OR/Prabhupada 0805 - କୃଷ୍ଣ ଚେତନାରେ ସେମାନେ ବନ୍ଧନ କ'ଣ ମୋକ୍ଷ କ'ଣ ଜାଣିଛନ୍ତ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0805 - in all Languages Category:OR-Quotes - 1969 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in United Kingdom]]
[[Category:OR-Quotes - in United Kingdom]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0804 - ଆମେ ଆମ ଗୁରୁ ମହାରାଜଙ୍କ ଠାରୁ ଶିଖିଛୁ ଯେ ପ୍ରଚାର କରିବା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ|0804|OR/Prabhupada 0818 - ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ|0818}}
{{1080 videos navigation - All Languages|Oriya|OR/Prabhupada 0804 - ଆମେ ଆମ ଗୁରୁ ମହାରାଜଙ୍କ ଠାରୁ ଶିଖିଛୁ ଯେ ପ୍ରଚାର କରିବା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ|0804|OR/Prabhupada 0818 - ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ|0818}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|xzz56mfp_OI|କୃଷ୍ଣ ଚେତନାରେ ସେମାନେ ବନ୍ଧନ କ'ଣ ମୋକ୍ଷ କ'ଣ ଜାଣିଛନ୍ତ <br/>- Prabhupāda 0805}}
{{youtube_right|-W7lNVVVPrs|କୃଷ୍ଣ ଚେତନାରେ ସେମାନେ ବନ୍ଧନ କ'ଣ ମୋକ୍ଷ କ'ଣ ଜାଣିଛନ୍ତ <br/>- Prabhupāda 0805}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



Lecture on SB 5.5.2 -- London, September 17, 1969

ପ୍ରଭୁପାଦ: ମାହାତ୍ମନାସ୍ ତେ...

ମହନ୍ତସ୍ ତ ସମ-ଚିତଃ ପ୍ରଶାଂତା
ବିମନ୍ୟବଃ ସୁହୃଦଃ ସାଧବି ଯେ
(SB 5.5.2)

ପୂର୍ବ ବୈଠକରେ ଅମେମାନେ ମୋକ୍ଷର ମାର୍ଗ ବିଷୟରେ ଚର୍ଚ୍ଚା କରୁଥିଲେ । ଦୁଇଟି ମାର୍ଗ ଅଛି । ଗୋଟିଏ ପଥ ହେଉଛି ମୋକ୍ଷର । ମୋକ୍ଷ ମାନେ ଭୌତିକ ବନ୍ଧନରୁ ମୁକ୍ତି ଲୋକମାନେ ଜାଣି ନାହାଁନ୍ତି ଭୌତିକ ବନ୍ଧନ କ'ଣ, କିନ୍ତୁ ଯେଉଁମାନେ କୃଷ୍ଣ ଚେତନାରେ ଅଛନ୍ତି, ବନ୍ଧନ କ'ଣ ମୋକ୍ଷ କ'ଣ ସେମାନେ ଜାଣିଛନ୍ତ ।

ଏକ ଜୀବାତ୍ମା, ପରମ ପୁରୁଷ ଭଗବାନଙ୍କର ଅଂଶ ବିଶେଷ, ସେ ସ୍ଵାଭାବିକ ରୂପରେ ଅତ୍ୟନ୍ତ ଶକ୍ତିଶାଳୀ । ଆମେ ଜାଣିନାହୁଁ ଆମର କେତେ ଆଧ୍ୟାତ୍ମିକ ଶକ୍ତି ଅଛି, କିନ୍ତୁ ତାହା ଭୌତିକ ଚାଦର ଦ୍ଵାରା ଅାଛାଦିତ ହୋଇଯାଇଛି । ଠିକ ଯେପରି ଏହି ନିଆଁ । ଏହି ନିଆଁ, ଯଦି ଅତ୍ୟଧିକ ପାଉଁଷ ଅଛି, ନିଆଁର ଉତ୍ତାପକୁ ଭଲଭାବରେ ଅନୁଭୁତି କରିହେବ ନାହିଁ । କିନ୍ତୁ ଯଦି ପାଉଁଷଗୁଡିକୁ ଆଡେଇ ଯଦି ତୁମେ ପଙ୍ଖା କର, ଏବଂ ଯେତେବେଳେ ଏହା ହୁତ ହୁତ ହୋଇଜଳିବ, ତେବେ ତୁମେ ଆବଶ୍ୟକ ଉତ୍ତାପ ପାଇବ ଏବଂ ତାହା ତୁମେ ବିଭିନ୍ନ କାର୍ଯ୍ୟରେ ଲଗାଇପାରିବ । ସେହିପରି, ଆମେ ହେଉଛୁ ଜୀବାତ୍ମା, ଆମ ପାଖରେ ଅପରିମିତ ଶକ୍ତି ଅଛି । ଏବଂ ଭଗବାନ ହେଉଛନ୍ତି ସର୍ବୋଚ୍ଚ ଅତ୍ମା, ଆମେ ଅନୁମାନ ଲଗାଇପାରିବା ନାହିଁ ଭଗବାନଙ୍କ ପାଖରେ କେତେ ଶକ୍ତି ଅଛି । କିନ୍ତୁ ଯଦିଓ ଆମେ, କେବଳ ଅତି କ୍ଷୁଦ୍ର ଅଂଶ... ଠିକ ଯେପରି... ନିଆଁ ଏବଂ ଅଗ୍ନିକଣା ମଧ୍ୟରେ ତୁଳନା । ଅଗ୍ନି ଏବଂ ଅଗ୍ନିକଣା, ଉଭୟ ମଧ୍ୟ ନିଆଁ । ଏପରିକି ଅଗ୍ନିକଣା ମଧ୍ୟ, ଯେଉଁଠାରେ ଏହି ଅଗ୍ନିକଣା ପଡିବ, ତତ୍ କ୍ଷଣାତ ଏହା ଜାଳିଦେବ । ସେହିପରି, ଆମର ବହୁ ଗୁଣ ଅଛି, ଅତି କ୍ଷୁଦ୍ର ପରିମାଣରେ, ଭଗବାନଙ୍କର । ଭଗବାନଙ୍କର ତିଅାରି କରିବାର କ୍ଷମତା ଅଛି, ସେଥିପାଇଁ ଆମେ ମଧ୍ୟ ତିଅାରି କରୁଛୁ ବହୁତ ଜିନିଷ । ବୈଜ୍ଞାନିକମାନେ ମଧ୍ୟ ଏତେସବୁ ଅଦ୍ଭୁତ ଜିନିଷ ତିଅାରି କରୁଛନ୍ତି । ଆମ ଭଳି ବ୍ୟକ୍ତିଙ୍କ ପାଇଁ ତାହା ଅଦ୍ଭୁତ, କାରଣ ଆମେ ଜାଣିନାହୁଁ କେତେ ଅଦ୍ଭୁତ ଜଣେ ହୋଇପାରିବ । ତାହା ଆମେ ଜାଣି ନାହୁଁ ।