OR/Prabhupada 0618 - ଆଧ୍ୟାତ୍ମିକ ଗୁରୁ ଅତି ଖୁସୀ ହୁଅନ୍ତି ଯେ 'ଏହି ବାଳକ ମୋ ଠାରୁ ଅଧିକ ଉନ୍ନତ'

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on CC Adi-lila 7.91-2 -- Vrndavana, March 13, 1974

ଯେତେବେଳେ ଏକ ଶିଷ୍ୟ ଆଧ୍ୟତ୍ମିକ ଉନ୍ନତିରେ ପୂର୍ଣ୍ଣ ହୁଏ, ଆଧ୍ୟାତ୍ମିକ ଗୁରୁ ବହୁତ, ବହୁତ ଖୁସୀ ହୁଅନ୍ତି, ଯେ "ମୁଁ ଏକ ନିରର୍ଥକ, କିନ୍ତୁ ଏହି ବାଳକ, ସେ ମୋର ନିର୍ଦ୍ଦେଶ ପାଳନ କରିଛି ଏବଂ ସେ ସଫଳତା ପ୍ରାପ୍ତ କରି ପାରିଛି । ତାହା ହେଉଛି ମୋର ସଫଳତା ।" ଏହା ହେଉଛି ଆଧ୍ୟାତ୍ମିକ ଗୁରୁଙ୍କର ଅଭିଳାଶା । ଯେପରି ଏକ ପିତା । ଏହା ହେଉଛି ସମ୍ବନ୍ଧ । ଯେପରି... କେହି ଅନ୍ୟକୁ ନିଜ ଠାରୁ ଉନ୍ନତ ଦେଖିବାକୁ ଚାହୁଁ ନାହାଁନ୍ତି । ତହା ହେଉଛି ପ୍ରକୃତି । ମତସରତା । ଯଦି କେହି କୌଣସି ବିଷୟ ବସ୍ତୁରେ ଉନ୍ନତି କରେ, ତେବେ ମୁଁ ତା ଉପରେ ଈର୍ଷା କରିବି । କିନ୍ତୁ ଆଧ୍ୟାତ୍ମିକ ଗୁରୁ କିମ୍ଵା ପିତା, ସେ ଈର୍ଷାପରାୟଣ ହୁଅନ୍ତି ନାହିଁ । ସେ ନିଜେ ବହୁତ ବହୁତ ଖୁସୀ ଅନୁଭବ କରନ୍ତି, ଯେ "ଏହି ବାଳକ ମୋ ଠାରୁ ଅଧିକ ଉନ୍ନତ ଅଟେ ।" ଏହା ହେଉଛି ଆଧ୍ୟାତ୍ମିକ ଗୁରୁଙ୍କର ସ୍ଥିତି । ତେଣୁ କୃଷ୍ଣ, ଚୈତନ୍ୟ ମହାପ୍ରଭୁ ବ୍ୟକ୍ତ କରନ୍ତି, ସେ (ଅସ୍ପଷ୍ଟ) ଯେ "ଦ୍ଵାରା..., ଯେତେବେଳେ ମୁଁ ପରମାନନ୍ଦରେ ଜପ କରେ ଏବଂ ନୃତ୍ୟକରେ ଏବଂ କାନ୍ଦେ, ତେବେ ମୋର ଆଧ୍ୟାତ୍ମିକ ଗୁରୁ ଏହିପାରି ଭାବରେ ଧନ୍ୟବାଦ କରନ୍ତି: ଭଲ ହଇଲା, 'ଏହା ବହୁତ, ବହୁତ ଭଲ ।" ପାଇଲେ ତୁମି ପରମ ପୁରୁଷାର୍ଥ: "ବର୍ତ୍ତମାନ ତୁମେ ଜୀବନର ସର୍ବୋଚ୍ଚ ସଫଳତା ପ୍ରାପ୍ତ କରି ପାରିଛ ।" ତୋମାର ପ୍ରେମେତେ: "କାରଣ ତୁମେ ଏତେ ଅଧିକ ଉନ୍ନତି କରିଛ, ଆମି ହୈଲାନ କୃତାର୍ଥ, ମୁଁ ବହୁତ ଉପକୃତ ଅନୁଭବ କରୁଛି ।" ଏହା ହେଉଛି ସ୍ଥିତି ।

ତାପରେ ସେ ପ୍ରୋତ୍ସାହିତ କରନ୍ତି, ନାଚୋ, ଗାଅ, ଭକ୍ତ ସଙ୍ଗେ କର ସଂକୀର୍ତ୍ତନ : "ବର୍ତ୍ତମାନ ଆଗକୁ ଚାଲ । ତୁମେ ବହୁତ ସଫଳତା ପ୍ରାପ୍ତ କରିଛ । ବର୍ତ୍ତମାନ ପୁଣି ତୁମେ ଆହୁରି ଅଗକୁ ବଢ଼ ।" ନାଚ: "ତୁମେ ନୃତ୍ୟ କର ।" ଗାଓ: "ତୁମେ ଗାଅ ଏବଂ ଜପ କର," ଭକ୍ତ ସଙ୍ଗେ , "ଭକ୍ତମାନଙ୍କ ସମାଜରେ ।" ଏକ ପେଶା କରିବା ପାଇଁ ନୁହେଁ, କିନ୍ତୁ ଭକ୍ତ ସଙ୍ଗେ । ଆଧ୍ୟାତ୍ମିକ ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ଏହା ହେଉଛି ବାସ୍ତବ ମଞ୍ଚ । ନରୋତ୍ତମ ଦାସ ଠାକୁର ମଧ୍ୟ କୁହଁନ୍ତି ଯେ

ତାଦେର ଚରଣ ସେବି ଭକ୍ତ ସନେ ବାସ
ଜନମେ ଜନମେ ମୋର ଏଈ ଅଭିଳାଷ

ନରୋତ୍ତମ ଦାସ ଠାକୁର କୁହଁନ୍ତି ଯେ "ଜନ୍ମ ପରେ ଜନ୍ମ ।" କାରଣ ଏକ ଭକ୍ତ ଘରକୁ ଫେରିବାକୁ, ଭଗବଦ୍ ଧାମକୁ ଚାହେଁ ନାହିଁ । ନା । ଯେ କୌଣସି ସ୍ଥାନ, ଏହା କିଛି ଫରକ ପକାଏ ନାହିଁ । ସେ କେବଳ ପରମ ପୁରୁଷ ଭଗବାନଙ୍କର ଗୁଣ ଗାନ କରିବାକୁ ଚାହେଁ । ତାହା ହେଉଛି ତାର କାମ । ଏହା ଭକ୍ତର କାମ ନୁହେଁ ଯେ ସେ ଜପ କରିଛି ଏବଂ ନୃତ୍ୟ କରୁଛି ଏବଂ ଭକ୍ତି ଯୋଗ ନିଷ୍ପାଦନ କରିଛି ବୈକୁଣ୍ଠ କିମ୍ଵା ଗୋଲକ ବୃନ୍ଦାବନ ଯିବା ପାଇଁ । ତାହା ହେଉଛି କୃଷ୍ଣଙ୍କର ଇଛା । "ଯଦି ସେ ଚାହିଁବେ, ସେ ମୋତେ ନେଇ ଯିବେ ।" ଯେପରି ଭକ୍ତି ବିନୋଦ ଠାକୁର କହିଛନ୍ତି: ଇଛା ଯଦି ତୋର । ଜନ୍ମୋବି ଯଦି ମୋର ଇଛା ଯଦି ତୋର, ଭକ୍ତ ଗୃହତେ ଜନ୍ମ ହଉ ପା ମୋର । ଏକ ଭକ୍ତ କେବଳ ତାହା ପ୍ରାର୍ଥନା କରେ...ସେ କୃଷ୍ଣଙ୍କୁ ଅନୁରୋଧ କରେ ନାହିଁ ଯେ "ଦୟାକରି ମୋତେ ବୈକୁଣ୍ଠ କିମ୍ଵା ଗୋଲକ ବୃନ୍ଦାବନ ନେଇ ଯାଅ ।" ନା । "ଯଦି ତୁମେ ଭାବୁଛ ଯେ ମୋତେ ପୁଣି ଜନ୍ମ ଗ୍ରହଣ କରିବାକୁ ପଡ଼ିବ, ତାହା ଠିକ୍ ଅଛି । କିନ୍ତୁ ମୋର ଏକମାତ୍ର ଅନୁରୋଧ ହେଉଛି ଯେ ମୋତେ ଏକ ଭକ୍ତ ଘରେ ଜନ୍ମ ଦିଅନ୍ତୁ । ବାସ୍ । ଯେପରି ମୁଁ ଆପଣଙ୍କୁ ଭୁଲି ପାରିବି ନାହିଁ ।" ଏହା ହେଉଛି ଭକ୍ତର ଏକମାତ୍ର ପ୍ରାର୍ଥନା ।