OR/Prabhupada 0619 - ଲକ୍ଷ୍ୟ ହେଉଛି କିପରି ଆଧ୍ୟାତ୍ମିକ ଜୀବନ ଉନ୍ନତ କରିବ, ତାହା ହେଉଛି ଗୃହସ୍ଥ୍ୟ ଆଶ୍ରମ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0619 - in all Languages Category:OR-Quotes - 1976 Category:OR-Quotes - Lec...")
(No difference)

Revision as of 07:01, 20 January 2018



Lecture on SB 1.7.24 -- Vrndavana, September 21, 1976

ମତିର ନ କୃଷ୍ଣୋ ପାର୍ଥଃ ସ୍ଵତୋ ବା ମିଥୋ ଅଭିପଦ୍ୟତେ ଗୃହ ବ୍ରତାନମ (SB 7.5.30) । ଗ୍ରହ ବ୍ରତାନମ ମତିର ନ କୃଷ୍ଣୋ । ଯେଉଁମାନେ ଏହି ପ୍ରତିଜ୍ଞା ନେଇଛନ୍ତି, ଯେ "ମୁଁ ଏହି ପରିବାରିକ ଜୀବନରେ ରହିବି, ଏବଂ ମୋର ଅବସ୍ଥା ଉନ୍ନତ କରିବି," ଗୃହ ବ୍ରତାନମ...ଗୃହ ବ୍ରତା । ଗୃହସ୍ଥ୍ୟ ଏବଂ ଗୃହବ୍ରତା ଭିନ୍ନ ଭିନ୍ନ ଅଟନ୍ତି । ଗୃହସ୍ଥ୍ୟ ଅର୍ଥାତ୍ ଗୃହସ୍ଥ୍ୟ ଆଶ୍ରମ । ଜଣେ ସ୍ଵମୀ ଏବଂ ସ୍ତ୍ରୀ କିମ୍ଵା ପିଲାମାନଙ୍କ ସହିତ ରୁହେ, କିନ୍ତୁ ଲକ୍ଷ୍ୟ ହେଉଛି କିପରି ଆଧ୍ୟାତ୍ମିକ ଜୀବନ ଉନ୍ନତ କରିବ । ତାହା ହେଉଛି ଗୃହସ୍ଥ୍ୟ ଆଶ୍ରମ । ଏବଂ ଯାହାର ସେପରି କୌଣସି ଲକ୍ଷ୍ୟ ନାହିଁ, ସେ କେବଳ ଇନ୍ଦ୍ରିୟ ଉପଭୋଗ କରିବାକୁ ଚାହେଁ, ଏବଂ ସେହି ପ୍ରୟୋଜନ ପାଇଁ ସେ ଘରକୁ ସଜଉଛି, ସ୍ତ୍ରୀକୁ ସଜଉଛି, ପଲାମାନଙ୍କୁ - ତାହାକୁ ଗୃହ ବ୍ରତା କିମ୍ଵା ଗୃହମେଧୀ କୁହାଯାଏ । ସଂସ୍କୃତରେ ଭିନ୍ନ ଭିନ୍ନ ଅର୍ଥ ଅଛି ବିଭିନ୍ନ ଶଦ୍ଦାବଳୀ ପାଇଁ । ତେଣୁ ଯେଉଁମାନେ ହେଉଛନ୍ତି ଗୃହ ବ୍ରତା, ସେମାନେ କୃଷ୍ଣ ଚେତନା କରି ପାରିବେ ନାହିଁ । ମତିର ନ କୃଷ୍ଣୋ ପାର୍ଥଃ ସ୍ଵତୋ ବା । ପରତଃ ଅର୍ଥାତ୍ ଗୁରୁଙ୍କର ନିର୍ଦ୍ଦେଶ ଦ୍ଵାରା କିମ୍ଵା ଅଧିକାରୀଙ୍କର ନିର୍ଦ୍ଦେଶ ଦ୍ଵାରା, ପରତଃ । ଏବଂ ସ୍ଵତୋ ଭା । ସ୍ଵତୋ ଅର୍ଥାତ୍ ସ୍ଵୟଂଚାଳିତ ଭାବରେ । ଏବଂ ସ୍ଵୟଂଚାଳିତ ଭାବରେ ଏହା ନିର୍ଦ୍ଦେଶ ଦ୍ଵାରା ମଧ୍ୟ ସମ୍ଭବ ନୁହେଁ । କାରଣ ତାର ପ୍ରତିଜ୍ଞା ହେଉଛି ଯେ "ମୁଁ ଏପରି ଭାବରେ ରହିବି ।" ଗୃହ ବ୍ରତାନମ । ମତିର ନ କୃଷ୍ଣୋ ପାର୍ଥଃ ସ୍ଵତୋ ବା ମିଥୋ ଅଭିପଦ୍ୟତେ । ମିତଃ, ସମ୍ମିଳନ ଦ୍ଵାରା ନୁହେଁ, ବୈଠକ ଦ୍ଵାରା, ସଂକଳ୍ପନା ଲାଗୁ କରିବା ଦ୍ଵାରା, "ଯଦି ଆମେ କୃଷ୍ଣ ଚେତନାଶୀଳ ହେବାକୁ ଚାହୁଁଛୁ , "ତାହା ସମ୍ଭବ ନୁହେଁ । ଏହି ସବୁ ବ୍ୟକ୍ତିଗତ । ମୋତେ ବ୍ୟକ୍ତିଗତ ଭାବରେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବାକୁ ହେବ । ଯେପରି ତୁମେ ଯେତେବେଳେ ଉଡାଜାହାଜରେ ଆକାଶକୁ ଯାଅ, ଏହି ସବୁ ବ୍ୟକ୍ତିଗତ ଅଟେ । ଯଦି ଏକ ଉଡାଜାହାଜ ବିପଦରେ ଅଛି, ଅନ୍ୟ ଏକ ଉଦାଜାହାଜ ତାକୁ ରକ୍ଷା କରି ପାରିବ ନାହିଁ । ତାହା ସମ୍ଭବ ନାହିଁ । ସେହିପରି, ଏହି ସବୁ ବ୍ୟକ୍ତିଗତ ଅଟେ । ଏହା ହେଉଛି ପରତଃ ସ୍ଵତୋ ବା । ଜଣେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ହେବ, ବ୍ୟକ୍ତିଗତ ଭାବରେ, ଯେ "କୃଷ୍ଣ ଚାହୁଁଛନ୍ତି, ତେଣୁ ମୋତେ ଆତ୍ମସମର୍ପଣ କରିବାକୁ ହେବ । କୃଷ୍ଣ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66), ତେଣୁ ମୁଁ ଏହା କରିବି ।" ଏହା ନୁହେଁ ଯେ "ମୋର ପିତା ଯେତେବେଳେ କରିବେ, ତାପରେ ମୁଁ କରିବି," କିମ୍ଵା "ମୋର ସ୍ଵାମୀ ଯେତେବେଳେ କରିବେ, ତାପରେ ମୁଁ କରିବି," କିମ୍ଵା "ମୋର ସ୍ତ୍ରୀ କରିଲେ ।" ନା । ଏହି ସବୁ ବ୍ୟକ୍ତିଗତ ଅଟେ । ଏହି ସବୁ ବ୍ୟକ୍ତିଗତ ଅଟେ । ଏବଂ କୌଣସି ଅବରୋଧ ନାହିଁ । କୌଣସି ଅବରୋଧ ନାହିଁ । ଅହୈତୁକି ଅପ୍ରତିହତ । ଯଦି ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବାକୁ ଚାହୁଁଛ, କେହି ତୁମକୁ ରୋକି ପାରିବେ ନାହିଁ । ଅହୈତୁକି ଅପ୍ରତିହତା ଯଯା ଆତ୍ମା ସୁପ୍ରସୀଦତି (SB 1.2.6)। ଯେତେବେଳେ ତୁମେ ଏହା ବ୍ୟକ୍ତିଗତ ଭାବରେ କରିବ... ଯଦି ତୁମେ...ସାମୁହିକ ରୂପରେ ଯଦି ଏହା କରାଯାଏ, ଏହା ଭଲ, କିନ୍ତୁ ଏହା ବ୍ୟକ୍ତିଗତ ଭାବରେ କରାଯିବା ଉଚିତ୍ ।