OR/Prabhupada 0897 - ଯଦି ତୁମେ କୃଷ୍ଣ ଚେତନାରେ ରୁହ, ଏହା ତୁମର ଲାଭ

The printable version is no longer supported and may have rendering errors. Please update your browser bookmarks and please use the default browser print function instead.


730417 - Lecture SB 01.08.25 - Los Angeles

ଯଦି ତୁମେ କୃଷ୍ଣ ଚେତନାରେ ରୁହ, ଏହା ତୁମର ଲାଭ ଯେପରି ଏକ ନାମମାତ୍ରକୁ ଦଣ୍ଡ । ବେଳେ ବେଳେ ନ୍ୟାୟାଳୟରେ ଏକ ବଡ଼ ଲୋକ ହେଉଛି ଦୋଷୀ । ତେଣୁ ଧର, ଯଦି ସେ ବିଚାର ପତି ୧୦୦,୦୦୦ ଡଲାର ଚାହେଁ, ତେବେ ସେ ତୂରନ୍ତ ଅର୍ଥ ପ୍ରଦାନ କରିବ । କିନ୍ତୁ ସେ ତାକୁ ମାଗନ୍ତି: "ତୁମେ କେବଳ ଏକ ସେଣ୍ଟ ଦିଅ ।" କାରଣ ତାହା ମଧ୍ୟ ଏକ ଦଣ୍ଡ । କିନ୍ତୁ କମ କରିଦିଆଯାଏ । ସେହିପରି ଆମକୁ ଆମର ପୂର୍ବ କର୍ମ ଅନୁଯାୟୀ ପୀଡ଼ା ଭୋଗ କରିବାକୁ ପଡ଼ିବ । ତାହା ହେଉଛି ଏକ ତଥ୍ୟ । ତୁମେ ପରିହାର କରି ପାରିବ ନାହିଁ । କର୍ମାଣୀ ନିର୍ଦହତି କିନ୍ତୁ ଚ ଭକ୍ତି ଭାଜମ (Bs. 5.54) । କିନ୍ତୁ ଯେଉଁମାନେ ଭକ୍ତି ଯୋଗରେ ଅଛନ୍ତି, ଯେଉଁମାନେ କୃଷ୍ଣ ଚେତନାରେ ଅଛନ୍ତି, ସେମାନଙ୍କର ପୀଡ଼ା କମ କରିଦିଆଯାଏ, ନାମମାତ୍ରକୁ । ଯେପରି ଜଣକୁ ମୃତ୍ୟୁ ଦଣ୍ଡ ଦିଆଯିବାର ଅଛି । ତେବେ ମୃତ୍ୟୁ ବଦଳରେ, ତାର ଛୁରୀ ଦ୍ଵାରା ଅଙ୍ଗୁଳିରେ ଟିକିଏ କାଟି ଦିଆଯିବ । ଏହିପରି ଭାବରେ, କର୍ମାଣୀ ନିର୍ଦହାତି କିନ୍ତୁ ଚ...

ଯେଉଁମାନେ ଭକ୍ତିଯୋଗରେ ଅଛନ୍ତି, ସେମାନେ ହେଉଛନ୍ତି: ଅହଂ ତ୍ଵାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚିଃ (BG 18.66) । କୃଷ୍ଣ ଆଶ୍ଵାସନା ଦେଉଛନ୍ତି ଯେ: "ମୁଁ ତୁମକୁ ରକ୍ଷା କରିବି ତୁମର ପାପକର୍ମର ପ୍ରତିକ୍ରିୟାରୁ ।" ତେଣୁ ଯେତେବେଳେ ବହୁତ ଦାରୁଣ ଅପରାଧିକ କାର୍ଯ୍ୟକଳାପ ତାର ଅତୀତରେ...ବେଳେ ବେଳେ ଏପରି ହୁଏ । ତାକୁ ଫାଶି ଦଣ୍ଡ ଦେବା ବଦଳରେ, ତାର ଆଙ୍ଗୁଟିକୁ ଛୁରୀରେ ଟିକିଏ କାଟି ଦିଆଯାଏ । ଏହା ହେଉଛି ସ୍ଥିତି । ତେବେ ବିପଦକୁ ଆମେ କାହିଁକି ଡରିବା? ଆମେ କେବଳ କୃଷ୍ଣ ଚେତନା ଉପରେ ନିର୍ଭରଶୀଳ ହେବା ଉଚିତ୍, କାରଣ ଆମେ ଯଦି କୃଷ୍ଣ ଚେତନାରେ ରହିବା, ଯେ କୌଣସି ପରିସ୍ଥିତିରେ, ତେବେ ମୋର ଲାଭ ହେଉଛି ଯେ ମୁଁ ଏହି ଭୌତିକ ଜଗତକୁ ଆଉ ଫେରିବି ନାହିଁ । ଅପୂର୍ଣ୍ଣର ଭବ ଦର୍ଶନମ (SB 1.8.25) । ବାରମ୍ଵାର, ତୁମେ ଯଦି କୃଷ୍ଣଙ୍କର ବିଷୟରେ ଭାବିବ, ଯେପରି ତୁମେ କୃଷ୍ଣଙ୍କୁ ଦେଖୁଛ, ଯେପରି ତୁମେ କୃଷ୍ଣଙ୍କ ବିଷୟରେ ପଢ଼ୁଛ, ଯେପରି ତୁମେ କୃଷ୍ଣଙ୍କ ପାଇଁ କାମ କରୁଛ, ଯେ କୌଣସି ପ୍ରକାରରେ, ଯଦି ତୁମେ କୃଷ୍ଣ ଚେତନାରେ ରହିବ, ତାହା ହେଉଛି ତୁମର ଲାଭ । ଏବଂ ସେହି ଲାଭ ତୁମକୁ ପୁନର୍ବାର ଏହି ଭୌତିକ ଜଗତରେ ଜନ୍ମ ନେବାରୁ ବଞ୍ଚେଇବ । ତାହା ହେଉଛି ପ୍ରକୃତ ଲାଭ । ଏବଂ ଯଦି ମୁଁ ଅଳ୍ପ ଟିକିଏ ସୁଖଦ ହୋଇଯିବି ଅନ୍ୟ କୌଣସି ତଥା କଥିତ କାର୍ଯ୍ୟରେ ନିଯୁକ୍ତ ହୋଇ, ଏବଂ ମୁଁ ଯଦି କୃଷ୍ଣଙ୍କୁ ଭୁଲିଯିବି, ଏବଂ ମୋତେ ପୁନର୍ବାର ଜନ୍ମ ଗ୍ରହଣ କରିବାକୁ ପଡ଼ିବ, ତେବେ ମୋର ଲାଭ କ'ଣ? ଆମେମାନେ ଏହି ବିଷୟରେ ଅତି ସାବଧାନ ରହିବା ଉଚିତ୍ ।