OR/Prabhupada 1022 - ପ୍ରଥମ କଥା ଆମକୁ ଶିଖିବାକୁ ହେବ ଆମେ କିପରି ଭଲ ପାଇବା । ଏହା ପ୍ରଥମ ଶ୍ରେଣୀର ଧର୍ମ

Revision as of 07:14, 28 May 2021 by Vanibot (talk | contribs) (Vanibot #0005: NavigationArranger - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)


730408 - Lecture SB 01.14.44 - New York

ତେଣୁ ପ୍ରଥମ କଥା ଆମକୁ ଶିଖିବାକୁ ହେବ ଆମେ କିପରି ଭଲ ପାଇବା । ସ ବୈ ପୁଂସାଂ ପରୋ ଧର୍ମୀ (SB 1.2.6) । ତାହା ହେଉଛି ପ୍ରଥମ ଶ୍ରେଣୀର ଧର୍ମ । ଧାର୍ମିକ ପ୍ରଣାଳୀ ଯାହା ତୁମେ ଅନୁସରଣ କରୁଛ, ଯତୋ ଭକ୍ତି ଅଧୋକ୍ଷଜେ । ଯଦି ତୁମେ ଜାଣିଛ କିପରି ଅଧୋକ୍ଷଜକୁ ଭଲ ପାଇବ... ତ ଯେତେବେଳେ ଭଲ ପାଇବାର ପ୍ରଶ୍ନ ଆସେ, ତେବେ ତାର ପରବର୍ତ୍ତି ଏହା ହେବ ଯେ, "କାହାକୁ ମୁଁ ଭଲ ପାଇବି?" ସେଥିପାଇଁ, କୃଷ୍ଣଙ୍କର ଅନ୍ୟ ଏକ ନାମ ଅଧୋକ୍ଷଜ । ଅଧୋକ୍ଷଜ ଅର୍ଥାତ "ତୁମର ଇନ୍ଦ୍ରିୟ ଧାରଣାର ଉପରେ ।" ଏଠାରେ ଆମେ ତାହା ଭଲ ପାଉ ଯାହା ଆମ ଇନ୍ଦ୍ରିୟ ଅନୁଭୂତିର ବର୍ଗ କିମ୍ଵା ସୀମା ମଧ୍ୟରେ ଅଛି । ମୁଁ ଏକ ଝିଅକୁ କିମ୍ଵା ଏକ ପୁଅକୁ ଭଲ ପାଉଛି, କିମ୍ଵା କାହାକୁ, ମୋ ଦେଶ, ମୋ ସମାଜ, ମୋ କୁକୁର, ସବୁକିଛି । କିନ୍ତୁ ତାହା ତୁମର ଇନ୍ଦ୍ରିୟ ଅନୁଭୁତିର ସୀମା ମଧ୍ୟରେ ଅଛି । କିନ୍ତୁ ଭଗବାନ ତୁମର ଇନ୍ଦ୍ରିୟ ଅନୁଭୂତିର ଉପରେ ଅଛନ୍ତି । କିନ୍ତୁ ତଥାପି ତୁମକୁ ଭଲ ପାଇବାକୁ ହେବ, ଏବଂ ତାହା ହେଉଛୁ ଧର୍ମ । ଭଗବାନ ଇନ୍ଦ୍ରିୟ ଅନୁଭୂତିର ଉପରେ, କିନ୍ତୁ ତୁମେ ଯଦି ଭଲ ପାଇବ, ଯଦିଓ, ସେ ତୁମର ଇନ୍ଦ୍ରିୟ ଅନୁଭୂତିର ଉପରେ, ତେବେ ତୁମେ ଭଗବାନଙ୍କୁ ଅନୁଭବ କରି ପାରିବ । ସେବାନମୁଖେ ହି ଜିହ୍ଵାଦୌ ସ୍ଵୟଂ ଏବ ସ୍ଫୁରତ ଅଦଃ (Brs. 1.2.234) । ଯେପରି ଆମେ ଏଠାରେ ରାଧା ଏବଂ କୃଷ୍ଣଙ୍କୁ ପୂଜା କରୁଛୁ । ଯେଉଁମାନେ କୃଷ୍ଣ ପ୍ରେମୀ ନୁହଁନ୍ତି, ସେମାନେ ଭାବିବେ କି "ଏହି ମୂର୍ଖ ବ୍ୟକ୍ତିମାନେ, ସେମାନେ ମାର୍ବଲରେ ତିଅରି ଏକ କଣ୍ଢେଇ ଆଣିଛନ୍ତି, ଏବଂ ସେମାନେ କେବଳ ସେମାନଙ୍କର ସମୟ ନଷ୍ଟ କରୁଛନ୍ତି ।" ତୁମେ ଦେଖୁଛ? କାରଣ ତାର ଭଲ ପାଇବା ନାହିଁ । ତାର ପ୍ରେମ ଭାବନା ନାହିଁ; ସେଥିପାଇଁ ସେ ଏହି କୃଷ୍ଣଙ୍କର ପୂଜାକୁ ପ୍ରସଶାଂ କରନ୍ତି ନାହିଁ, ପ୍ରେମର ଅଭାବ ଯୋଗୁଁ । ଏବଂ ଜଣେ କୃଷ୍ଣଙ୍କର ପ୍ରେମୀ ଅଟେ,ଯେପରି ଚୈତନ୍ୟ ମହାପ୍ରଭୁ, ଯଥାଶିଘ୍ର ସେ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ କରିଲେ: "ଏଠାରେ ମୋର ଭଗବାନ ଅଛନ୍ତି," ସେ ତୂରନ୍ତ ଚେତା ଶୂନ୍ୟ ହୋଇଗଲେ ।

ତେବେ ଅନ୍ତର ଅଛି ଏମାନଙ୍କ ମଧ୍ୟରେ...ତାହା ହେଉଛି ଅନ୍ତର: ଏକ ଭଗବାନ ପ୍ରେମି, ସେ ସବୁଆଡ଼େ ଦେଖିପାରେ କି ଭଗବାନ ଉପସ୍ଥିତ ଅଛନ୍ତି ।

ପ୍ରେମାଞ୍ଜନ ଚ୍ଛୁରିତ ଭକ୍ତି ବିଲୋଚନେନ
ସଂତଃ ସଦେବ ହୃଦୟେଷୁ ବିଲୋକୟାଂତି
(Bs. 5.38)

ଯଦି ତୁମେ ବାସ୍ତବରେ...ଯଦି ତୁମେ ବାସ୍ତବରେ ଭଗବାନଙ୍କର ପ୍ରେମୀ ଅଟ, ତେବେ ତୁମେ ଭଗବାନଙ୍କୁ ପ୍ରତି ସୋପାନରେ ଦେଖିପାରିବ । ପ୍ରତ୍ୟେକ ସୋପାନ । ଯେପରି ପ୍ରହଲ୍ଲାଦ ମହାରାଜା । ପ୍ରହଲ୍ଲାଦ ମାହାରାଜା, ଯେତେବେଳେ ସେ ତାଙ୍କ ପିତାଙ୍କ ଦ୍ଵାରା ଆକ୍ରମିତ ହୋଇଥିଲେ, ସେ ସ୍ତମ୍ଭକୁ ଦେଖୁଥିଲେ, ଏବଂ ତାଙ୍କର ପିତା ଭାବିଲେ ଯେ ତାଙ୍କର ଭଗବାନ ସ୍ତମ୍ଭରେ ହୋଇ ପାରନ୍ତି, ତେବେ ସେ ତୂରନ୍ତ, "ତୁମର ଭଗବାନ ଏହି ସ୍ତମ୍ଭରେ ଅଛନ୍ତି?" "ହଁ, ମୋର ପିତା ।" "ଓ ।" ତୂରନ୍ତ ଭାଙ୍ଗିଦେଲେ । ତାଙ୍କ ଭକ୍ତଙ୍କର କଥା ରଖିବା ପାଇଁ, ଭଗବାନ ବାହାରକୁ ଆସିଲେ ।

ତେଣୁ ଭଗବାନଙ୍କର ଅବିର୍ଭାବ ଏବଂ ଅନ୍ତର୍ଧାନ ହେଉଛି ଭକ୍ତମାନଙ୍କ ପାଇଁ ।

ପରିତ୍ରାଣାୟ ସାଧୂନାଂ
ବିନାଶୟ ଚ ଦୁଷ୍କୃତାମ୍
(BG 4.8) ।