OR/Prabhupada 0711 - ଯାହା ତୁମେ ଆରମ୍ଭ କରିଛ, ଏହାକୁ ଭାଙ୍ଗ ନାହିଁ - ଏହାକୁ ପ୍ରସନ୍ନତା ପୂର୍ବକ ଜାରି ରଖ

Revision as of 14:28, 16 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0711 - in all Languages Category:OR-Quotes - 1976 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Speech Excerpt -- Mayapur, January 15, 1976

ପ୍ରଭୁପାଦ:..ତେବେ ସର୍ବୋଚ୍ଚ ଆନନ୍ଦ ଏଥିରେ ହେଉଛି ଯେ ଭକ୍ତି ବିନୋଦ ଠାକୁରଙ୍କର ଅଭିଳାଷା ଯେ ଇଉରୋପୀୟ, ଆମେରିକୀୟ ଏବଂ ଭାରତୀୟମାନେ ଏକତ୍ରିତ ହୋଇ, ପ୍ରସନ୍ନତାର ସହ ନୃତ୍ୟ କରିବେ ଏବଂ ଜପ କରିବେ "ଗୌର ହରି ।"

ତେଣୁ ଏହି ମନ୍ଦିର, ମାୟାପୁର ଚନ୍ଦ୍ରୋଦୟ ମନ୍ଦିର, ହେଉଛି ଦିବ୍ୟ ସଂଯୁକ୍ତ ରାଷ୍ଟ୍ର ପାଇଁ । ଯାହା ସଂଯୁକ୍ତ ରାଷ୍ଟ୍ର କରିବା ପାଇଁ ଅସକ୍ଷମ ହେଉଛି, ତାହା ଏଠାରେ ପ୍ରାପ୍ତ କରାଯାଇ ପାରିବ, ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା କରାଯାଇଥିବା ସୁପାରିସ୍ ଦ୍ଵାରା,

ପୃଥିବୀତେ ଆଛେ ଯତ ନଗରାଦୀ ଗ୍ରାମ
ସର୍ବତ୍ର ପ୍ରଚାର ହୈବେ ମୋର ନାମ
(CB Antya-khaṇḍa 4.126)

ତେବେ ତୁମେ ବିଶ୍ଵର ସମସ୍ତ ଭାଗରୁ ଆସିଛ ଏବଂ ମିଳିମିଶି ଏହି ମନ୍ଦିରରେ ରହୁଛ । ତେବେ ଏହି ଛୋଟ ବାଳକ ମାନଙ୍କୁ ପ୍ରଶିକ୍ଷିତ କର । ମୁଁ ଭାରୀ ପ୍ରସନ୍ନ, ବିଶେଷକରି, ଏହା ଦେଖି ଯେ ଏହି ପିଲାମାନେ ଅନ୍ୟ ସମସ୍ତ ଦେଶଗୁଡ଼ିକରୁ ଏବଂ ଭାରତୀୟ, ବଙ୍ଗାଳୀ, ଏକତ୍ର ହୋଇ, ସେମାନଙ୍କର ଶାରୀରିକ ଚେତନାକୁ ଭୁଲି । ତାହା ହେଉଛି ସର୍ବୋଚ୍ଚ ଉପଲବ୍ଧି ଏହି ଆନ୍ଦୋଳନରେ, ଯେ ସମସ୍ତେ ଜୀବନର ଶାରୀରିକ ସଂକଳ୍ପନାକୁ ଭୁଲି ଯାଆନ୍ତି । କେହି ଏଠାରେ ଭାବନ୍ତି ନାହିଁ "ଇଉରୋପୀୟ," "ଆମେରିକୀୟ," "ଭାରତୀୟ," "ହିନ୍ଦୁ," "ମୁସଲମାନ," "ଖ୍ରୀଷ୍ଟିୟାନ," ସେମାନେ ଏହି ସମସ୍ତ ପଦବୀ ଭୁଲି ଯାଆନ୍ତି, ଏବଂ କେବଳ ସେମାନେ ପରମାନନ୍ଦରେ ହରେ କୃଷ୍ଣ ମନ୍ତ୍ର ଜପ କରନ୍ତି । ତେଣୁ ଦୟାକରୀ ଯାହା ତୁମେ ଆରମ୍ଭ କରିଛ, ଏହାକୁ ଭାଙ୍ଗ ନାହିଁ । ଏହାକୁ ପ୍ରସନ୍ନତା ପୂର୍ବକ ଜାରି ରଖ । ଏବଂ ଚୈତନ୍ୟ ମାହାପ୍ରଭୁ, ମାୟାପୁରର ମାଲିକ, ସେ ତୁମ ଉପରେ ଅତି ପ୍ରସନ୍ନ ହେବେ, ଏବଂ ପରିଶେଷରେ ତୁମେ ଘରକୁ ଫେରିଯିବ, ଭଗବଦ୍ ଧାମକୁ ।

ବହୁତ ବହୁତ ଧନ୍ୟବାଦ ।