ ଏଠାକୁ ଆସିବା ଏବଂ ଏହି ସମାରୋହରେ ଅଂଶଗ୍ରହଣ କରିଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି | ଜନ୍ମାଷ୍ଟମି, କୃଷ୍ଣଙ୍କର ଆଗମନ | ମୋତେ ଯେଉଁ ବିଷୟରେ କହିବାକୁ ନିର୍ଦ୍ଦେଶ ଦିଆଯାଇଛି ତାହା ହେଉଛି କୃଷ୍ଣଙ୍କର ଆଗମନ | କୃଷ୍ଣ ଭଗବଦ୍-ଗୀତାରେ କହିଛନ୍ତି,

ଜନ୍ମ କର୍ମ ଚ ମେ ଦିବ୍ୟମେବଂ
ଯୋ ବେତ୍ତି ତତ୍ତ୍ଵତଃ
ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ
ନୈତି ମାମେତି ସୋଽର୍ଜୁନ
(BG 4.9)

ଏହା ସତ୍ୟ, ଯେ ଆମେ ଜୀବନର ଏପରି ଏକ ପର୍ଯ୍ୟାୟ ହାସଲ କରିପାରିବା, ଯେତେବେଳେ ଆମେ ଆମର ଜନ୍ମ ଏବଂ ମୃତ୍ୟୁକୁ ବନ୍ଦ କରିପାରିବା ... ସ ଅମୃତତ୍ଵାୟ କଳ୍ପତେ | ଆଜି ସକାଳେ, ମୁଁ ଏହି ପଦକୁ ବ୍ୟାଖ୍ୟା କରୁଥିଲି: ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ସମଦୁଃଖସୁଖଂ ଧୀରଂ ସୋ ଽମୃତତ୍ଵାୟ କଳ୍ପତେ (BG 2.15) ଅମୃତତ୍ଵାୟର ଅର୍ଥ ହେଉଛି ଅମର | ତେଣୁ ଆଧୁନିକ ସଭ୍ୟତା, ସେମାନଙ୍କର କୌଣସି ଧାରଣା ନାହିଁ, ମହାନ ଦାର୍ଶନିକ, ମହାନ ରାଜନେତା କିମ୍ବା ମହାନ ବୈଜ୍ଞାନିକ, ଯେ ଅମରତାର ପର୍ଯ୍ୟାୟରେ ପହଞ୍ଚିବା ସମ୍ଭବ | ଅମରତତ୍ଵ। ଆମେ ସମସ୍ତେ ଅମର | ଭଗବଦ୍-ଗୀତାରେ ଏହା ଗୀତାରେ, ନ ଜାୟତେ ମ୍ରିୟତେ ବା କଦାଚିନ୍ | ଆମେ ଜୀବ, ଆମେ କେବେ ମରିବୁ ନାହିଁ, କେବେ ଜନ୍ମ ନେଉନାହୁଁ | ନିତ୍ୟଃ ଶାଶ୍ଵତୋଽୟଂ, ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) | ଆମେ ସମସ୍ତେ, ଆମେ ଶାଶ୍ଵତ, ନିତ୍ୟଃ ଶାଶ୍ଵତୋ; ପୁରାଣ, ପୁରାତନ | ଏବଂ ଏହି ଶରୀରର ବିନାଶ ପରେ, ଆମେ ମରିବା ନାହିଁ | ନ ହନ୍ୟତେ | ଶରୀର ସମାପ୍ତ ହୋଇଯାଏ, କିନ୍ତୁ ମୋତେ ଅନ୍ୟ ଏକ ଶରୀରକୁ ଗ୍ରହଣ କରିବାକୁ ପଡିବ | ତଥା ଦେହାନ୍ତର ପ୍ରାପ୍ତିର୍ଧୀରସ୍ ତତ୍ର ନ ମୁହ୍ୟତି | ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା (BG 2.13) |

ଏହି ସରଳ କଥା, ବର୍ତ୍ତମାନ ମୁହୂର୍ତ୍ତରେ, ସେମାନଙ୍କର ଜ୍ଞାନର ଅଭାବ ଅଛି, ଯେ ଆମେ, ସମସ୍ତ ଜୀବ, କୃଷ୍ଣଙ୍କର ଅଂଶ ବିଶେଷ, ଆମେ ଶାଶ୍ଵତ, ଆମେ ଆନନ୍ଦିତ ଏବଂ ଆମେ ଜ୍ଞାନବାନ | କୃଷ୍ଣଙ୍କୁ ବୈଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି:

ଈଶ୍ଵରଃ ପରମଃ କୃଷ୍ଣଃ
ସଚ୍ଚିଦାନନ୍ଦବିଗ୍ରହଃ
ଅନାଦିରାଦିର୍ ଗୋବିନ୍ଦଃ
ସର୍ବକାରଣକାରଣମ୍
(Bs 5.1)

ସଚ୍ଚିଦାନନ୍ଦବିଗ୍ରହଃ | ଭଗବାନ, କୃଷ୍ଣ, ଯେତେବେଳେ ମୁଁ କୃଷ୍ଣ କହିବି, ଏହାର ଅର୍ଥ ଭଗବାନ | ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ନାମ ଅଛି ... ଭଗବାନ, ବେଳେବେଳେ କୁହାଯାଏ ଭଗବାନଙ୍କର କୌଣସି ନାମ ନାହିଁ | ତାହା ଏକ ସତ୍ୟ | କିନ୍ତୁ ଭଗବାନଙ୍କର ନାମ ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଦିଆଯାଏ | ଯେପରି କୃଷ୍ଣ ମାହାରାଜ ନନ୍ଦଙ୍କର ପୁତ୍ର ହେବାକୁ ସ୍ଵୀକାର କରିଲେ, କିମ୍ଵା ଯଶୋଦାମାୟୀ, କିମ୍ଵା ଦେବକି, କିମ୍ଵା ବାସୁଦେବ | ବାସୁଦେଵ ଏବଂ ଦେବକି କୃଷ୍ଣଙ୍କର ପ୍ରକୃତ ପିତା ଏବଂ ମାତା ଥିଲେ | କେହି କୃଷ୍ଣଙ୍କର ପ୍ରକୃତ ପିତା ଏବଂ ମାତା ନୁହଁନ୍ତି, କାରଣ କୃଷ୍ଣ ହେଉଛନ୍ତି ସମସ୍ତଙ୍କର ମୂଳ ପିତା | କିନ୍ତୁ ଯେତେବେଳେ କୃଷ୍ଣ ଏଠାକୁ ଆସନ୍ତି, ଅବତରଣ କରନ୍ତି, ସେ କିଛି ଭକ୍ତଙ୍କୁ ତାଙ୍କର ପିତା ଏବଂ ମାତା ରୂପେ ସ୍ଵୀକାର କରନ୍ତି | କୃଷ୍ଣ ହେଉଛନ୍ତି ମୂଳ, ଆଦି-ପୁରୁଷମ୍ | ଅଦ୍ୟାମଂ ପୁରାଣ-ପୁରୁଷମ ନବ-ଯୌବନଂ ଚ (Bs 5.33) | ସେ ହେଉଛନ୍ତି ପ୍ରକୃତ ବ୍ୟକ୍ତି | ତେବେ ସେ ବୃଦ୍ଧ ହେବା ଜରୁରୀ କି? ନା। ଅଦ୍ୟାମଂ ପୁରାଣ-ପୁରୁଷମ ନବ-ଯୌବନଂ ଚ | ସର୍ବଦା ନବ ଯୁବକ | ସେ ହେଉଛନ୍ତି କୃଷ୍ଣ |