OR/Prabhupada 0570 - ଏପରିକି ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଅସମ୍ମତି ହେଲେ ମଧ୍ୟ - ଛାଡ଼ପତ୍ରର ପ୍ରଶ୍ନ ନ ଥିଲା: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0570 - in all Languages Category:OR-Quotes - 1968 Category:OR-Quotes - Int...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 7: | Line 7: | ||
[[Category:OR-Quotes - in USA, Los Angeles]] | [[Category:OR-Quotes - in USA, Los Angeles]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0567 - ମୁଁ ଏହି ସଂସ୍କୃତି ଦୁନିଆକୁ ଦେବା ପାଇଁ ଚାହୁଁଥିଲି|0567|OR/Prabhupada 0572 - ତୁମେ କାହିଁକି କହୁଛ? ‘ଓ, ମୁଁ ତୁମକୁ ମୋର ଚର୍ଚ୍ଚରେ କହିବା ପାଇଁ ଅନୁମତି ଦେବି ନାହିଁ‘|0572}} | {{1080 videos navigation - All Languages|Oriya|OR/Prabhupada 0567 - ମୁଁ ଏହି ସଂସ୍କୃତି ଦୁନିଆକୁ ଦେବା ପାଇଁ ଚାହୁଁଥିଲି|0567|OR/Prabhupada 0572 - ତୁମେ କାହିଁକି କହୁଛ? ‘ଓ, ମୁଁ ତୁମକୁ ମୋର ଚର୍ଚ୍ଚରେ କହିବା ପାଇଁ ଅନୁମତି ଦେବି ନାହିଁ‘|0572}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|qo_A_iiRZN8|ଏପରିକି ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଅସମ୍ମତି ହେଲେ ମଧ୍ୟ - ଛାଡ଼ପତ୍ରର ପ୍ରଶ୍ନ ନ ଥିଲା<br />- Prabhupāda 0570}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:40, 1 October 2020
Press Interview -- December 30, 1968, Los Angeles
ପତ୍ରକାର: ଭାରତରେ ବେଶୀ ଛାଡ଼ପତ୍ର ଦିଅନ୍ତି କି?
ପ୍ରଭୁପାଦ: ହଁ । ଅଧୁନିକ, ତଥା କଥିତ ଯୁବକ ଏବଂ ଯୁବତୀମାନେ, ସେମାନେ ବର୍ତ୍ତମାନ ଛାଡ଼ପତ୍ର ପଛରେ । କିନ୍ତୁ ତା ପୂର୍ବରୁ, ଏପରିକି ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଅସମ୍ମତି ହେଲେ ମଧ୍ୟ, ଝଗଡ଼ା, ଛାଡ଼ପତ୍ରର ପ୍ରଶ୍ନ ନ ଥିଲା । ମୋର ବ୍ୟବହାରିକ ଜୀବନକୁ ହିଁ ନିଅ । ମୁଁ ଏକ ଗୃହସ୍ଥ । ବର୍ତ୍ତମାନ ମୁଁ ଛାଡି ଦେଇଛି । ତେଣୁ ବ୍ୟବହାରିକ ରୂପରେ ମୁଁ ମୋର ସ୍ତ୍ରୀ ସହିତ ସହମତ ନ ଥିଲି, କିନ୍ତୁ ଛାଡ଼ପତ୍ରର କୌଣସି ସ୍ଵପ୍ନ ନ ଥିଲା । ତୁମେ ଦେଖ? ନା ସେ ସ୍ଵପ୍ନ ଦେଖିଲା, ନା ମୁଁ ସ୍ଵପ୍ନ ଦେଖିଲି । ଏହା ଜଣା ନ ଥିଲା । ବର୍ତ୍ତମାନ ସେମାନେ ପରିଚିତ କରାଇଛନ୍ତି ।
ପତ୍ରକାର: ହଁ । ପାଶ୍ଚାତ୍ୟ ସଂସ୍କୃତି ।
ପ୍ରଭୁପାଦ: ଅହ, ହଁ ।
ପତ୍ରକାର: ଆପଣଙ୍କର ଅନୁସରଣ କାରୀ ଭାରତରେ ମଧ୍ୟ ଅଛନ୍ତି କି?
ପ୍ରଭୁପାଦ: ହଁ । ମୋର ବ୍ୟକ୍ତିଗତ ନୁହେଁ, କିନ୍ତୁ ମୋର ଅନ୍ୟ ଗୁରୁଭାଈ, ଏହି ପ୍ରଥା ଭାରୀ ଭଲ ।
ପତ୍ରକାର: କେତେ ଜଣ, କେତେ ଜଣ...
ପ୍ରଭୁପାଦ: ଓ, ଲକ୍ଷ ଲକ୍ଷ । ଆମ ପାଖରେ ବୈଷ୍ଣବ ତତ୍ତ୍ଵଜ୍ଞାନ ଅଛି, କୃଷ୍ଣ ଚେତନା, ଲକ୍ଷ ଏବଂ ଲକ୍ଷ । ପ୍ରାୟତଃ ୮୦ ପ୍ରତିଶତ । ତୁମେ କୌଣସି ଭାରତୀୟକୁ ପଚାର ଏବଂ ସେ ତୁମକୁ କୃଷ୍ଣ ଚେତନା ବିଷୟରେ ଅନେକ କଥା କହିବ । ସେ ମୋର ଶିଷ୍ୟ ହୋଇ ନ ପାରେ, କିନ୍ତୁ ଅନେକ ସାଧୁ ବ୍ୟକ୍ତି ଅଛନ୍ତି । ସେମାନେ ଏହି କାମ କରୁଛନ୍ତି । ପତ୍ରକାର: କ'ଣ...ଆପଣ ଔପଚାରିକ ପ୍ରଶିକ୍ଷଣ ପାଇଛନ୍ତି କି...
ପ୍ରଭୁପାଦ: ହଁ, ମୋର ଗୁରୁ ମାହାରାଜ ମୋତେ ଦୀକ୍ଷା ଦେଇଥିଲେ । ତାଙ୍କର ଏଠାରେ ଅଛି, ମୋର ଗୁରୁ ମାହାରାଜଙ୍କର ଛବି ।
ପତ୍ରକାର: ଓ, ମୁଁ ଦେଖିପାରୁଛି ।
ପ୍ରଭୁପାଦ: ହଁ । ତେଣୁ ଯେତେବେଳେ ତୁମର ଦେଶ ପ୍ରମାଣ ପତ୍ର ଚାହେଁ ମୋତେ ସ୍ଥାୟୀ ନିବାସୀ କରିବା ପାଇଁ, ତେଣୁ ମୁଁ ମୋର ଗୁରୁ ଭାଈଙ୍କ ଠାରୁ ଏକ ପ୍ରମାଣ ପତ୍ର ପାଇଲି ଯେ ମୁଁ ଦୀକ୍ଷିତ ହୋଇ ସାରିଛି । ବାସ୍ । କିନ୍ତୁ ଅନ୍ୟଥା, ଆମ ଦେଶରେ, କୌଣସି ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ ।
ପତ୍ରକାର: ଅନ୍ୟ ଶଦ୍ଦରେ, ଭାରତରେ ଏକ ଶିକ୍ଷାନିକେତନକୁ ଗଲା ପରି କିଛି ନାହିଁ ଯେଉଁଠାରେ ଆପଣ ଏକ ଶିକ୍ଷାନିକେତନ କିମ୍ଵା ଏକ ମଠକୁ ଯାଆନ୍ତି ଏବଂ ଏକ ପାଠ୍ୟକ୍ରମ ଚାରିବର୍ଷ ପାଇଁ ନିଅନ୍ତି ।
ପ୍ରଭୁପାଦ: ନା, ଏହା ହେଉଛି ମଠ । ହଁ, ମଠ ଅଛି । ଆମର ଅନୁଷ୍ଠାନ ଅଛି, ଗୌଡ଼ିୟା ମଠ ଅନୁଷ୍ଠାନ । ସେମାନଙ୍କର ଶହେ ଶାଖା ଅଛି । ହଁ ।
ପତ୍ରକାର: ଆପଣ ଅଧ୍ୟୟନ କରିବା ପାଇଁ ଏକ ନିର୍ଦ୍ଧାରିତ ପାଠ୍ୟକ୍ରମ ପାଇଁ ଯାଆନ୍ତି?
ପ୍ରଭୁପାଦ: ହଁ, ଅଧ୍ୟୟନର ଏକ ନିର୍ଦ୍ଧାରିତ ପାଠ୍ୟକ୍ରମ, ଏହି ଦୁଇ, ତିନି ପୁସ୍ତକ, ବାସ୍ । ଯେ କେହି ଭଗବଦ୍ ଗୀତା ଏବଂ ଶ୍ରୀମଦ୍ ଭାଗବତ କିମ୍ଵା ଚୈତନ୍ୟ ଚରିତ୍ରାମୃତ ପଢ଼ି ପାରିବ । ତୁମେ ସବୁକିଛି ଶିଖିଯିବ । ତୁମକୁ ଏତେ ସାରା ବଡ଼ ପୁସ୍ତକ ପଢ଼ିବାର ଆବଶ୍ୟକତା ନାହିଁ । କାରଣ ଭଗବଦ୍ ଗୀତା ଏତେ ଭଲ ପୁସ୍ତକ, ଯଦି ତୁମେ ଏକ ଧାଡ଼ି ବୁଝିଯାଅ, ତୁମେ ଶହେ ବର୍ଷ ଉନ୍ନତ ହୁଅ । ତୁମେ ଦେଖୁଛ? ତେଣୁ, ମୋର କହିବାର ଅର୍ଥ ହେଲା, ଅର୍ଥପୂର୍ଣ୍ଣ ଏବଂ ଯଥାର୍ଥ । ସେଥିପାଇଁ ଆମେ ଏହି ଭଗବଦ୍ ଗୀତା ମୌଳିକ ରୂପରେ ପ୍ରକାଶିତ କରିଛୁ । ତୁମର ଲୋକମାନଙ୍କୁ ଏହାକୁ ପଢ଼ିବାକୁ ଦିଅ, ସେମାନଙ୍କୁ ପ୍ରଶ୍ନ କରିବାକୁ ଦିଅ, ଏବଂ ଏହି ଆନ୍ଦୋଳନ କ'ଣ ତାକୁ ବୁଝିବାକୁ ଚେଷ୍ଟା କରିବାକୁ ଦିଅ ।
ପତ୍ରକାର: ମେକ୍ ମିଲନ୍ ଏହାକୁ ପ୍ରକାଶିତ କରୁଛି ।
ପ୍ରଭୁପାଦ: ହଁ, ମେକ୍ ମିଲନ୍ ଏହାକୁ ପ୍ରକାଶିତ କରୁଛି ।