OR/Prabhupada 1005 - କୃଷ୍ଣ ଚେତନା ବିନା, ତୁମର ସମସ୍ତ ଇଛା କେବଳ ତୁଚ୍ଛ ଅଟେ

Revision as of 07:16, 16 May 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


750713 - Conversation B - Philadelphia

ସୈଣ୍ଡି ନିକ୍ସନ: ଠିକ୍ ଅଛି । ଏହି ପ୍ରଶ୍ନ ପଚାରିବା ମୋ ପାଇଁ କଷ୍ଟକର, କାରଣ ଏହା ମୋର ଅଜ୍ଞାନତା ପ୍ରକଟ କରୁଛି । କିନ୍ତୁ ମୁଁ ଅଜ୍ଞାନତାରେ ପଚାରୁ ନାହିଁ । ମୁଁ ଟେପରେ ଆପଣଙ୍କର ଉତ୍ତର ଚାହୁଁଛି, ଠିକ୍ ଅଛି? ଆପଣଙ୍କର ଇଛା...? ପରିଶେଷରେ କୃଷ୍ଣ ଚେତନା ପ୍ରାପ୍ତ କରିବା ଇଛା ସହିତ ଅନ୍ୟ ସମସ୍ତ ଇଛାଗୁଡ଼ିକ ଚାଲିଯାଏ କି?

ପ୍ରଭୁପାଦ: କୃଷ୍ଣ ଚେତନା ଇଛା ବ୍ୟତୀତ, ତୁମର କେବଳ ତୁଚ୍ଛ ଇଛା ଅଛି । ଏବଂ ଯେତେବେଳେ ତୁମେ କୃଷ୍ଣ ଚେତନାଶୀଳ ହୁଅ, ତେବେ ତୁମେ ଠିକ୍ ଭାବରେ ଇଛା କର ।

ସୈଣ୍ଡି ନିକ୍ସନ: ଅନେକ ଆଧ୍ୟାତ୍ମିକ ପଥର ଲକ୍ଷ୍ୟ ହେଉଛି ନିଜ ଭିତରର ଗୁରୁଙ୍କୁ ଖୋଜି ବାହାର କରିବା ।

ପ୍ରଭୁପାଦ: ଭିତରର?

ସୈଣ୍ଡି ନିକ୍ସନ: ଭିତରର ଗୁରୁ । ଏହା ତା ଠାରୁ ଅଲଗା କି...?

ପ୍ରଭୁପାଦ: କିଏ ତାହା କହିଲା, ନିଜ ଭିତରର ଗୁରୁଙ୍କୁ ଖୋଜିବା?

ସୈଣ୍ଡି ନିକ୍ସନ: ହମ୍...

ଜୟତୀର୍ଥ: କୃପାଳୁ ସିଂ, ସେ ତାହା କହିଥିଲେ ।

ସୈଣ୍ଡି ନିକ୍ସନ: ମୋତେ କ୍ଷମା କରିବେ?

ଜୟତୀର୍ଥ: କୃପାଳୁ ସିଂ, ସେ ଏକ ବ୍ୟକ୍ତି ଯେ ଏପରି କୁହଁନ୍ତି ।

ଗୁରୁଦାସ: କୃଷ୍ଣ ମୂର୍ତ୍ତୀ ମଧ୍ୟ ତାହା କୁହଁନ୍ତି ।

ପ୍ରଭୁପାଦ: ତେବେ ଶିଖେଇବା ପାଇଁ କାହିଁକି ଆସନ୍ତି? (ହସ) ଏହି ଦୁର୍ଜନ, ଶିଖେଇବା ପାଇଁ କାହିଁକି ଆସନ୍ତି? ଏହା ହେଉଛି ଉତ୍ତର । ଏହି କଥା ଗୁଡ଼ିକ ଦୁର୍ଜନମାନଙ୍କ ଦ୍ଵାରା କୁହାଯାଏ । ସେ ଶିଖେଇବା ପାଇଁ ଆସିଛନ୍ତି, ଏବଂ ସେ କୁହଁନ୍ତି, "ନିଜ ଭିତରର ଗୁରୁ ଖୋଜ ।" ତେବେ ତୁମେ ଶିଖେଇବା ପାଇଁ କାହିଁକି ଆସିଛ? କାରଣ ଲୋକମାନେ ବୁଦ୍ଧିମାନ ନୁହଁନ୍ତି, ସେମାନେ ତାକୁ ଧରିପାରିବେ ନାହିଁ । ସେ ସମସ୍ତ ନିରର୍ଥକ କଥା କୁହେ, ଏବଂ ସେମାନେ ଶୁଣନ୍ତି, ବାସ୍ ।

ଗୁରୁଦାସ: ସେ ମଧ୍ୟ ଏକ ପୁସ୍ତକ ଲେଖିଛନ୍ତି "କୌଣସି ପୁସ୍ତକର ଆବଶ୍ୟକତା ନାହିଁ" ଏହା ଉପରେ । (ହସ)

ପ୍ରଭୁପାଦ: ତେବେ ତୁମେ ଜାଣି ପାରୁଥିବ ସେ କେତେ ଦୁର୍ଜନ । ଏହା ନୁହେଁ କି? ତୁମେ ସ୍ଵୀକାର କରୁଛ କି ନାହିଁ? ସେ ନିଜେ ପୁସ୍ତକ ଲେଖୁଛନ୍ତି, ଏବଂ ସେ କହୁଛନ୍ତି, "ପୁସ୍ତକର କୌଣସି ଆବଶ୍ୟକତା ନାହିଁ ।" ସେ ଶିଖେଇବା ପାଇଁ ଆସିଛନ୍ତି, ଏବଂ ସେ କହୁଛନ୍ତି, "ଗୁରୁଙ୍କର କୌଣସି ଆବଶ୍ୟକତା ନାହିଁ । ଗୁରୁ ଭିତରେ ଅଛନ୍ତି ।" ସେ ଏକ ଦୁର୍ଜନ ନୁହେଁ କି?

ସୈଣ୍ଡି ନିକ୍ସନ: ହଁ, ସେମାନେ କୁହଁନ୍ତି...ଯେଉଁ ଲୋକମାନେ...

ପ୍ରଭୁପାଦ: ନା, ପ୍ରଥମେ ତୁମେ ମୋର ପ୍ରଶ୍ନର ଉତ୍ତର ଦିଅ । ଯଦି ସେ ପରସ୍ପର ବିରୋଧି କଥା କୁହେ, ସେ ଏକ ଦୁର୍ଜନ ନୁହେଁ କି?

ସୈଣ୍ଡି ନିକ୍ସନ: ସେ ତାର ନିଜ କଥାର ବିରୋଧ କରୁଛି ।

ପ୍ରଭୁପାଦ: ସେଥିପାଇଁ ସେ ହେଉଛି ଏକ ଦୁର୍ଜନ । ସେ ତାର ବିଚାରର ବିରୋଧରେ ଯୁକ୍ତି କରି ପାରିବ ନାହିଁ ।

ସୈଣ୍ଡି ନିକ୍ସନ: ବେଦଗୁଡ଼ିକୁ ସାଙ୍କେତିକ ଏବଂ ସାହିତ୍ୟିକ ଭାବରେ ନିଆଯାଇ ପାରିବ କି?

ପ୍ରଭୁପାଦ: ମୌଳିକ ରୂପରେ । ଆମେମାନେ ଭଗବଦ୍ ଗୀତା ମୌଳିକ ରୂପରେ ପ୍ରସ୍ତୁତ କରୁଛୁ, ସାଙ୍କେତିକ ଭାବରେ ନାହିଁ ।