OR/Prabhupada 0718 - ପୁତ୍ର ଏବଂ ଶିଷ୍ୟମାନେ ସବୁବେଳେ ତାଡନାର ପାତ୍ର ହେବା କଥା

Revision as of 09:32, 20 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0718 - in all Languages Category:OR-Quotes - 1977 Category:OR-Quotes - Mor...")
(diff) ← Older revision | Latest revision (diff) | Newer revision → (diff)


Morning Walk -- February 1, 1977, Bhuvanesvara

ଭକ୍ତ (୧): ଶ୍ରୀଲ ପ୍ରଭୁପାଦ, ଠିକ ଯେପରି ସେହି କାହାଣୀ କଇଁଞ୍ଚିର, କିପରି ଆମେ ବୈଜ୍ଞାନିକ ମାନଙ୍କୁ କୃଷ୍ଣ ଏବଂ ଭଗବଦ୍ ଗୀତାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରିପାରିବା? କିପରି ଆମେ ବୈଜ୍ଞାନିକ ମାନଙ୍କୁ ଭଗବଦ୍ ଗୀତାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରିପାରିବା? ସମସ୍ୟା ଦେଖାଯାଉଛି...

ପ୍ରଭୁପାଦ: ନା, ଯଦି ଏହା ଏକ ତଥ୍ୟ, ତୁମେ ବାଧ୍ୟ କରିପାରିବ, ଏହା ଏକ ତଥ୍ୟ । ଏବଂ ଯଦି ଏହା ଏକ ତଥ୍ୟ ନୁହେଁ, ତେବେ ଏହା ହେଉଛି ଜିଦି । ଯଦି ଏହା ବାସ୍ତବତା, ତୁମେ ବାଧ୍ୟ କରି ପାରିବ, ଯେପରି ପିତା ସନ୍ତାନକୁ ବାଧ୍ୟ କରନ୍ତି, "ବିଦ୍ୟାଳୟକୁ ଯାଅ ।" କାରଣ ସେ ଜାଣିଛନ୍ତି ଶିକ୍ଷା ବିନା ତାର ଜୀବନ ହତାଶ ହୋଇଯିବ, ତେଣୁ ସେ ବାଧ୍ୟ କରୁଛନ୍ତି । ମୋତେ ବାଧ୍ୟ କରାଯାଇଥିଲା । ମୁଁ ବିଦ୍ୟାଳୟ ଯାଉ ନ ଥିଲି । ହଁ । (ହସ) ମୋର ମାତା ବାଧ୍ୟ କରୁଥିଲେ । ମୋର ପିତା ଭାରୀ ଉଦାର ଥିଲେ । ମୋର ପିତା, ମୋର ମାତା ମୋତେ ବାଧ୍ୟ କରୁଥିଲେ । ସେ ବିଶେଷକରି ଏକ ବ୍ୟକ୍ତିକୁ ରଖିଲେ ମୋତେ ଟାଣି ବିଦ୍ୟାଳୟକୁ ନେବା ପାଇଁ । ତେବେ ବାଧ୍ୟ କରିବା ଆବଶ୍ୟକ ।

ଗୁରୁକୃପା: କିନ୍ତୁ ତାହା ହେଉଛି ଅଧିକାରୀ । ଆପଣଙ୍କର ମାତା ପିତା ଅପଣଙ୍କର ଅଧିକାରୀ ଥିଲେ ।

ପ୍ରଭୁପାଦ: ହଁ ।

ଗୁରୁକୃପା: କିନ୍ତୁ ସେମାନେ ଆମକୁ ଅଧିକାରୀ ଭାବରେ ଗ୍ରହଣ କରନ୍ତି ନାହିଁ । ସେମାନେ କୁହଁନ୍ତି, "ମୁଁ ତୁମ ସହିତ ସମାନ । ବାସ୍ତବରେ ମୁଁ ତୁମଠାରୁ ଅଧିକ ଜାଣିଛି ।"

ପ୍ରଭୁପାଦ: ତାହା ହେଉଛି ଅନ୍ୟ ଏକ ପ୍ରକାରର ମୂର୍ଖତା, ଅନ୍ୟ ଏକ ପ୍ରକାରର ମୂର୍ଖତା । ପିତା ମାତା, ପ୍ରକୃତ ଅଭିଭାବକ, ସେମାନେ ବାଧ୍ୟ କରିପାରିବେ ।

ସ୍ଵରୂପ ଦାମୋଦର: ଆମକୁ ସେମାନଙ୍କୁ ଉଚ୍ଚ ବୁଝାମଣା ଦେଖାଇବାକୁ ହେବ, ଜ୍ଞାନର ଉଚ୍ଚ ଅଂଶ ।

ପ୍ରଭୁପାଦ: ହଁ । ଶିଶୁ ମୂର୍ଖ ହୋଇପାରେ, କିନ୍ତୁ ମାତା ପିତା ଦେଖିପାରିବେ ନାହିଁ ଯେ ସେମାନଙ୍କର ଶିଶୁ ମୂର୍ଖ ହୋଇ ରହିଗଲା । ସେ ବାଧ୍ୟ କରିପାରିବେ । ସରକାର ମଧ୍ୟ । ସୈନ୍ୟ ବଳ କାହିଁକି ଅଛି? ପୁଳିସ୍ ବଳ କାହିଁକି ଅଛି? ଯଦି ତୁମେ ଅପରାଧି ହେବା ପାଇଁ ଚାହୁଁଛ, ତେବେ ତୁମକୁ ନିୟମ ସ୍ଵୀକାର କରିବା ପାଇଁ ବାଧ୍ୟ କରାଯିବ । ବାଧ୍ୟର ଆବଶ୍ୟକତା ଅଛି ।

ଭକ୍ତ(୧): କିନ୍ତୁ ପ୍ରଥମେ ଶିଶୁକୁ ଦେଖିବାକୁ ହେବ ଯେ ବିଦ୍ୟାଳୟ ଯିବା ଦ୍ଵାରା କିଛି ଲାଭ ଅଛି ।

ପ୍ରଭୁପାଦ: ଶିଶୁ ଦେଖିପାରେ ନାହିଁ । ସେ ଏକ ଦୁର୍ଜନ । ତାକୁ ଜୋତାରେ ପିଟା ଯିବା ଉଚିତ୍ । ତାପରେ ସେ ଦେଖିବ । ଶିଶୁ ଦେଖିପାରିବ ନହିଁ । ପୁତ୍ରମ ଚ ଶିଶ୍ୟମ ଚ ତଦୟେନ ନା ତୁ ଲାଲାୟେତ (ଚାଣକ୍ୟ ପଣ୍ଡିତ): "ପୁତ୍ର ଏବଂ ଶିଷ୍ୟମାନେ ସବୁବେଳେ ତାଡନାର ପାତ୍ର ହେବା କଥା ।" ସେ ହେଉଛନ୍ତି ଚାଣକ୍ୟ ପଣ୍ଡିତ । "ସେମାନଙ୍କୁ କେବେ ଥାପୁଡେଇବ ନାହିଁ ।" ଲାମନେ ବହବୋ ଦୋଷାସ ତାଡନେ ବହବୋ ଗୁଣାଃ... "ଯଦି ତୁମେ ଥାପୁଡେଇବ, ତେବେ ସେ ନଷ୍ଟହୋଇଯିବ ।" ଏବଂ ଯଦି ତୁମେ ତାଡନା ଦେବ, ତେବେ ସେ ବହୁତ ଭଲ ବ୍ୟକ୍ତି ହୋଇପାରିବେ । ସେଥିପାଇଁ, ପୁଅ ହେଉ ବା ଶିଷ୍ୟ ହେଉ, ସେମାନେ ତାଡନାର ପାତ୍ର ହେବା ଦରକାର ।" ଏହା ହେଉଛି ଚାଣକ୍ୟ ପଣ୍ଡିତଙ୍କ ଉପଦେଶ । ଥାପୁଡେଇବାର କୌଣସି ପ୍ରଶ୍ନ ହିଁ ନାହିଁ ।

ଗୁରୁକୃପା: ଲୋକଙ୍କୁ ମିଥ୍ୟା ପ୍ରଶଂସା ଭଲ ଲାଗେ । ସେମାନଙ୍କୁ କଠୋର କଥା ଶୁଣିବା ପସନ୍ଦ ନୁହେଁ ।

ପ୍ରଭୁପାଦ: ତାହା ହେଉଛି ଶିଷ୍ୟମାନଙ୍କର ସ୍ଥିତି । ଚୈତନ୍ୟ ମହାପ୍ରଭୁ କହିଥିଲେ, ଗୁରୁ ମୋରେ ମୂର୍ଖ ଦେଖି (CC Adi 7.71) । ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ସ୍ଵୟଂ ଭଗବାନ, ଏବଂ ସେ ତାହା କହିଥିଲେ "ମୋ ଗୁରୁ ମହାରାଜା ମୋତେ ଏକ ନମ୍ଵର ମୂର୍ଖ ଦୁର୍ଜନ ପରି ଦେଖିଥିଲେ ।" ତାଡନ । ତାହା ଆବଶ୍ୟକ । ଚାଣକ୍ୟ ପଣ୍ଡିତ, ହେଉଛନ୍ତି ଏକ ମହାନ ନୈତିକ ପ୍ରଶିକ୍ଷକ, ସେ ଉପଦେଶ ଦେଇଥିଲେ, ତାଡୟେନ ନ ତୁ ଲାଲୟେତ: "ସବୁବେଳେ ସେମାନଙ୍କୁ ତାଡନା ଦିଅ । ଅନ୍ୟଥା ସେମାନେ ନଷ୍ଟ ହୋଇଯିବେ ।"

ସ୍ଵରୁପ ଦାମୋଦର: ବୁଦ୍ଧିମାନ ବାଳକ ଜାଣିଛି ଯେ ତାଡନା ହେଉଛି କୃପା ।

ପ୍ରଭୁପାଦ: ହଁ । ହଁ ।