OR/Prabhupada 1005 - କୃଷ୍ଣ ଚେତନା ବିନା, ତୁମର ସମସ୍ତ ଇଛା କେବଳ ତୁଚ୍ଛ ଅଟେ: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1005 - in all Languages]]
[[Category:Prabhupada 1005 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, Philadelphia]]
[[Category:OR-Quotes - in USA, Philadelphia]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1000 - ମାୟା ସର୍ବଦା ସୁଯୋଗର ଖୋଜରେ ଅଛି, ଛିଦ୍ର, କିପରି ତୁମକୁ ପୁଣି ଧରିବ|1000|OR/Prabhupada 1014 - ଏକ ଅପ୍ରକୃତ ଭଗବାନ ତାର ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲା ଏବଂ ସେ ବିଦ୍ୟୁତ୍ ଆଘାତ ଅନୁଭବ କରୁଥିଲା|1014}}
{{1080 videos navigation - All Languages|Oriya|OR/Prabhupada 1004 - ବିଲେଇ ଏବଂ କୁକୁର ପରି କାମ କରିବା ଏବଂ ମରିବା । ତାହା ବୁଦ୍ଧିମତ୍ତା ନୁହେଁ|1004|OR/Prabhupada 1006 - ଆମେ ଜାତି ପ୍ରଣାଳୀ ଉପସ୍ଥାପନ କରୁନାହୁଁ|1006}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 20: Line 20:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|1QPdaUd4khU|କୃଷ୍ଣ ଚେତନା ବିନା, ତୁମର ସମସ୍ତ ଇଛା କେବଳ ତୁଚ୍ଛ ଅଟେ <br/>- Prabhupāda 1005}}
{{youtube_right|QPFwLuLPH24|କୃଷ୍ଣ ଚେତନା ବିନା, ତୁମର ସମସ୍ତ ଇଛା କେବଳ ତୁଚ୍ଛ ଅଟେ <br/>- Prabhupāda 1005}}
<!-- END VIDEO LINK -->
<!-- END VIDEO LINK -->



Latest revision as of 07:16, 16 May 2021



750713 - Conversation B - Philadelphia

ସୈଣ୍ଡି ନିକ୍ସନ: ଠିକ୍ ଅଛି । ଏହି ପ୍ରଶ୍ନ ପଚାରିବା ମୋ ପାଇଁ କଷ୍ଟକର, କାରଣ ଏହା ମୋର ଅଜ୍ଞାନତା ପ୍ରକଟ କରୁଛି । କିନ୍ତୁ ମୁଁ ଅଜ୍ଞାନତାରେ ପଚାରୁ ନାହିଁ । ମୁଁ ଟେପରେ ଆପଣଙ୍କର ଉତ୍ତର ଚାହୁଁଛି, ଠିକ୍ ଅଛି? ଆପଣଙ୍କର ଇଛା...? ପରିଶେଷରେ କୃଷ୍ଣ ଚେତନା ପ୍ରାପ୍ତ କରିବା ଇଛା ସହିତ ଅନ୍ୟ ସମସ୍ତ ଇଛାଗୁଡ଼ିକ ଚାଲିଯାଏ କି?

ପ୍ରଭୁପାଦ: କୃଷ୍ଣ ଚେତନା ଇଛା ବ୍ୟତୀତ, ତୁମର କେବଳ ତୁଚ୍ଛ ଇଛା ଅଛି । ଏବଂ ଯେତେବେଳେ ତୁମେ କୃଷ୍ଣ ଚେତନାଶୀଳ ହୁଅ, ତେବେ ତୁମେ ଠିକ୍ ଭାବରେ ଇଛା କର ।

ସୈଣ୍ଡି ନିକ୍ସନ: ଅନେକ ଆଧ୍ୟାତ୍ମିକ ପଥର ଲକ୍ଷ୍ୟ ହେଉଛି ନିଜ ଭିତରର ଗୁରୁଙ୍କୁ ଖୋଜି ବାହାର କରିବା ।

ପ୍ରଭୁପାଦ: ଭିତରର?

ସୈଣ୍ଡି ନିକ୍ସନ: ଭିତରର ଗୁରୁ । ଏହା ତା ଠାରୁ ଅଲଗା କି...?

ପ୍ରଭୁପାଦ: କିଏ ତାହା କହିଲା, ନିଜ ଭିତରର ଗୁରୁଙ୍କୁ ଖୋଜିବା?

ସୈଣ୍ଡି ନିକ୍ସନ: ହମ୍...

ଜୟତୀର୍ଥ: କୃପାଳୁ ସିଂ, ସେ ତାହା କହିଥିଲେ ।

ସୈଣ୍ଡି ନିକ୍ସନ: ମୋତେ କ୍ଷମା କରିବେ?

ଜୟତୀର୍ଥ: କୃପାଳୁ ସିଂ, ସେ ଏକ ବ୍ୟକ୍ତି ଯେ ଏପରି କୁହଁନ୍ତି ।

ଗୁରୁଦାସ: କୃଷ୍ଣ ମୂର୍ତ୍ତୀ ମଧ୍ୟ ତାହା କୁହଁନ୍ତି ।

ପ୍ରଭୁପାଦ: ତେବେ ଶିଖେଇବା ପାଇଁ କାହିଁକି ଆସନ୍ତି? (ହସ) ଏହି ଦୁର୍ଜନ, ଶିଖେଇବା ପାଇଁ କାହିଁକି ଆସନ୍ତି? ଏହା ହେଉଛି ଉତ୍ତର । ଏହି କଥା ଗୁଡ଼ିକ ଦୁର୍ଜନମାନଙ୍କ ଦ୍ଵାରା କୁହାଯାଏ । ସେ ଶିଖେଇବା ପାଇଁ ଆସିଛନ୍ତି, ଏବଂ ସେ କୁହଁନ୍ତି, "ନିଜ ଭିତରର ଗୁରୁ ଖୋଜ ।" ତେବେ ତୁମେ ଶିଖେଇବା ପାଇଁ କାହିଁକି ଆସିଛ? କାରଣ ଲୋକମାନେ ବୁଦ୍ଧିମାନ ନୁହଁନ୍ତି, ସେମାନେ ତାକୁ ଧରିପାରିବେ ନାହିଁ । ସେ ସମସ୍ତ ନିରର୍ଥକ କଥା କୁହେ, ଏବଂ ସେମାନେ ଶୁଣନ୍ତି, ବାସ୍ ।

ଗୁରୁଦାସ: ସେ ମଧ୍ୟ ଏକ ପୁସ୍ତକ ଲେଖିଛନ୍ତି "କୌଣସି ପୁସ୍ତକର ଆବଶ୍ୟକତା ନାହିଁ" ଏହା ଉପରେ । (ହସ)

ପ୍ରଭୁପାଦ: ତେବେ ତୁମେ ଜାଣି ପାରୁଥିବ ସେ କେତେ ଦୁର୍ଜନ । ଏହା ନୁହେଁ କି? ତୁମେ ସ୍ଵୀକାର କରୁଛ କି ନାହିଁ? ସେ ନିଜେ ପୁସ୍ତକ ଲେଖୁଛନ୍ତି, ଏବଂ ସେ କହୁଛନ୍ତି, "ପୁସ୍ତକର କୌଣସି ଆବଶ୍ୟକତା ନାହିଁ ।" ସେ ଶିଖେଇବା ପାଇଁ ଆସିଛନ୍ତି, ଏବଂ ସେ କହୁଛନ୍ତି, "ଗୁରୁଙ୍କର କୌଣସି ଆବଶ୍ୟକତା ନାହିଁ । ଗୁରୁ ଭିତରେ ଅଛନ୍ତି ।" ସେ ଏକ ଦୁର୍ଜନ ନୁହେଁ କି?

ସୈଣ୍ଡି ନିକ୍ସନ: ହଁ, ସେମାନେ କୁହଁନ୍ତି...ଯେଉଁ ଲୋକମାନେ...

ପ୍ରଭୁପାଦ: ନା, ପ୍ରଥମେ ତୁମେ ମୋର ପ୍ରଶ୍ନର ଉତ୍ତର ଦିଅ । ଯଦି ସେ ପରସ୍ପର ବିରୋଧି କଥା କୁହେ, ସେ ଏକ ଦୁର୍ଜନ ନୁହେଁ କି?

ସୈଣ୍ଡି ନିକ୍ସନ: ସେ ତାର ନିଜ କଥାର ବିରୋଧ କରୁଛି ।

ପ୍ରଭୁପାଦ: ସେଥିପାଇଁ ସେ ହେଉଛି ଏକ ଦୁର୍ଜନ । ସେ ତାର ବିଚାରର ବିରୋଧରେ ଯୁକ୍ତି କରି ପାରିବ ନାହିଁ ।

ସୈଣ୍ଡି ନିକ୍ସନ: ବେଦଗୁଡ଼ିକୁ ସାଙ୍କେତିକ ଏବଂ ସାହିତ୍ୟିକ ଭାବରେ ନିଆଯାଇ ପାରିବ କି?

ପ୍ରଭୁପାଦ: ମୌଳିକ ରୂପରେ । ଆମେମାନେ ଭଗବଦ୍ ଗୀତା ମୌଳିକ ରୂପରେ ପ୍ରସ୍ତୁତ କରୁଛୁ, ସାଙ୍କେତିକ ଭାବରେ ନାହିଁ ।