OR/Prabhupada 0866 - ସବୁକିଛି ମରିଯିବ - ସମସ୍ତ ବୃକ୍ଷ, ଉଦ୍ଭିଦ, ପଶୁ, ସବୁକିଛି

Revision as of 15:16, 20 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:French Pages - 207 Live Videos Category:Prabhupada 0866 - in all Languages Category:O...")
(diff) ← Older revision | Latest revision (diff) | Newer revision → (diff)


750520 - Morning Walk - Melbourne

ହରିଶୌରି: ଶ୍ରୀଲା ପ୍ରଭୁପାଦ, ଯଦି ମନୁଷ୍ୟ ଜୀବନ ଦେବତାମାନଙ୍କ ତୁଳନାରେ ତୁଚ୍ଛ, କିନ୍ତୁ ତଥାପି, ଏହା ଅଧିକ ଇଛା କରାଯାଏ, ଏହି ମନୁଷ୍ୟ ଜୀବନ, ଏପରିକି ଦେବତାମାନଙ୍କ ଦ୍ଵାରା ମଧ୍ୟ?

ପ୍ରଭୁପାଦ: ହଁ, କାରଣ ମନୁଷ୍ୟ ଜୀବନରେ ଭଗବଦ୍ ଅନୁଭୂତିର ବହୁତ ଭଲ ସୁଯୋଗ ଅଛି । ଯେପରି ପାଶ୍ଚାତ୍ୟ ଦେଶ ଏବଂ ଭାରତ ମଧ୍ୟରେ ଅନ୍ତର । ଭାରତ, ଭଗବାନଙ୍କୁ ଅନୁଭବ କରିବାର ଏକ ଅତି ଶିଘ୍ର ସୁଯୋଗ । ବାତାବରଣ ଭାରି ଭଲ । ତେଣୁ ଏହି ଗ୍ରହ ଭଗବଦ୍ ଅନୁଭୂତି ପାଇଁ ଭାରୀ ଭଲ, ଏବଂ ସବୁଠାରୁ ଭଲ ସ୍ଥାନ ଭାରତରେ ଅଛି ।

ହରିଶୌରି: ଆମର ମନ୍ଦିର, ସେଗୁଡ଼ିକୁ ମଧ୍ୟ ସମାନ ବାତାବରଣର ବିଚାର କରାଯାଏ ।

ପ୍ରଭୁପାଦ: ଓ, ହଁ ।

ହରିଶୌରି: ଭାରତର ପବିତ୍ର ସ୍ଥାନମାନଙ୍କ ପରି ପ୍ରଭାବକାରୀ?

ପ୍ରଭୁପାଦ: ଓ, ହଁ । ତୁମେ ସେହି ଶକ୍ତି ଏହି ଗ୍ରହରେ କେଉଁଠାରେ ମଧ୍ୟ ସୃଷ୍ଟି କରାଯାଇ ପାରିବ ।

ଭକ୍ତ: ଶ୍ରୀଲା ପ୍ରଭୁପାଦ, ଆପଣ ଗତକାଲି କହୁଥିଲେ ଯେ ବର୍ଷା, ବର୍ଷା ହେବା ଦ୍ଵାରା ସବୁ ଭଲ ଜିନିଷ ଆସେ, ଏବଂ ବର୍ଷା ଆସେ ଭଲ ଯଜ୍ଞ ଯୋଗୁଁ । ତେବେ ଏହି ଗ୍ରହରେ ସମସ୍ତେ ହେଉଛନ୍ତି ମାଂସ ଭକ୍ଷଣକାରୀ, କିମ୍ଵା ଏହି ଦେଶରେ ସମସ୍ତେ ପାପକର୍ମ କରୁଛନ୍ତି ।

ପ୍ରଭୁପାଦ: ସେଥିପାଇଁ ଏହା ହ୍ରାସ କରୁଛି । ତୁମେ ଯେତେ ଅଧିକ ପାପପୂର୍ଣ୍ଣ ହେବ, ବର୍ଷା ହ୍ରାସ ପାଇବାରେ ଲାଗିବ ।

ଭକ୍ତ: ତେବେ ବର୍ତ୍ତମାନ ଏହା ହ୍ରାସ ପାଉଛି ।

ପ୍ରଭୁପାଦ: ହଁ । ଏବଂ ଶେଷରେ ବର୍ଷା ରହିବ ନାହିଁ । ତେବେ ଏହି ସମଗ୍ର ଗ୍ରହ ଅଗ୍ନିରେ ପ୍ରଜ୍ଵଳିତ ହେବ । ତାହା ହେଉଛି ଧ୍ଵସଂର ପ୍ରାରମ୍ଭ । ସବୁକିଛି ମରିଯିବ - ସମସ୍ତ ବୃକ୍ଷ, ଉଦ୍ଭିଦ, ପଶୁ, ସବୁକିଛି । ଏହା ଅଗ୍ନି ଦ୍ଵାରା ପାଉଁସରେ ପରିଣତ ହେବ । ଏବଂ ତାପରେ ବର୍ଷା ଆଉ ରହିବ ନାହିଁ, ଏବଂ ପାଉଁସ ତରଳି ଯିବ, ଏବଂ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ସମାପ୍ତ ହୋଇଯିବ ।

ଭକ୍ତ(୨): ମୁଁ ମଧ୍ୟ ପଢ଼ିଛି, ଶ୍ରୀଲା ପ୍ରଭୁପାଦ, ଯେ ମାହାରାଜା ଯୁଦ୍ଧିଷ୍ଠିରଙ୍କ ସମୟରେ, କେବଳ ରାତିରେ ବର୍ଷା ହେଉଥିଲା । ଏହା ସତ୍ୟ କି?

ପ୍ରଭୁପାଦ: ରାତିରେ?

ଭକ୍ତ(୨): ରାତିରେ ବର୍ଷା ହେଉଥିଲା ସେଥିପାଇଁ...

ପ୍ରଭୁପାଦ: ନା । କିଏ କହିଲା ଯେ ରାତିରେ?

ସୃତକୀର୍ତ୍ତି: ଏହା କୃଷ୍ଣ ପୁସ୍ତକରେ କୁହାଯାଇଛି ଯେ ସଂଧ୍ୟାରେ ବର୍ଷା ହେଉଥିଲା ।

ଭକ୍ତ(୨): ଯେପରି କି ଦିନରେ ନଗର ବାସୀଙ୍କର କାର୍ଯ୍ୟରେ ବାଧା ସୃଷ୍ଟି ନ କରିବା ପାଇଁ ।

ପ୍ରଭୁପାଦ: ହଁ, ତାହା ହେଉଛି ପ୍ରକ୍ରିୟା । ଯଦି ରାତି ସମୟରେ ବର୍ଷା ହୁଏ ଏବଂ ଦିନ ସମୟରେ ସୂର୍ଯ୍ୟକିରଣ ପଡ଼େ, ତେବେ ଜମି ଉତ୍ପାଦନ କରିବା ପାଇଁ ଅତି ଉର୍ବର ହୋଇଯାଏ । ହଁ । ବଙ୍ଗାଳୀରେ ଏକ ସାଧାରଣ ଉକ୍ତି ଅଛି, ଦିନେ ଜଲ୍ ରାତ୍ରେ ତାରା ସେହି ଜନ୍ମେ ସୁଖ ଧାରା(?) ଯଦି ଦିନ ସମୟରେ ଜୋରରେ ବର୍ଷା ହୁଏ ଏବଂ ରାତିରେ ତୁମେ ତାରା ଦେଖ, ତେବେ ତୁମେ ଜାଣିବା ଉଚିତ୍ ଯେ ବର୍ଷାର ଅଭାବ ହେବ । ବର୍ଷାର ଅଭାବ ଏବଂ ଖାଦ୍ୟର ଅଭାବ ହେବ । ଭଲ କଥା ହେଉଛି ରାତିରେ ବର୍ଷା ହେବା, ଏବଂ ଦିନରେ, ଖରା ହେବା ଉଚିତ୍ । ତେବେ ଜମି ଅତି ଉର୍ବର ହେବ ।